Category: କଳା ଓ ସଂସ୍କୃତି

ବଡ଼ଦାଣ୍ଡରେ ରଥକାଠ ଅନୁକୂଳ, ମହାପ୍ରଭୁଙ୍କ ରଥ ନିର୍ମାଣର ପ୍ରଥମ ପରମ୍ପରା

ପୁରୀ, ଫେବ୍ରୁଆରୀ ୧୦(ଲୋକାଲ ୱାୟାର): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରବିବାର ଶ୍ରୀପଞ୍ଚମୀ ଅବସରରେ ବଡ଼ଦାଣ୍ଡରେ ରଥ ନିର୍ମାଣର ପ୍ରଥମ ପରମ୍ପରା ସ୍ୱରୂପ ରଥକାଠ ଅନୁକୂଳ ପୂଜା ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି । ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ୩ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା ହୋଇଥିଲା ।…

ଆମେରିକାର ମଧ୍ୟ ଇଣ୍ଡିଆନାରେ ଉତ୍ସାହ ଉଦ୍ଦୀପନା ସହ ରଥଯାତ୍ରା ପାଳନ

ଆମେରିକାର ମଧ୍ୟ ଇଣ୍ଡିଆନାଠାରେ ଅବସ୍ଥିତ ହିନ୍ଦୁ ମନ୍ଦିରରେ ଉତ୍ସାହ ଉଦ୍ଦୀପନା ସହ ରଥଯାତ୍ରା ଜୁଲାଇ ୧୪ ତାରିଖରେ ପାଳିତ ହୋଇଯାଇଛି । ଚଳିତ ବର୍ଷକୁ ମିଶାଇ ଆମେରିକାର ଜଗନ୍ନାଥ ଆସୋସିଏସନ ଅଫ ଇଣ୍ଡିଆନା (ଜୟ ) ଆନୁକୁଲ୍ୟରେ ଇଣ୍ଡିଆନାରେ ବସବାସ କରୁଥିବା ଓଡ଼ିଆ ପରିବାରମାନଙ୍କ ଦ୍ଵାରା ଏହା ହେଉଛି ଚତୁର୍ଥ ରଥ ଯାତ୍ରାର ଆୟୋଜନ ।…

ରଥଯାତ୍ରା ସମ୍ପର୍କରେ କେତୋଟି ଅନାଲୋଚିତ ତଥ୍ୟ

କେଦାର ମିଶ୍ର ରଥଯାତ୍ରା ସହିତ ଓଡିଶାର ଜନଜୀବନ ଓ ସାଂସ୍କୃତିକ ଭାବ ପ୍ରବଣତାର ଏକ ଦୀର୍ଘକାଲୀନ ଇତିହାସ ରହିଛି । କେବଳ ଧାର୍ମିକ ବା ସାଂସ୍କୃତିକ ଜୀବନବୋଧ ନୁହଁ, ବରଂ ଓଡିଶାର ରାଜନୀତି ଓ ଅର୍ଥନୀତି ସହ ରଥଯାତ୍ରା ର ନିବିଡ ସମ୍ପର୍କ ରହିଛି। ଅର୍ଥନୈତିକ ଭାବରେ ଏହା ସାମନ୍ତବାଦ କବଳିତ ଓଡିଶାର ସବୁଠୁ ଅଧିକ…

ବାହାରିନରେ ଓଡିଆ ସମାଜ ଦ୍ୱାରା ରଥ ଯାତ୍ରାର ଆୟୋଜନ

ବାହାରିନ (ଓଡିଶା ଡଟ କମ) ବାହାରିନରେ ରହୁଥିବା ପ୍ରବାସୀ ଓଡିଆ ପରିବାର ଇସ୍କନ ସହ ମିଶି ବାହାରିନରେ ଆସନ୍ତା ଜୁଲାଇ ୧୪ରୁ ଚାରି ଦିନ ବ୍ୟାପୀ ଆୟୋଜନ କରୁଛନ୍ତି ରଥ ଯାତ୍ରା । ବାହାରିନ ଓଡିଆ ସମାଜର ମହେଶ ପ୍ରସାଦ ଦାଶ ଓଡିଶା ଡଟ କମକୁ ଏହା ଜଣାଇ ଛନ୍ତି। ଓଡିଶା ଡଟ କମ

ରଥଯାତ୍ରା ଅବସରରେ ହିନ୍ଦୀ ଭାଷାରେ ‘ଶ୍ରୀ ଜଗନ୍ନାଥ କଥା’ ଶୀର୍ଷକ ୱେବ ସିରିଜ

ଭୁବନେଶ୍ୱର, ୩।୭।୨୦୧୮: ପବିତ୍ର ରଥଯାତ୍ରା ଅବସରରେ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର ଭକ୍ତ ଓ ପର୍ୟ୍ୟଟକ ପ୍ରତିବର୍ଷ ପୁରୀ ଆସିଥା’ନ୍ତି। ତେବେ ଅନେକ ଭକ୍ତ ପୁରୀ ଆସି ନ ପାରିଲେ ବିଭିନ୍ନ ଇଲେକ୍ଟ୍ରୋନିକ ମିଡିଆ ମାଧ୍ୟମରେ ଏହି ଯାତ୍ରା ଦେଖିବାର ସୁଯୋଗ ପାଇଥା’ନ୍ତି। ତେଣୁ ଚଳିତ ରଥଯାତ୍ରା ଅବସରରେ ପୃଥିବୀର ବିଭିନ୍ନ କୋଣରେ ରହୁଥିବା…

ରଥଯାତ୍ରା ଅବସରରେ ଭକ୍ତିସଙ୍ଗୀତର ପ୍ରସାର ପାଇଁ ‘ଓଡ଼ିଶାଲାଇଭ୍‍’ ପକ୍ଷରୁ ସୋସିଆଲ ମିଡିଆ ଅଭିଯାନ

ଭୁବନେଶ୍ୱର, ୨୮।୬।୨୦୧୮: ପବିତ୍ର ରଥଯାତ୍ରା ଅବସରରେ ସୋସିଆଲ ମିଡିଆରେ ଏକ ଭକ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଆଗେଇ ଆସିଛି ଓଡ଼ିଶାର ଆଗଧାଡ଼ିର ଡିଜିଟାଲ ପୋର୍ଟାଲ ଓଡ଼ିଶାଲାଇଭ୍‍। ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ୟ୍ୟନ୍ତ ୨୮ ଦିନର ଅବଧି ମଧ୍ୟରେ ପ୍ରତିଦିନ ଗୋଟିଏ ଗୋଟିଏ ଭକ୍ତି ସଙ୍ଗୀତ ଓଡ଼ିଶାଲାଇଭ୍‍‍ର ଫେସବୁକ ପେଜରେ ପୋଷ୍ଟ କରାଯାଉଛି। ତା’…

ସୃଜନ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର, ଜୁନ ୨୮ (ଓଡିଶା ଡଟ କମ ) ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ହରାଇଜନ ସିରିଜ ଅନ୍ତର୍ଗତ ସଂଧ୍ୟା ଅଧିବେଶନରେ ସୃଜନର ଶିଳ୍ପୀ ଓ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ନୃତ୍ୟର ଆଦ୍ୟ ଚରଣରେ ସୃଜନର ଶିଳ୍ପୀ…

ଓଡ଼ିଆଙ୍କ ଅସଲ ଅସ୍ତିତ୍ୱର ନକଲ ଉତ୍ତରଣ!

  ଏହା ‘ଓଡ଼ିଆ’ର ଦୋଷ ନୁହେଁ, ଓଡ଼ିଆଙ୍କ ଦୋଷ । ଜଣେ ଓଡ଼ିଆର ଦୋଷ ନୁହେଁ, ଓଡ଼ିଆ ଜାତିର ଦୋଷ । ସ୍ୱାଭିମାନହୀନ ଏକ ଜାତି ମଝିରେ ମଝିରେ ଏମିତି ଝଟ୍କା ପାଏ, ରୁଷ୍ଟ ହୁଏ, ପୁଣି ଶୋଇ ପଡ଼େ । ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଦୂଷଣ ସୋନା ମହାପାତ୍ରଙ୍କଠାରୁ ଆରମ୍ଭ ହୋଇନାହିଁ ।…

This website uses cookies.