Site icon Odisha.com

ପଦ୍ମଶ୍ରୀ ସାଧୁ ମେହେରଙ୍କୁ ମୁମ୍ବାଇ ଓଡ଼ିଆଙ୍କ ସମ୍ବର୍ଦ୍ଧନା

ମୁମ୍ବାଇ : ମୁମ୍ବାଇ ଏବଂ ନବୀ ମୁମ୍ବାଇ ରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ଗତ ସପ୍ତାହରେ ପଦ୍ମଶ୍ରୀ ସମ୍ମାନ ରେ ବିଭୂଷିତ ବିଶିଷ୍ଟ ଚଳଚିତ୍ର ନାୟକ ଏବଂ ନିର୍ଦେଶକ ସାଧୁ ମେହେରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ | ଶହେ ରୁ ଅଧିକ ଓଡ଼ିଆ ନବୀ ମୁମ୍ବାଇ ସ୍ଥିତ ଓଡିଶା ଭବନ ରେ ଏକାଠି ହୋଇଥିଲେ |ସାଧୁ ମେହେର
ଭୂତତ୍ୱ ବିଜ୍ଞାନୀ ରବି ବସ୍ତିଆ ଯେ କି ନିଜେ ଜଣେ ପଦ୍ମଶ୍ରୀ ମେହେରଙ୍କୁ ଉପଢୌକନ ସହ ସମ୍ମାନିତ କରିଥିଲେ | ମେହେର ନିଜର ଚାଳିଶ ବର୍ଷର କାର୍ଯ୍ୟକଲା ଭିତରେ ଅନେକ ହିନ୍ଦୀ ଓ ଓଡ଼ିଆ ଚଳଚିତ୍ର ରେ ଅଭିନୟ କରିଛନ୍ତି |

ସେ ଅଂକୁର ଚଳଚିତ୍ର ପାଇଁ ଶ୍ରେଷ୍ଠ ନାୟକ ଭାବରେ ଜାତୀୟ ପୁରସ୍କାର ଲାଭ କରିଥିଲେ | ମେହେର ନିଜ କାର୍ଯ୍ୟ ଜୀବନ ର କିଛି ଅନୁଭୂତି ବର୍ଣ୍ଣନା କରିଥିଲେ | ଓଡ଼ିଆ ଚଳଚିତ୍ର ଜଗତର ବିକାଶ ଏବଂ ଅଧିକ ଶିଶୁ ଚଳଚିତ୍ର ନିର୍ମାଣ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ |

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମେହେରଙ୍କ ଦ୍ୱାରା ଅଶୀ ଦଶକ ରେ ନିର୍ଦେଶିତ ବାବୁଲା ଶିଶୁ ଚଳଚିତ୍ର ଉଚ୍ଚ ପ୍ରଶଂସିତ ହୋଇଥିଲା | ବିଭୁତି ରଥ, ଡ଼ାଃ ପ୍ରଶାନ୍ତ ମହାନ୍ତି ସଭା ପରିଚାଳନା କରିଥିଲେ |

Exit mobile version