ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ପୁରୀ, ଜାନୁୟାରୀ ୨୨(ଓଡ଼ିଶା ଡ଼ଟ୍ କମ୍) ଜାପାନରେ ହେବାକୁ ଥିବା ୩୯ ତମ ଆନ୍ତର୍ଜାତିକ ବରଫ କଳା ପ୍ରତିଯୋଗିତା ପାଇଁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମନୋନୀତ ହୋଇଛନ୍ତି ।
ସୋପ୍ପୋରୋ ଠାରେ ଆସନ୍ତା ଫେବୃୟାରୀ ୫ରୁ ୯ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତ ସମେତ ଇଣ୍ଡୋନେସିଆ, ସିଙ୍ଗାପୁର, ସ୍ୱିଡ଼େନ, ଥାଇଲ୍ୟାଣ୍ଡ, ତାଇୱାନ, କୋରିଆ, ନ୍ୟୁଜିଲ୍ୟାଣ୍ଡ, ପୋଲାଣ୍ଡ, ମାଲେସିଆ ପ୍ରମୁଖ ଦେଶର ପ୍ରତିଯୋଗିମାନେ ଅଂଶଗ୍ରହଣ କରିବେ ।
“”ଜଳବାୟୁ ପରିବର୍ତନ ଉପରେ କଳାକୃତି କରିବାକୁ ଯୋଜନା ରଖିଥିବା ବେଳେ ଏହା୍ୱରା ଲୋକମାନେ କିପରି ଅସୁବିଧାର ସମ୍ମୁଖିନ ହେଉଛନ୍ତି ତାହା ଏଥିରେ ଦର୍ଶାଯିବ” ସୁଦର୍ଶନ କହିଛନ୍ତି ।
ଏହି କଳାକୃତିର ଉଚ୍ଚତା ତିନି ମିଟର ହେବ ଏବଂ ଏହା କରିବାକୁ ଚାରିଦିନ ଲାଗିବ । ଦୁଇ ଜଣ ଛାତ୍ର ଏହି କାର୍ଯ୍ୟରେ ମୋତେ ସହଯୋଗ କରିବେ, ସେ କହିଛନ୍ତି ।
ସୁଦ୍ରର୍ଶନ ପୂର୍ବରୁ ୨୦୦୨ ଏବଂ ୨୦୦୭ରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେ ୪୭ଟି ଆର୍ନ୍ତଜାତିକ ବାଲୁକା କଳା ଚମ୍ପିୟସିପ୍ରେ ଅଂଶଗ୍ରହଣ କରି ଭାରତର ପ୍ରତିନିଧିତ୍ୱ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply