Site icon Odisha.com

ସୂର୍ଯ୍ୟନନ୍ଦନକୁ ‘ବେଷ୍ଟ ହୋଷ୍ଟିଂ’ ପାର୍ଟନର ପୁରସ୍କାର

ଓଡିଶା ଡଟକମ ସଂବାଦ ଦାତା

ଭୁବନେଶ୍ଵର , ନଭେମ୍ବର ୬ (ଓଡିଶା ଡଟ କମ)  ଭୁବନେଶ୍ବର ସ୍ଥିତ ୱେବ ହୋଷ୍ଟିଂ ସେବା ପ୍ରଦାନକାରୀ ସୁର୍ଯ୍ୟନନ୍ଦନ ଡଟ ନେଟକୁ ଏକ୍ଷେତ୍ରରେ ସେବା ପ୍ରଦାନ କରୁଥିବା ବିଶ୍ୱର ଅଗ୍ରଣୀ କମ୍ପାନୀ ଗୋଡାଡି ପୂର୍ବ ଭାରତରେ ନିଜର ଶ୍ରେଷ୍ଠ ପାର୍ଟନର ପୁରସ୍କାରରେ ସମ୍ମାନିତ କରିଥିବା ସୁର୍ଯ୍ୟନନ୍ଦନ ଡଟ ନେଟର ପ୍ରତିଷ୍ଠତା ପ୍ରଶାନ୍ତ ସାହୁ ଶୁକ୍ରବାର କହିଛନ୍ତି ।

ବିଶ୍ଵ ୱେବ ହୋଷ୍ଟିଙ୍ଗ ଡେ ଉପଲକ୍ଷେ ମୁମ୍ବାଇ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଏହି ପୁରସ୍କାର ତାଙ୍କ ସଂସ୍ଥାକୁ ପ୍ରଦାନ କରାଯାଇଥିବା ସାହୁ କହିଛନ୍ତି।

ଗୋଡାଡିର ହୋଷ୍ଟିଙ୍ଗ ବିଭାଗ ଉପାଧ୍ୟକ୍ଷ ଜେଫ କିଂ ଓ ଗୋଡାଡି ଇଣ୍ଡିଆ ଓ ଅଷ୍ଟ୍ରେଲିଆ ର ପରିଚାଳନା ନିର୍ଦ୍ଦେଶକ ରାଜୀବ ସୋଧିଙ୍କ ଠାରୁ ଦେଶ ଓ ଦେଶ ବାହାରୁ ଆସିଥିବା ପାଞ୍ଚ ଶହ ରୁ ଉର୍ଦ୍ଧ୍ଵ ହୋଷ୍ଟିଙ୍ଗ ସେବା ପ୍ରଦାନକାରୀ ସଂସ୍ଥାର ପ୍ରତିନିଧିଙ୍କ ସମ୍ମୁଖରେ ସାହୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଗତ ୧୬ ବର୍ଷ ହୋଷ୍ଟିଙ୍ଗ ସେବା ପ୍ରଦାନ କରିଆସିଥିବା ଆମ ସଂସ୍ଥା ପାଇଁ ଏହା ଏକ ମାଇଲ ଖୁଣ୍ଟ ବୋଲି ସାହୁ କହିବା ସହ ନିଜର ଗ୍ରାହକ, ଏବଂ ଗୋଡାଡି କର୍ତ୍ତୁପକ୍ଷଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।

ସୁର୍ଯ୍ୟନନ୍ଦନ ଡଟ ନେଟ ଓଡିଶା ଓ ଓଡିଶା ବାହାରେ ପ୍ରାୟ ୮,୫୦୦ ଗ୍ରାହକଙ୍କୁ ଡୋମେନ୍ ରେଜଷ୍ଟ୍ରେସନ୍, ୱେବ ହୋଷ୍ଟିଂ ଓ ୱେବସାଇଟ ଡିଜାଇନିଂ ସେବା ଯୋଗାଇଆସୁଛି ।

ଓଡିଶା ଡଟ କମ

Exit mobile version