ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ସଂଗୀତ
ମହାବିଦ୍ୟାଳୟର ଅତିଥି ଅଧ୍ୟାପକଙ୍କ ଇସ୍ତଫାକୁ ବିରୋଧ କରି ସେମାନଙ୍କୁ ଫେରାଇ ଆଣିବା ଦାବିରେ ଛାତ୍ରଛାତ୍ରୀମାନେ ଗୁରୁବାର ମହାବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ।
ମୋଟ୍ ୨୨ ଜଣ ଅତିଥି ଅଧ୍ୟାପକ ଏଠାରେ କାର୍ଯ୍ୟ କରୁଥିବା ବେଳେ କଲେଜ କର୍ତୃପକ୍ଷଙ୍କ ଆଚରଣକୁ ବିରୋଧ କରି ବୁଧବାର ୧୭ ଜଣ ଅଧ୍ୟାପକ ଇସ୍ତଫା ଦେଇଥିଲେ ।
ତେବେ ଅଧ୍ୟାପକଙ୍କ ଇସ୍ତଫା ଗ୍ରହଣ କରାଯାଇ ନାହିଁ ଏବଂ ସେମାନଙ୍କର ଯାହା ସମସ୍ୟା ରହିଛି ସେଗୁଡ଼ିକର ସାମଧାନ କରାଯିବ । କାର୍ଯ୍ୟରେ ଯୋଗବୋକୁ ଅଧ୍ୟାପକ ମାନଙ୍କୁ ଅନୁରୋଧ କରାଯାଇଛି ବୋଲି କଲେଜ କର୍ତୃପକ୍ଷ କହିଛନ୍ତି ।
ପୂର୍ବରୁ ଗତ ୨୮ ତାରିଖରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଶ୍ରେଣୀ ବର୍ଜନ କରିବା ସହ ଆନ୍ଦୋଳନ କରିଥିଲେ । ପରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ହଟିଥିଲା ।
ଓଡ଼ିଶା ଡ଼ଟ୍ କମ୍