ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅଗଷ୍ଟ ୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଶନିବାର ପ୍ୟାରୀମୋହନ ମହାପାତ୍ର ଇସ୍ତଫା ଦେଇଛନ୍ତି ।
ସେ ତାଙ୍କର ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇ ଦେଇଥିବା ପ୍ୟାରୀ ଗଣମାଧ୍ୟମକୁ କହିଛନ୍ତି । ଭୁବନେଶ୍ୱରେ ପହଞ୍ଚିବା ପରେ ଇସ୍ତଫା ଦେଇଥିବା ସଂପର୍କରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇ ଦେଇଥିବା କହିଛନ୍ତି ।
ସରକାର ଏବଂ ଦଳ ମଧ୍ୟରେ ଯୋଗାଯୋଗ କ୍ଷେତ୍ରରେ ବ୍ୟାଘାତ ହୋଇଥିବା ତଥା ଦଳର ସଭାପତିଙ୍କ ସହ ମତ ବିନିମୟ ହୋଇନପାରିବାରୁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବିମାନବନ୍ଦର ଠାରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍