Site icon Odisha.com

କଥାଶିଳ୍ପୀ ବିଭୁତି ଭୁଷଣ ପ୍ରଧାନଂକ ଅକାଳ ବିୟୋଗ

405165_104962626335045_242221068_n

ଓଡିଆ ସାହିତ୍ୟର ଅନ୍ୟତମ ଶକ୍ତିଶାଳୀ ଗାଳ୍ପିକ, ଔପନ୍ୟାସିକ ତଥା ସ୍ତମ୍ଭକାର ବିଭୁତି ଭୁଷଣ ପ୍ରଧାନ ଆଉ ନାହାନ୍ତି ।ମାତ୍ର ୫୯ ବର୍ଷ ବୟସରେ ହୃଦଘାତରେ ତାଂକର ମୃତ୍ୟୁ ଘଟିଛି ।

୩ ଏପ୍ରିଲ୍ ୧୯୫୭ ରେ କେନ୍ଦ୍ରାପଡା ଜିଲାର ବଳରାମପୁର ରେ ସେ ଜନ୍ମ ଗ୍ରହଣ କରିଥିଲେ। ମହାବାତ୍ୟା ପରେ ପରେ ଗଳ୍ପ ପତ୍ରିକା “କଥା” ରେ ପ୍ରକାଶିତ ତାଂକର “ଯାତ୍ରା” ଉପନ୍ୟାସ ସେତେବେଳେ ବେଶ୍ ଚର୍ଚିତ ହୋଇଥିଲା ।

ଓଡିଶାର ପ୍ରାକୃତିକ ବିପର୍ୟୟ ଓ ତାର ସମାଜ ତାତ୍ତ୍ବିକ ଦିଗକୁ ନେଇ ଉପନ୍ୟାସ ରଚନା କରିବାରେ ତାଂକର ସମକକ୍ଷ କଥାଶିଳ୍ପୀ ଓଡିଶାରେ ବିରଳ। ତାଂକ ଘଟଣା, ଚରିତ୍ର ଓ ଚିତ୍ରାୟନ ଗୋଟେ ବିରଳ ଶିଳ୍ପ ର ନିର୍ମାଣ କରୁଥିଲା ।

ତାଂକର ଉପନ୍ୟାସ ଗୁଡିକ ମଧ୍ୟରେ ରହିଛି ଯାତ୍ରା, ଘଟ, ଦାହ, ନଟ, ଢେଉ ଓ ପୁସ୍ତକ ହାକିଂ । “ସମ୍ବାଦ’ ରେ ପ୍ରକାଶିତ ତାଂକର ସ୍ତମ୍ଭ ଗୁଡିକ “ଅର୍ଧସତ୍ୟ” ପୁସ୍ତକରେ ସଂକଳିତ ହୋଇଥିଲା । ଏହି ପ୍ରତିଭା ସମ୍ପନ୍ନ କଥାକାରଂକ ଅକାଳ ବିୟୋଗ ଓଡିଆ ସାହିତ୍ୟରେ ଶୋକର ଛାୟା ଖେଳାଇ ଦେଇଛି।

 

ଓଡିଶା ଡଟ କମ

Exit mobile version