ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବନ୍ଦ ଥିବା ବିପିଏଲ୍ ସର୍ଭେ କାର୍ଯ୍ୟ ପୁଣି ଆରମ୍ଭ କରିବାକୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
୩୦ଟି ଜିଲ୍ଲା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ସାତଟି ଜିଲ୍ଲାରେ ଏହି ସର୍ଭେ ଆରମ୍ଭ କରାଯାଇଥିଲା । ନିର୍ବାଚନ ପାଇଁ ବଲାଙ୍ଗୀର, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ ସାମୟିକ ଭାବେ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା ।
ଏହାବ୍ୟତୀତ ଅନ୍ୟ ୨୨ଟି ଜିଲ୍ଲାରେ ଆସନ୍ତା ୨୦ ତାରିଖରୁ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଆଠଗଡ଼ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଥିବାରୁ କଟକ ଜିଲ୍ଲାରେ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଛି ।
ନିର୍ବାଚନ ପରେ ଏହି ଜିଲ୍ଲାରେ ସର୍ଭେ କରାଯିବ ଏବଂ ଜୁନ୍ ସୁଦ୍ଧା ସର୍ଭେ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍