ଓଡିଶା ନ୍ୟୁଜ/ Odisha News
ସମଦୃଷ୍ଟି

ଅନେକ ବାଟ ଯିବାକୁ ଅଛି

ଭାରତର ସ୍ୱାସ୍ଥ୍ୟର ସ୍ଥିତିକୁ ନେଇଥିବା ତଥ୍ୟ ନୀତି ନିର୍ଦ୍ଧାରଣ ପାଇଁ ସୂଚନା ଦେବା କଥା । ଦୁର୍ଭାଗ୍ୟର କଥା, ସବୁବେଳେ ଏମିତି ହେଉନାହିଁ । ୧୦ବର୍ଷର ବ୍ୟବଧାନ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମବଣାଳୟ ତରଫରୁ ୪ର୍ଥ ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ପ୍ରକାଶିତ କରାଗଲା ।

୨୦୦୫-୦୬, ୧୯୯୮-୯୯ ଏବଂ ୧୯୯୨-୧୯୯୩ରେ ହୋଇଥିବା ପୂର୍ବ ସର୍ବେକ୍ଷଣ ଭଳି ଏହି ୪ର୍ଥ ସର୍ବେକ୍ଷଣରେ ମଧ୍ୟ ଜନସଂଖ୍ୟାଭିତିକ ତଥ୍ୟ, ସ୍ୱାସ୍ଥ୍ୟ ଏବଂ ବୟସ୍କ ତଥା ପିଲାମାନଙ୍କର ପୃଷ୍ଟିକୁ ନେଇ ତଥ୍ୟ ସର୍ବଭାରତୀୟ ସ୍ତରରେ ଏବଂ ରାଜ୍ୟସ୍ତରରୁ ଯାହା ରହିଆସିଛି ସେସବୁର ସୂଚନା ଦିଆଯାଇଛି ।

ଏଥର ସର୍ବେକ୍ଷଣଟିକୁ ଟିକିଏ ବ୍ୟାପକ କରାଯାଇ ଜିଲ୍ଲାସ୍ତର ଯାଏଁ ଯେମିତି ତଥ୍ୟଗୁଡ଼ିକୁ ପୃଥକ କରାଯାଇ ପାରିବ ସେଭଳି ନମୁନା ଦିଆଯାଇଛି । ରାଜ୍ୟ ଭିତରେ ଥିବା ବ୍ୟତିକ୍ରମଗୁଡ଼ିକୁ ବୁଝିବା ପାଇଁ ଏହା ନିଶ୍ଚୟଉପଯୋଗୀ ହେବ ।

ପ୍ରକାଶିତ ତଥ୍ୟପତ୍ରଗୁଡ଼ିକ ୩ୟ ସର୍ବେକ୍ଷଣର ତଥ୍ୟଗୁଡ଼ିକ ସହ ପ୍ରାରମ୍ଭିକ ତୁଳନା କରିବା ପାଇଁ ସୁଯୋଗଟିଏ ଦେଇଛି । ଉଦାହରଣସ୍ୱରୂପ ୫ ବର୍ଷରୁ କମ୍ ପିଲାମାନଙ୍କ ଭିତରେ ଥିବା ଅବିକଶିତ ପିଲାଙ୍କ ହାର ଯାହା ୨୦୦୫-୦୬ ସର୍ବେକ୍ଷଣ ବେଳେ ଶତକଡ଼ା ୪୮ ଥିଲା, ତାହା ୨୦୧୫-୧୬ ବେଳକୁ ଶତକଡ଼ା ୩୮କୁ ଖସିଆସିଛି ।

ଏହି ଏକ ହ୍ରାସ ପୁଷ୍ଟିହୀନତାରେ ହ୍ରାସ ଘଟିଥିବା କଥାକୁ ସୂଚାଇ ଦେଉଛି । ତଥାପି ବିଶ୍ୱ ପରିସଂଖ୍ୟାନକୁ ଦେଖିଲେ କମ୍ ପୁଷ୍ଟିଜନିତ ସ୍ଥିତି ବଳବ ର ରହିଛି । ଅନ୍ୟ ଏକ ସକାରାତ୍ମକ ଦିଗରୁ ଦେଖିଲେ ସମ୍ପୂର୍ଣ୍ଣ ଭାବେ ଟୀକା ନେଇଥିବା ପିଲାଙ୍କ ସଂଖ୍ୟା ଶତକଡ଼ା ୪୪ରୁ ବଢ଼ି ଶତକଡ଼ା ୬୨ରେ ପହଞ୍ଚିଛି।

ସେହିଭଳି ସନ୍ତାନ ପ୍ରଜଜନ କ୍ଷମତାର ହାରଟି ୨.୭ରୁ ଖସି ଆସି ୨.୨ରେ ପହଂଚିଛି ।

ଆଉ ଗୋଟିଏ ଉତ୍ସାହ ଦେଲାଭଳି କଥା ହେଉଛି ଡାକ୍ତରଖାନାରେ ପ୍ରସବ କରିବା ସଂଖ୍ୟା ଶତକଡ଼ା ୩୯ରେ ପହଂଚିଛି (ଯାହା ଥିଲାବାଲା ଏକ ପଂଚମାଂଶ ପରିବାରମାନଙ୍କ କ୍ଷେତ୍ରରେ ଶତକଡ଼ା ୯୫ଭାଗ ହେଇଥିବାବେଳେ ନିମ୍ନ ଅର୍ଥନୈତିକବର୍ଗର ଏକ ପଂଚମାଂଶ ପରିବାରମାନଙ୍କ କ୍ଷେତ୍ରରେ ଶତକଡ଼ା ୬୦ ରହିଛି) ଯାହାକି ପୂର୍ବ ସର୍ବେକ୍ଷଣ ବେଳେ ଶତକଡ଼ା ୩୯ଥିଲା (ସ୍ୱଚ୍ଛଳବର୍ଗର ଏକ ପଂଚମାଂଶ କ୍ଷେତ୍ରରେ ଶତକଡ଼ା ୮୪ ଏବଂ ନିମ୍ନବର୍ଗ କ୍ଷେତ୍ରରେ ଶତକଡ଼ା ମାତ୍ର ୧୩.ଭାଗ)! ଅଧିକାଂଶ ମହିଳା ପ୍ରସବ ପାଇଁ ସରକାରୀ ଡାକ୍ତରଖାନା ଯାଇଛନ୍ତି ପ୍ରାୟ ଶତକଡ଼ା ୫୨ ଭାଗ, ଯଦିଚ ଘରୋଇ ହସ୍ପିଟାଲକୁ ଶତକଡ଼ା ମାତ୍ର ୧୮ଭାଗ ଯାଇଛନ୍ତି ।

ଏଥିରୁ ଜଣାପଡ଼ୁଛି ଯଦି ସରକାରୀ ଡାକ୍ତରୀସେବାଉପଲବ୍ଧ ଥାଏ, ମହିଳାମାନେ ତାକୁ ବ୍ୟବହାର କରିବା ପାଇଁ ଇଚ୍ଛୁକ ହେବେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଦୋଷ ଦୁର୍ବଳତା ଥିବା ସତ୍ୱେ ଏଭଳି ଏକ ସମ୍ପ୍ରସାରଣ ତଥା ସେବା ଦେବାକ୍ଷେତ୍ରରେ ପରିବର୍ତନ ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଏବଂ ଜନନୀ ସୁରକ୍ଷା ଯୋଜନା ଯୋଗୁଁ ହେଇପାରିଛି ।

ଏଭଳି ସକାରାତ୍ମକ ଦିଗ ବ୍ୟତିରେକ, ୪ର୍ଥ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନେକ ନୂଆ ଓ ପୁରୁଣା କ୍ଷେତ୍ରରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ଆଲୋକପାତ କରିଛି । ପ୍ରଥମତଃ ଯଦିଓ ଶ୍ରେଣୀ, ଜାତି ଏବଂ ଅଂଚଳ ନିର୍ବିଶେଷରେ ସ୍ୱାସ୍ଥ୍ୟ ସୂଚକାଙ୍କ ମାନଙ୍କରେ ଅଗ୍ରଗତି ଦେଖାଦେଇଛି, ତେବେ ଏମାନଙ୍କ ଅଗ୍ରଗତିରେ ଅନେକ ଖାଲି ସ୍ଥାନ ରହିଯାଇଛି ।

ଉଦାହରଣସ୍ୱରୂପ, ଶେଷ ପଂଚମାଂଶରେ ଥିବା ପରିବାରଗୁଡ଼ିକର ଦୁଇଟି ପିଲାଙ୍କ ଭିତରୁ ଗୋଟିଏ ପିଲା ଅବିକଶିତ ହେବାର ସଂଖ୍ୟା ଶତକଡ଼ା ୫୧, ଓଜନହୀନ ପିଲାଙ୍କ ସଂଖ୍ୟା ଶତକଡ଼ା ୪୯, ଯେତେବେଳେ କି ଉଚ୍ଚ ପଂଚମାଂଶ ଜନସଂଖ୍ୟାର ଅବିକଶିତ ପିଲାଙ୍କ ସଂଖ୍ୟା ଶତକଡ଼ା ୨୨ ଏବଂ ଓଜନହୀନଙ୍କ ସଂଖ୍ୟା ଶତକଡ଼ା ୨୦ ।

ସେହିଭଳି ଜନସଂଖ୍ୟାର ଶେଷ ପଂଚମାଂଶରେ ଶତକଡ଼ା ୨୫ଗର୍ଭବତୀ ମା’ମାନଙ୍କ କ୍ଷେତ୍ରରେ ଡାକ୍ତରୀ ସେବାପାଇଁ ୪ଥର ଯିବାର ନଜିର ଥିବା ବେଳେ, ଉଚ୍ଚ ପଂଚମାଂଶ ବର୍ଗର ସେହି ସଂଖ୍ୟାଟି ଶତକଡ଼ା ୭୩ଭାଗ ଅଛି । ୪ର୍ଥ ସର୍ବେକ୍ଷଣ ଆହୁରି ମଧ୍ୟ ଦେଖାଇ ଦେଇଛି ଯେ ଆଂଚଳିକ ଏବଂ ସାମାଜିକ ତଥା ଅର୍ଥନୈତିକ ତାରତମ୍ୟ ପୂର୍ବବତ୍ ରହିଆସିଛି ।

ତେଣୁକରି ବିହାର ରାଜ୍ୟରେ ସାମଗ୍ରିକ ସନ୍ତାନ ପ୍ରଜନନ ହାର ୩.୪ ରହି ପଛରେ ରହିଥିବାବେଳେ (ଯେଉଁ ହାରଟି ୧୯୯୨-୯୩ରେ ସର୍ବଭାରତୀୟ ହାର ଥିଲା) ତାମିଲନାଡ଼ୁରେ ତାହା ୧.୭ରେ ଅଛି । ସେହିଭଳି ଉ ରପ୍ରଦେଶରେ ଶିଶୁମୃତ୍ୟୁ ହାର ୬୪ ଥିବାବେଳେ କର୍ଣ୍ଣାଟକରେ ହଜାରେ ଶିଶୁରେ ୨୮ ମରୁଛନ୍ତି ।

୪ର୍ଥ ସର୍ବେକ୍ଷଣର ତଥ୍ୟ ଏଯାବତ୍ ଅବହେଳିତ ହେଇ ଆସିଥିବା ପ୍ରସଙ୍ଗ ଉପରେ ଆଲୋକପାତ କରୁଛି । ସ୍ୱାସ୍ଥ୍ୟ ନୀତି ନିର୍ଦ୍ଧାରଣର ସ୍ୱରୂପ, ସହର ମାନଙ୍କର ଅତି ଖରାପ ସ୍ୱାସ୍ଥ୍ୟର ସ୍ଥିତି ଥିବା ସତ୍ୱେ ସହରାଂଚଳରେ କିଛି ପଦକ୍ଷେପ ନେବା କଥାଟିକୁ ଅଣଦେଖା କରାଯାଇଛି ।

ଗୋଟିଏ ଦଶନ୍ଧିରେ ସମ୍ପୂର୍ଣ୍ଣ ଟୀକା ନେଇଥିବା ପିଲାଙ୍କ ସଂଖ୍ୟା ମାତ୍ର ଶତକଡ଼ା ୬୪ଭାଗ (ଯାହା ଗ୍ରାମାଂଚଳରେ ଶତକଡ଼ା ୬୨ ଭାଗ ଅଛି) । ୩ୟ ସର୍ବେକ୍ଷଣବେଳେ ଯାହା ଶତକଡ଼ା ୫୮ଭାଗ ଥିଲା, ସେଥିରେ ମାତ୍ର ଶତକଡ଼ା ୩ ଭାଗ ବୃଦ୍ଧି ଘଟିଛି ।

ଜନ୍ମ ହେବାର ଘଂଟାକ ପରଠାରୁ ତିନିବର୍ଷ ଯାଏଁ ମା’ କ୍ଷୀର ପିଉଥିବା ପିଲାଙ୍କ ସଂଖ୍ୟା ଦୃଷ୍ଟିରୁ ସହରାଂଚଳ ଓ ଗ୍ରାମାଂଚଳ ଭିତରେ କିଛି ପ୍ରଭେଦ ନାହିଁ, ଶତକଡ଼ା ୪୩ଭାଗ ସହରାଂଚଳରେ ଥିବା ବେଳେ ଗ୍ରାମାଂଚଳରେ ତାହା ଶତକଡ଼ା ୪୧) କିନ୍ତୁ ୬ମାସରୁ କମ୍ ବୟସର ମା’କ୍ଷୀର ଖାଉଥିବା ପିଲାଙ୍କ ସଂଖ୍ୟାକୁ ଦେଖିଲେ ଗ୍ରାମା ଳର ସଂଖ୍ୟାଟି ଶତକଡ଼ା ୫୮ ଥିବାବେଳେ ସହରା ଳରେ ତାହା ଶତକଡ଼ା ୫୨ରହିଛି ।

ଉଚ୍ଚତା ତୁଳନାରେ ଓଜନ କମ୍ ଥିବା ପିଲାଙ୍କ ସଂଖ୍ୟା ଉଭୟ ଅ ଳରେ ସମାନ-ଶତକଡ଼ା ୭.୫ । ସହରୀକରଣର ହାର ଦେଖିଲେ ଏହା ଜରୁରୀ ଯେ ସହରା ଳରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହସ୍ତକ୍ଷେପଗୁଡ଼ିକ ସେଭଳି ଢାଂଚାରେ ପ୍ରସ୍ତୁତ ହେବା ଦରକାର ।

ଅପପୁଷ୍ଟିର ଉଚ୍ଚସ୍ତର ସହିତ, ଭାରତ ଅଧିକ ଓଜନ/ ମେଦବହୁଳ ସମସ୍ୟାର ମଧ୍ୟ ସ୧ୁଖୀନ ହେଉଛି । ଅନେକ ଅଣସଂକ୍ରମିତ ରୋଗ ଯଥା ଯାହା ବହୁମୂତ୍ର ଏବଂ ରକ୍ତଚାପଜନିତ ସମସ୍ୟା ବୃଦ୍ଧିର ଏହା ଏକ କାରଣ ।

୪ର୍ଥ ସ୍ୱାସ୍ଥ୍ୟ ସର୍ବେକ୍ଷଣ ମୁତାବକ ଶତକଡ଼ା ୨୧ଭାଗ ବୟସ୍କ ମହିଳା ଓ ଶତକଡ଼ା ୧୯ ଭାଗ ବୟସ୍କ ପୁରୁଷ ମେଦ ବୃଦ୍ଧି ଓ ଓଜନ ଆଧିକ୍ୟ ସମସ୍ୟାରେ ପୀଡ଼ିତ ଯାହାକି ସହରା ଳରେ ବେଶୀ ଦେଖିବାକୁ ମିଳୁଛି ।

ପୁଷ୍ଟିହୀନତା ଓ ମେଦବହୁଳ ସମସ୍ୟାର କାରଣ ବି କିଛି ଅଛି ଯେମିତିକି ଖାଦ୍ୟ ବ୍ୟବସ୍ଥାରେ ଜଗତୀକରଣ, ଖାଦ୍ୟ ଉତ୍ପାଦନ, ବିତରଣ ଏବଂ ବାଣିଜ୍ୟର ନିୟବଣ ଅଧିକରୁ ଅଧିକ ସ୍ଥାନୀୟ ସମୁଦାୟମାନଙ୍କ ହାତରୁ ଯାଇ ବଡ଼ ବଡ଼ କମ୍ପାନୀମାନଙ୍କ ପାଖରେ ପହଂଚିଲାଣି ।

ଅତ୍ୟାଧୁନିକ ଖାଦ୍ୟ ପ୍ରକ୍ରିୟାକରଣ ଓ ବଜାର ଅନୁପ୍ରବେଶ ନିୟବଣ କରିବା ତଥା ଖାଦ୍ୟ ବିବିଧତାକୁ ବଂଚାଇ ରଖିବା କ୍ଷେତ୍ରରେ ଭାରତ ସେଭଳି କିଛି ପଦକ୍ଷେପ ନେଉନାହିଁ।

ଏହିସବୁ ତଥ୍ୟ ସାମ୍ନାରେ ଥାଇ ଯେତେବେଳେ ଜାତୀୟ ସ୍ୱାସ୍ଥ୍ୟ ନୀତି-୨୦୧୭ ଅଣ ସଂକ୍ରମିତ ରୋଗକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖିଛି, ଏକଥା କୁହାଯାଇନାହିଁ ଯେ ଏଭଳି ଏକ ଲକ୍ଷ୍ୟ କେମିତି ହାସଲ କରାଯିବ । ବାସ୍ତବରେ, ସ୍ୱାସ୍ଥ୍ୟର ସାମାଜିକ ନିର୍ଦ୍ଧାରକଗୁଡ଼ିକୁ ଯଥା ପୁଷ୍ଟି, ପରିମଳ ଏବଂ ଦାରିଦ୍ର୍ୟକୁ ଜାତୀୟ ସ୍ୱାସ୍ଥ୍ୟ ନୀତି ଯୋଡ଼ିବାରେ ଦୁର୍ବଳ ମନେହେଉଛି ।

ଘରୋଇ ସ୍ୱାସ୍ଥ୍ୟକ୍ଷେତ୍ର କେଉଁ ଭଳି ଢାଂଚାରେ ନିୟବଣ କରାଯିବ, ସେହି ପ୍ରଶ୍ନକୁ ମଧ୍ୟ ଦେଖାଯାଇ ନାହଁ । ଯଥେଷ୍ଟ ସରକାରୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ବା ବ୍ୟବସ୍ଥା ନକରିବା ଯୋଗୁଁ ଅଧିକରୁ ଅଧିକ ଲୋକ ଘରୋଇ ସ୍ୱାସ୍ଥ୍ୟସେବା ନେବା ପାଇଁ ବାଧ୍ୟ ହେବାବେଳେ, ଗୋଟିଏ ଆଇନଗତ ଏବଂ ଆନୁଷ୍ଠାନିକ ବ୍ୟବସ୍ଥାଟିଏ ଦରକାର ସ୍ୱାସ୍ଥ୍ୟସେବାର ନୀତି ଓ ଗୁଣବତାକୁ ନିୟନ୍ତ୍ରିତ କରିବା ପାଇଁ ।

ଭାରତର ସ୍ୱାସ୍ଥ୍ୟ ସେବାର ଧ୍ୟାନ ଲାଭକୈନ୍ଦ୍ରିକ ହୋଇପାରିବ ନାହିଁ । ବରଂ, ରାଷ୍ଟ୍ର ନିୟନ୍ତ୍ରିତ ପଦକ୍ଷେପ ନେବା କଥା ଯେମିତିକି ସ୍ୱାସ୍ଥ୍ୟ ସେବାକୁ ବ୍ୟାପକ କରି ସବୁସ୍ତରରେ ପହଂଚେଇହେବ ।

April 8, 2017 VOL L II NO 14 (Longway to Go )

Leave a Reply

This site uses Akismet to reduce spam. Learn how your comment data is processed.