ରାଜା ଘରେ କୁଣିଆ

କନାରୁ କର୍ପୁର ଉଡିଯାଇଥିଲେ ବି କନା ସହିତ ଯୋଡି ହୋଇଥିବା ଇତିହାସ ଓ କିମ୍ବଦନ୍ତି ସର୍ବଦା ରହସ୍ୟ ଓ ରୋମାଂଚ ଭରା । ଏଣୁ ଏହା ଲୋକଙ୍କୁ ରୋଚକ ଲାଗିବା ସହ ଅନୁତ୍ସନ୍ଧିସୁ କରେ । ସ୍ୱାଧିନୋତ୍ତର ଭାରତ ବର୍ଷରେ ରାଜୁଡି ଶାସନ କେବେଠୁ ଗଲେବି ସେହି ସମାନ କାରଣରୁ ଏଯାଏଁ ରାଜା ଓ ରାଜ ପରିବାରର ଭିତିରି କଥା ଜାଣିବାର ଏକ ଉତ୍ସୁକତା ଅନେକଙ୍କ ରହିଛି ।

ରାଜା, ରାଣୀ. ରାଜା ଘରକୁ ନେଇତ ଆମର ସବୁ ବୁଢିମା କାହାଣୀ ଓ ଲୋକକଥା । କିନ୍ତୁ ରାଜ ନଅରର ବିରାଟ ପାଚେରି ସେପଟର ଅନେକ କଥା ସମ୍ପର୍କରେ ସାଧାରଣ ଲୋକଙ୍କ ଜାଣିବାର କୌଣସି ଅବକାଶ ନଥାଏ । ହେଲେ ଏବେ ଯଦି ରାଜା ଅନ୍ୟକୁ କୁଣିଆ କରି ନିଜ ରାଜବାଟି, ରାଜ ପରିବାରର ଇତିହାସ ନିଜେ କହିବେ? ଆମ ଓଡିଶାର ଅଳ୍ପ କେଇ ରାଜ ପ୍ରାସାଦ ଏମିତି କିଛି ପ୍ରୟାସ ଆରମ୍ଭ କରିଛନ୍ତି ।

ଏଇମାତ୍ର କିଛି ବର୍ଷ ତଳେ ଢେଙ୍କାନାଳ ରାଜ ଉଆସରୁ ଆରମ୍ଭ ହୋଇଥିବା ଏହି ଯୋଜନା ଦେଶ ଓ ବିଦେଶର ପର୍ଯ୍ୟଟକ ମାନଙ୍କ ଦ୍ୱାରା ଅଦୃତ ହେଲା ପରେ ଆଳୀ, କନିକା, ପାରିକୁଦ ପ୍ରଭୃତି ଅଂଚଳକୁ ବ୍ୟାପ୍ତ ହୋଇଛି । ରାଜୁଡା ଶାସନ ଅମଳରେ ରାଜାନୁଗ୍ରହ ହେତୁ ଏତେ ବଡ ଅଟ୍ଟାଳିକାର ରକ୍ଷଣା ବେକ୍ଷଣ ହେଇଯାଉଥିଲା । ହେଲେ ଏବେ କୋରାପୁଟ, ସୁବର୍ଣ୍ଣପୁର ଭଳି ଅନେକ ରାଜ ଉଆସ ଭାଙ୍ଗିବା ଅବସ୍ଥାରେ ବା ଭାଙ୍ଗି ସାରିଲାଣି ।

ଏହି ପରିପ୍ରେକ୍ଷରେ ବ୍ୟବହାର ଯୋଗ୍ୟ ଅବ୍ୟବହୃତ ଅଂଚଳକୁ ସାଧାରଣ ଲୋକଙ୍କ ପାଇଁ ଖୋଲି ଦିଆଗଲେ ପର୍ଯ୍ୟଟକଙ୍କ ପାଇଁ ରହଣିର ଏକ ସୌଖିନ ସୁଯୋଗ ତିଆରି ହୋଇ ପାରିବ ଓ ରାଜ ଉଆସ ମଧ୍ୟ ସଂରକ୍ଷିତ ହୋଇ ରହିବ । ପର୍ଯଟକଙ୍କ ପାଇଁ ରାଜା ଘରର ବିଳାସ ବ୍ୟସନ ନିଶ୍ଚିତ ଭାବେ ଏକ ଆକର୍ଷଣ । ମିଛ କ୍ଷମତା ହେଉ ପଛେ ଦିନକ ପାଇଁ ବି ରାଜା ପରି ରହିବା ଅନେକଙ୍କ ମନ ଭିତରେ ଥିବା ଏକ ସୁପ୍ତ ଆଗ୍ରହ ।

ରାଜ ପ୍ରାସାଦର ଅସବାବ ପତ୍ର, ଖଟ, ପଲଙ୍କ, ବାସନ, ଛାତ ଉପରର ଝୁମର, ନିଖୁଣ ହାତ କାମର ଝଲକ ଥିବା ଝରକା, କବାଟ, ପୁରାତନ ଚିତ୍ରକଳାର ବ୍ୟବହାରରେ ଏହି ସୁପ୍ତ ଆଗ୍ରହ ଜୀବନ୍ୟାସ ପାଏ । ପ୍ରୟତଃ ପ୍ରତ୍ୟେକ ରାଜ ପ୍ରାସାଦ ଐତିହ ସମ୍ପନ୍ନ । ସେ ସମୟର ଅଂଚଳର ସର୍ବଶ୍ରେ କାରିଗର ମାନଙ୍କ ହାତରେ ତିଆରି ହୋଇଛି ଏ ରାଜ ପ୍ରାସାଦ ମାନେ ।

ଏଣୁ କେବଳ କାଳା ନୈପୁଣ୍ୟ ନୁହେଁ, ଚକିତ ହେଲା ଭଳି କୋଠା ବାଡି ନିର୍ମଣର କାରିଗରି କୌଷଳ ମଧ୍ୟ ଏସବୁରେ ଦେଖିବାକୁ ମିଳେ । ଏହା ସହିତ ପ୍ରାସାଦ ମାନଙ୍କୁ ଘେରି ତିଆରି ହୋଇଥିବା ସେ ଅଂଚଳର ଇତିହାସ, ଶାସନ ପ୍ରଣାଳୀ ପ୍ରଭୃତିକୁ ବୁଝିବା ମଧ୍ୟ ଏହାର ଆଉ ଏକ ଗୁରୁତ୍ୱ ପୂର୍ଣ୍ଣ ଅଂଶ । ରାଜା ଘରେ କୁଣିଆ ହେବାର ଅର୍ଥ ରାଜ ପ୍ରାସାଦର ମୁଖିଆ ବା ରାଜ ପରିବାରର ସଦସ୍ୟମାନେ ବ୍ୟକ୍ତିଗତ ଭାବେ ଅତିଥି ମାନଙ୍କୁ ଆପ୍ୟାୟିତ କରିବେ ।

ସେମାନଙ୍କ ନିଜ ମୁହଁରୁ ରଜ ନଅରର ପ୍ରତ୍ୟେକଟି ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ, ବ୍ୟବହୃତ ହାତ ହତିଆର, ପର୍ବ ପର୍ବଣୀ, ପରମ୍ପରା, ସଂସ୍କୃତି ବିଷୟରେ ଜାଣିବାର ଅବକାଶ ମିଳିବ । କୁଣିଆ ପର୍ଯଟକମାନେ ମନର ପଶ୍ଚାତଗତିରେ ଫେରିଯିବେ କାହିଁ କେତେ କାଳକୁ । ସେ ସମୟର ଦ୍ରବ୍ୟକୁ ହାତରେ ସ୍ପର୍ଶ କରୁକରୁ ସତେ ଯେମିତି ସେମାନେ ଅତୀତକୁ ଛୁଇଁବାର ସୁଯୋଗ ପାଇବେ ।

ଆଗ କାଳରେ ରାଜା, ଜମୀଦାର ମାନେହିଁ କଳା ଓ କଳାକାରମାନଙ୍କୁ ପୃଷ୍ଟପୋଷକତା ଓ ପ୍ରୋତ୍ସାହନ ଦେଉଥିଲେ । ଆଳିର ରାଜ ପ୍ରାସାଦରେ ଏବେକାର ଉତ୍ତରାଧିକାରି ବ୍ରଜ କେଶରୀ ଦେବ ଆଗନ୍ତୁକଙ୍କ ଆଗମନରେ ସ୍ଥାନୀୟ ଲୋକକଳା ପ୍ରଦର୍ଶନୀର ଆୟୋଜନ କରୁଛନ୍ତି । ଏହା ପୁଣିଥରେ ସେ ଅଂଚଳର ପରମ୍ପରାର ପୁର୍ନଃବିନ୍ୟାଶରେ ସହାୟକ ହେଉଛି । ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ଉପରେ ଏହାର ଅନୁକୂଳ ପ୍ରଭାବ ପଡୁଛି ।

ଜାତୀୟ, ଆନ୍ତର୍ଜାତୀୟ ସ୍ତରର ସଭା ସମିତି, ଆଲୋଚନା ଚକ୍ର, କର୍ମଶାଳା, ସମ୍ପାନ ଆୟୋଜନ କରାଯାଇ ଆଗନ୍ତୁକ ସଂଖ୍ୟା ବଢାଇ ପର୍ଯଟନକୁ ବିକଶିତ କରିବା ବର୍ତ୍ତମାନ ସମୟର ଆଉ ଏକ ନୂତନ ସମ୍ଭାବନା । ଐତିହ ସମ୍ପର୍ଣ୍ଣ ରାଜ ଉଆସ ଭିତରେ ଥିବା ରାଜ ଦରବାରର ଗୁଡିକ କେବଳ ସ୍ଥାନ ଦୃଷ୍ଟିରୁ ନୁହେଁ ମହତ୍ୱ ଦୃଷ୍ଟିରୁ ମଧ୍ୟ ଏଥି ପାଇଁ ଅନେକ ମାତ୍ରାରେ ଉପଯୋଗି ।

ଢେଙ୍କାନାଳ ରାଜ ପ୍ରାସାଦରେ ରହିଛି ଓଡିଶାର ଦ୍ୱିତୀୟ ଥିଏଟର । ରାଣୀମାନେ ବସୁଥିବା ତାରଜାଲି ଦିଆ ବାଲକୋନି, ରାଜାଙ୍କର ଗ୍ରନ୍ଥାଗାର ଏହିଭଳି ପର୍ଯ୍ୟଟନ ପାଇଁ ଅନୁକୂଳ ଭିତ୍ତିଭୂମୀ ଯୋଗଇବ । ପର୍ଯ୍ୟଟନରେ ରାଜ ପ୍ରାସାଦ ମାନଙ୍କୁ ସାମିଲ କରିବା ଆମ ରାଜ୍ୟରେ ନୂତନ ହେଲେବି ରାଜସ୍ଥାନ, ହିମାଚଳ ପ୍ରଦେଶ ପ୍ରଭୃତି ସ୍ଥାନରେ ପୁରୁଣା ଓ ଅନେକ ଆଗେଇଛି । ଅମ ରାଜ ପରିବାର ଏମାନଙ୍କ ସହ ପାରିବାରିକ ସମ୍ପର୍କ ରହିଛି ।

ଏଣୁ ଏହି ସବୁ ରାଜ୍ୟର ସଫଳତାରୁ ଆମକୁ ଶିଖିବାର ଆବଶ୍ୟକତା ଥିବା ବେଳେ ଆଉ କିଛି ସତର୍କତା ଅବଲମ୍ବନ କରିବାକୁ ପାଡିବ । ଗଣତନ୍ତ୍ର ଯୁଗରେ ନିର୍ବଚନ ଲଢୁଥିବା ରାଜା ପ୍ରକୃତରେ ଜନ ସେବକ କହି ଭୋଟ ମାଗୁଥିଲେ ହେଁ ପ୍ରଚାର ପତ୍ରରେ ମହାରାଜା ଲେଖି ଗର୍ବ ଅନୁଭବ କରନ୍ତି । ସେମିତି ଏକ ମାନସିକତାରେ ରାଜ ପ୍ରାସାଦକୁ ଲୋକଙ୍କ ପାଇଁ ଉନ୍ନୁକ୍ତ ରଖିବା ଓ ସେବା ପ୍ରଦାନ କରିବା ଦ୍ୱାରା ରାଜାଙ୍କ ସମ୍ମାନହାନୀ ହେବ ବୋଲି କେହ କେହି ମନେ କରୁଥାଇ ପାରନ୍ତି ।

ଏଣୁ ଲୋକଙ୍କ ପାଇଁ କେବଳ ରାଜ ପ୍ରାସାଦ ଉନ୍ନୁକ୍ତ କଲେ ହେବ ନାହିଁ, ମନଟାକୁ ବି ଖୋଲା ରଖିବାକୁ ହେବ । ପର୍ଯ୍ୟଟନର ଆନନ୍ଦ ନେଲା ଭଳି ଓଡିଶାରେ ଅନେକ ମଠ, ମନ୍ଦିର, ନଇ, ଝରଣା, ପାହାଡ, ସମୁଦ୍ରକୂଲ ରହିଛି । ଏବେତ ଆଦିବାସୀ ଓ ଗ୍ରାମୀଣ ଜୀବନ ମଧ୍ୟ ପର୍ଯ୍ୟଟନ ପରିସର ଭୁକ୍ତ ହେଲାଣି । ହେଲେ ଭିତ୍ତିଭୂମିର ଅଭାବ ଯୋଗୁଁ ଇଚ୍ଚା ସତ୍ୱେ ଅନେକେ ଏସବୁ ଅଂଚଳକୁ ବୁଲିବା ପାଇଁ ଯାଇ ପାରୁ ନାହାନ୍ତି ।

ଅଥଚ ଏହିଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରାଜା ଓ ଜମୀଦାରଙ୍କ କୋଠା ବାଡି ଅଛି । ସରକାର ଏହାକୁ ଏକ ସୁଯୋଗ ଭାବରେ ନେଇ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ ପୁର୍ବକ ପ୍ରୋତ୍ସାହନ ଦେଲେ ପର୍ଯ୍ୟଟନର ପ୍ରସାର ଘଟିବ । ରାଜା ଘର ଆଢୁଆଳରେ କିଛି ଅନୈତିକ କାର୍ଯ୍ୟକଳାପ ନହେଉ ଏଥିପାଇଁ ତଦାରଖ ବ୍ୟବସ୍ଥା ମଧ୍ୟ କରିବାକୁ ହେବ ।
ରାଜା ଘରେ କୁଣିଆ
କନାରୁ କର୍ପୁର ଉଡିଯାଇଥିଲେ ବି କନା ସହିତ ଯୋଡି ହୋଇଥିବା ଇତିହାସ ଓ କିମ୍ବଦନ୍ତି ସର୍ବଦା ରହସ୍ୟ ଓ ରୋମାଂଚ ଭରା । ଏଣୁ ଏହା ଲୋକଙ୍କୁ ରୋଚକ ଲାଗିବା ସହ ଅନୁତ୍ସନ୍ଧିସୁ କରେ । ସ୍ୱାଧିନୋତ୍ତର ଭାରତ ବର୍ଷରେ ରାଜୁଡି ଶାସନ କେବେଠୁ ଗଲେବି ସେହି ସମାନ କାରଣରୁ ଏଯାଏଁ ରାଜା ଓ ରାଜ ପରିବାରର ଭିତିରି କଥା ଜାଣିବାର ଏକ ଉତ୍ସୁକତା ଅନେକଙ୍କ ରହିଛି । ରାଜା, ରାଣୀ. ରାଜା ଘରକୁ ନେଇତ ଆମର ସବୁ ବୁଢିମା କାହାଣୀ ଓ ଲୋକକଥା ।

କିନ୍ତୁ ରାଜ ନଅରର ବିରାଟ ପାଚେରି ସେପଟର ଅନେକ କଥା ସମ୍ପର୍କରେ ସାଧାରଣ ଲୋକଙ୍କ ଜାଣିବାର କୌଣସି ଅବକାଶ ନଥାଏ । ହେଲେ ଏବେ ଯଦି ରାଜା ଅନ୍ୟକୁ କୁଣିଆ କରି ନିଜ ରାଜବାଟି, ରାଜ ପରିବାରର ଇତିହାସ ନିଜେ କହିବେ? ଆମ ଓଡିଶାର ଅଳ୍ପ କେଇ ରାଜ ପ୍ରାସାଦ ଏମିତି କିଛି ପ୍ରୟାସ ଆରମ୍ଭ କରିଛନ୍ତି ।

ଏଇମାତ୍ର କିଛି ବର୍ଷ ତଳେ ଢେଙ୍କାନାଳ ରାଜ ଉଆସରୁ ଆରମ୍ଭ ହୋଇଥିବା ଏହି ଯୋଜନା ଦେଶ ଓ ବିଦେଶର ପର୍ଯ୍ୟଟକ ମାନଙ୍କ ଦ୍ୱାରା ଅଦୃତ ହେଲା ପରେ ଆଳୀ, କନିକା, ପାରିକୁଦ ପ୍ରଭୃତି ଅଂଚଳକୁ ବ୍ୟାପ୍ତ ହୋଇଛି । ରାଜୁଡା ଶାସନ ଅମଳରେ ରାଜାନୁଗ୍ରହ ହେତୁ ଏତେ ବଡ ଅଟ୍ଟାଳିକାର ରକ୍ଷଣା ବେକ୍ଷଣ ହେଇଯାଉଥିଲା । ହେଲେ ଏବେ କୋରାପୁଟ, ସୁବର୍ଣ୍ଣପୁର ଭଳି ଅନେକ ରାଜ ଉଆସ ଭାଙ୍ଗିବା ଅବସ୍ଥାରେ ବା ଭାଙ୍ଗି ସାରିଲାଣି ।

ଏହି ପରିପ୍ରେକ୍ଷରେ ବ୍ୟବହାର ଯୋଗ୍ୟ ଅବ୍ୟବହୃତ ଅଂଚଳକୁ ସାଧାରଣ ଲୋକଙ୍କ ପାଇଁ ଖୋଲି ଦିଆଗଲେ ପର୍ଯ୍ୟଟକଙ୍କ ପାଇଁ ରହଣିର ଏକ ସୌଖିନ ସୁଯୋଗ ତିଆରି ହୋଇ ପାରିବ ଓ ରାଜ ଉଆସ ମଧ୍ୟ ସଂରକ୍ଷିତ ହୋଇ ରହିବ । ପର୍ଯଟକଙ୍କ ପାଇଁ ରାଜା ଘରର ବିଳାସ ବ୍ୟସନ ନିଶ୍ଚିତ ଭାବେ ଏକ ଆକର୍ଷଣ । ମିଛ କ୍ଷମତା ହେଉ ପଛେ ଦିନକ ପାଇଁ ବି ରାଜା ପରି ରହିବା ଅନେକଙ୍କ ମନ ଭିତରେ ଥିବା ଏକ ସୁପ୍ତ ଆଗ୍ରହ ।

ରାଜ ପ୍ରାସାଦର ଅସବାବ ପତ୍ର, ଖଟ, ପଲଙ୍କ, ବାସନ, ଛାତ ଉପରର ଝୁମର, ନିଖୁଣ ହାତ କାମର ଝଲକ ଥିବା ଝରକା, କବାଟ, ପୁରାତନ ଚିତ୍ରକଳାର ବ୍ୟବହାରରେ ଏହି ସୁପ୍ତ ଆଗ୍ରହ ଜୀବନ୍ୟାସ ପାଏ । ପ୍ରୟତଃ ପ୍ରତ୍ୟେକ ରାଜ ପ୍ରାସାଦ ଐତିହ ସମ୍ପନ୍ନ । ସେ ସମୟର ଅଂଚଳର ସର୍ବଶ୍ରେ କାରିଗର ମାନଙ୍କ ହାତରେ ତିଆରି ହୋଇଛି ଏ ରାଜ ପ୍ରାସାଦ ମାନେ ।

ଏଣୁ କେବଳ କାଳା ନୈପୁଣ୍ୟ ନୁହେଁ, ଚକିତ ହେଲା ଭଳି କୋଠା ବାଡି ନିର୍ମଣର କାରିଗରି କୌଷଳ ମଧ୍ୟ ଏସବୁରେ ଦେଖିବାକୁ ମିଳେ । ଏହା ସହିତ ପ୍ରାସାଦ ମାନଙ୍କୁ ଘେରି ତିଆରି ହୋଇଥିବା ସେ ଅଂଚଳର ଇତିହାସ, ଶାସନ ପ୍ରଣାଳୀ ପ୍ରଭୃତିକୁ ବୁଝିବା ମଧ୍ୟ ଏହାର ଆଉ ଏକ ଗୁରୁତ୍ୱ ପୂର୍ଣ୍ଣ ଅଂଶ । ରାଜା ଘରେ କୁଣିଆ ହେବାର ଅର୍ଥ ରାଜ ପ୍ରାସାଦର ମୁଖିଆ ବା ରାଜ ପରିବାରର ସଦସ୍ୟମାନେ ବ୍ୟକ୍ତିଗତ ଭାବେ ଅତିଥି ମାନଙ୍କୁ ଆପ୍ୟାୟିତ କରିବେ ।

ସେମାନଙ୍କ ନିଜ ମୁହଁରୁ ରଜ ନଅରର ପ୍ରତ୍ୟେକଟି ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ, ବ୍ୟବହୃତ ହାତ ହତିଆର, ପର୍ବ ପର୍ବଣୀ, ପରମ୍ପରା, ସଂସ୍କୃତି ବିଷୟରେ ଜାଣିବାର ଅବକାଶ ମିଳିବ । କୁଣିଆ ପର୍ଯଟକମାନେ ମନର ପଶ୍ଚାତଗତିରେ ଫେରିଯିବେ କାହିଁ କେତେ କାଳକୁ । ସେ ସମୟର ଦ୍ରବ୍ୟକୁ ହାତରେ ସ୍ପର୍ଶ କରୁକରୁ ସତେ ଯେମିତି ସେମାନେ ଅତୀତକୁ ଛୁଇଁବାର ସୁଯୋଗ ପାଇବେ ।

ଆଗ କାଳରେ ରାଜା, ଜମୀଦାର ମାନେହିଁ କଳା ଓ କଳାକାରମାନଙ୍କୁ ପୃଷ୍ଟପୋଷକତା ଓ ପ୍ରୋତ୍ସାହନ ଦେଉଥିଲେ । ଆଳିର ରାଜ ପ୍ରାସାଦରେ ଏବେକାର ଉତ୍ତରାଧିକାରି ବ୍ରଜ କେଶରୀ ଦେବ ଆଗନ୍ତୁକଙ୍କ ଆଗମନରେ ସ୍ଥାନୀୟ ଲୋକକଳା ପ୍ରଦର୍ଶନୀର ଆୟୋଜନ କରୁଛନ୍ତି । ଏହା ପୁଣିଥରେ ସେ ଅଂଚଳର ପରମ୍ପରାର ପୁର୍ନଃବିନ୍ୟାଶରେ ସହାୟକ ହେଉଛି । ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ଉପରେ ଏହାର ଅନୁକୂଳ ପ୍ରଭାବ ପଡୁଛି ।

ଜାତୀୟ, ଆନ୍ତର୍ଜାତୀୟ ସ୍ତରର ସଭା ସମିତି, ଆଲୋଚନା ଚକ୍ର, କର୍ମଶାଳା, ସମ୍ପାନ ଆୟୋଜନ କରାଯାଇ ଆଗନ୍ତୁକ ସଂଖ୍ୟା ବଢାଇ ପର୍ଯଟନକୁ ବିକଶିତ କରିବା ବର୍ତ୍ତମାନ ସମୟର ଆଉ ଏକ ନୂତନ ସମ୍ଭାବନା । ଐତିହ ସମ୍ପର୍ଣ୍ଣ ରାଜ ଉଆସ ଭିତରେ ଥିବା ରାଜ ଦରବାରର ଗୁଡିକ କେବଳ ସ୍ଥାନ ଦୃଷ୍ଟିରୁ ନୁହେଁ ମହତ୍ୱ ଦୃଷ୍ଟିରୁ ମଧ୍ୟ ଏଥି ପାଇଁ ଅନେକ ମାତ୍ରାରେ ଉପଯୋଗି । ଢେଙ୍କାନାଳ ରାଜ ପ୍ରାସାଦରେ ରହିଛି ଓଡିଶାର ଦ୍ୱିତୀୟ ଥିଏଟର ।

ରାଣୀମାନେ ବସୁଥିବା ତାରଜାଲି ଦିଆ ବାଲକୋନି, ରାଜାଙ୍କର ଗ୍ରନ୍ଥାଗାର ଏହିଭଳି ପର୍ଯ୍ୟଟନ ପାଇଁ ଅନୁକୂଳ ଭିତ୍ତିଭୂମୀ ଯୋଗଇବ । ପର୍ଯ୍ୟଟନରେ ରାଜ ପ୍ରାସାଦ ମାନଙ୍କୁ ସାମିଲ କରିବା ଆମ ରାଜ୍ୟରେ ନୂତନ ହେଲେବି ରାଜସ୍ଥାନ, ହିମାଚଳ ପ୍ରଦେଶ ପ୍ରଭୃତି ସ୍ଥାନରେ ପୁରୁଣା ଓ ଅନେକ ଆଗେଇଛି । ଅମ ରାଜ ପରିବାର ଏମାନଙ୍କ ସହ ପାରିବାରିକ ସମ୍ପର୍କ ରହିଛି ।

ଏଣୁ ଏହି ସବୁ ରାଜ୍ୟର ସଫଳତାରୁ ଆମକୁ ଶିଖିବାର ଆବଶ୍ୟକତା ଥିବା ବେଳେ ଆଉ କିଛି ସତର୍କତା ଅବଲମ୍ବନ କରିବାକୁ ପାଡିବ । ଗଣତନ୍ତ୍ର ଯୁଗରେ ନିର୍ବଚନ ଲଢୁଥିବା ରାଜା ପ୍ରକୃତରେ ଜନ ସେବକ କହି ଭୋଟ ମାଗୁଥିଲେ ହେଁ ପ୍ରଚାର ପତ୍ରରେ ମହାରାଜା ଲେଖି ଗର୍ବ ଅନୁଭବ କରନ୍ତି । ସେମିତି ଏକ ମାନସିକତାରେ ରାଜ ପ୍ରାସାଦକୁ ଲୋକଙ୍କ ପାଇଁ ଉନ୍ନୁକ୍ତ ରଖିବା ଓ ସେବା ପ୍ରଦାନ କରିବା ଦ୍ୱାରା ରାଜାଙ୍କ ସମ୍ମାନହାନୀ ହେବ ବୋଲି କେହ କେହି ମନେ କରୁଥାଇ ପାରନ୍ତି ।

ଏଣୁ ଲୋକଙ୍କ ପାଇଁ କେବଳ ରାଜ ପ୍ରାସାଦ ଉନ୍ନୁକ୍ତ କଲେ ହେବ ନାହିଁ, ମନଟାକୁ ବି ଖୋଲା ରଖିବାକୁ ହେବ । ପର୍ଯ୍ୟଟନର ଆନନ୍ଦ ନେଲା ଭଳି ଓଡିଶାରେ ଅନେକ ମଠ, ମନ୍ଦିର, ନଇ, ଝରଣା, ପାହାଡ, ସମୁଦ୍ରକୂଲ ରହିଛି । ଏବେତ ଆଦିବାସୀ ଓ ଗ୍ରାମୀଣ ଜୀବନ ମଧ୍ୟ ପର୍ଯ୍ୟଟନ ପରିସର ଭୁକ୍ତ ହେଲାଣି । ହେଲେ ଭିତ୍ତିଭୂମିର ଅଭାବ ଯୋଗୁଁ ଇଚ୍ଚା ସତ୍ୱେ ଅନେକେ ଏସବୁ ଅଂଚଳକୁ ବୁଲିବା ପାଇଁ ଯାଇ ପାରୁ ନାହାନ୍ତି ।

ଅଥଚ ଏହିଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରାଜା ଓ ଜମୀଦାରଙ୍କ କୋଠା ବାଡି ଅଛି । ସରକାର ଏହାକୁ ଏକ ସୁଯୋଗ ଭାବରେ ନେଇ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ ପୁର୍ବକ ପ୍ରୋତ୍ସାହନ ଦେଲେ ପର୍ଯ୍ୟଟନର ପ୍ରସାର ଘଟିବ । ରାଜା ଘର ଆଢୁଆଳରେ କିଛି ଅନୈତିକ କାର୍ଯ୍ୟକଳାପ ନହେଉ ଏଥିପାଇଁ ତଦାରଖ ବ୍ୟବସ୍ଥା ମଧ୍ୟ କରିବାକୁ ହେବ ।

ଘାସିରାମ ପଣ୍ଡା :

This website uses cookies.