Site icon Odisha.com

ଭିଆଇପି ଗସ୍ତ ଯୋଗୁଁ ଆମ୍ବୁଲାନ୍ସ ଗାଡି ନ ଅଟକାଇବାପାଇଁ ନିର୍ଦ୍ଦେଶ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୨୦ (ଓଡିଶା ଡଟ କମ) ଭିଆଇପିଙ୍କ ଯିବା ଆସିବା ସମୟରେ ଆମ୍ବୁଲାନ୍ସ ଗାଡିଗୁଡିକୁ ନ ଅଟକାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନିର୍ଦ୍ଦେଶ ଦେଇଛନ୍ତି ।

ଭିଆଇପି ମାନଙ୍କ ଯିବା ଆସିବା ସମୟରେ ପୁଲିସ ଆମ୍ବୁଲାନ୍ସ ଗାଡିକୁ ମଧ୍ୟ ଅଟକାଉ ଥିବାରୁ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଭିଆଇପିଙ୍କ ସୁବିଧାରେ ଯିବାଆସିବାଠାରୁ ଜଣକର ଜୀବନ ମୂଲ୍ୟବାନ । ବହୁ ସମୟରେ ଗୁରୁତର ଅବସ୍ଥାରେ ଥିବା ରୋଗୀ ଡାକ୍ତରଖାନାରେ ଠିକ ସମୟରେ ନ ପହଞ୍ଚିଲେ ମୃତ୍ୟୁ ବରଣ କରିଥାଏ ।

ଭିଆଇପିଙ୍କ ପାଇଁ  ଆମ୍ବୁଲାନ୍ସ ଗାଡିକୁ ଅଟକାଇବା ନେଇ ରହିଥିବା ପରମ୍ପରାକୁ ସେ ନାପସନ୍ଦ କରିଛନ୍ତି ।ସହରର ପ୍ରମୁଖ ଟ୍ରାଫିକ୍ ଛକ ନିକଟରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଏହି ଗାଡି ଗୁଡିକ ଯେପରି ନ ଅଟକିବା ସେଥି  ପାଇଁ ସ୍ଵତନ୍ତ୍ର କରିଡର ନିର୍ମାଣ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହି କାର୍ଯ୍ୟର ଅଗ୍ରଗତି ସେ ଏକ ମାସ ପରେ ସମୀକ୍ଷା କରିବେ ।

ଓଡିଶା ଡଟ କମ

Exit mobile version