ସମଦୃଷ୍ଟି

ଅଭିବୃଦ୍ଧିର ଆନୁମାନିକ ଆକଳନ

କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସି.ଏସ୍.ଓ) ଅକ୍ଟୋବର – ଡିସେମ୍ବର ୨୦୧୭ ପାଇଁ ନିଜର ଦ୍ୱିତୀୟ ଆଗୁଆ ଆକଳନ କରି କହିଛନ୍ତି ଯେ ଭାରତର ସାମଗ୍ରିକ ଘରୋଇ ଉତ୍ପାଦନର ଅଭିବୃଦ୍ଧି ଏହି ସମୟକାଳ ପାଇଁ ଶତକଡ଼ା ୭ଭାଗ ରହିବ, ଯେତେବେଳେ କି ସମଗ୍ର ଅର୍ଥନୀତି ବିମୁଦ୍ରାୟନର ପ୍ରଭାବରେ ଦୋଦୁଲ୍ୟମାନ ଅବସ୍ଥାରେ ଅଛି ।

ଦ୍ୱିତୀୟ ଆଗୁଆ ଆକଳନଟି ଯାହା ସମଗ୍ର ବର୍ଷଟି ପାଇଁ ମଧ୍ୟ ଅଭିବୃଦ୍ଧିର ଆକଳନ କରିଛି, ୨୦୧୬-୧୭ ପାଇଁ ଅଭିବୃଦ୍ଧିର ହାର ଶତକଡ଼ା ୭.୧ରହିବ ବୋଲି କହିଛି । ପ୍ରଥମ ଆଗୁଆ ଆକଳନଟି ଅଭିବୃଦ୍ଧିର ହାର ପ୍ରାୟତଃ ଏକା ଥିଲା ।

୨୦୧୫-୧୬ ପାଇଁ କରାଯାଇଥିବା ଅଭିବୃଦ୍ଧିର ଆକଳନ ୭.୬ ପ୍ରତିଶତ ତୁଳନାରେ ବର୍ତମାନର ଆକଳନ ମାତ୍ର ଅଧା ପ୍ରତିଶତ ପଏଂଟ କମ୍ । ଏଭଳି ସବୁ ଆକଳନ କେନ୍ଦ୍ରୀୟ ପରିସଂଖ୍ୟାନ ସଂସ୍ଥାଟିର ଆଗୁଆ ତଥା ଅସ୍ଥାୟୀ ଆକଳନ କରିବାର ପଦ୍ଧତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରେ ।

ଯଦିଓ ଭାରତର ମୁଖ୍ୟ ପରିସଂଖ୍ୟାନଦାତା, ଟି.ସି.ଏ. ଅନନ୍ତ ସ୍ୱୀକାର କରି କହିଛନ୍ତି ଯେ, ଅର୍ଥନୀତିର ଅଭିବୃଦ୍ଧିକୁ ନେଇ କରାଯାଇଥିବା ସଦ୍ୟତମ ଆକଳନରୁ ନୋଟ୍ବନ୍ଦୀର ଅର୍ଥନୀତି ଉପରେ କ’ଣ ପ୍ରଭାବ ପଡ଼ିଛି ଜାଣିବା ପାଇଁ ସେଭଳି କିଛି ସିଦ୍ଧାନ୍ତରେ ସେ ପହଂଚି ପାରିବେନି; କିଛି ନିର୍ଦ୍ଦିଷ୍ଟ ସରକାରୀ ପ୍ରବକ୍ତା ଅତିରଞ୍ଜିତ ପ୍ରତିକ୍ରିୟା ପ୍ରକାଶ କରି ଦାବୀ କରିଚାଲିଛନ୍ତି ଯେ ବିମୁଦ୍ରାୟନର ପରିଣାମକୁ ନେଇ ଯେଉଁଭଳି ଅତିରଞ୍ଜନ କରାଯାଇଛି, ତା’ର କିଛି ଆଧାର ନାହିଁ ।

ଯାହା ପୂର୍ବରୁ ଜଣାପଡ଼ୁଥିଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉତରପ୍ରଦେଶରେ ନିଜ ନିର୍ବାଚନ ବକ୍ତବ୍ୟମାନଙ୍କର ଏହି ଅଭିବୃଦ୍ଧିର ଆନୁମାନିକ ଆକଳନ କଥା ଦର୍ଶାଉଥିଲେ । କେନ୍ଦ୍ରୀୟ ପରିସଂଖ୍ୟାନ ସଂସ୍ଥା ଅଭିବୃଦ୍ଧିର ଦୁଇ ପ୍ରକାର ତଥ୍ୟ ପ୍ରଦାନ କରିଛନ୍ତି : ସାମଗ୍ରିକ ଘରୋଇ ଉତ୍ପାଦନ ବା ଜି.ଡ଼ି.ପିର ବଜାର ଦର ଏବଂ ମୂଳ ଦର (ପ୍ରକୃତ ଦରରେ ମଧ୍ୟ)ରେ ଯେଉଁ ସାମଗ୍ରିକ ମୂଲ୍ୟଯୁକ୍ତ କରାଯାଇଛି ।

୨୦୧୬-୧୭ ମସିହାରେ ସାମଗ୍ରିକ ଘରୋଇ ଉତ୍ପାଦନରେ ମୂଳ ଦରରେ ଶତକଡ଼ା ୬.୭ଭାଗ ସାମଗ୍ରିକ ମୂଲ୍ୟଯୁକ୍ତ କରାଯାଇଥିବା ବେଳେ ୨୦୧୫-୧୬ ତୁଳନାରେ ଏହା ୧.୧ ପ୍ରତିଶତ ବା ୧.୧୫ଲକ୍ଷ କୋଟି ଟଙ୍କା କମ୍ ।

ଏହି ପରିସଂଖ୍ୟାନ ସ୍ପଷ୍ଟ ଭାବେ ଆୟରେ କ୍ଷତି, ନିଯୁକ୍ତି ହ୍ରାସ ଏବଂ ଅଣସଙ୍ଗଠିତ କ୍ଷେତ୍ର ତଥା ପରିବାର ଗୁଡ଼ିକରେ କ୍ରୟ ଶକ୍ତିର ପ୍ରକୃତ ହ୍ରାସ ଯାହା ସବୁ ବିମୁଦ୍ରାୟନ ଯୋଗୁଁ ଘଟିଛି, ସେସବୁ କଥାକୁ ଇଙ୍ଗିତ କରୁଛି ।

ମୂଳ ଦରରେ ସାମଗ୍ରିକ ମୂଲ୍ୟଯୁକ୍ତ କରିବା ପ୍ରକ୍ରିୟା ପରୋକ୍ଷ କରଗୁଡ଼ିକୁ ସାମିଲ କରି ନଥାଏ ଏବଂ ପୁରୁଣା ଢାଂଚାରେ ଜି.ଡ଼ି.ପି.ର ଆକଳନ କରିବାର ପଦ୍ଧତିର ଏହା ନିକଟତର । ଅତୀତରେ ପ୍ରକୃତ ଅଭିବୃଦ୍ଧି ହାର ଜାଣିବା ପାଇଁ ଏହିଭଳି ପଦ୍ଧତିର ପ୍ରୟୋଗ କରାଯାଉଥିଲା । ଏହା ନିଶ୍ଚିତ ଯେ ଏହି ପୁରୁଣା ପଦ୍ଧତିର ଅର୍ଥନୈତିକ ସିଦ୍ଧାନ୍ତରେ ଏକ ବଳିଷ୍ଠ ଭିତିଭୂମି ଥିଲା ।

ନୂଆ ପଦ୍ଧତିରେ ଯେଉଁ ଜି.ଡ଼ି.ପି.କୁ ନେଇ ଆକଳନ କରାଯାଉଛି, ସେଥିରେ ପରୋକ୍ଷ ଟିକସ ସାମିଲ କରାଯାଇଥିବା ଯୋଗୁଁ ସେପରି ବୃଦ୍ଧି ସମ୍ଭବ ହୋଇପାରିଛି । ତାକୁ ଆମେ ଦୁଇ ଦୁଇ ଥର ଗଣାଯାଇଛି ବୋଲି କହିପାରିବା କାରଣ ଅଧିକ ଟିକସ ପାଇବାଟି ଅଧିକ ଖର୍ଚ୍ଚ ଆଡ଼କୁ ବାଟ କଡ଼େଇବ ଯଦ୍ୱାରା ଅଧିକ ମୂଲ୍ୟଯୁକ୍ତ କରାଗଲା ବୋଲି ଧରିନିଆଯିବ ।

ଯେଉଁ ସବୁ କାରଣଗୁଡ଼ିକ ପାଇଁ ସାମଗ୍ରିକ ମୂଲ୍ୟରେ ଶତକଡ଼ା ୬.୭ ଭାଗ ବୃଦ୍ଧି ଘଟିଲା, ସେ ଭିତରେ ଅଛି- କୃଷି ଉତ୍ପାଦନରେ ବୃଦ୍ଧି ଯାହା କ୍ରମାଗତ ଦୁଇବର୍ଷ ମରୁଡ଼ି ହେବାଯୋଗୁଁ ଗତବର୍ଷ ଶତକଡ଼ା ୦.୩ ଭାଗ ଥିଲା, ତାହା ଶତକଡ଼ା ୪.୪ ଭାଗରେ ପହଂଚିଲା । ସାଧାରଣ ପ୍ରଶାସନ କ୍ଷେତ୍ରରେ ଅଧିକ ଖର୍ଚ୍ଚ (ଶତକଡ଼ା ୬.୯ଭାଗରୁ ଆସି ଶତକଡ଼ା ୧୧.୨ ଭାଗରେ ପହଂଚିଲା ।)

ଯେଉଁଠି ସରକାରୀ କର୍ମଚାରୀଙ୍କୁ ଦରମା ପ୍ରଦାନ କରାଗଲା । ଭାରତର ରାଜସ୍ୱ ଖର୍ଚ୍ଚ (ମୋଟ ସୁଧ ପୈଠ ବାବଦରେ) ସମ୍ଭବପର ହୋଇପାରୁଛି ପରୋକ୍ଷ ଟିକସ ଆଦାୟ କ୍ଷେତ୍ରରେ ଉନ୍ନତି ଆସିବା ଯୋଗୁଁ ଏବଂ ଦୁଇଟି ଅତିରିକ୍ତ ଖର୍ଚ୍ଚ ଦାବୀ ସଂସଦ ଅନୁମୋଦନ କରି ସରକାରୀ ଖର୍ଚ୍ଚକୁ ବଢ଼ାଇଥିବା ହେତୁ । ଏସବୁ ବାର୍ଷିକ ତଥ୍ୟ ।

ଏମିତିକି ୨୦୧୬-୧୭ର ତୃତୀୟ ତ୍ରୟମାସିକ ସମୟକାଳ ପାଇଁ କରାଯାଇଥିବା ଆକଳନରେ କୃଷି ଓ ସାଧାରଣ ଖର୍ଚ୍ଚବୃଦ୍ଧିରେ ଯଥେଷ୍ଟ ଉନ୍ନତି ପରିଲଖିତ ହେଉଛି ।

କିନ୍ତୁ ଜାତୀୟ ଆୟକୁ ନେଇ ଯେଉଁ ଆଗୁଆ ଆକଳନ କରାଯାଇଛି ସେଥିରେ ଅଧିକାଂଶ ଅନ୍ୟ କ୍ଷେତ୍ରରେ ଅଭିବୃଦ୍ଧି ହାର ବର୍ଷକୁ ବର୍ଷ କମି କମି ଯାଉଛି । କୃଷି, ସାଧାରଣ ପ୍ରଶାସନ ସହ ବିଦ୍ୟୁତ କ୍ଷେତ୍ର ଭଳି ତିନୋଟି ପ୍ରମୁଖ ଅଭିବୃଦ୍ଧି କ୍ଷେତ୍ରଗୁଡ଼ିକୁ ଛାଡ଼ିଦେଲେ, ଅନ୍ୟ ୫ଟି ବୃହତ୍ କ୍ଷେତ୍ରରେ ଅଭିବୃଦ୍ଧିର ହ୍ରାସ ଘଟିଛି ।

୨୦୧୫-୧୬ରେ ଯେଉଁସବୁ କ୍ଷେତ୍ରରେ ଅଭିବୃଦ୍ଧି ଶତକଡ଼ା ୯.୮ଭାଗ ଥିଲା ତାହା ୨୦୧୬-୧୭ବେଳକୁ ଶତକଡ଼ା ୬.୪ ଭାଗକୁ ଖସି ଆସିଛି । ସେହିଭଳି ୨୦୧୬-୧୭ର ତୃତୀୟ ତ୍ରୟମାସିକ ଆକଳନରେ ମଧ୍ୟ ୫ଟି ବୃହତ୍ତ୍ତକ୍ଷେତ୍ର ପାଇଁ କରାଯାଇଥିବା ଆକଳନରେ ବଡ଼ ଧରଣର ହ୍ରାସ ଘଟିଛି ।

ଯେଉଁସବୁ କ୍ଷେତ୍ରରେ ଅଭିବୃଦ୍ଧି ଗତବର୍ଷ ଶତକଡ଼ା ୧୦ ଭାଗ ଥିଲା ତାହା ୨୦୧୬-୧୭ର ତୃତୀୟ ତ୍ରୟମାସିକ ଆକଳନ ବେଳକୁ ଶତକଡ଼ା ୫.୭ ଭାଗକୁ ଖସି ଆସିଛି ।

ଜାତୀୟ ଆୟରେ ଏଭଳି ହ୍ରାସ ଘଟିବା ବିମୁଦ୍ରାୟନର ସିଧାସଳଖ ପ୍ରଭାବକୁ ଇଙ୍ଗିତ କରୁଛି । ୨୦୧୬-୧୭ର ତୃତୀୟ ତ୍ରୟମାସିକ ଆକଳନ ଏବଂ ପୁରା ବର୍ଷକ ପାଇଁ ଆକଳନରେ ୫ଟି କ୍ଷେତ୍ର ପାଇଁ ଯେଉଁ ସାମଗ୍ରିକ ମୂଲ୍ୟଯୁକ୍ତ ଆକଳନ କରାଯାଇଛି ଉଭୟଟିରେ ଉତ୍ପାଦନ କ୍ଷେତ୍ରର ଅଣ ସଙ୍ଗଠିତ ବର୍ଗ ଏବଂ ଅନ୍ୟାନ୍ୟ ଅଣ-ଆର୍ଥିକ କ୍ଷେତ୍ରକୁ ସାମିଲ କରାଯାଇଛି ।

ଅଣ ଔପଚାରିକ କ୍ଷେତ୍ର ପାଇଁ ନୂଆ ଶୃଙ୍ଖଳାରେ ଯେଉଁ ଆକଳନ କରାଯାଉଛି ତାହା ୨୦୧୧-୧୨ର ଫଳପ୍ରଦ ଶ୍ରମ ବିନିଯୋଗ ପଦ୍ଧତି ଭିତିରେ ପରବର୍ତୀ ସଂଶୋଧିତ ଆକଳନ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇଥାଏ ।

କିନ୍ତୁ ଅତି ନିକଟତମ ସମୟର ଆକଳନଗୁଡ଼ିକ ପ୍ରସ୍ତୁତ କରିବା ବେଳେ ଔପଚାରିକ ଅର୍ଥନୈତିକ ସୂଚକାଙ୍କଗୁଡ଼ିକର ବ୍ୟବହାର କରାଯାଇଥାଏ ଯାହାକି ନିଶ୍ଚିତ ଭାବେ କମ୍ ସଠିକ୍ ଥାଏ ।

ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମସ୍ତ ରିପୋର୍ଟଗୁଡ଼ିକ ଯାହା ସୂଚାଇ ଦେଉଛି, ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ବିମୁଦ୍ରାୟନ ଯୋଗୁଁ ଆତ୍ମନିଯୁକ୍ତି କ୍ଷେତ୍ର ଏବଂ ଅଣସଙ୍ଗଠିତ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ବିଶେଷ କଥାଟି ହେଲା ଯେ ସରକାରଙ୍କର ସଦ୍ୟତମ ତଥ୍ୟରେ ଏହିସବୁ କ୍ଷେତ୍ରରେ ପଡ଼ିଥିବା ଭୟଙ୍କର ପ୍ରଭାବକୁ ହିସାବକୁ ନିଆଯାଇ ନାହିଁ ।

ସେହି ଦୃଷ୍ଟିରୁ ତୃତୀୟ ତ୍ରୟମାସିକରେ ସାମଗ୍ରିକ ମୂଲ୍ୟଯୁକ୍ତ ପାଇଁ ଯେଉଁ ଆକଳନ କରାଯାଇଛି, ସେଥିରେ ଦେଖାଯାଉଥିବା କ୍ଷତିଟି ଆହୁରି ଅଧିକ ଜଣାପଡ଼ିବ ଯଦି ଆମେ ବିମୁଦ୍ରାୟନର ପ୍ରଭାବକୁ ହିସାବକୁ ନେବା ।

କେନ୍ଦ୍ରୀୟ ପରିସଂଖ୍ୟାନ ସଂସ୍ଥାର ଆଗୁଆ ଆକଳନକୁ ବ୍ୟବହାର କରି ଶାସକମଣ୍ଡଳୀ ଦାବୀ କରୁଛନ୍ତି ଯେ ବିମୁଦ୍ରାୟନ ଅର୍ଥନୀତିକୁ କିଛି କ୍ଷତି ପହଂଚାଇ ନାହିଁ । ଯଦି ଆଗୁଆ ଆକଳନକୁ ଆଧାର କରି ଏଭଳି ଏକ ବୁଝାମଣା ସୃଷ୍ଟି ହୋଇପାରୁଛି ତେବେ ଆଗୁଆ ଆକଳନରୁ ଆରମ୍ଭ କରି ଅନ୍ତିମ ଆକଳନ ଯାଏଁ ପ୍ରତ୍ୟେକ ସ୍ତରରେ ନିର୍ଭରଯୋଗ୍ୟ ଆକଳନ ପ୍ରସ୍ତୁତ କରିବା ପାଇଁ ଆମ ପରିସଂଖ୍ୟାନ ବ୍ୟବସ୍ଥା ପ୍ରତି ଏହା ଏକ ବିରାଟ ଆହ୍ୱାନ ।

ଆକଳନର ପ୍ରାଥମିକ ପର୍ଯ୍ୟାୟରେ ଔପଚାରିକ କ୍ଷେତ୍ରରୁ ମିଳୁଥିବା ତଥ୍ୟକୁ ଭିତି କରି ଅଣ-ଔପଚାରିକ କ୍ଷେତ୍ର ପାଇଁ ପୂର୍ବାନୁମାନ କରି ଆକଳନ କରିବା ବାସ୍ତବରେ ବିଭ୍ରାନ୍ତିକର ଫଳାଫଳ ଦେଇପାରେ । ଆମକୁ ଅଧିକ ପ୍ରତ୍ୟକ୍ଷ ସୂଚକାଙ୍କର ଆବଶ୍ୟକତା ଅଛି ଯାହା ଅତି କ୍ଷୀଣ ନମୂନା ଉପରେ ବି ଆଧାରିତ ହୋଇପାରେ ଏବଂ ଯାହା ଅଣଔପଚାରିକ କ୍ଷେତ୍ରରେ ବେଂଚମାର୍କ ଆକଳନଗୁଡ଼ିକୁ ଆଗକୁ ନେଇପାରିବ ।

୨୦୧୬-୧୭ର ତୃତୀୟ ତ୍ରୟମାସିକ ଆକଳନର ଫଳାଫଳ ସ୍ପଷ୍ଟ ଭାବେ ଆଗୁଆ ଆକଳନର ଅନ୍ତର୍ନିହିତ ସୀମାଟିକୁ ଉନ୍ମୋଚିତ କରୁଛି, ଯାହାକି କେବଳ ଅର୍ଥନୀତିକୁ ନିଷ୍ଠାପର ଭାବେ ନିରୀକ୍ଷଣ କରୁଥିବା ଲୋକମାନଙ୍କୁ ଚକିତ କରୁନାହିଁ ବରଂ କ୍ଷତିକାରକ ଓ ବିଭ୍ରାନ୍ତିକର ଅର୍ଥନୈତିକ ନୀତିଗୁଡ଼ିକୁ କିଭଳି ସୁରକ୍ଷା ଯୋଗାଇହେବ ସେ ସମ୍ବନ୍ଧରେ ସରକାରଙ୍କୁ ସହଯୋଗ କରୁଛି ।

କେନ୍ଦ୍ରୀୟ ପରିସଂଖ୍ୟାନ ସଂସ୍ଥାର ଆକଳନଗୁଡ଼ିକୁ ଆମୂଳଚୁଳ ପରିବର୍ତନ ନକରାଗଲେ ସେସବୁ ସରକାରଙ୍କ ପାଇଁ ଏକ ଧୁମ୍ରାଭ ପରଦା ଭଳି କାମ କରିବ କିନ୍ତୁ ସେସସବୁ ସନ୍ଦେହର କଳା ବାଦଲ ଭିତରେ ବନ୍ଦୀ ହୋଇ ରହିଯିବେ ।

( Growth Guesstimates- MARCH 11, 2017 VOL L II NO 10- EPW EDITORIAL )

Leave a Reply

This site uses Akismet to reduce spam. Learn how your comment data is processed.