ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବଲାଙ୍ଗୀର, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ଜିଲ୍ଲା ଯୋଜନା ବୋର୍ଡ଼ ବୈଠକରେ ଯୋଗବୋକୁ ମଙ୍ଗଳବାର ବଲାଙ୍ଗୀର ଯାଇଥିବା ରାଜସ୍ୱମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବିରୋଧର ସମ୍ମୁଖିନ ହେବାକୁ ପଡ଼ିଛି ।
ବଲାଙ୍ଗୀର ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ତାଙ୍କ ଗସ୍ତକୁ ବିରୋଧ କରି ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଜିଲ୍ଲାର ପ୍ରାୟ ପଚାଶ ପ୍ରତିଶତ ଫସଲ ନଷ୍ଟ ହୋଇଛି ଏବଂ ଏସଂପର୍କରେ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ପାଇବା ପରେ ସଂପୂର୍ଣ୍ଣ ମରୁଡ଼ି ଘୋଷଣା କରାଯିବ ବୋଲି ବିକ୍ଷୋଭକାରୀଙ୍କ ସହ ଆଲୋଚନା ସମୟରେ ରାଜସ୍ୱମନ୍ତ୍ରୀ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍