Site icon Odisha.com

ଆମେରିକାର ଦାୟିତ୍ୱହୀନ ସିରିଆ ନୀତି

‘ମାନବିକତାବାଦ’, ସାମ୍ରାଜ୍ୟବାଦର ନୈତିକତାର ଘଡ଼ି ଭଳି ସର୍ବଦା କାମ କରିଆସିଛି ।

ତେଣୁ କରି ଜଣେ ଆମେରିକୀୟ ରାଷ୍ଟ୍ରପତି ଯେ କି ଖୋଲାଖୋଲି ସାମରିକବାଦ, ବର୍ଣ୍ଣବାଦ ଏବଂ ମିଛ ରାଷ୍ଟ୍ରବାଦର ସମର୍ଥନ କରିଆସିଛନ୍ତି, ଉଭୟ ଦଳର ସହମତି ହାସଲ କରିବାପାଇଁ ସକ୍ଷମ ହେଇପାରିଲେ ଯେତେବେଳେ ସେ ସମୟ ପରୀକ୍ଷିତ ସାମ୍ରାଜ୍ୟବାଦର ନୈତିକ ଲୋହିତ ରେଖାଟିରେ ସାହାରା ଖୋଜିଲେ ।

୧୯୬୧-୧୯୭୧ ଭିତରେ ଚାଲିଥିବା ଭିଏତ୍ନାମ ଯୁଦ୍ଧ ସମୟରେ ରାଓଂରାଣ୍ଡ୍ କାର୍ଯ୍ୟାନୁଷ୍ଠାନର ଅଂଶ ଭାବରେ ଆମେରିକୀୟ ସେନା ଯେଉଁ ‘ଏଜେଂଟ୍ ଅରେଞ୍ଜ୍’ ନାମକ ରାସାୟନିକ ବିଷବୋମାର ପ୍ରୟୋଗ କରିଥିଲା ସେ କଥାକୁ ନେଇ କିଛି ମନେ କରନ୍ତୁ ନାହିଁ ।

ଏବେ ଯାହାସବୁ ଆମେରିକୀୟ ରାଷ୍ଟ୍ରପତିଙ୍କ ପ୍ରଶାସନକୁ ପ୍ରାୟତଃ ତତ୍କ୍ଷଣାତ କରିବାକୁ ପଡ଼ିଲା ତାହା ହେଲା ଯେ ସଂଯୁକ୍ତ ରାଷ୍ଟ୍ରର ନିରାପତା ପରିଷଦକୁ ଅପେକ୍ଷା ନକରି ଏବଂ ସିରିୟାର ସରକାର ସତରେ ରାସାୟନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିଥିଲେ କି ନାହିଁ କୌଣସି ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ ନକରି ଏବଂ କମ୍ପାନୀମାନଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମର ବହୁଳ ପ୍ରସାରିତ ‘ରାୟ’କୁ ଆଧାର କରି, ଯେତେ ଶୀଘ୍ର ସମ୍ଭବ ‘ଦଣ୍ଡବିଧାନ’ କରିବା ।

ସିରିଆରେ ୬ବର୍ଷ ଧରି ଲାଗି ରହିଥିବା ଗୃହ ଯୁଦ୍ଧରେ, ଏପ୍ରିଲ ୪ଦିନ ସିରିୟାର ଇଜ୍ଲିବ୍ ପ୍ରଦେଶର ବିଦ୍ରୋହୀମାନଙ୍କ ନିୟବଣରେ ଥିବା ଖାଁ ସେଖଞ୍ଜାନ୍ ସହରରେ ଗୋଟିଏ ରାସାୟନିକ ଅସ୍ତ୍ର ଦ୍ୱାରା ଆକ୍ରମଣ ହୋଇଥିଲା ।

ତୁରନ୍ତ ହ୍ୱାଇଟ୍ ହାଉସ (ଆମେରିକୀୟ ରାଷ୍ଟ୍ରପତି ଭବନ) ତରଫରୁ ଘଟଣାଟି ପାଇଁ ସିରିୟାର ରାଷ୍ଟ୍ରପତି ବସର୍-ଅଲ୍-ଆସାଦଙ୍କ ସରକାରଙ୍କୁ ନିନ୍ଦା କରାଗଲା । ଗଣମାଧ୍ୟମ ଓ ପ୍ରାୟତଃ ସମଗ୍ର ରାଜନୈତିକ ପ୍ରତିଷ୍ଠାନ ସିରିୟା ସରକାରଙ୍କୁ ଦୋଷୀ ସାବ୍ୟସ୍ତ କଲେ ।

ତା’ପରଦିନ ବିଷାକ୍ତ ଗ୍ୟାସ ଯୋଗୁଁ ରୁଦ୍ଧହୋଇ ମୃତ୍ୟୁବରଣ କରିଥିବା ‘ନିରୀହ ପିଲା, ନିରୀହ ଶିଶୁମାନଙ୍କ’ ମୃତ୍ୟୁବରଣ କରିଥିବାର ଚିତ୍ର ଦେଖି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନିଜର ଆତଙ୍କକୁ ପରିପ୍ରକାଶ କରି ଘୋଷଣା କରିଥିଲେ ଯେ, ଲକ୍ଷ୍ମଣରେଖାକୁ ଅତିକ୍ରମ କରାଯାଇଛି ।

ସେ ନିଜ ଦେଶର ଜାତୀୟ ନିରାପତା ବୈଠକ ଡାକି ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ବାଟ କ’ଣ ଅଛି ବିଚାର କଲେ । ଠିକ୍ ତା’ ପରଦିନ ଭୂ-ମଧ୍ୟ ସାଗରରେ ଥିବା ଦୁଇଟି ଆମେରିକୀୟ ଯୁଦ୍ଧଜାହାଜ ସିରିୟାର ହମସ୍ ସହର ପାଖରେ ଥିବା ସୟରାତ ବିମାନ ଘାଟି ଉପରେ ୫୯ଟି ଟୋମାହକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା ।

ତାଙ୍କ ସରକାର ରାସାୟନିକ ଅସ୍ତ୍ର ପ୍ରୟୋଗ କରିଛନ୍ତି ବୋଲି ଆସିଥିବା ଅଭିଯୋଗର ଉତର ରଖି ସିରିୟାର ବୈଦେଶିକ ମବୀ ୱାଲିଦ୍ ଅଲ୍ ମୁଆଲେମ୍ ସ୍ପଷ୍ଟ ଭାବେ କହିଥିଲେ ଯେ, ‘ସିରିୟା’ ଆରବ ସେନା ଏଭଳି ଅସ୍ତ୍ର ବ୍ୟବହାର କରିନାହିଁ ଏବଂ ଆମ ଲୋକମାନଙ୍କୁ ନିଜ ଲକ୍ଷ୍ୟରେ ରଖିଥିବା ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ମଧ୍ୟ ଏଭଳି ଅସ୍ତ୍ର ପ୍ରୟୋଗ କରିବ ନାହିଁ’ କିନ୍ତୁ କ୍ଷମତାଶାଳୀ ଲୋକେ ଏବଂ ବ୍ୟବସ୍ଥା ସହ ଥିବା ଗଣମାଧ୍ୟମ ଏହି ବୟାନଟିକୁ ଅଣଦେଖା କରିଥିଲେ ।

ଅନ୍ୟପଟେ ସେମାନେ ସଂଯୁକ୍ତ ରାଷ୍ଟ୍ରରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ନିକି ହ୍ୟାଲିଙ୍କ ବକ୍ତବ୍ୟକୁ ବହୁଳ ପ୍ରସାରିତ କରିଥିଲେ । ତାଙ୍କ ବକ୍ତବ୍ୟର ଅର୍ଥ ଥିଲା ଯେ ଯେହେତୁ ଅନ୍ତଃରାଷ୍ଟ୍ରୀୟ ସମୁଦାୟ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ଅନବରତ ବିଫଳ ହୋଇଛନ୍ତି, ସିରିୟା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ପାଇଁ ଆମେରିକାର ଅଧିକାର ଅଛି ।

ଆଶାନୁରୂପକ ଆମେରିକାର କର୍ପୋରେଟ ଗଣମାଧ୍ୟମ ଓ ରାଜନୈତିକ ପ୍ରତିଷ୍ଠାନ ଆମରିକାର ସିରିୟା ଆକ୍ରମଣ ପାଇଁ ଟ୍ରମ୍ପଙ୍କର ପ୍ରଶଂସା କରିଥିଲେ ।

ଏମିତିକି, ଏଯାବତ୍ ଟ୍ରମ୍ପଙ୍କୁ ଗାଳି କରି ଆସିଥିବା ସି.ଏନ୍.ଏନ୍. ଟିଭିର ପ୍ରମୁଖ ବୈଦେଶିକ କାର୍ଯ୍ୟକ୍ରମର ପରିଚାଳିକା ଫରିଦ୍ ଜାକାରିଆ ଟ୍ରମ୍ପଙ୍କ ସିରିୟାରେ କ୍ଷେପଣାସ୍ତ୍ର ପ୍ରୟୋଗ ଦ୍ୱାରା ବିମୋହିତ ହୋଇ କହିଥିଲେ ଯେ, ‘ଟ୍ରମ୍ପ୍ ଏବେ ଆମେରିକାର ରାଷ୍ଟ୍ରପତି ହେଲେ ।

’ ସତ କହିବାକୁ ଗଲେ, ଆମେରିକୀୟ ସାମ୍ରାଜ୍ୟବାଦର ଅନେକ ପ୍ରାଚୀନ ଆଲେଖ୍ୟ ଗୋଟିଏ ବନ୍ଦ ଫାଶ ଭିତରେ ପୁଣିଥରେ ଉପସ୍ଥାପିତ ହୋଇଗଲା । ୧୯୯୧ ମସିହାର ତୈଳ ସମୃଦ୍ଧ ଇରାକ ଉପରେ ଆକ୍ରମଣ, ଏକଥା କହି କରାଯାଇଥିଲା ଯେ, କୁଏତ୍ ଲୋକଙ୍କ ଉପରେ ଇରାକୀ ସେନାଙ୍କର ନିର୍ଯାତନା ଦିଆଯାଉଥିବା ମନେ କରାଯାଉଥିଲା ଏବଂ ତାକୁ ପ୍ରତିରୋଧ କରିବା ପାଇଁ ଇରାକ ଆକ୍ରମଣ କରାଯାଇଥିଲା ।

୧୯୯୯ରେ ଏହା କହି ଯୁଗୋସ୍ଲୋଭିଆ ଉପରେ ନାଟୋର ବୋମାମାଡ଼ ଯଥାର୍ଥ କୁହାଗଲା ଯେ, ଏହି ଦେଶର ରାଷ୍ଟ୍ରପତି ସ୍ଲୋବେକେନ୍ ମିଲୋସେଭିକ୍ ଗୋଟିଏ ସମ୍ପ୍ରଦାୟର ଲୋକମାନଙ୍କୁ କାଳେ ନି୧⁄୨ିହ୍ନ କରିଦେବେ, ଯାହାକୁ ବନ୍ଦ କରାଇବାର ଥିଲା ।

୨୦୦୧ରେ ଆଫଗାନିସ୍ଥାନ ଆକ୍ରମଣକୁ ଏକଥା କହି ଯୁକ୍ତିଯୁକ୍ତ କୁହାଗଲା ଯେ ସେ ଦେଶର ତାଲିବାନ ଶାସକମାନେ କୁଆଡ଼େ ସେପ୍ଟେମ୍ବର ୧୧, ୨୦୦୧ରେ ଆମେରିକାରେ (ବିଶ୍ୱ ବାଣିଜ୍ୟ କେନ୍ଦ୍ରରେ) ହେଇଥିବା ଆକ୍ରମଣର ସବାସବାଦୀମାନଙ୍କୁ ପରିପୋଷଣ କରୁଥିଲେ ।

୨୦୦୩ରେ ଇରାକ ଆକ୍ରମଣକୁ ଏକଥା କହି ବୈଧ କରିବା ପାଇଁ ଯୁକ୍ତି ରଖାଗଲା ଯେ, ରାଷ୍ଟ୍ରପତି ସଦ୍ଦାମ ହୁସେନ କୁଆଡ଼େ ‘ଗଣବିଧ୍ୱଂସୀ ଅସ୍ତ୍ରଶସ୍ତ୍ର’ ରଖିଥିଲେ ।

୨୦୧୧ରେ ନାଟୋ ନେତୃତ୍ୱରେ ଲିବ୍ୟା ଉପରେ ଆକ୍ରମଣ ହେଲା ଏବଂ ସେମାନଙ୍କର ଇସଲାମ ଧର୍ମର ସହଯୋଗୀମାନେ ରାଷ୍ଟ୍ରପତି ମୁଆମାର ଗଦାଫିଙ୍କୁ ହତ୍ୟା କଲେ ଏଭଳି ଏକ ନୈତିକ କାରଣ ଦର୍ଶାଇ ଯେ, ଗଦାଫିଙ୍କ ସେନା ବେନ୍ଘାକ୍ରେ ବଡ଼ ଧରଣର ଗଣହତ୍ୟା କରିବା ପାଇଁ ସଜବାଜ ହେଉଥିଲେ ।

ନିଜର ଭୌଗଳିକ-ରାଜନୈତିକ ଆକାଂକ୍ଷାଗୁଡ଼ିକ ପୂରଣ କରିବା ପାଇଁ ୱାଶିଂଟନ୍ ତରଫରୁ ଧାର୍ମିକ ମୌଳବାଦୀମାନଙ୍କୁ ଅର୍ଥ ଯୋଗାଇବା, ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ଆୟୋଜିତ କରିବାର ଏକ ଢାଂଚା ଦୀର୍ଘଦିନ ଧରି ରହିଆସିଛି ।

ଆମେରିକାର ଗୋଇନ୍ଦା ସଂସ୍ଥା ସି.ଆଇ.ଏ. ମୁସଲମାନ ବ୍ରଦରହୁଡ଼ ସହ ମିସି ୧୯୫୦ଦଶକରେ ଜାତୀୟତାବାଦୀ ଆରବୀୟଙ୍କ ବିରୁଦ୍ଧରେ ଏକାଠି ହେବା ଏବଂ ୧୯୮୦ଦଶକରେ ସୋଭିଏତ୍ ସଂଘ ବିରୁଦ୍ଧରେ ଲଢ଼ିବା ପାଇଁ ମୁଜାହିଦ୍ଦିନମାନଙ୍କୁ ଆମେରିକାର ଅସ୍ତ୍ର ଯୋଗାଇବା କଥାଟି ମନକୁ ଆସିଯାଏ ।

ସେଭଳି ଅସନା କୌଶଳ ୬ବର୍ଷ ଧରି ଚାଲିଥିବା ସିରିୟାର ଗୃହଯୁଦ୍ଧରେ ପ୍ରୟୋଗ କରାଯାଇଛି । ନିର୍ଦ୍ଦିଷ୍ଟ ଭାବେ କହିବାକୁ ଗଲେ, ସାଉଦୀ ଆରବର ରାଷ୍ଟ୍ରର ଧର୍ମ ୱାହାବିବାଦର ପ୍ରସାର (ଯାହା-ସୁନି ଇସଲାମର ଗୋଟିଏ ଗୋଷ୍ଠୀ, ନିଜକୁ ଅଧିକ ନିର୍ମଳ ମନେକରେ ଏବଂ ଉଗ୍ରଭାବେ ‘ରକ୍ଷଣଶୀଳ)-ତାହା ହିଁ ଆଇ.ଏସ୍.ଆଇ.ଏସ୍ ଭଳି ସଲାଫି ଜିହାଦି ଗୋଷ୍ଠୀ ଓ ଆଲକାଏଦାଗୁଡ଼ିକର ଧାର୍ମିକ ପ୍ରେରଣା ପାଲଟିଛି ।

ଉଦାହରଣସ୍ୱରୂପ ଆଲ-କାଇଦାର ଯବହାତ୍ ଓ ନୁସ୍ର ବିଦ୍ରୋହୀ ଗୋଷ୍ଠୀମାନଙ୍କ ଭିତରେ ଶକ୍ତିଶାଳୀ, ଯାହାକୁ ଆମେରିକୀୟ ଗୋଇନ୍ଦା ସଂସ୍ଥା ସି.ଆଇ.ଏ. ସମର୍ଥନ କରୁଛି, ସିରିଆରେ ରାଷ୍ଟ୍ରପତି ଆସାଦଙ୍କୁ ମୁକାବିଲା କରିବା ପାଇଁ ।

ସମସ୍ୟାଟି ୱାହାବିବାଦ୍ରେ ନାହିଁ ବରଂ ଅଛି ଆମେରିକୀୟ ସାମ୍ରାଜ୍ୟବାଦର ସଂକୀର୍ଣ୍ଣ ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟଗୁଡ଼ିକରେ, ଯଦ୍ୱାରା କି ଏହି ସଲାଫି ଜିହାଦୀ ଗୋଷ୍ଠୀମାନଙ୍କୁ ଅର୍ଥ ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇଛି ।

ସମୟ ଆସିଛି, ସଂଯୁକ୍ତ ରାଷ୍ଟ୍ର ଦାବି କରିବା ଦରକାର ଯେ ଆମେରିକା, ସାଉଦୀ ଆରବ ଏବଂ ଖାଡ଼ିର ସରକାରମାନେ ଏହି ସଲାଫି ଜିହାଦି ସାମରିକ ଦଳଗୁଡ଼ିକୁ ସହଯୋଗ କରିବା ବନ୍ଦ କରନ୍ତୁ ଯେଉଁମାନେ ଆମେରିକୀୟ ସାମ୍ରାଜ୍ୟବାଦର ପ୍ରତିନିଧି ଭଳି ସିରିଆରେ କାମ କରୁଛନ୍ତି ।

ଯେକୌଣସି ନିଷ୍ଠାପର ବିଶ୍ଳେଷଣ ସିରିଆରେ ଆଜି ଚାଲିଥିବା ସଙ୍କଟର ପୃଷ୍ଠଭୂମିରେ ଏହିଭଳି ସ୍ଥିତିଟିକୁ ହିଁ ପାଇବ ଏବଂ ଏକବିଂଶ ଶତାବ୍ଦୀର ସବୁଠାରୁ ଯବଣାଦାୟକ ଶରଣାର୍ଥୀ ସମସ୍ୟାଟିକୁ ବୁଝିପାରିବ ।

ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନ ଫଳରେ ଦୁଇଟି କଥା ହେବ, ସଲାଫି ଜିହାଦୀଙ୍କ ସାମରିକ ଭାଗ୍ୟଟି ପ୍ରଜ୍ୱଳିତ ହେବ ଏବଂ ଅନ୍ୟପଟେ ସିରିୟାର ଗୃହଯୁଦ୍ଧରେ ଆସାଦଙ୍କ ପକ୍ଷ ନେବାପାଇଁ ରୁଷ ଓ ଇରାନ ଅଧିକ କଠୋର ନିତି ଅବଲମ୍ବନ କରିବେ ।

ଏହା ଫଳରେ ସାଧାରଣ ନାଗରିକଙ୍କ ବିରୁଦ୍ଧରେ ନିର୍ଯାତନା ବଢ଼ିଚାଲିବ ଏବଂ ଶରଣାର୍ଥୀଙ୍କ ଦୁର୍ଦ୍ଦଶା ବଢ଼ିଚାଲିବ ।

April 15, 2017 VOL L II NO 15 (America’s Reckless Syria policy )

Exit mobile version