Site icon Odisha.com

ବିଦୁଲତାଙ୍କ ଦଶାହ ସ୍ମୃତିସଭା

ଓଡିଶା ଡଟ କମ ସଂବାଦ ଦାତା

ପିପିଲି (ପୁରୀ) ସେପ୍ଟେମ୍ବର ୨୧ (ଓଡିଶା ଡଟ କମ) ଆଡଭୋକେଟ ନିଶିକାନ୍ତ ମିଶ୍ର ଓ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ମା’ ବିଦୁଲତା ମିଶ୍ରଙ୍କ ଦଶାହ ଅବସରରେ ଏକ ସ୍ମୃତିସଭା ପିପିଲି ବ୍ଲକ ଅନ୍ତର୍ଗତ କମଳା ସାଗର ପାଟଣା ବାସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ‘ମନେ ପଡେ ବୋଉ’ ଶୀର୍ଷକ ଏହି ସ୍ମୃତିସଭାରେ ସଂଯୋଜନା କରିଥିଲେ ସମାଜସେବୀ ସୁଦର୍ଶନ ପ୍ରଧାନ ।

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ଚନ୍ଦ୍ରନାଥ ଦାନୀ, ଆଡ୍ଭୋକେଟ୍ ମନୋଜ ନାୟକ, ଶିବପ୍ରସାଦ ଜେନା, ଅନୁପ ପରିଡା, ସାହିତି୍ୟକ ମହମ୍ମଦ ଆବ୍ରାର, ସସ୍ମିତା ନନ୍ଦ, ଚେତନ କବି ଝରି ଜେନା, ବାଉରିବନ୍ଧୁ ସ୍ୱାଇଁ, ସାଇକିଶୋର ସାହୁ, ବୈକୁଣ୍ଠ ସାର୍, ପ୍ରତାପ ସାହୁ, ସଚ୍ଚିକାନ୍ତ ଓ ସଂଜୟ ପ୍ରମୁଖ ମଣିଷ ଜୀବନରେ ବୋଉର ମହତ୍ୱ କହିବା ସହ ବିଦୁଲତାଙ୍କ ସ୍ମୃତି ଚାରଣ କରିଥିଲେ ।

ବିଦୁଲତାଙ୍କ ଜନ୍ମ ୧୯୪୫ ଅପ୍ରେଲ ୧୭ ତାରିଖରେ ହୋଇଥିଲା । ଗତ ସେପ୍ଟେମ୍ବର ୧୧ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ । ସେ ଜଣେ ପରୋପକାରୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ଏହି ଅବସରରେ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ଲଳିତ ମିଶ୍ର, ମନୋଜ ଜେନା, ତପନ ପାଢୀ, ସୁବାସ ମହାପାତ୍ର, ମୀନକେତନ ମିଶ୍ର, ଅଭୟ ସାମନ୍ତରାୟ, ଦୁର୍ଗା ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ସଭାରେ ପୁଅ, ଝିଅ, ବୋହୂ ଓ ସ୍ଥାନୀୟ ଅଂଚଳର ଅନ୍ୟାନ୍ୟ ବ୍ୟକ୍ତି ବିଶେଷମାନେ ତାଙ୍କର ସ୍ମୃୃତି ଚାରଣ କରିଥିଲେ । ବିଦୁଲତାଙ୍କ ସମ୍ପର୍କରେ ଏକ ସ୍ମୃତି ପୁସ୍ତକ ପ୍ରକାଶ ପାଇଁ ଏହି ସଭାରେ ସ୍ଥିର କରାଯାଇଥିଲା । ଏହାର ସଂଯୋଜକ ଭାବେ ସୁଦର୍ଶନ ପ୍ରଧାନ, ମହମ୍ମଦ ଆବ୍ରାର ଓ ସସ୍ମିତା ନନ୍ଦ ରହି କାମ ତୁଲାଇବେ ।

ଓଡିଶା ଡଟ କମ

Exit mobile version