ଓଡିଶା ନ୍ୟୁଜ/ Odisha News
ସମଦୃଷ୍ଟି

ନିଜ ଶକ୍ତିକୁ ନିଜେ ଚିହ୍ନିବା

ଶିଳ୍ପ ଟ୍ରିବ୍ୟୁନାଲ ଠାରୁ ଆରମ୍ଭ କରି ମୁମ୍ବାଇ ଉଚ୍ଚନ୍ୟାୟାଳୟ ଏବଂ ଶେଷରେ ସର୍ବୋଚ୍ଚ ଅଦାଲତ ଯାଏଁ ପହଞ୍ôଚଥିବା ଦୀର୍ଘ ଦଶବର୍ଷର ଆଇନଗତ ସଂଗ୍ରାମ ପରେ ମୁମ୍ବାଇର ୨୭୦୦ ପରିମଳ ଶ୍ରମିକ ଏବେ ମୁମ୍ବାଇ ପୌର ନିଗମ (ବି.ଏମ୍.ସି.)ର ସ୍ଥାୟୀ କର୍ମଚାରୀ ହିସାବରେ ପରିଗଣିତ ହେବେ ।

ଅଦାଲତରେ ପ୍ରତିଟି ସ୍ତରରେ କର୍ମଚାରୀମାନଙ୍କର ହିଁ ବିଜୟ ହୋଇଥିଲା ଏବଂ ପ୍ରତ୍ୟେକଟି ଥର ବି.ଏମ୍.ସି.ର ହିଁ ପରାଜୟ ହୋଇଥିଲା । ନିଃସନ୍ଦେହ ଏହା ଶ୍ରମିକମାନଙ୍କର ଏବଂ ସେମାନଙ୍କୁ ସଙ୍ଗଠିତ କରିଥିବା କଚରା ବାହାତୁକ ଶ୍ରମିକ ସଂଘର ଏକ ବିଜୟ ହେଲେ ବି, ଏହା ସାମୂହିକ ମୂଲଚାଲ ଏବଂ ସଙ୍ଗଠନ ଶକ୍ତି ପ୍ରତି ଏକ ସମର୍ଥନ ।

ଦେଶସାରା ଶ୍ରମିକ ଆନ୍ଦୋଳନ ଦୁର୍ବଳ ସ୍ଥିତିରେ ଥିଲାବେଳେ ଏବଂ ସେମାନଙ୍କର ମୃତ୍ୟୁର ଘଣ୍ଟି ବାଜିଲାଣି ଡାକରା ପଡ଼ିଥିବା ବେଳେ, ଶ୍ରମିକ ସଙ୍ଗଠନମାନେ ଯତ୍ନର ସହ ରଣକୌଶଳ ପ୍ରସ୍ତୁତ କରି ଯଦି ନାଗରିକ ସମାଜର ସମର୍ଥନ ହାସଲ କରିପାରନ୍ତି ତେବେ ସଫଳତା ମିଳିବ ନିଶ୍ଚୟ- ଏଭଳି ଏକ କଥା ପ୍ରତି ଆସ୍ଥା ପ୍ରତିପାଦନ କରୁଛି ।

ତଥାପି, ଏହି ଆଇନଗତ ବିଜୟକୁ ସଂଘର୍ଷର ଅନ୍ତଃ ହେଲା ବୋଲି ଶ୍ରମିକମାନେ ଭାବିବା ଉଚିତ ହେବନି ।

ଆବର୍ଜନା ସଂଗ୍ରହ କରିବା ଏବଂ ସେସବୁକୁ ବୋହିବା ବେଳେ ଭୟଙ୍କର ଚର୍ମ ଓ ଶ୍ୱାସ ରୋଗ ଏହି ‘ଅଦୃଶ୍ୟ’ ଶ୍ରମିକମାନଙ୍କ ଭିତରେ ଦେଖାଦେଇଥାଏ ଯେଉଁମାନେ ଅଧିକାଂଶରେ ଜାତିଗତ ଖସଡ଼ାରେ ସର୍ବଶେଷ ପାହାଚରେ ସ୍ଥାନ ପାଇ ଆସିଛନ୍ତି । ସେମନାଙ୍କର ପ୍ରତିପକ୍ଷ, ପାଇଖାନା ମଳ ଶ୍ରମିକମାନଙ୍କ ଭଳି, ପରିମଳ ଶ୍ରମିକମାନେ ମଧ୍ୟ ମୁମ୍ବାଇ ଓ ଅନ୍ୟାନ୍ୟ ଦ୍ରୁତଗତିରେ ବଢ଼ୁଥିବା ସହରର ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଭୂମିକା ନିଭାଇ ଥାଆନ୍ତି ।

ଏଭଳି କାମ ଏହି ଶ୍ରମିକମାନଙ୍କୁ କିନ୍ତୁ ସେହି ଲୋକମାନଙ୍କ ଭିତରକୁ ଠେଲି ଦେଇଥାଏ ଯେଉଁମାନଙ୍କର ସମାଜରେ ନିଜ କାମ ପାଇଁ କୌଣସି ସ୍ୱୀକୃତି ନଥାଏ, ମଣିଷ ହିସାବରେ ସ୍ୱୀକାର କରିବା ତ ଭିନ୍ନ କଥା, ଏଭଳି ଏକ ପରିବେଶରେ କାମ କରିପାରିବା ପାଇଁ ଏବଂ ଏମିତି ଏକ ସ୍ଥାନରେ ବାସ କରି ରହିବା ପାଇଁ ସେମାନଙ୍କ ଭିତରୁ ଅଧିକାଂଶ ନିଶାକୁ ଆପଣେଇ ଥାଆନ୍ତି ।

ତଥାପି ଏହି ମଣିଷମାନଙ୍କୁ ଆଶା କରାଯାଏ ଯେ ସେମାନେ ଚାକିରୀର ନିରାପତ୍ତା ନଥାଇ, ଦେହ ଖରାପ ହେଲେ ଛୁଟି ନଥାଇ, କାମ କଲାବେଳେ ମୃତ୍ୟୁବରଣ କଲେ କ୍ଷତିପୂରଣ ନଥାଇ ଏବଂ ସଙ୍ଗଠିତ ସରକାରୀ କର୍ମଚାରୀ ତଥା ଅନ୍ୟ ନାଗରିକ କର୍ମଚାରୀମାନେ ପାଉଥିବା ଜନମଙ୍ଗଳକାରୀ ଯୋଜନାର ଲାଭ ନପାଇ ସେମିତି କାମ କରିବେ ।

କେ.ଭି.ଏସ୍.ଏସ୍. ଏବଂ ବର୍ଜ୍ୟବସ୍ତୁ ଉଠାଉଥିବା ଶ୍ରମିକମାନଙ୍କ ସଙ୍ଗଠନ ଭଳି ଆଉ କେତେକ ସଙ୍ଗଠନମାନଙ୍କ ସହ ମିଶି ନିଶ୍ଚିତ କରାଇଛନ୍ତି ଯେ ଯେମିତିଏହି ଶ୍ରମିକମାନେ ଅଦୃଶ୍ୟ ଓ ନିରବ ଆଉ ରହିବେନି ଏବଂ ସାମୟିକ ଭାବେ ନିଯୁକ୍ତ ପରିମଳ ଶ୍ରମିକମାନଙ୍କର ଦାବୀ ଓ ସଂଘର୍ଷଗୁଡ଼ିକ ଯେମିତି ଜନସାଧାରଣରେ ତଥା ସରକାରରେ ଧ୍ୟାନ ଆକର୍ଷଣ କରିବ ।

ପରିମଳ ଶ୍ରମିକମାନଙ୍କର ମଜୁରୀ ବୃଦ୍ଧି ଏବଂ ଅନ୍ୟାନ୍ୟ ସୁବିଧା ପାଇବା କ୍ଷେତ୍ରରେ ମଧ୍ୟ ଏମାନଙ୍କର ବୃହତ ବିଜୟ ଘଟିଛି ।

ଆଇନଗତ ସଂଘର୍ଷ ପ୍ରକ୍ରିୟା ଭିତରେ, ବି.ଏମ୍.ସି. ଯୁକ୍ତି ରଖିଆସିଥିଲା ଯେ ସେମାନେ ପ୍ରମୁଖ ନିଯୁକ୍ତିଦାତା ନୁହଁନ୍ତି, ଯେହେତୁ ଠିକାଦାରମାନେ ସେମାନଙ୍କୁ ନିଯୁକ୍ତି ଦିଅନ୍ତି ଏବଂ ପାଉଣା ବି ଦିଅନ୍ତି । ‘ହାଇଦ୍ରାବାଦ ଢାଞ୍ଚା’ ନାମରେ ଜଣାଶୁଣା ଏହି ପ୍ରଣାଳୀରେ ପ୍ରତିଟି ୱାର୍ଡ଼କୁ କେତୋଟି ୟୁନିଟ୍ରେ ବିଭକ୍ତ କରାଯାଇଥାଏ ଏବଂ ବେସରକାରୀ ସଂସ୍ଥା ଓ ସମବାୟ ସଙ୍ଗଠନମାନଙ୍କୁ ନିଲାମ ଡାକିବା ପାଇଁ ଆବେଦନ କରାଯାଏ ।

ସେମାନେ ଝାଡ଼ୁ କରିବା, ଆବର୍ଜନା ସଫା କରିବା ଓ ଆବର୍ଜନା ପରିବହନ କରିବା ଇତ୍ୟାଦିର ଠିକା ନେଇଥାନ୍ତି । ବି.ଏମ୍.ସି.ର ଯୁକ୍ତି ଥିଲା ଯେ, ଏହି ଶ୍ରମିକମାନଙ୍କ ସହ କୌଣସି ‘ନିଯୁକ୍ତିଦାତା – କର୍ମଚାରୀ’ ସମ୍ପର୍କ ନାହିଁ । କେ.ଭି.ଏସ୍.ଏସ୍.ର ଯୁକ୍ତି ଥିଲା ଯେ ଠିକାଦାରମାନଙ୍କର କୌଣସି ନିଜସ୍ୱ ଦକ୍ଷତା ବା କ୍ଷମତା ନଥାଏ ଏବଂ ମଜୁରୀ ମଧ୍ୟ ବି.ଏମ୍.ସି. ପ୍ରଦାନ କରିଥାଏ ।

ଏହି ସଂଘର ପୁଣି ଏକ ଯୁକ୍ତି ଥିଲା ଯେ ପରିବେଶ ସୁରକ୍ଷା ନିୟମ ମୁତାବକ ନର୍ଦ୍ଦମା ସଫା କରିବା, ବର୍ଜ୍ୟ ତଥା ପରିତ୍ୟକ୍ତ ବସ୍ତୁ ବାହାର କରିବା ନଗର ନିଗମର ଏକ ବାଧ୍ୟତାମୂଳକ ଦାୟିତ୍ୱ ।

କେ.ଭି.ଏସ୍.ଏସ୍. ଏକଥା ମଧ୍ୟ ଦର୍ଶାଇଥିଲେ ଯେ, ବି.ଏମ୍.ସି. ଠିକାଦାରମାନଙ୍କର ସବୁ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାନ୍ତି; ୱାର୍ଡ଼ କାର୍ଯ୍ୟାଳୟରେ ନିଯୁକ୍ତି ଠିକ୍ କରାଯାଏ ଏବଂ ତଦାରଖ କାମଟି ମଧ୍ୟ ବି.ଏମ୍.ସି. ଦ୍ୱାରା କରାଯାଇଥାଏ ।

ତିନୋଟି ସ୍ତରର ଅଦାଲତକୁ ଯାଇ ଗୋଟିଏ ଦଶନ୍ଧି ଧରି ବି.ଏମ୍.ସି. ବିରୁଦ୍ଧରେ ଆଇନଗତ ଲଢ଼ାଇ କରିବା କେ.ଭି.ଏସ୍.ଏସ୍. ପାଇଁ ଏକ ଆହ୍ୱାନର ଅଂଶବିଶେଷ ଥିଲା ।

ଅଣ ସଙ୍ଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କୁ ସଂଘବଦ୍ଧ କରାଇବା ଶ୍ରମିକ ଆନ୍ଦୋଳନର ଏକ କଠିନ କାମ । ସେମାନଙ୍କର କାମ କରିବା କ୍ଷେତ୍ରରେ ସୁରକ୍ଷାର ଅଭାବ ଏବଂ କ୍ଷମତାହୀନ କରାଇବାର ପ୍ରକ୍ରିୟା କୌଣସି ସଂଘରେ ସାମିଲ ହେବାପାଇଁ ବାରଣ କରିଥାଏ ।

ଯଦି ବି ସେମାନେ କୌଣସି ସଂଘରେ ଯୋଗ ଦିଅନ୍ତି, ସେମାନଙ୍କର କାର୍ଯ୍ୟକ୍ଷେତ୍ରରେ ବିରୋଧ ଅବସ୍ଥାଟି ବଢ଼ିଯାଇଥାଏ ଯେହେତୁ ଏମାନଙ୍କୁ ଦୀର୍ଘଦିନ ଧରି ଗୋଟିଏ ଶକ୍ତିଶାଳୀ ଶତ୍ରୁ ବିରୁଦ୍ଧରେ କଠିନ ସଂଗ୍ରାମ କରିବାକୁ ପଡ଼ିଥାଏ ।

ଏହି ଶ୍ରମିକମାନଙ୍କ ଭିତରେ ଏକତା ଓ ସଂହତି ବଞ୍ଚାଇ ରଖିପାରିଥିବା ଯୋଗୁଁ କେ.ଭି.ଏସ୍.ଏସ୍.କୁ ଶ୍ରେୟ ମିଳିବା କଥା । ବିଭିନ୍ନ ଉପାୟ ଅବଲମ୍ବନ କରି ଏମାନେ ମଧ୍ୟ ସମାଜରେ ଗୋଟିଏ ବିରାଟ ବର୍ଗର ଲୋକମାନଙ୍କ ପାଖରେ ପହଞ୍ôଚ ପାରିଛନ୍ତି ଯେଉଁମାନଙ୍କ ଭିତରେ ଅଛନ୍ତି, ଛାତ୍ର, ସାମ୍ବାଦିକ, ସ୍ୱାସ୍ଥ୍ୟ ଓ ଆଇନ କର୍ମୀ, ଚଳଚ୍ଚିତ୍ର ନିର୍ମାତା ଓ ଅନ୍ୟମାନେ ।

ସଂଘ ମଧ୍ୟ ନିଜର ୱେବସାଇଟ୍ ଏବଂ ବ୍ଲଗ୍ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖି ସମାଜର ବିଭିନ୍ନ ବର୍ଗ ପାଖରେ ପହଞ୍ôଚବା ପାଇଁ ପ୍ରୟାସ କରିଥାଏ ।

କେ.ଭି.ଏସ୍.ଏସ୍.ର ଆଇନଗତ ବିଜୟ ଦେଶସାରା ସରକାର ଓ ନଗର ଉନ୍ନୟନ କର୍ତ୍ତୃପକ୍ଷମାନଙ୍କର ଛଳନାକୁ ପଦାରେ ପକାଇ ଦେଇଛି ଯେଉଁମାନେ ଗୋଟିଏ ପଟେ ସ୍ୱଚ୍ଛ ଭାରତ ଅଭିଯାନର ବହୁଳ ପ୍ରଚାର ଚଳାଇଥିବା ବେଳେ, ସହରକୁ ପ୍ରକୃତରେ ସ୍ୱଚ୍ଛ ରଖୁଥିବା ଶ୍ରମିକମାନଙ୍କ ପ୍ରତି କୌଣସି ସମ୍ବେଦନଶୀଳତା ଦେଖାଇ ପାରୁନାହାନ୍ତି ।

ପ୍ରକୃତରେ, କେ.ଭି.ଏସ୍.ଏସ୍. ନିଜର ୱେବସାଇଟ୍ରେ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ମନ୍ତ୍ରୀମାନଙ୍କ ଦ୍ୱାରା ଝାଡ଼ୁ ଧରିବା ନାଟକ ପ୍ରତି ଧ୍ୟାନ ଆକର୍ଷଣ କରି କୁହନ୍ତି ଯେ, ‘ଆମେ ଦେଶଟାକୁ ସ୍ୱଚ୍ଛ ରଖୁଥିବା ବେଳେ, ସେମାନେ ନିଜର ଛାଇଟି ଉପରେ ଝାଡ଼ୁ ମାରୁଛନ୍ତି ।’

ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସଠିକ ଭାବେ ଗୁରୁତ୍ୱାରୋପ କରିଛି ଯେ, ‘ଗୋଟିଏ ଶ୍ରେଣୀର ନାଗରିକମାନଙ୍କୁ ସ୍ୱଚ୍ଛ ରଖିବା ପାଇଁ, ଆଉ ଗୋଟିଏ ଶ୍ରେଣୀକୁ କ୍ରିତଦାସ ଭଳି ନିୟୋଜିତ କରାଯାଇପାରିବ ନାହିଁ ।’

ଏହି ବାର୍ତ୍ତାଟି ପ୍ରତି ସରକାର ଓ ନାଗରିକ ସମାଜ ଧ୍ୟାନ ଦେବା ଦରକାର ।

 

Recognising Their Own Strength EPW- April 22, 2017 Vol L II No-16

Leave a Reply

This site uses Akismet to reduce spam. Learn how your comment data is processed.