Site icon Odisha.com

ପୂର୍ବତନ ରିଜର୍ଭ୍ ବ୍ୟାଙ୍କ ଡେପୁଟି ଗଭର୍ନରଙ୍କୁ ବିଦାୟ ସମ୍ବର୍ଧନା

khan

ଓଡିଶା ଡଟ କମ ସଂବାଦ ଦାତା

ମୁମ୍ବାଇ, ଅଗଷ୍ଟ ୫ (ଓଡିଶା ଡଟ କମ)  ରିଜର୍ଭ୍ ବେଂକର ଅବସରପ୍ରାପ୍ତ ଡେପୁଟି ଗଭର୍ନର୍ ହାରୁନ୍ ରଶିଦ ଖାନ୍ଂକୁ ମୁମ୍ବାଇ ସ୍ଥିତ ଓଡିଆ ସଂଗଠନ ଜଗନ୍ନାଥ କ୍ୟାନସର୍ ଏଡ ଫାଉଣ୍ଡେସନ ଓ ମୁମ୍ବାଇ ରେ ଅବସ୍ଥାପିତ ବିଶିଷ୍ଟ ବ୍ୟାଙ୍କର ମାନଂକ ସହଯୋଗରେ ଭବ୍ୟ ବିଦାୟ ସମ୍ବର୍ଧନା ଜ୍ଞାପନ କରାଯାଇଛି ।

ବସି ଠାରେ ଥିବା ଓଡିଆ ଭବନରେ ପ୍ରାୟ ଦେଢ ଶହ ଓଡିଆ ଏକତ୍ରିତ ହୋଇ ଶ୍ରୀ ଖାନ୍ଂକୁ ଏହି ସମ୍ବର୍ଧନା ଜଣାଇଥିଲେ । ଏହି ଅବସରରେ ଦେନା ବେଂକ୍ ରୁ ଅବସର ନେଇଥିବା ବରିଷ୍ଠ ଅଧିକାରୀ ଗୁରୁପ୍ରସାଦ ମହାନ୍ତି ଓ ତାଂକ ସ୍ତ୍ରୀ ଶ୍ରୀମତୀ ଗାୟତ୍ରୀ ମହାଂତିଂକୁ ମଧ୍ୟ ବିଦାୟ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା।

ଏଠାରେ ଉଲ୍ଲେଖନୀୟ ଯେ ହାରୁନ୍ ରଶିଦ ଖାନ୍ ପ୍ରଥମ ଓଡିଆ ଭାବରେ ରିଜର୍ଭ୍ ବେଂକର ଡେପୁଟି ଗଭର୍ନର୍ ପଦ ହାସଲ କରିଥିଲେ ।

ବେଂକ୍ ସେବା କୁ ସର୍ବ ସାଧାରଣ ପାଖରେ ପହଂଚାଇବାକୁ ତାଂକ ଅଧ୍ୟକ୍ଷତା ରେ ଗଠିତ ଖାନ୍ କମିଟି ଅଭିନବ ପ୍ରସ୍ତାବ ମାନ ଦେଇଥିଲେ ।

ତାଙ୍କ ନେତୃତ୍ଵରେ ଅର୍ଥନୈତିକ କ୍ଷେତ୍ରରେ ଅନେକ ସଫଳତା ମିଳି ପାରିଛି ବୋଲି ଶ୍ରୀ ଏ. ପି. ହୋତା, ସି ଇ ଓ , ଏନ.ପି.ସି.ଆଇ ଓ ମୃତ୍ୟୁଞ୍ଜୟ ମହାପାତ୍ର, ବରିଷ୍ଠ ଅଧିକାରୀ, ଷ୍ଟେଟ୍ ବେଂକ୍ ଅଫ ଇଣ୍ଡିଆ ପ୍ରମୁଖ ମତ ବ୍ୟକ୍ତ କରିଥିଲେ।

ଡ. ଏସ. ପଟନାୟକ ଓ ପି.କେ. ମହାଂତି ପ୍ରମୁଖ ନିଜ ନିଜ ମତ ରଖିଥିଲେ ।ବିଖ୍ୟାତ ଅଭିନେତା ପୁପିନ୍ଦର୍ କାର୍ୟକ୍ରମ ପରିଚାଳନା କରିଥିଲେ ।

ଓଡିଶା ଡଟ କମ

Exit mobile version