ଓଡିଶା ନ୍ୟୁଜ/ Odisha News
ସମଦୃଷ୍ଟି

ସୁନା ମାଠିଆରେ ବାଡ଼େଇ ହେବା

ଭାରତ ଏବେ ଆମେରିକାର ସପ୍ତମ ନୌଭେଳାକୁ ସେବା ଯୋଗାଇ ଦେବା କଥାଟି ଭାରତ-ଆମେରିକା ସମ୍ପର୍କ ଭିତରେ ଆସିଥିବା ବିରାଟ ପରିବର୍ତ୍ତନକୁ ଇଙ୍ଗିତ କରୁଛି ।

୧୯୭୧ରେ ଡିସେମ୍ବର ମାସରେ ଯେତେବେଳେ ଭାରତୀୟ ସେନା ଓ ବାଂଲାଦେଶର ମୁକ୍ତିବାହିନୀ ବିଜୟର ନିକଟତର ହେଉଥିଲେ , ସେତେବେଳେ ଭାରତୀୟ ସେନାଙ୍କୁ ଭୟଭୀତ କରାଇବା ପାଇଁ ଦକ୍ଷିଣ ଭିଏତ୍ନାମଠାରେ ଅବସ୍ଥିତ ସପ୍ତମ ନୌଭେଳାରୁ ଆମେରିକା ୧୦ଟି ଜାହାଜକୁ ଧରି ଏକ ଟାସ୍କଫୋର୍ସ ଗଠନ କରି ପଠାଇଥିଲା ।

ତା ପୂର୍ବରୁ ୧୯୭୧, ଅଗଷ୍ଟ ମାସରେ ଭାରତ ସୋଭିଏତ୍ ସଂଘ ସହ ଏକ ଶାନ୍ତି, ମୈତ୍ରୀ ଓ ସହଯୋଗର ଚୁକ୍ତି ସ୍ୱାକ୍ଷରିତ କରିଥିଲା ଯାହାର ଧାରା ୯ରେ ନୂଆଦିଲ୍ଲୀ ପାଇଁ ପ୍ରତିଶ୍ରୁତିଟିଏ ଥିଲା ଯେ ଯଦି ଭାରତ ପ୍ରତି ବିପଦ ଆସେ ବା ତାହାର ନିରାପତା ବିପନ୍ନ ହୁଏ, ତେବେ ଭାରତର ସୁରକ୍ଷା ପାଇଁ ସୋଭିଏତ୍ ସଂଘ ଆଗକୁ ଆସିବ ।

ବାସ୍ତବରେ ମଧ୍ୟ ଆମେରିକୀୟ ସପ୍ତମ ନୌଭେଳା ଆଡ଼ୁ ଥିବା ବିପଦକୁ ଏଡ଼େଇବା ପାଇଁ ଭାରତ ମହାସାଗରରେ ସୋଭିଏତ୍ ସଂଘର ଯୁଦ୍ଧ ଜାହାଜ, ଜାହାଜ ଧ୍ୱଂସକାରୀ ଜାହାଜ ଓ ବୁଡ଼ାଜାହାଜ ସେମାନଙ୍କ ପିଛା କରିଥିଲା ।

ଶୀତଳ ଯୁଦ୍ଧର ଅବସାନ ପରେ ଏବଂ ସୋଭିଏତ୍ ସଂଘର ବିଘଟନ ପୂର୍ବରୁ ନୂଆଦିଲ୍ଲୀ ତୁରନ୍ତ ପଟ୍ଟ ପରିବର୍ତ୍ତନ କରି ଦେଇଥିଲା । ପ୍ରଥମ ଗଲଫ୍ ଯୁଦ୍ଧ (ଅଗଷ୍ଟ ୧୯୯୦-ଫେବୃୟାରୀ ୧୯୯୧) ବେଳେ ହିଁ ଭାରତ ମାଟିରେ ଜାହାଜରେ ଇନ୍ଧନ ଭରଣ ପାଇଁ ଆମେରିକୀୟ ଯୁଦ୍ଧ ଜାହାଜଗୁଡ଼ିକୁ ଅନୁମତି ଦେଇଥିଲା ।

ଅଗଷ୍ଟ ୨୦୧୬ରେ ପରସ୍ପର ଭିତିଭୂମିକୁ ବ୍ୟବହାର ପାଇଁ ହୋଇଥିବା ବୁଝାମଣା ସ୍ୱାକ୍ଷରିତ ହେବା ପରେ /(ଯାହାକୁ ଲେମୋଆ) ବା Logistics Exchange Memorandum of Agreement କୁହାଯାଉଛି) ଉଭୟ ଦେଶର ସେନାବାହିନୀ ନିକଟତର ହେବା ପାଇଁ ସୁଯୋଗ ସୃଷ୍ଟି ହୋଇଛି ।

ଏହି ବୁଝାମଣା ଦ୍ୱାରା ପରସ୍ପରର ସାମରିକ ଭିତିଭୂମିକୁ ବିମାନରେ ଇନ୍ଧନ ଭରିବା ପାଇଁ ମରାମତି ପାଇଁ, ସରିଯାଉଥିବା ଜିନିଷଗୁଡ଼ିକର ପୁନଃଯୋଗାଣ ପାଇଁ ବ୍ୟବହାର କରାଯାଇପାରିବ ।

୨୦୧୬ ମସିହା ଅଗଷ୍ଟ ମାସରେ ପେଂଟାଗନ୍ (ଆମେରିକା ସାମରିକ ବାହିନୀର ମୁଖ୍ୟ କାର୍ଯ୍ୟାଳୟ)ଠାରେ ଆୟୋଜିତ ଗଣମାଧ୍ୟମମାନଙ୍କ ପାଇଁ ଏକ ସଂଯୁକ୍ତ ଅଭିଭାଷଣ ବେଳେ ଆମେରିକାର ରକ୍ଷାମନ୍ତ୍ରୀ କହିଥିଲେ ଯେ, ଏହି ବୁଝାମଣା ଯୋଗୁଁ ‘ଆମେ ଯେତେବେଳେ ଚାହିଁବୁ ଏକାଠି କାର୍ଯ୍ୟାନୁଷ୍ଠାନ କରିବା ସହଜ ହେବ ।’

ଏହା ‘ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ ସୈନ୍ୟତନ୍ତ୍ରକୁ ଅଧିକ ସହଜ କରିଦିଏ ଏବଂ ବହୁତ ଅଧିକ ଦକ୍ଷ ମଧ୍ୟ କରାଇଦିଏ ।’

ସେତେବେଳେ ତାଙ୍କର ଭାରତୀୟ ପ୍ରତିପକ୍ଷ ଥିବା ମନୋହର ପାରିକର ସହମତ ହୋଇ କହିଥିଲେ ଯେ, ଏହି ବୁଝାମଣାଟି ‘ପରସ୍ପର ନୌଭେଳାକୁ ସୈନିକ ଭିତିଭୂମିର ସହଯୋଗ କରିବ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ।’

ଆମେ ସଠିକ ଜାଣିନାହୁଁ କିନ୍ତୁ ଯାହା ଜଣାପଡ଼ୁଛି ଯେ, ଏହି ବୁଝାମଣାଟି ଭାରତୀୟ ମାଟି ଓ ବନ୍ଦରକୁ ବ୍ୟବହାର କରି ଆଗୁଆ ସାମରିକ ସାମଗ୍ରୀ ବା ସୈନିକ ମୁତୟନ କରିବ ପାଇଁ ଆମେରିକାକୁ ସୁଯୋଗ ଦେବ ।

ଏହି ବୁଝାମଣା ଲେମୋଆ ୬ରୁ ୭ମାସ ସମୟ ନେଇଛି ରୂପ ନେବା ପାଇଁ ।

ଏହିବର୍ଷ ଫେବୃୟାରୀ ମାସରେ ଅନିଲ ଧିରୁଭାଇ ଅମ୍ବାନୀ ଗୋଷ୍ଠୀର ରିଲାଏନ୍ସ ଡିଫେନସ୍ ଓ ଇଞ୍ଜିନିୟରିଂ କମ୍ପାନୀ ଗୋଟିଏ ‘ଜାହାଜ ମରାମତି ରାଜିନାମା’ କରିଛି ଯାହାଫଳରେ, ୭ମ ନୌଭେଳାର ଯୁଦ୍ଧଜାହାଜ ଓ ଅନ୍ୟାନ୍ୟ ସହଯୋଗୀ ଜାହାଜଗୁଡ଼ିକର ମରାମତି କରାଯାଇପାରିବ ଏହି କମ୍ପାନୀର ପିପାଭାଉ ଠାରେ ଥିବା ପାଣି ଜାହାଜ ମରାମତି ପାଇଁ ଉଦ୍ଦିଷ୍ଟ ସ୍ଥାନରେ ।

ଏହି ଚୁକ୍ତିନାମା ଫଳରେ କମ୍ପାନୀ ୫ବର୍ଷ ଭିତରେ ୧୫୦କୋଟି ଆମରିକୀୟ ଡଲାର ପାଇବ ।

ଗୁଜୁରାଟ ସରକାର ଓ କେନ୍ଦ୍ର ସରକାରଙ୍କର ସହଯୋଗରେ ୨୦୧୫ରେ ଅନିଲ ଅମ୍ବାନୀ ଗୋଷ୍ଠୀ ଅଧିଗ୍ରହଣ କରିଥିବା ଏହି ଜାହାଜ ମରାମତି ଖାନାଟିକୁ ଦ୍ରୁତଗତିରେ ଉନ୍ନତ କରାଗଲା ଯେମିତି ଆମେରିକୀୟ ନ୍ୟାଭି ଏହି କମ୍ପାନୀଙ୍କୁ ‘ଅନୁମୋଦିତ ଠିକାଦାର’ ହିସାବରେ ଗ୍ରହଣ କରିବ ।

ଏହା ଉଲ୍ଲେଖନୀୟ ଯେ (ଅନିଲ ଅମ୍ବାନୀଙ୍କ) ଏହି କମ୍ପାନୀଙ୍କ ସହ ଆମେରିକୀୟ ନ୍ୟାଭିର ଚୁକ୍ତି ପାଇଁ ନୂଆଦିଲ୍ଲୀ ଆମେରିକା ସହ ଲୋମୋଆ ଭଳି ଏକ ବୁଝାମଣା ଆଣିପାରିଲା ।

୨୦୦୫ ମସିହାରୁ ପ୍ରତିରକ୍ଷା ସାମଗ୍ରୀ ସଂଗ୍ରହ କ୍ଷେତ୍ରରେ ଘରୋଇ କମ୍ପାନୀମାନଙ୍କ ପ୍ରବେଶ ହେଇଆସିଛି, ଯେତେବେଳେ ପ୍ରଥମେ ‘ଅଫ୍ସେଟ୍ ନୀତି’ ଗ୍ରହଣ କରାଗଲା ଯେଉଁଠି ବିଦେଶ ପ୍ରତିରକ୍ଷା ସାମଗ୍ରୀ ଯୋଗାଣକାରୀମାନଙ୍କୁ ବାଧ୍ୟ କରାଗଲା ଯେ ସେମାନେ ଯୋଗାଉଥିବା ପ୍ରତିରକ୍ଷା ସାମଗ୍ରୀର ଗୋଟିଏ ଭାଗ ସ୍ଥାନୀୟ ସ୍ତରରୁ ଆଣିବେ ।

ସେଥିପାଇଁ ସେମାନଙ୍କୁ ଘରୋଇ କମ୍ପାନୀମାନଙ୍କ ସହ ମିଶି ଯୌଥ ଉଦ୍ୟୋଗ ବା ଭାଗିଦାରିତା ପ୍ରତିଷ୍ଠା କରିବା ପାଇଁ ଉତ୍ସାହିତ କରାଗଲା । ତେଣୁ ଉଦହରଣସ୍ୱରୂପ ଡାସଲେଟ୍ ରିଲାଏନ୍ସ ଏରୋସ୍ପେସ୍ ଗଠନ କରାଗଲା ରାଫେଲ ଚୁକ୍ତିରେ ହେଇଥିବା ‘ଅଫ୍ସେଟ୍’ଗୁଡ଼ିକୁ ଯୋଗାଇବା ପାଇଁ ।

ସରକାରଙ୍କର ‘ଭାରତରେ ପ୍ରସ୍ତୁତ’ ନୀତିକୁ ମଧ୍ୟ ଏଭଳି ଏକ ନିଷ୍ପତି କାମରେ ଲଗାଇଲା ବୋଲି ଯୁକ୍ତି କରିହେବ । ବାସ୍ତବରେ ଯେଉଁ ଭାରତୀୟ କମ୍ପାନୀମାନେ ଏହି ‘ଅଫ୍ସେଟ୍’ ନୀତିରେ କାମ କରୁଛନ୍ତି ସେମାନେ ପ୍ରତିରକ୍ଷା ସାମଗ୍ରୀ ଯୋଗାଉଥିବା ବିଦେଶୀ କମ୍ପାନୀମାନଙ୍କର କନିଷ୍ଠ ସାଥି ହିସାବରେ ହିଁ ରହିଥାନ୍ତି ।

ଭାରତର ରାଷ୍ଟ୍ରାୟତ ଉଦ୍ୟୋଗ ଓ ପ୍ରତିରକ୍ଷା ଉତ୍ପାଦନ ବିଭାଗ ଅଧିନରେ ଥିବା ଗୋଳାବାରୁଦ କାରଖାନାଗୁଡ଼ିକ ହିଁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିଥାନ୍ତି । କିନ୍ତୁ ସେମାନଙ୍କୁ ଆଜି ଏଡ଼େଇ ଦେଇ ନୂଆକରି ଆରମ୍ଭ ହେଉଥିବା ଘରୋଇ କ୍ଷେତ୍ରର କମ୍ପାନୀମାନଙ୍କୁ ଅନୁଗ୍ରହ ଦେଖାଯାଉଛି ।

ଯେହେତୁ ନୂଆଦିଲ୍ଲୀକୁ ୱାଶିଂଟନ୍ ‘ବୃହତ୍ ପ୍ରତିରକ୍ଷା ସାଥୀ’ ହିସାବରେ ମାନ୍ୟତା ଦେଇଛି ଏବଂ ବଡ଼ଧରଣର ଅସ୍ତ୍ରଶସ୍ତ୍ର ଅଧିକରୁ ଅଧିକ ଆମେରିକୀୟ ତଥା ଇସ୍ରାଏଲୀ କମ୍ପାନୀମାନଙ୍କ ପାଖରୁ ଅଣାଯାଉଛି ଏବଂ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ଙ୍କର ପ୍ରତିରକ୍ଷା ମନ୍ତ୍ରୀ ଜେମସ୍ ମାଟିସ ମଧ୍ୟ ମଜୁବୁତିଆ ଢଙ୍ଗରେ ଦୋହରାଇ ସାରିଛନ୍ତି ଯେ ଚୀନ୍ର ମୁକାବିଲା ପାଇଁ ତାଙ୍କ ପ୍ରଶାସନ ଭାରତକୁ ସଶକ୍ତ କରାଇବ, ଭାରତର ପ୍ରତିରକ୍ଷା କ୍ଷେତ୍ରରେ ପ୍ରବେଶ କରିଥିବା ନୂଆ ଘରୋଇ କମ୍ପାନୀ ନିକଟରେ ବିପୁଳ ଲାଭକରିବାର ସୁଯୋଗ ଆସି ପହଂଚିଛି ।

ପେଂଟାଗନ୍ଠାରେ ଆମେରିକୀୟ ୭ମ ନୌଭେଳାର ମରାମତି ଓ ସେବା ପ୍ରଦାନ ପାଇଁ ସ୍ୱାକ୍ଷରିତ ଚୁକ୍ତିନାମା ଏବଂ ପରେ ଯେଉଁ ଉତ୍ସାହ ରିଲାଏନ୍ସ ଡିଫେନସ ଓ ଇଞ୍ଜିନିୟରିଂ ସଂସ୍ଥାର ପ୍ରବକ୍ତାଙ୍କ ପାଖରେ ଦେଖିବାକୁ ମିଳିଥିଲା, ଅନ୍ୟ ଘରୋଇ କ୍ଷେତ୍ରର କମ୍ପାନୀମାନେ ମଧ୍ୟ ଭାବୁଥିବେ ସେମାନେ କେମିତି ‘ଆଗଧାଡ଼ିର’ କମ୍ପାନୀ ହୋଇପାରିଲେ ନାହିଁ ଯେମିତି ଚୀନ୍ର ଉତ୍ଥାନକୁ ରୋକ ଲଗାଇବା ପାଇଁ ଭାରତ ଆଜି ଆମେରିକାର ‘ପ୍ରଥମ ଧାଡ଼ି’ର ରାଷ୍ଟ୍ର ହୋଇପାରିଛି ।

ଆଉ ଅନୀଲ ଅମ୍ବାନୀଙ୍କ ପାଇଁ ଯିଏ ନରେନ୍ଦ୍ର ମୋଦୀଙ୍କୁ ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଇବା ପାଇଁ ଭାରତୀୟ ଘରୋଇ କମ୍ପାନୀମାନଙ୍କ ଉଦ୍ୟମରେ ବଡ଼ଭାଇ ମୁକେଶ ଅମ୍ବାନୀଙ୍କ ସହ ମିଶି କେନ୍ଦ୍ରୀୟ ଭୂମିକା ନିଭାଇଥିଲେ, ସେହି ଅନୁଗ୍ରହ (ପୁଞ୍ଜି ବିନିଯୋଗ)ର ବଦଳଟି ଯେମିତି ଶୀଘ୍ର ଫେରିଆସୁଛି (ଅତି ଶୀଘ୍ର ଅନୁଗ୍ରହକୁ ଫେରାଇବାର ସମୟକାଳକୁ ଦେଖିଲେ ତାହା କୁହାଯିବ)

ଏକଦା ଆମେରିକାର ୭ମ ନୌଭେଳା ଭାରତ ପ୍ରତି ଏକ ନିଶ୍ଚିତ ବିପଦ ଥିଲା । ବର୍ତମାନ ସେହି ୭ମ ନୌଭେଳା ଏକ ସାମରିକ ସୁଯୋଗଠୁ ବି ଅଧିକ ; ପ୍ରକୃତରେ ଯାହା ହାତ ଗଣତି କେତୋଟି ଲୋକ ପାଇଁ ଏକ ରତ୍ନଭରା ମାଠିଆ ।

March 25, 2017 VOL L11 NO 12 EPW -3 (Hitting the Military Jackpot)

Leave a Reply

This site uses Akismet to reduce spam. Learn how your comment data is processed.