Site icon Odisha.com

ଗଛ ହତ୍ୟାକାରୀ କୁ କି ଦଣ୍ଡ ..

ଅନେକ ବ୍ୟଥା ଅନେକ ଭାଷଣ ଗଛ ପାଇଁ । ଗଛ ସବୁ କାଟିଦେଲେ , ଖୁବ ଗରମ ପୃଥିବୀରେ ବଢିଗଲା, ଜଳବାୟୁ ପରିବର୍ତନ ହୋଇଗଲା …..ଜଙ୍ଗଲ ସଫା ହୋଇଗଲା … ବର୍ଷା କମିଗଲା …..ଚାଷ ଜମି ନଷ୍ଟ ହୋଇଗଲା ….ଆଦିବାସି ଲୋକ ତାର ଜୀବିକା ହରାଇଲା…ଏମିତି ଅନେକ କଥା ।

ପୁଣି ତାପରେ ଚାଲେ ସେଲିବ୍ରିଟି ଙ୍କୁ ନେଇ ,ନେତା ଙ୍କୁ ନେଇ ,ନହେଲେ ପ୍ରଭାବଶାଳି ଲୋକଙ୍କୁ ନେଇ ଗଛ ଲଗା । କେଉଁ ପ୍ରଭାବଶାଳି ଲୋକଙ୍କ ବଗିଚା ରେ ,ପୁଣି କେଉଁ ପାର୍କରେ … ନେତା ମନ୍ତ୍ରୀ ବା ପ୍ରଭାବଶାଳି ଲୋକ ଗଛ ନଲଗାଇଲେ ଗଛ ଟି କଣ ଜନ୍ମ ନେଇ ପାରିବ ?

ଗଛ ଟି ଦେଖୁଥାଏ ଗଲାସନ ସେଇଠି ଗଛ ଲାଗିଥିଲା । ଏ ବର୍ଷ ପୁଣିଥରେ ତାକୁ ସଫା କରି ସେଇଠି ଗଛ ଲଗାଇବା ପାଇଁ ପ୍ରସ୍ତୁତି ଆରମ୍ବ ହୋଇଯାଏ । କଥାରେ କଥାରେ କିନ୍ତୁ ଆମେ ଜଙ୍ଗଲ ସ୍ତୃଷ୍ଟି କରିବାର ମିଛ ପ୍ରତିଶ୍ରୁତି କୁ ନିରୀହ ଶିଶୁ ଗଛଟି ଶୁଣୁଥାଏ , ଭାବୁଥାଏ ଏମାନେ କେତେ ମିଛ ଖୋଳ ପିନ୍ଧା ବୁଦ୍ଧିଆ ମଣିଷ ସତେ । ବୁଦ୍ଧି ଅଛି ବୋଲି ଗଛ ର ଜନ୍ମ ଆଊ ମରଣ ତାରି ହାତରେ …..କିଛି କହିପାରେନି ଗଛଟି ।

କାହାକୁ କହିବ ,ତାର ଜନ୍ମ ଖୁବ ଜାକଜମକରେ ପାଳନ ହୁଏ । ଖାଇବା ପିଇବା ,ଫୋଟୋ ଉଠା, ଟି.ଭି ରେ ଦେଖା,ଭାଷଣ ଏମିତି ଅନେକ କଥା , ମଣିଷ ଛୁଆଟିଏ ଜନ୍ମ ହେଲେବି ଏତେ ପାଳନ ତ ହୁଏ ନାହିଁ ।

କିନ୍ତୁ ମଣିଷ ଛୁଆଟିଏ ଯିଏ ରାସ୍ତା କଡରେ ଜନ୍ମ ହୁଏ ତାକୁ ଯେମିତି କିଏ ନାଳରେ ତ ,ରେଳ ଲାଇନ କଡରେ ଫୋପାଡି ଦିଅନ୍ତି ସେମିତି ଏ ଗଛାଟି ର ଅବସ୍ତା ସେଇଆ ….ଖାଲି ଟିକେ ଫରକ ହୁଏ ବେଳେ ବେଳେ ବିଧାନ ସଭା ଥିଲେ ନହେଲେ କେବେ କେବେ କିଏ ଚିତ୍କାର କରନ୍ତି ସରକାରଙ୍କ ପାଈଁ ଆଜି ଶିଶୁ ବିକ୍ରି ହେଲା ,କନ୍ୟା ଶିଶୁ କୁ ହତ୍ୟା କରାଗଲା ।

ଯଦି କିଏ ଧରା ପଡେ ଖୋଳ ତାଡରେ ତାହାଲେ ପୁଲିସ ହାତରେ ବନ୍ଧା ହୁଏ । ତାପରେ କୋର୍ଟ କଚେରୀ । ଗଛ ଟି ପ୍ରଶ୍ନ କରୁ ଥାଏ ତାକୁବିତ ହତ୍ୟା କରାଯାଉଛି ଦିନର ଆଲୋକରେ ପୁଣି କେତେବେଳେ ରାତିର ଅନ୍ଧାରରେ ତାଙ୍କ ପାଇଁ କଣ କିଛି ଦଣ୍ଡ ନ।ହିଁ ? ଏ ଖୋଲାପିନ୍ଧା ହତ୍ୟାକାରୀ ମାନେ କଣ ଏମିତି ବୁଲୁଥିବେ ବିନା ଦଣ୍ଡରେ ……

ସମସ୍ତେ ଭାବନ୍ତି ଗଛ ର ଜୀବନ ଏମିତି କୁହାଯାଉଛି …. କିନ୍ତୁ ଥରେ ତାକୁ ଦେଖିଲେ ଜାଣିବେ । ସେ ବି ମଣିଷ ଭଳି ଜୀବନ ଟିଏ । ରାତିରେ ସେ ବି ସୁଏ … ସକାଳ ହେଲେ ଆପେ ଆପେ ଉଠିଯାଏ । କିନ୍ତୁ ଏ ମଣିଷ କେତେବେଳେ ସେ ରାତିରେ ସୋଇଥିବାବେଳେ ତାକୁ ହତ୍ୟା କରେ ,ପୁଣି କେତେ ବେଳେ ଦିବା ଆଲୋକରେ ।

ଏ ହତ୍ୟାକ।ରି କୁ ଦଣ୍ଡ କାହିଁ ? ମଣିଷର ଟିକେ ଆଘାତ ଲାଗିଲେ କୋର୍ଟ କଚେରୀ କିନ୍ତୁ ଗଛକୁ ମାରି ଆମେ ପୃଥିବୀକୁ ଶେଷ କରିବାକୁ ବସିଲୁଣି କିନ୍ତୁ କେବେ ନ୍ୟାୟ ମିଳିବ ଗଛକୁ….. କିଏ ଏ ଉତର ଦେବ ଗଛଟି ଚାହିଁ ବସିଛି ।

ଅନୁରାଧା ମହାନ୍ତି
ପୋଖରିପୁଟ, ଭୁବନେଶ୍ଵର

Email- anuradha_pecuc2011@yahoo.in

Exit mobile version