Site icon Odisha.com

ସୁନାମି ମୁକାବିଲା ପାଇଁ ମକ୍‌ଡ୍ରିଲ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୨୭ (ଓଡିଶା ଡଟ କମ) ସୁନାମୀ ଆସିଲେ କିପରି ତାର ମୁକାବିଲା କରାଯିବ ସେ ସମ୍ପର୍କରେ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାରେ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ବିଭାଗ ଶନିବାର ମକ ଡ୍ରିଲ ର ଆୟୋଜନ କରିଥିଲା ।


ସମୁଦ୍ର ଠାରୁ ଦେଢ କିମି ଦୂର ମଧ୍ୟରେ ରହିଥିବା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତ୍‌ସିଂହପୁର,ପୁରୀ ଓ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ ରେ ହୋଇଥିବା ଏହି ମକ୍‌ ଡ୍ରିଲରେ ଜାତୀୟ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଵତନ୍ତ୍ର ରିଲିଫ କମିଶନର କାର୍ଯ୍ୟ।ଳୟ ଅଧିକାରୀ ସମେତ ବହୁ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

ପ୍ରଥମେ ରାଜ୍ୟ ଆପାତକାଳିନ ଅପରେସନ ସେଣ୍ଟର ,ଇଣ୍ଡିଆନ ସେଣ୍ଟର ଫର ଓସେନ ଇନଫରମେସନ ସର୍ଭିସେସ୍‌ ବା ଇନ୍‌କଏସ ସଂସ୍ଥା ବିପର୍ଯ୍ୟୟ ସମ୍ପର୍କିତ ବୁଲେଟିନ ଜାରି କରିଥିଲେ ।

ଏହି ବୁଲେଟିନ ସଙ୍ଗେସଙ୍ଗେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ପାଖକୁ ପଠାଯାଇଥିଲା ।

ସତର୍କତା ଅବଲମ୍ବନ କରିବାପାଇଁ ଓ ପ୍ରଭାବିତ ଲୋକଙ୍କୁ ଅନ୍ୟସ୍ଥାନକୁ ନେଇଯିବାପାଇଁ ଇନ୍‌କଏସ୍‌ ପକ୍ଷରୁ ପ୍ରାୟ ୬ ଟି ଏଲର୍ଟ ବା ୱାରନିଂ ମ୍ୟାସେଜ୍‌ ପଠାଯାଇଥିଲା ଯାହା ଜିଲ୍ଲାପାଳଙ୍କ ପାଖକୁ ତୁରନ୍ତ ପଠାଯାଇଥିଲା ।

୧୯୯୯ ମସିହାରେ ଓଡିଶା ଭୟଙ୍କର ମହାବାତ୍ୟାର ସମ୍ମୁଖୀନ ହୋଇଥିଲା। କେବଳ ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୮୦୯୦ ଜଣ ଲୋକ ପ୍ରାଣ ହରାଇଥିଲେ । ଏହା ପରଠାରୁ ସରକାର ବାତ୍ୟା ଓ ସୁନାମୀ ଆସିଲେ କିପରି ତାର ମୁକାବିଲା କରାଯିବ ସେ ସମ୍ପର୍କରେ ପ୍ରତିବର୍ଷ ବ୍ୟାପକ ପ୍ରସ୍ତୁତି କରିଥାନ୍ତି ।

ଓଡିଶା ଡଟ କମ

Exit mobile version