ନିଉଜ ଡେସ୍କ

ସାକ୍ଷାତକାର

ସଙ୍ଗୀତ ନିର୍ମାତା ଚାହିଁଲେ ବନ୍ଦ ହେବ ଅଶ୍ଳୀଳ ସଙ୍ଗୀତ

ଓଡିଶାରେ ବର୍ତ୍ତମାନ ଅନ୍ୟୁନ ତିନି ଶହ ଗାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି । ଅଶ୍ଳୀଳ ସଙ୍ଗୀତର ପ୍ରଚାର ଓ ପ୍ରସାରକୁ ମହତ୍ୱ ନ ଦେଇ ସଂଗୀତ ନିର୍ମାତା ଓ ଗଣମାଧ୍ୟମ, କ୍ୱାଲିଟି ମ୍ୟୁଜିକକୁ ପ୍ରାଧାନ୍ୟ ଦେଲେ ଶ୍ରୋତାମାନଙ୍କର ସ୍ୱାଦ ବଦଳି ପାରେ ବୋଲି ଅଶି ଦଶକରେ ରାଜ୍ୟ ଓ ରାଜ୍ୟ ବାହାରେ ଚହଳ ସୃଷ୍ଟି କରିଥିବା ସମ୍ବଲପୁରୀ ଲୋକଗୀତ "ରଙ୍ଗବତୀ'ର ସଙ୍ଗୀତ ନିର୍ଦ୍ଦେଶକ ରମେଶ କୁମାର ଓଡିଶା ଡଟ୍ କମ୍ କୁ କହିଛନ୍ତି ।

ବିସ୍ତୃତ
ସାକ୍ଷାତକାର

ଆତଙ୍କ ସୃଷ୍ଟି କରିବାଲାଗି ମାଓବାଦୀ ଚଳାଇଛନ୍ତି ନରସଂହାର (ସାକ୍ଷାତକାର)

ତେବେ ପୋଲିସର ସକ୍ରିୟତା ସତ୍ତ୍ୱେ ହଠାତ୍ ମାଓବାଦୀମାନେ ଦବି ଯିବେ ବୋଲି ମୁଁ କାହିଁକି ଭାବୁନାହିଁ । ବରଂ ପୋଲିସ ଅଧିକ ମାତ୍ରାରେ ସକ୍ରିୟ ଥିବାରୁ ସେମାନେ ଏଭଳି ହୀନ କାର୍ଯ୍ୟକଳାପ ମାଧ୍ୟମରେ ସେମାନଙ୍କୁ ସର୍ବସାଧାରଣରେ ନିନ୍ଦିତ କରିବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି ।

ବିସ୍ତୃତ
ଫେଲୋସିପ

ଚିନ୍ତାମଣି ସାହୁ ଓଡିଶା ଡଟ୍ କମ୍ ଫେଲୋସିପ୍ ପାଇଁ ମନୋନୀତ

ଓଡିଶା ଡଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର, ଅଗଷ୍ଟ ୧୨ (ଓଡିଶା ଡଟ୍ କମ୍) ଓଡିଶା ଡଟ୍ କମ୍ର ଦ୍ୱିତୀୟ ଫେଲୋସିପ୍ "ଓଡିଶା ବନ୍ୟା ପାଇଁ କେତେ ପ୍ରସ୍ତୁତ'...

ବିସ୍ତୃତ
ସାକ୍ଷାତକାର

ଆନ୍ତର୍ଜାତିକ ପୁଞ୍ଜି ବିନିଯୋଗର ଉଭୟ ଭଲ, ମନ୍ଦ ଗୁଣ ରହିଛି

ମୁଁ ଭାବୁଛି ଆମେ ଓଡିଆମାନେ ନିଜ ନିଜର ଶତ୍ରୁ । ଆମେ ସବୁ ଏକ ନିର୍ଦ୍ଧିଷ୍ଟ ଢାଞ୍ଚାରେ ପଡି ଯାଇଛୁ । ଓଡିଶାକୁ ପ୍ରଗତିପଥରେ ନେବାକୁ ହେଲେ ଆମକୁ ବହୁ ଶ୍ରମ ସ୍ୱୀକାର କରିବାକୁ ହେବ । ଆମ ଭିତରେ ରହିଥିବା ଅନ୍ତର୍ନିହିତ ଶକ୍ତି ପ୍ରତି ଦୃଷ୍ଟି ଦେବାକୁ ହେବ ଏବଂ ସମସ୍ତେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ସଭିଏଁ ମିଳିତଭାବେ ଆଗେଇ ଯିବାକୁ ହେବ ।

ବିସ୍ତୃତ
ସାକ୍ଷାତକାର

ଆଦିବାସୀଙ୍କ ପେଟ ପୁରିଲେ ରହିବ ନାହିଁ ଜଙ୍ଗଲ ସମସ୍ୟା

ଆର୍ଇସିରେ ନାଁ ଲେଖାଇବା ପାଇଁ ସେତେବେଳେ ଫିସ୍ ଥିଲା ୧୦ହଜାର ୩ଶହ ଟଙ୍କା । ଏକସଙ୍ଗେ ଏତେ ଟଙ୍କା ସାହାଯ୍ୟ କରିବା ଲାଗି ପରିବାରରେ କେହି ନଥିଲେ । କୌଣସି ମତେ ଚାରି ହଜାର ଟଙ୍କା ଯୋଗାଡ କରି ଭୁବନେଶ୍ୱରରେ ପହଞ୍ଚିଲି । ଆହୁରି ୭ହଜାର ଟଙ୍କା ଦରକାର ପଡୁଥିବାରୁ ଇଂଜିନିୟରିଂରେ ନାଁ ଲେଖା ସମ୍ଭବ ହୋଇପାରିଲା ନାହିଁ । ତେବେ ଦାୟିତ୍ୱରେ ଥିବା ଅଧିକାରୀମାନେ ଟଙ୍କା ଯୋଗାଡ କରିବା ସକାଶେ ୧୫ ଦିନ ସମୟ ଦେଲେ । ସ୍ୱଳ୍ପ ସମୟ ମଧ୍ୟରେ ଟଙ୍କା କେମିତି ଯୋଗାଡ କରିବି ଚିନ୍ତା ଲାଗିଲା । ଅନ୍ୟନୋପାୟ ହୋଇ ଭୁବନେଶ୍ୱରରେ ରହୁଥିବା କୋହ୍ଲ ସମ୍ପ୍ରଦାୟ ତଥା ଆମ ଅଞ୍ଚଳର ପ୍ରାୟ ୩୩୫ ଜଣ ଲୋକଙ୍କ ଘରକୁ ଘର ବୁଲିଲି । ଆଉ ୮୪୫ ଟଙ୍କା ମିଳିଲା । ଏଥର ଗାଁକୁ ପଳାଇ ଆସି ମା'ଙ୍କ କିଛି ଗହଣାଗାଣ୍ଠି ବିକ୍ରିରୁ ମିଳିଲା ୫ହଜାର ୨ଶହ ଟଙ୍କା ।

ବିସ୍ତୃତ
ସାକ୍ଷାତକାର

ସମ୍ମିଳିତଭାବେ ସଂକଳ୍ପବଦ୍ଧ ହେଲେ ଓଡିଶାର ବିକାଶ ହେବ

ଏ ଦିଗରେ ମୁଁ ବ୍ୟକ୍ତିଗତଭାବେ ସଂପୂର୍ଣ୍ଣ ଆଶାଶୂନ୍ୟ । ନିଜର ସକରାତ୍ମକ ଚିନ୍ତାଧାରା ରହିଛି ବୋଲି କଦାପି ଛଳନା କରିବି ନାହିଁ । ଜଣେ ରାଜନେତା କିମ୍ବା ବ୍ୟୁରୋକ୍ରାଟ ଭଳି କିଛି କହିବି ନାହିଁ । ବାସ୍ତବ କଥା ବିଚାର କରିବା । ଦେଶର ଏକ ନମ୍ବର ରାଜ୍ୟ ହୋଇଯିବୁ ଭାବିବା କେବଳ ମରୀଚିକା ତୁଲ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ବିସ୍ତୃତ
ସାକ୍ଷାତକାର

ସାଧୁସନ୍ଥଙ୍କ ରାଜନୀତି ପ୍ରୀତି ଦେଶପାଇଁ ଅଶୁଭଙ୍କର  (ସାକ୍ଷାତକାର)

ବ୍ୟକ୍ତିବାଦୀ ଓ ବସ୍ତୁବାଦୀ ଚେତନା ଅପେକ୍ଷା ସାମ୍ପ୍ରତିକ ସମୟରେ ସମଗ୍ର ବିଶ୍ୱ ପାଇଁ ଭଗବତ ଚେତନାର ଉପାଦେୟତାକୁ ଲକ୍ଷ୍ୟକରି ଏଭଳି ନାମ କରଣ କରାଯାଇଛି । ଭାରତର ମୁନିଋଷି ମାନଙ୍କର ଚିନ୍ତନ ହେଲା, ସମଗ୍ର ବିଶ୍ୱ ହେଉଛି ଏକ କୁଟୁମ୍ବ,ଏକ ପରିବାର । ବିଶ୍ୱରେ ବିଶ୍ୱାତ୍ମା ଭାବ ସୃଷ୍ଟି ହେଲେ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ଏବଂ ଦେଶ ଦେଶର ସୀମାରେଖାରୁ ଉଦ୍ଧ୍ୱର୍ରେ ଯାଇ ପରସ୍ପରକୁ ସ୍ନେହ, ପ୍ରେମ ଓ ସହଯୋଗର ହାତ ବଢାଇଲେ ସ୍ୱାର୍ଥର ସଂକୀର୍ଣ୍ଣ ସୀମାରୁ ଚେତନା ବ୍ୟାପକ ସ୍ତରକୁ ଉନ୍ନୀତ ହେବ ତଥା ସମଗ୍ର ବିଶ୍ୱ ଏକ ହେବ ।

ବିସ୍ତୃତ
ସାକ୍ଷାତକାର

ଓଡିଆ ସଂସ୍କୃତି ପ୍ରେମରେ ପଡିଛନ୍ତି ହଲାଣ୍ଡର ପ୍ରଫେସର

ପ୍ରଥମେ ୧୯୯୮ ମସିହାରେ ଓଡିଶାର ବାରିପଦା ନିକଟ ଗୋହିଆପାଳ ଗାଁକୁ ଆସିଥିଲି । ସେହି ଗାଁର ଶଶାଙ୍କ ଶେଖର ଉପାଧ୍ୟାୟ ମୋତେ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ । ଗବେଷଣା କାର୍ଯ୍ୟ ନିମନ୍ତେ ବର୍ତମାନକୁ ମିଶାଇ ମୁଁ ଅନ୍ୟୁନ ୭ରୁ ୮ଥର ଦେଶର ଏହି ପୂର୍ବ ରାଜ୍ୟକୁ ଆସିଅଛି ।

ବିସ୍ତୃତ
ସାକ୍ଷାତକାର

ନକ୍ସଲ ସମସ୍ୟା ଦୂର ପାଇଁ ଲୋକଙ୍କ ଆସ୍ଥା ଲୋଡ

ଏପରି ପରିସ୍ଥିତିରେ ମଧ୍ୟସ୍ଥତା ନୁହେଁ ବରଂ ସେମାନେ ଅକ୍ତିଆର କରିଥିବା ଅଞ୍ଚଳରେ ସରକାର ପ୍ରତିଶ୍ରୁତି ମୁତାବକ ବିକାଶ କରିବା ସହିତ ଆସ୍ଥାଭାଜନ ହେଲେ ଯାଇ ସ୍ଥାନୀୟ ଲୋକମାନେ ସେମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବେ ଓ ସରକାର ସେମାନଙ୍କୁ ମୁକାବିଲାକରିବାକୁ ସମର୍ଥ ହେବେ ବୋଲି ଆଲାଏଡ ଅଫିସର ପଦବୀର ମୋହ ତ୍ୟାଗ କରି ରାଜନୀତିରେ ଝାସ ଦେଇଥିବା ସ୍ୱାଇଁ କହିଛନ୍ତି ।

ବିସ୍ତୃତ
ସାକ୍ଷାତକାର

ରିସ୍କ ନନେଲେ ପ୍ରଗତି ହୋଇପାରିବ ନାହିଁ

ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଆମକୁ ମଧ୍ୟ ଅନୁକୂଳ ସରକାରୀ ନୀତି ପ୍ରସ୍ତୁତ କରିବାକୁ ହେବ ଏବଂ ଓଡିଶାରେ ନୂତନ ଉଦ୍ୟୋଗ ସ୍ଥାପନ ଲାଗି ଓଡିଶା ଯୋଗାଇ ଦେଉଥିବା ସମସ୍ତ ସୁବିଧା ସୁଯୋଗ ଆଦି ସମ୍ପର୍କରେ ବିଶ୍ୱ ଦରବାରରେ ପ୍ରଚାର କରାଯିବା ଅପରିହାର୍ଯ୍ୟ ।

ବିସ୍ତୃତ
1 30 31 32
Page 31 of 32