ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) କଳାକାର ମାନଙ୍କ ଜରିଆରେ ବିଭିନ୍ନ
ଉନ୍ନୟନମୂଳକ ଯୋଜନା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ସରକାର
ଗୁରୁତ୍ୱାରୋପ କରିଛନ୍ତି ।
ଆଇଇସି ପାଇଁ ଉର୍ଦ୍ଦିଷ୍ଟ ଅର୍ଥ ବିଭିନ୍ନ ବିଭାଗ ଗୁଡ଼ିକ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ କରିବା ସହିତ ଜିଲ୍ଲାପାଳ ମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କ ବିଭାଗର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ ସଚେତନତା ପାଇଁ ଜିଲ୍ଲା ଓ ବ୍ଲକ କଳାକାର ମାନଙ୍କ ସହାୟତା ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତମାନ ସୁଦ୍ଧା ରାଜ୍ୟର ୨୩ଟି ଜିଲ୍ଲାରେ ଜିଲ୍ଲା ଓ ବ୍ଲକ କଳାକାର ସଂଘ ପାଇଁ ପଂଜିକୃତ ସୋସାଇଟି ଗଠନ କରାଯାଇଛି । ସେହିପରି ଗଂଜାମ, ବାଲେଶ୍ୱର, କୋରାପୁଟ, ରାୟଗଡ଼ା, ମୟୁରଭଂଜ ଓ ନବରଙ୍ଗପୁର ଆଦି ଜିଲ୍ଲାମାନେ ଏଦିଗରେ ଭଲ କାମ କରୁଥିବା ସୋମବାର ଅନୁଷ୍ଠିତ ଏକ ବୈଠକରେ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଗ୍ରାମାଂଚଳର ଲୋକମାନଙ୍କୁ ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମ ସଂପର୍କରେ ସଚେତନ କରିବା ପାଇଁ ଗତ ଅପ୍ରେଲ ମାସରୁ କଳାକାରଙ୍କ ଜରିଆରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍