ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୧୪(ଓଡ଼ିଶା ଡ଼ଟ୍ କମ୍) ଡ଼େନ୍ମାର୍କ ରାଜଧାନୀ କୋପେନ୍ହାଗେନ୍ ଠାରେ ହେବାକୁ ଥିବା ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିୟନସିପ୍ ରେ ଅଂଶଗ୍ରହଣ କରିବାକୁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମନୋନୀତ ହୋଇଛନ୍ତି ।
ଆସନ୍ତା ୨୪ ରୁ ୩୧ ତାରିଖ ପର୍ଯ୍ୟନ୍ତ ଆଠଦିନ ବ୍ୟାପୀ ହେବାକୁ ଥିବା ଏହି ଚାମ୍ପିୟନସିପ୍ ରେ ସୁଦର୍ଶନଙ୍କ ବ୍ୟତୀତ ଅନ୍ୟ ନଅଟି ଦେଶର ପ୍ରତିଯୋଗୀ ଭାଗ ନେବେ ।
ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିୟନସିପ୍ ନିର୍ଦ୍ଧେଶକ ପିଟର ରୋଜ୍ଙ୍ଠାରୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ନିମନ୍ତ୍ରଣ ପାଇଥିବାରୁ ସେ ବହୁତ ଖୁସି ବୋଲି ସୁଦର୍ଶନ କହିଛନ୍ତି ।
ବାଲୁକା କଳାର ଉଚ୍ଚତା ୨.୫ ମିଟର ହେବ ।”ଏହା ମାଧ୍ୟମରେ ମୁଁ ଏକ ସାମାଜିକ ବାର୍ତ୍ତା ଦେବାକୁ ଚେଷ୍ଟା କରିବି” ସେ କହିଛନ୍ତି ।
ପଟ୍ଟନାୟକ ବିଶ୍ୱର ବିଭିନ୍ନ ସ୍ଥାନରେ ୫୦ରୁ ଉଦ୍ଧ୍ୱର୍ ବାଲୁକା କଳା ଚାମ୍ପିୟନସିପ୍ ରେ ଅଂଶ ଗ୍ରହଣ କରି ଅନେକ ପୁରସ୍କାର ହାସଲ କରିଛନ୍ତି । ନିକଟରେ ତାଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡ଼କ୍ଟରେଟ୍ ପ୍ରଦାନ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍