Site icon Odisha.com

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ (ଚିଠି ପତ୍ର)

ମହାଶୟ

ମୁ ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଗତ ସପ୍ତାହରେ ଦର୍ଶନ କରିବାକୁ ଯାଇଥିଲି । ବଡ ଠାକୁରଙ୍କୁ ଦର୍ଶନ କରି ଅପୂର ଆନନ୍ଦ ଲାଭ କଲି । ପୁରୀ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ । ସାରା ବିଶ୍ୱରୁ ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସିଥାନ୍ତି । ତେବେ ମନ୍ଦିରର ପରିମଳ ବ୍ୟବସ୍ଥା ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକ ରହିଛି ।

ଶ୍ରୀମନ୍ଦିରର ସିଂହଦ୍ୱାର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବୁଢିଆଣୀ ଓ ବାଦୁଡ଼ି ଓ ଚେମିଣୀ ମାନଙ୍କ ଜାଲ ଓହଳିଥିବା ମୁ ଦେଖିଥିଲି। ଠିକ ସେହି ପରି କେତେକ ସ୍ଥାନରେ ପାରା ମଳତ୍ୟାଗ କରିଥିବା ଦେଖିବାକୁ ପାଇଥିଲି । ସେ ସବୁ ନିୟମିତ ସଫା କରିବାର ଆବଶ୍ୟକତା ରହିଛି ।

ତାସହିତ କେତେକ ପଣ୍ଡା ଦର୍ଶନ ପାଇଁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଭଲ ବ୍ୟବହାର କରୁନଥିବା ଦେଖିଥିଲି । ଉଭୟ ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନ ଯଦି ଏ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତେ ,ତେବେ ପ୍ରତିଦିନ ଶ୍ରୀଜିଉଙ୍କ ଦର୍ଶନ ଲାଗି ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଉପକୃତ ହୋଇପାରନ୍ତେ ।

ଡ଼ାକ୍ତର .କେ.ଦୁଆ
ପ୍ରଫେସର ଭେଟେନାରୀ ମେଡ଼ିସିନ
ଗୁରୁ ଅଙ୍ଗଦଦେବ ଭେଟେନାରୀ ଆଣ୍ଡ୍ ଆନିମଲ୍ ସାଇନସେସ୍ ୟୁନିର୍ଭସିଟି,ଲୁଧିଆନା

Exit mobile version