ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ
ଭଦ୍ରକ, ଫେବୃୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜାନୁଗଞ୍ଜ ଅଂଚଳରେ ଶନିବାର ଭୟାବହ ଅଗ୍ନିକାଣ୍ଡରେ ଗୋଟିଏ ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି ।
ଏଥିରେ ନଗଦ ଦେଢ଼ ଲକ୍ଷ ଟଙ୍କା, ଆସବାବପତ୍ର ସମେତ ପ୍ରାୟ ତିନି ଲକ୍ଷ ଟଙ୍କରୁ ଉର୍ଦ୍ଧ୍ଵ ମୂଲ୍ୟର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଥିବା ପୋଲିସ କହିଛି ।
ଉକ୍ତ ଗ୍ରାମରେ ନାରାୟଣ ଚନ୍ଦ୍ର ସାହୁ ଘରେ ନଥିବାବେଳେ ହଠାତ୍ ତାଙ୍କ ଘରେ ନିଆଁ ଲାଗିଯାଇଥିଲା । ପ୍ରାୟ ୧୧ଟା ସମୟରେ ଘଟିଥିବା ଏହି ଅଗ୍ନିକାଣ୍ଡର ପ୍ରକୋପ ଏତେ ତୀବ୍ର ଥିଲାଯେ ନିମିଷକ ମଧ୍ୟରେ ସବୁକିଛି ପୋଡ଼ି ପାଉଁଶ ହୋଇଯାଇଥିଲା ।
ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀରଦୁଇଟି ଦମକଳ ଘଟଣାସ୍ଥଳରେ ପହଂଚିଲା
ବେଳକୁ ସବୁକିଛି ପୋଡ଼ିଯାଇଥିଲା । ଉକ୍ତ ପରିବାରକୁ ସହାୟତା ପାଇଁ ଦାବୀହୋଇଛି ।
ଓଡ଼ିଶା ଡ଼ଟ୍ କମ୍