ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ରାଉରକେଲା, ନଭେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ସେଲ୍ ହକି ଏକାଡ଼େମୀ ପଞ୍ଜାବର ଲୁଧିଆନା ନିକଟସ୍ଥ ଦୋର୍ହା ଠାରେ ଅନୁଷ୍ଠିତ ନବମ ସର୍ବଭାରତୀୟ ସ୍ୱର୍ଣ୍ଣ କପ୍ ହକି ପ୍ରତିଯୋଗିତାରେ ବିଜୟ ଲାଭ କରିଛି ।
ନଭେମ୍ବର ୨୦ ତାରିଖରେ ଶେଷ ହୋଇଥିବା ଏହି ପାଂଚଦିନିଆ ଟୁର୍ଣ୍ଣାମେଂଟରେ ଦେଶର ବିଭିନ୍ନ ସ୍ଥାନରୁ ୨୧ଟି ଳ ଅଂଶଗ୍ରହଣ କରିଥିଲେ ।
ଫାଇନାଲ ମ୍ୟାଚରେ ସେଲ୍ ହକି ଏକାଡ଼େମୀ ଭୋପାଲର ସିନ୍ଧିଆ ହକି ଏକାଡ଼େମୀକୁ ପରାସ୍ତ କରି ସ୍ୱର୍ଣ୍ଣ କପ୍ ସହ ୩୧୦୦୦ ଟଙ୍କାର ଅର୍ଥ ପୁରସ୍କାର ଲାଭ କରିଛି ।
ବିଜୟୀ ଦଳର ଅଧିନାୟକ ଦିଲ୍ଲୀପ ଟପ୍ପୋଙ୍କୁ ଶ୍ରେଷ୍ଠ ଡ଼ିଫେଣ୍ଡର ଭାବେ ଘୋଷଣା କରାଯାଇଥିଲା । ଗୁରୁବାର ଆୟୋଜିତ ଉତ୍ସବରେ ହକି ଦଳର ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ହକିକୁ ଖେଳ ଅପେକ୍ଷା ଜୀବନଧାରଣର ଏକ ପଥ ରୂପେ ବିବେଚନା କରୁଥିବା ଏହି ଅଂଚଳର ଯୁବ ଖେଳାଳି ମାନଙ୍କ ପ୍ରତିଭାର ବିକାଶ ଲକ୍ଷ୍ୟରେ ୧୯୯୨ରେ ସେଲ୍ ହକି ଏକାଡ଼େମୀ ସ୍ଥାପନ କରାଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍