ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଡ଼ିଏଭି ପବ୍ଲିକ ସ୍କୁଲରଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଶୀତଲ ଚଳିତ ବର୍ଷ ଜାତୀୟ ଶିଶୁ ପୁରସ୍କାର ହାସଲ କରି ସମଗ୍ର ରାଜ୍ୟ ଓ ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି ।
ଶିଶୁ ଦିବସ ପାଳନ ସମାରୋହରେ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କ୍ରିଷ୍ଣା ତୀରଥ୍ ତାଙ୍କୁ ପୁରସ୍କାର ବାବଦକୁ ପ୍ରଶଂସା ପତ୍ର, ପକ ଓ ନଗ ଶହଜାର ଟଙ୍କା ପ୍ରଦାନ କରିଛନ୍ତି ।
ଗତ ୫ବର୍ଷ ମଧ୍ୟରେ ଡ଼ିଏଭି ଚନ୍ଦ୍ରଶେଖରପୁରର ଏହା ଚତୁର୍ଥ ପୁରସ୍କାର । ପୂର୍ବରୁ ୨୦୦୬ରେ ସୌମ୍ୟଶାନ୍ତ ନାୟକ, ୨୦୦୯ରେ ଆକାଂକ୍ଷା କବି ଓ ୨୦୧୦ରେ ବାଗ୍ମିଶ୍ରୀ ଏହି ପୁରସ୍କାର ହାସଲ କରିଥିଲେ ।
ରାଜ୍ୟରୁ ଏକମାତ୍ର ତଥା ସର୍ବକନିଷ୍ଠ ଭାବେ ଏହି ପୁରସ୍କାର ଲାଭ କରିଥିବା ଶୀତଲ ଉଭୟ ଶୈକ୍ଷିକ ଓ ସହଶୈକ୍ଷିକ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି ।
ଏହି ସଫଳତା ପାଇଁ ତାଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ବାର୍ଷିକୋତ୍ସବରେ ଦଶ ହଜାର ଟଙ୍କା ଅର୍ଥ ରାଶି ସହ ସମ୍ବର୍ଦ୍ଧିତ କରାଯିବ ବୋଲି ସ୍କୁଲ ଅଧ୍ୟକ୍ଷ କେଶବ ଚନ୍ଦ୍ର ଶତପଥୀ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍