ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ,ଫେବୃୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) ଚିକିତ୍ସା ପାଇଁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲକଲେଜ ହସ୍ପିଟାଲରେ ଭର୍ତି ହୋଇଥିବା ଜଣେ ପ୍ରସୂତୀ ମହିଳା ବେଡ଼୍ରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି ।
ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।
ଭୁବନେଶ୍ୱର ବିଡିଏ କଲୋନୀର ବନିତା ଦ।ସ ନାମ୍ନୀ ଜଣେ ପ୍ରସୂତି ମହିଳା ବୁଧବାର କଟକ ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସା ପାଇଁ ଆସିଥିଲେ ।
ସେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରସବ ନିମନ୍ତେ ଲେବର ରୁମ୍ରେ ଭର୍ତି କରାଯାଇଥିଲା । ଅପରାହ୍ନ ରେ ସେ ଯନ୍ତ୍ରଣା ଅନୁଭବ କରି ଶଯ୍ୟା ଉପରେ ଛଟପଟ ହେଉଥିବା ବେଳେ ତଳକୁ ଖସି ପଡ଼ିଥିଲେ ।
ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ବନିତା ଲେବର ରୁମ୍ରେ ଥିବା ବେଳେ ତାଙ୍କ ନିକଟରେ କୌଣସି ନର୍ସ କିମ୍ବା ଡାକ୍ତର ନଥିବାରୁ ଏଭଳି ହୋଇଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ।
ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍