ଓଡିଶା ଖବର

ବର୍ଦ୍ଧିତ ହେବ ବିଜୁଳି କାଟର ସମୟ ସୀମା

ଶନିବାର ଦିନ ନରେନ୍ଦ୍ରପୁର-ଖୋର୍ଦ୍ଦା ଓ ନରେନ୍ଦ୍ରପୁର-ମେଣ୍ଢାଶାଳର ନାଚୁଣୀ ଠାରେ ଦୁଇଟି ଟାୱାର ଲାଇନ ଭାଙ୍ଗି ଯାଇଥିବାରୁ ଖୋର୍ଦ୍ଦା, ମେଣ୍ଢାଶାଳ ଅଞ୍ଚଳକୁ ବିଦ୍ୟୁତ ସରବରାହ ବନ୍ଦ ଘଟିଛି । ଏହି ଟାୱାର କାମ ଶେଷ ହେବାପାଇଁ ପ୍ରାୟ ପାଞ୍ଚ ଦିନ ଲାଗିବ ବୋଲି ଓପିଟିସିଏଲ ପକ୍ଷରୁ କୁହାଯାଇଛି।

ଲାଞ୍ଚ ନେବା ଅଭିଯୋଗରେ ପୋଲିସ ଅଧିକାରୀ ଗିରଫ

୨୦୧୪ ସେପ୍ଟମ୍ବର ୨୬ ରେ ତେନ୍ତୁଳିତଇଳା ରେ ଘଟିଥିବା ଡକାୟତି ଓ ଅନ୍ୟାନ ଘଟଣାରେ ପୁଅ ଲେନିନ ଜଡିତ ଥିବା କଥା କହି ବାପା ଅଶୋକ ପ୍ରଧାନଙ୍କୁ ,ବାରମ୍ବାର ହାବିଲଦାର ନବଘନ ସାହୁ ଥାନାକୁ ଡକାଉଥିଲେ। ଟଙ୍କା ଦେଲେ ସେ ଲେନିନ ନାଁ ରେ ଥିବା ସମସ୍ତ ମାମଲା କୁ ରଫଦଫା କରିଦେବେ ବୋଲି କହିଥିଲେ।

କ୍ଷତ୍ରିୟ ଏକତା ମହାଯଜ୍ଞ ଓ ଏକତା ସମ୍ମାନ ସମାରୋହ ଅନୁଷ୍ଠିତ

ମହାସଂଘର ରାଷ୍ଟ୍ରୀୟ ଆବାହକ ଦେବୀଦତ୍ତପୃଥ୍ୱୀରାଜ ପ୍ରତାପସିଂହ ସମାରୋହର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ କ୍ଷତ୍ରିୟ, ଖଣ୍ଡାୟତ, ପାଇକ, ଚଷା, କୁଲତା, ବାଣାୟତ, ଓଡ଼ିଆ, କାଳଞ୍ଜୀ, ଦଳପତୀ ମାନଙ୍କୁ ଏକତ୍ରିତ ହେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ ।

ବ୍ରହ୍ମପୁରରେ ଦିନିକିଆ ଶିଶୁ ସାମ୍ବାଦିକତା ତାଲିମ୍ କାର୍ଯ୍ୟକ୍ରମ

ଶିଶୁମାନଙ୍କୁ ନିଜ ଅଞ୍ଚଳର ଖବରକୁ ଅନ୍ୟଠାରେ ପହଞ୍ଚାଇବାର ଶିକ୍ଷାଦେବା, ଲେଖିବାରେ ସେମାନଙ୍କ ଆଗ୍ରହକୁ ବଢାଇବା ଓ ତାଙ୍କର ଅନ୍ତର୍ନିହିତ ଗୁଣକୁ ପ୍ରକାଶ କରିବା ସହ କମ ଖର୍ଚରେ ଖବରଟି କିପରି ପ୍ରତ୍ୟେକ ଲୋକ ପାଖରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଶିଶୁ ମହାସଂଘ ପକ୍ଷରୁ କୁହାଯାଇଛି ।

ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ବୃଦ୍ଧି

ହଷ୍ଟେଲ ମାନଙ୍କରେ ରହୁଥିବା ପ୍ରଥମ ରୁ ଦଶମ ଶ୍ରେଣୀର ଛାତ୍ରମାନଙ୍କ ଛାତ୍ରବୃତ୍ତି ମାସିକ ୭୫୦ ଟଙ୍କା କୁ ବୃଦ୍ଧି କରାଯାଇଥିବା ବେଳେ, ଛାତ୍ରୀମାନଙ୍କ ବୃତ୍ତିକୁ ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ବୃଦ୍ଧି

ହଷ୍ଟେଲ ମାନଙ୍କରେ ରହୁଥିବା ପ୍ରଥମ ରୁ ଦଶମ ଶ୍ରେଣୀର ଛାତ୍ରମାନଙ୍କ ଛାତ୍ରବୃତ୍ତି ମାସିକ ୭୫୦ ଟଙ୍କା କୁ ବୃଦ୍ଧି କରାଯାଇଥିବା ବେଳେ, ଛାତ୍ରୀମାନଙ୍କ ବୃତ୍ତିକୁ ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଚିଟଫଣ୍ଡ ମାମଲା: ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ ଗିରଫ

ଅଗଷ୍ଟ ମାସରେ ସିବିଆଇ ତ୍ରିପାଠୀଙ୍କ ବାଙ୍କି ଏବଂ କଟକ ରେ ଥିବା ଘର ଉପରେ ଚଢଉ କରି ବହୁ ଗୁରୁତ୍ଵପୂର୍ଣ କାଗଜପତ୍ର ଜବତ କରିଥିଲା

ଇରାକରୁ ଫେରିଲେ ତିନି କେନ୍ଦ୍ର।ପଡା ଶ୍ରମିକ

ଘରକୁ ଫେରିଥିବା ବ୍ୟକ୍ତି ମାନେ ହେଲେ ଷଣ୍ଢପାଲି ଗ୍ରାମର ବାସିନ୍ଦା ।

ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଫଳ ଜୁଲାଇ ୧୧ ରେ

ଉକ୍ତ ତାରିଖ ଦିନ ପରୀକ୍ଷା ଫଳ ପୂର୍ବାହ୍ନ ଏଗାରଟାରେ ଘୋଷଣା ହେଉଥିବା ବେଳେ ୱେବସାଇଟ ରେ ଏହା ଏଗାରଟା ତିରିଶ ରେ ଉପଲବ୍ଧ ହେବ ।

ରେଳ ବଜେଟ: ଓଡିଶାକୁ ଅବହେଳା ବିରୋଧରେ ବିଜେଡିର ପ୍ରତିବାଦ

ରେଳ ବଜେଟ ରେ ଓଡିଶା କୁ ଅବହେଳା କରା ଯାଇଥିବା ଅଭିଯୋଗ କରି ରାଜ୍ୟର ଶାସକ ବିଜୁ ଜନତା ଦଳ ଆଜି ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା ଓ ବିକ୍ଷୋଭର ଆୟୋଜନ କରିଥିଲା

This website uses cookies.