Site icon Odisha.com

ଆଦିତ୍ୟ ପାଢ଼ୀ ମୁଖ୍ୟ ଶାସନ ସଚିବ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ନଭେମ୍ବର ୨୮ (ଓଡିଶା ଡଟ କମ) ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ୧୯୮୩ ବ୍ୟାଚ ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ । ଏ ନିଯୁକ୍ତି ସମ୍ପର୍କରେ ସରକାର ଶନିବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ଆଦିତ୍ୟ କୁମାର ପାଢୀ

ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ଗୋକୁଳ ଚନ୍ଦ୍ର ପତି ସୋମବାର ଅବସର ଗ୍ରହଣ କରୁଛନ୍ତି। ପାଢୀ ତାଙ୍କଠାରୁ ଦାୟିତ୍ଵ ଗ୍ରହଣ କରିବେ  । ଏହା ବ୍ୟତୀତ ସରକାର ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରୁଥିବା ଉପେନ୍ଦ୍ର ନାଥ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିଛନ୍ତି ।

ଠିକ ସେହିପରି ଅର୍ଥ ବିଭାଗ ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍ ବାଲକ୍ରିଷ୍ଣନ ଉନ୍ନୟନ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ବିଶାଲ ଦେବଙ୍କୁ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ସରକାର ନିଯୁକ୍ତ କରିଛନ୍ତି।

ଓଡିଶା ଡଟ କମ

Exit mobile version