Site icon Odisha.com

ଓଡିଶାର ସଂଜୀବ ମହାନ୍ତି ‘ଜବଙ୍ଗ’ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ନିଯୁକ୍ତ

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ, ଅକ୍ଟୋବର ୩୧ (ଓଡିଶା ଡଟ କମ) ପ୍ରସିଦ୍ଧ ଫେସନ ଇ-କମର୍ଷ ୱେବ ସାଇଟ ‘ଜବଙ୍ଗ ଡଟ କମ  ପୂର୍ବତନ ବେନେଟୋନ ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ତଥା ଜଣାଶୁଣା ପ୍ରବାସୀ ଓଡିଆ ସଂଜୀବ ମହାନ୍ତିଙ୍କୁ ଏହାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାବେ ନିଯୁକ୍ତ କରିଛନ୍ତି ।

ସେ ଆସନ୍ତା ଡିସେମ୍ବରରେ ନିଜ ଦାୟିତ୍ଵ ଗ୍ରହଣ କରିବେ ।

ସେଣ୍ଟ ଜେଭିଆର ସ୍କୁଲ ବୋକାରୋରୁ ବିଜ୍ଞାନରେ ଇନଟରମିଡିଏଟ ତଥା ରେଭେନସା କଲେଜରୁ ବାଣିଜ୍ୟରେ ୧୯୯୩ ମସିହାରେ ଡିଗ୍ରୀ ହାସଲ କରିଥିବା ସଂଜୀବ ନେସନାଲ ଇନଷ୍ଟିଚ୍ୟୁଟ  ଅଫ ଫେସନ ଟେକ୍ନୋଲୋଜିରୁ ସ୍ନାତ୍ତକୋତ୍ତର ହାସଲ କରିଛନ୍ତି ।

ଭାରତରେ ବେନେଟୋନକୁ ସଫଳତାର ସହ ସ୍ଥାପନ କରିବା ସହ ଉକ୍ତ କମ୍ପାନୀର ବ୍ୟବସାୟକୁ ନିଜର ଏଗାର ବର୍ଷ କାର୍ଯ୍ୟକାଳ ମଧ୍ୟରେ ଦେଶର ଶ୍ରେଷ୍ଠ ଫେସନ ବ୍ରାଣ୍ଡ ଭାବେ ଛିଡା କରି ତୋଳିବାରେ ତାଙ୍କର ମୁଖ୍ୟ ଭୂମିକା ରହିଛି ।

ଓଡିଶା ଡଟ କମ

Exit mobile version