ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି

ଭୁବନେଶ୍ବର, ଡିସେମ୍ବର ୨୪ (ଲୋକାଲ ୱାୟାର): ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି ।

ୱିଭିଂ ସୁପରଭାଇଜର୍ ଓ ସୁପରିଟେଣ୍ଡେଣ୍ଟ ଆର୍ଟିଷ୍ଟ (ପିଏମ୍ଏଫ୍) ପଦବୀ ପାଇଁ ଏହି ବିଜ୍ଞପ୍ତି ବାହାରିଛି।

ୱିଭିଂ ସୁପରଭାଇଜର୍ ପାଇଁ ହ୍ୟାଣ୍ଡଲୁମ ଓ ଟେକ୍ସଟାଇଲ୍ ଟେକ୍ନୋଲୋଜିରେ ଡିପ୍ଲୋମା କରିଥିବା ସହ ପ୍ରାର୍ଥୀଙ୍କ ବୟସ ୨୦ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ସେହିପରି ସୁପରିଟେଣ୍ଡେଣ୍ଟ ଆର୍ଟିଷ୍ଟ (ପିଏମ୍ଏଫ୍) ପଦବୀ ପାଇଁ ୨୦ରୁ ୩୨ ବର୍ଷ ମଧ୍ୟରେ ପ୍ରାର୍ଥୀଙ୍କୁ ଆର୍ଟ ଓ କ୍ରାଫ୍ଟରେ ଡିଗ୍ରୀ କରିଥିବା ଆବଶ୍ୟକ ।

ଏଥିରେ ଆବେଦନ ତଥା ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ www.ossc.gov.inରେ କ୍ଲିକ୍ କରନ୍ତୁ ।

ଲୋକାଲ୍ ୱାୟାର୍

ଓଡିଶା ଡଟ କମ:

This website uses cookies.

Read More