ସମଦୃଷ୍ଟି

ଧ୍ୱଂସକାରୀ ନୀରବତା

ଦୁର୍ନୀତି ଓ ଘୋଟାଲା ପାଇଁ କ୍ଷୁଧିତ ଗୋଟିଏ ଗଣମାଧ୍ୟମ ଯେ ମଧ୍ୟପ୍ରଦେଶର ନିଯୁକ୍ତି ଓ ପ୍ରବେଶିକା ପରୀକ୍ଷା ପାଇଁ ଭ୍ୟାପମ୍ ନାଁ’ରେ ନାମିତ ରାକେଟ ବା ବଡ଼ଧରଣର ସଙ୍ଗଠିତ ଘୋଟାଲାଟିକୁ ଲୋକଲୋଚନକୁ ଆଣିବା କ୍ଷେତ୍ରରେ ବିଫଳ ହୋଇଛି, ଯାହା ଅକଥନୀୟ ମନେ ହେଉଛି ।

୨୦୧୩ଠାରୁ ଏଭଳି ଏକ ଘୋଟାଲାର ପ୍ରକୋପ ସର୍ବତ୍ର ଜଣାପଡ଼ି ଆସିଥିଲା, ଯେଉଁଥିରେ ୪୫ଜଣ ଅଭିଯୁକ୍ତ ଏବଂ ସାକ୍ଷୀଙ୍କୁ ରହସ୍ୟମୟ ଭାବେ ହତ୍ୟା କରାଯାଇଥିଲା, ୨୦୦୦ ଜଣଙ୍କୁ କ୍ଷତବିକ୍ଷତ କରାଯାଇଥିଲା, ମୁଖ୍ୟମନ୍ତ୍ରୀ, ତାଙ୍କ ମବୀଗଣ ତଥା ସହଯୋଗୀମାନଙ୍କ ନାଁ’ରେ ଅଭିଯୋଗ ମଧ୍ୟ ଆସିଥିଲା ତଥାପି ଜାତୀୟସ୍ତରର ଗଣମାଧ୍ୟମ ଦିଗ ଦିଶା ନଥାଇ ଚାଲିଥିବା ଅନୁସନ୍ଧାନ ପ୍ରକ୍ରିୟାକୁ କୌଣସି ନିର୍ଣ୍ଣାୟକ ଉତ୍ତର ଦେବାପାଇଁ ଦାବୀ କରୁନାହାନ୍ତି ।

ଏହି ଘୋଟାଲା ବା ଦୁର୍ନୀତି ଯୋଗୁଁ ଏହି ପ୍ରକ୍ରିୟାରେ ନିଯୁକ୍ତି ପାଇଥିବା ବା ନିଯୁକ୍ତିର ଆଶା ରଖିଥିବା ହଜାର ହଜାର ଡାକ୍ତରୀ ତଥା ଅନ୍ୟ ପେଶାଦାର ବୃତିରେ ନିଯୁକ୍ତ ଯୁବକଯୁବତୀମାନଙ୍କର ଚାକିରୀ ତଥା ଜୀବନକୁ ବିପନ୍ନ କରିଦିଆଯାଇଥିଲା । ଏହି ଘୋଟାଲା ଦ୍ୱାରା ଜନଗଣଙ୍କର ଡାକ୍ତରମାନଙ୍କ ଉପରେ ବିଶ୍ୱାସ ତୁଟି ଯାଇଥିଲା ।

ଏମିତିକି ନ୍ୟାୟପାଳିକା ବି ଅନେକ ମାମଲାରେ ନିଜ ଆଡ଼ୁ ଅନୁସନ୍ଧାନକୁ ତଦାରଖ କରିବା ଓ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସାରିବା ପାଇଁ ଯେଭଳି ପଦକ୍ଷେପ ନେଇ ଆସିଥିଲା, ଏହି ଭ୍ୟାପମ୍ ମାମଲାରେ ସେଭଳି କଲାନାହିଁ ।

ନିକଟରେ ଭାରତର ମହାହିସାବନିରୀକ୍ଷକ ତଥା ସି.ଏ.ଜି.ଙ୍କ ଭାଜପା ନେତୃତ୍ୱାଧୀନ ମଧ୍ୟପ୍ରଦେଶ ରାଜ୍ୟ ସରକାର ‘ନିୟମଗୁଡ଼ିକୁ ସୁଚିନ୍ତିତ ଭାବେ ଧ୍ୱଂସ କରିଛନ୍ତି’ ରିପୋର୍ଟ ଦେବା ସତ୍ୱେ, ଗଣମାଧ୍ୟମ ଯେଉଁମାନେ ଟିକିଏ ସୁଯୋଗ ପାଇଲେ କଂଗ୍ରେସକୁ ‘ଦୁର୍ନୀତିଗ୍ରସ୍ତ’ ବୋଲି ଚିକ୍ରାର କରନ୍ତି, ଏହି କଥାଟିରେ ବୁଝିସୁଝି ନୀରବତା ଅବଲମ୍ବନ କରିଛନ୍ତି ।

ମାର୍ଚ୍ଚମାସରେ ମଧ୍ୟପ୍ରଦେଶ ବିଧାନସଭାରେ ଉପସ୍ଥାପିତ ହେଇଥିବା ସି.ଏ.ଜି. ରିପୋର୍ଟରେ କୁହାଯାଇଛି ଯେ, ବ୍ୟବସାୟିକ ପରୀକ୍ଷା ମଣ୍ଡଳ ବା ଭ୍ୟାପମ୍ ର ପରୀକ୍ଷା କରାଇବା ପ୍ରକ୍ରିୟାର ନିୟବଣର ଢାଂଚା କିଛି ନଥିଲା । ଏମିତିକି ଏହା ଫଳରେ ପ୍ରବେଶିକା ପରୀକ୍ଷା ବା ନିଯୁକ୍ତି ପରୀକ୍ଷାରେ ଭାଗ ନେଉଥିବା ପାର୍ଥୀମାନଙ୍କ ଭବିଷ୍ୟତ ବିପଦଆଡ଼କୁ ଠେଲି ହୋଇଯାଇଥିଲା ।

ସି.ଏ.ଜି ରିପୋର୍ଟ ଆହୁରି କହିଥିଲା ଯେ, ସରକାରୀ ଚାକିରୀରେ ପ୍ରବେଶ କରିବା ପାଇଁ କେତେଥର ପରୀକ୍ଷା ଦେଇପାରିବ, ସେ ସମ୍ପର୍କରେ କିଛି ତଥ୍ୟ ନଥିଲା । ନିଯୁକ୍ତି ପ୍ରକ୍ରିୟା କେତେ ‘ଅସ୍ପଷ୍ଟ’ ପରୀକ୍ଷା ନେଉଥିବା ବୋର୍ଡ଼ର ବିଶ୍ୱସନୀୟତାର କିଭଳି ବିପର୍ଯ୍ୟୟ ଆଡ଼କୁ ଯାଇଛି, ଏକଥା ବି କୁହାଯାଇଛି ।

କିନ୍ତୁ ବୋଧହୁଏ ସି.ଏ.ଜି.ର ସବୁଠାରୁ ଘାତକ ଅନୁଧ୍ୟାନ ହେଉଛି ଯେ, ସରକାର ଯେତେବେଳେ ଭ୍ୟାପମ୍ ଦୁର୍ନୀତି ରେକର୍ଡ଼ ଦେଖିବା ପାଇଁ ସି.ଏ.ଜି.ଙ୍କୁ ସୁଯୋଗ ଦେଲେନାହିଁ ଏହା କହିକି ଯେ, ସି.ଏ.ଜି. ଗୋଟିଏ ସରକାରୀ ସଂସ୍ଥା ନୁହେଁ ଯଦିଓ ସି.ଏ.ଜି. ସବୁ ଦୃଷ୍ଟିରୁ ସରକାରଙ୍କର ନିୟବଣରେ ଥିବା ଏକ ସଂସ୍ଥା ।

ରାଜ୍ୟ ସରକାର ଷ୍ଟାଫ୍ ସିଲେକସନ୍ କମିଶନକୁ ବାଦ୍ ଦେଇ ଭ୍ୟାପମ୍ ମାଧ୍ୟମରେ ସବୁ ସରକାରୀ ନିଯୁକ୍ତି କରାଇବା ଏବଂ ଏପରିକି ଏହାର ଅଧ୍ୟକ୍ଷ, ନିର୍ଦ୍ଦେଶକ ଓ ନିୟବକ ସରକାରୀ ଅଫିସରମାନଙ୍କ ଭିତରୁ ଠିକ୍ କରିବା କାମଟି କରିଥିଲେ ବୋଲି ସି.ଏ.ଜି. ରିପୋର୍ଟ କହୁଛି ।

୨୦୦୯ମସିହାରୁ ଭ୍ୟାପମ୍ ବୋର୍ଡ଼ର ଅନିୟମିତତା ଗୁଡ଼ିକ ପ୍ରତି ଧ୍ୟାନ ଆକର୍ଷଣ କରିବା କାମଟି ଏସବୁ କଥା ଜାଣିପାରୁଥିବା ଲୋକମାନେ କହିଆସିଛନ୍ତି ଯେଉଁମାନେ ଏହାର ଚେର କେତେ ଗଭୀର ଓ କେତେକ ବ୍ୟାପକ ଏବଂ ବିବିଧ ଉପାୟରେ ସେମାନେ କେମିତି ଠକି ଚାଲିଛନ୍ତି ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଆସିଛନ୍ତି ।

ଏହି ବିବିଧ ଠକାମୀ ଭିତରେ ଅଛି ଜଣଙ୍କ ନାଁ’ରେ ଆଉ ଜଣେ ପରୀକ୍ଷା ଦେବା, ନିଜ ପସନ୍ଦର ପାର୍ଥୀମାନଙ୍କୁ ଉତ୍ତର କହିଦେବା ଏବଂ ଦୁର୍ବଳ ପ୍ରାର୍ଥୀମାନଙ୍କୁ ଭଲ ପର୍ଥୀମାନଙ୍କର ଉତ୍ତର ଖାତାରୁ ନକଲ କରିବା ପାଇଁ ସୁଯୋଗ ଦେବା ଇତ୍ୟାଦି ।

ପ୍ରଥମେ ପୋଲିସ, ତା’ପରେ ସ୍ୱତବ ଟାସ୍କଫୋର୍ସ ଏବଂ ଏବେ ସି.ବି.ଆଇ. ଦ୍ୱାରା ହେଉଥିବା ଅନୁସନ୍ଧାନରେ ଅନେକ ପ୍ରଶ୍ନ ଓ ଅନେକ ଅଭିଯୋଗ ଅଣାଯାଇଛି । ତେବେ ଏହି ରାକେଟ୍ ବା ଜାଲିଆତି ପଛରେ କାମ କରିଥିବା ଅସଲ ମଣିଷ ତଥା ଶକ୍ତିମାନଙ୍କୁ ଧରିବା ପାଇଁ କୌଣସି ନିର୍ଣ୍ଣାୟକ ପ୍ରମାଣ ଦିଆଯାଇ ପାରିନାହିଁ ।

ନିଜର ମନ୍ଥର ଏବଂ ଅସନା ଅନୁସନ୍ଧାନ ପ୍ରକ୍ରିୟା ପାଇଁ ସି.ବି.ଆଇ. (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ସମାଲୋଚନାର ଶରବ୍ୟ ଦେଇଛି । ଘୋଟାଲାକୁ ପଦାକୁ ଆଣିଥିବା ଲୋକେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ମଧ୍ୟ ଅଭିଯୋଗର ପରିସର ଭିତରକୁ ଆଣିଛନ୍ତି (ଚୌହାନ ଏଭଳି ଅଭିଯୋଗ ଆଣିଥିବା ଜଣେ କଂଗ୍ରେସ ନେତା ଓ ତାଙ୍କ ସ୍ତ୍ରୀ’ଙ୍କ ବିରୁଦ୍ଧରେ ମଧ୍ୟ ମାନହାନୀ ମାମଲା ରୁଜୁ କରିଛନ୍ତି) ।

ଜଣେ ଜଣାଶୁଣା ବରିଷ୍ଠ ଭାଜପା ନେତୃତ୍ୱଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ ଆସିଛି । ଅନୁମାନ ଯେମିତି କରାଯାଉଥିଲା ଠିକ୍ ସେମିତି, ଛାତ୍ରମାନଙ୍କୁ ଅଧିକାଂଶରେ ଗିରଫ କରାଗଲା, ଯେଉଁମାନେ ପରୀକ୍ଷା ଅନିୟମିତତାର କୌଣସି ପ୍ରକାରେ ଭାଗୀଦାର ଥାଇ ପରୀକ୍ଷା ଦେଇଥିଲେ ବୋଲି ଅଭିଯୋଗ ଥିଲା ବା ସେମାନଙ୍କର ବାପା-ମା, ଅଭିଭାବକ ଏବଂ ମଧ୍ୟସ୍ଥିମାନଙ୍କୁ ଗିରଫ କରାଗଲା ।

ବିଭିନ୍ନ ସରକାରୀ ଚାକିରୀ (ଅଧିକାଂଶରେ ଠିକା ନିଯୁକ୍ତି) ଏବଂ ଡାକ୍ତରୀ ଛାତ୍ରମାନଙ୍କ ପାଇଁ ଯୋଗ୍ୟତାକୁ ଭ୍ୟାପମ୍ ବୋର୍ଡ଼ ବାତିଲ କରିଦେଇଥିଲା । ଉପହାର ଭଳି ଦେଖାଯାଉଥିବା ସରକାରୀ ଚାକିରୀଟିଏ ପାଇବା ପାଇଁ ବ୍ୟାକୁଳ ଓ ଅସୁରକ୍ଷିତ ମଣୁଥିବା ପରୀକ୍ଷାର୍ଥୀମାନେ ଯେଉଁମାନେ ଏଭଳି ଏକ ର୍ୟାକେଟ୍ର ଶିକାର ହେଇଥିଲେ ସେମାନଙ୍କୁ ପୁଣିଥରେ ଦଣ୍ଡିତ କରାଗଲା ।

ଶିକ୍ଷାବିତମାନଙ୍କ ମତରେ ଭ୍ୟାପମ୍ କେବଳ ପରୀକ୍ଷା ସମ୍ବନ୍ଧିତ ଏକ ର୍ୟାକେଟ ନୁହେଁ ଏହା ବରଂ ଏକ ‘ନିଯୁକ୍ତ ଶିଳ୍ପ’ରେ ରୂପାନ୍ତରିତ ହୋଇସାରିଛି । ଘରୋଇ ଚରିତ୍ରମାନଙ୍କୁ ଗୋଟିଏ ବଡ଼ ଭୂମିକା ଦେବା ପାଇଁ ଶିକ୍ଷା ବ୍ୟବସ୍ଥାକୁ ଜାଣିଶୁଣି ନିରବଚ୍ଛିନ୍ନ ଭାବେ ଦୁର୍ବଳ କରାଇଦେବାର ଏହା ଏକ ପରିଣାମ ।

ଜଣେ ଯୁବ ଟେଲିଭିଜନ ସାମ୍ବାଦିକ ଏହି ଦୁର୍ନୀତିର ଅନୁସନ୍ଧାନ କଲାବେଳେ ମୃତ୍ୟୁବରଣ କରିବା ପରେ ଜାତୀୟ ଗଣମାଧ୍ୟମ ଏହି ଭ୍ୟାପମ୍ ଦୁର୍ନୀତି ପ୍ରତି ଧ୍ୟାନ ଦେବା ଆରମ୍ଭ କରିଥିଲା ।

ଗୋଟିଏ ଅନୁସନ୍ଧାନମୂଳକ ପତ୍ରିକାରେ ରାଜ୍ୟ ସରକାରଙ୍କଠାରୁ ସାମ୍ବାଦିକ ଓ ବିଚାରପତିମାନଙ୍କ ଗୃହ ନିର୍ମାଣ ସମବାୟ ହାତେଇଥିବା ଜମି ସମ୍ପର୍କରେ ବିସ୍ତୃତ ବିବରଣୀ ବାହାରିଥିଲା ଏବଂ କୁହାଯାଇଥିଲା ଯେ ସ୍ଥାନୀୟ ଗଣମାଧ୍ୟମ ଏହି ଦୁର୍ନୀତିକୁ ଖାମଖିଆଲି ଭାବେ ନେବାର ଏହା ଏକ କାରଣ ।

ଯଦିଓ ଏହି ଘୋଟାଲା ସହିତ ଦଣ୍ଡିତ ୪୫ଟି ମୃତ୍ୟୁ (ଯାହା ସରକାର ୨୫ବୋଲି କହୁଛନ୍ତି) କଥା ଗଣମାଧ୍ୟମ କହିଛନ୍ତି କିନ୍ତୁ ସେମାନେ ଅଧିକ ଅନୁସନ୍ଧାନ କରିନାହାନ୍ତି । ସି.ଏ.ଜି. ରିପୋର୍ଟ ସମ୍ପର୍କରେ ଆଲୋଚନା କରିବା ପରିବର୍ତେ, ମୁଖ୍ୟତଃ ଆଲୋଚନାଗୁଡ଼ିକ ଭାଜପା ଓ ବିରୋଧୀ କଂଗ୍ରେସ ମଧ୍ୟରେ ଆରୋପ ଓ ଆକ୍ଷେପ ଭିତରେ ସୀମିତ ହିଁ ରହୁଥିଲା ।

ଘଟଣାର ଆଠବର୍ଷ ପରେ ଆଜି ଯେତେବେଳେ ଘୋଟାଲାର ମୁଖ୍ୟ ଉନ୍ମୋଚକ ବା ହ୍ୱିସିଲ ବ୍ଲୋଓର୍ , ସାକ୍ଷୀ ଓ ଅଭିଯୁକ୍ତମାନେ ମୃତ୍ୟୁର ଆତଙ୍କ ଭିତରେ ଯେଉଁମାନେ କି ଛୋଟ ଛୋଟ ମାଛି ଭଳି ଏବଂ ଯେତେବେଳେ କି ହଜାର ହଜାର ଯୁବକ ଏକ ଅସୁରକ୍ଷିତ ଭବିଷ୍ୟତର ସାମ୍ନା କରୁଛନ୍ତି, ଏହି ଘୋଟାଲାର ଅନୁସନ୍ଧାନ ପ୍ରକ୍ରିୟାଟି ନିୟବଣ ହରାଇ ବସିଛି ।

ଅପରାଧୀମାନଙ୍କୁ ଧରିବା ପାଇଁ ନାଗରିକ ସମାଜ ତରଫରୁ ମଧ୍ୟ କୌଣସି ଖାସ ଉଦ୍ୟମ ହେଉନାହିଁ । ଭ୍ୟାପମ୍ ଦୁର୍ନୀତି ଦାୟିତ୍ୱବୋଧତାବିହୀନ ଓ ଦଣ୍ଡମୁକ୍ତ ଅବସ୍ଥାକୁ ନେଇଥିବା ସଂଶୟକୁ ପଦାରେ ପକାଇ ଦେଇଛି ଯାହାକି ଆଜିର ଦିନରେ ଭାରତୀୟ ରାଜନୀତିକୁ ଚଳାଇ ରଖିଛି ।

 

April 8, 2017 VOL L II NO 14 ( Subversive Silence )

Leave a Reply

This site uses Akismet to reduce spam. Learn how your comment data is processed.