ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅଗଷ୍ଟ ୧୩(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରିବା ସହ ତାଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ପତ୍ନୀ ଶୁଭଶ୍ରୀ ଦାସ ସୋମବାର ସରକାରଙ୍କ ନିକଟରେ ଦାବି କରିଛନ୍ତି ।
“ଗତ ଦୁଇ ବର୍ଷ ମଧ୍ୟରେ ସବ୍ୟସାଚୀ କୌଣସି ହିଂସାକାଣ୍ଡ କରିନାହାନ୍ତି । ସରକାର ତାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ମୁଁ ନିବେଦନ କରୁଛି” ସିପିଆଇ ମାଓବାଦୀ ସଂଗଠନରୁ ସବ୍ୟସାଚୀ ବହିଷ୍କାର ହେବାର ତିନିଦିନ ପରେ ଶୁଭଶ୍ରୀ ଏକ ଘରୋଇ ଟିଭି ଚ୍ୟାନେଲକୁ କହିଛନ୍ତି ।
ତାଙ୍କ ପତିଙ୍କ ସଂପର୍କରେ କୌଣସି ନିଷ୍ପତି ନେବା ପାଇଁ ସରକାର ଏକ କମିଟି ଗଠନ କରି ଏଥିରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସାମିଲ କରନ୍ତୁ ବୋଲି ସେ କହିଛନ୍ତି ।
ତେବେ ଘଟଣା ସଂପର୍କରେ ପୋଲିସ ତୀକ୍ଷ୍ଣ ନଜର ରଖିଛି ବୋଲି ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply