Site icon Odisha.com

ମୁମ୍ବାଇ ପଶ୍ଚିମ ଓଡିଶା ପରିବାର ଦ୍ଵାରା ନୂଆଖାଇ ଭେଟ ଘାଟ

mumbaiମୁମ୍ବାଇ, ସେପ୍ଟେମ୍ବର ୨୭ (ଓଡିଶା ଡଟ କମ ) ପଶ୍ଚିମ ଓଡିଶା ପରିବାର ମୁମ୍ବାଇ ପକ୍ଷରୁ ମୁମ୍ବାଇରେ ଗତ ରବିବାର ଦାଦର ଠାରେ ଥିବା ସ୍ଵତନ୍ତ୍ର ବୀର ସାବରକର ଅଡିଟୋରିଆମ ଠାରେ ନୂଆଖାଇ ଭେଟ ଘାଟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବ୍ୟାପକ ଜନସମାଗମ ମଧ୍ୟରେ ପାଳନ ହୋଇଛି।

ଏନାର୍ଜୀ ଭିଜିଲାନସ କମିଶନ ମହାରାଷ୍ଟ୍ରର ଅଧକ୍ଷ୍ୟ ପ୍ରଦୀପ ବାଭନିସକର ଓ ତାଙ୍କ ପତ୍ନୀ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପଞ୍ଚାୟତିରାଜ ମନ୍ତ୍ରାଳୟର ଯୁଗ୍ମ ସଚିବ ସଂଜୀବ ପାଟଯୋଶୀ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରେସିଡେନଟ ଅଫ ଇଣ୍ଡିଆ ଆୱାର୍ଡ ୨୦୧୬ ପାଇ ପଶ୍ଚିମ ଓଡିଶାକୁ ଗୌରବାନ୍ଵିତ କରିଥିବାରୁ ପାଟଯୋଶୀଙ୍କୁ ସମ୍ମାନିତ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ର ବିଶିଷ୍ଟ ଚଳଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ସାଧୁ ମେହେର ଉଦବୋଧନ ଦେଇଥିଲେ । ମୁମ୍ବାଇ ଠାରେ ନୂଆଖାଇ ଭେଟ ଘାଟ ପାଳନର ଦଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ମରଣିକା ଜୁହାର ୨୦୧୬ ଉନ୍ମୋଚିତ କରଯାଇଥିଲା ।

ବଲିଉଡ ଚିତ୍ର ତାରକା ଟାଇଗର ସରଫ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବ ରେ ବଲାଙ୍ଗିର ଜିଲ୍ଲାର ଲୋଇସିଙ୍ଘାରୁ ଆସିଥିବା କଳାକାର ଡାଳଖାଇ, ରସରକେଲି, ଓ ରଙ୍ଗବତୀ ଆଦି ନୃତ୍ୟ ପରିବେଷଣ କରିଥିଲେ ।

ବରିଷ୍ଠ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଶ୍ରୀକାନ୍ତ ଚାଟାର୍ଜୀ କଳାକାର ମଣ୍ଡଳୀକୁ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ ପାଇଁ ମାନପତ୍ର ପ୍ରଦାନ କରିଥିଲେ । ଏହି ଉତ୍ସବରେ ଶିକ୍ଷା ଓ ଅନ୍ୟ ବିଭାଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବିଭିନ୍ନ ଛାତ୍ର ଓ ଛାତ୍ରୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରଯାଇଥିଲା

ଓଡିଶା ଡଟ କମ

Exit mobile version