ସଭା ସମିତି

ସଭା ସମିତି

ଗୋକଲ୍ୟାଣ ପତ୍ରିକାର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱରର ବିଶିଷ୍ଟ କଣ୍ଠଶିଳ୍ପୀମାନେ ଏହି କାର୍ଯ୍ୟକ୍ରମରେ ଭଜନ ପରିବେଷଣ କରିଥିଲେ । ଓଡିଶା ଗୋସେବା ସମିତି ତରଫରୁ ଏହି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ମଂଚାସୀନ ଅତିଥିବୃନ୍ଦ,ଉପସ୍ଥିତ ଗୋପ୍ରେମୀ ଓ ଗୋଭକ୍ତଗଣ ଭାରତୀୟ ଗୋବଂଶର ବିକାଶ,ବିସ୍ତାର ଓ ସମ୍ବର୍ଦ୍ଧନା ପାଇଁ ଦୃଢ ସଂକଳ୍ପ ଗ୍ରହଣ କରିଥିଲେ ।

ବିସ୍ତୃତ
ସଭା ସମିତି

ଅଚ୍ୟୁତ ସାମନ୍ତଙ୍କୁ ବାହାରିନର ସର୍ବୋଚ୍ଚ ସମ୍ମାନ ପ୍ରଦାନ

ଏହି ସର୍ବୋଚ୍ଚ ସମ୍ମାନ ପାଇବାରେ ଅଚ୍ୟୁତ ସାମନ୍ତ ହେଉଛନ୍ତି ପ୍ରଥମ ଭାରତୀୟ । ତାଙ୍କୁ ଏହି ସମ୍ମାନ ତାଙ୍କର ସାମାଜିକ ଦାୟିତ୍ଵବୋଧ ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ଅତୁଳନୀୟ ଅବଦାନ ଯୋଗୁଁ ପ୍ରଦାନ କରାଯାଇଥିବା ବାହାରିନର ସରକାରଙ୍କ ପକ୍ଷରୁ କୁହାଯାଇଛି।

ବିସ୍ତୃତ
ସଭା ସମିତି

ପାରାଦୀପ ବନ୍ଦରରେ ଅଣ-ଓଡିଆଙ୍କ ନିଯୁକ୍ତିକୁ ବିରୋଧ

ବନ୍ଦର କର୍ତ୍ତୃପକ୍ଷଙ୍କ ପଦକ୍ଷେପ ଯୋଗୁଁ କର୍ମଚାରୀ ଓ ଶ୍ରମିକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିବ ବୋଲି ସଂଘ ନେତାମାନେ କହିଥିଲେ । ପାରାଦୀପରେ ଅଣ ଓଡିଆଙ୍କ ନିଯୁକ୍ତି ଯୋଗୁ ବନ୍ଦର କାର୍ଯ୍ୟରେ ଦିନ କୁ ଦିନ ଅବନତି ହେଉଥିବା ମଧ୍ୟ ସଂଘ ଅଭିଯୋଗ କରିଛି ।

ବିସ୍ତୃତ
ସଭା ସମିତି

ଅଚ୍ୟୁତ ସାମନ୍ତ ପାଇବେ ବାହାରିନର ସର୍ବୋଚ୍ଚ ସମ୍ମାନ

ଜୁନ ତିନି ତାରିଖରେ ବାହାରିନ ରାଜ ପ୍ରସାଦରେ ଅନୁଷ୍ଠିତ ହେବାକୁଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ଶ୍ରୀ ସାମନ୍ତଙ୍କୁ ବାହାରିନର ରାଜା ହାମାଦ ଏହି ସମ୍ମାନରେ ସମ୍ମାନିତ କରିବା ସହ ତାଙ୍କୁ ପୁରସ୍କାର ସ୍ଵରୂପ ଏକ ମିଲିୟନ ଆମେରିକୀୟ ଡ଼ଲାର,ଉପଢୌକନ ଓ ସ୍ଵର୍ଣ୍ଣ ପଦକ ପ୍ରଦାନ କରିବେ । ଏହି ସୂଚନା ବାହାରିନର ସେକ୍ରେଟାରୀ ଜେନେରାଲ ଅଲ୍ଲି ଅବଦୁଲ୍ଲା ଖାଲିଫା ଦେଇଛନ୍ତି ।

ବିସ୍ତୃତ
ଓଡିଶା ଖବରସଭା ସମିତି

କ୍ଷତ୍ରିୟ ଏକତା ମହାଯଜ୍ଞ ଓ ଏକତା ସମ୍ମାନ ସମାରୋହ ଅନୁଷ୍ଠିତ

ମହାସଂଘର ରାଷ୍ଟ୍ରୀୟ ଆବାହକ ଦେବୀଦତ୍ତପୃଥ୍ୱୀରାଜ ପ୍ରତାପସିଂହ ସମାରୋହର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ କ୍ଷତ୍ରିୟ, ଖଣ୍ଡାୟତ, ପାଇକ, ଚଷା, କୁଲତା, ବାଣାୟତ, ଓଡ଼ିଆ, କାଳଞ୍ଜୀ, ଦଳପତୀ ମାନଙ୍କୁ ଏକତ୍ରିତ ହେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ ।

ବିସ୍ତୃତ
ଓଡିଶା ଖବରସଭା ସମିତି

ବ୍ରହ୍ମପୁରରେ ଦିନିକିଆ ଶିଶୁ ସାମ୍ବାଦିକତା ତାଲିମ୍ କାର୍ଯ୍ୟକ୍ରମ

ଶିଶୁମାନଙ୍କୁ ନିଜ ଅଞ୍ଚଳର ଖବରକୁ ଅନ୍ୟଠାରେ ପହଞ୍ଚାଇବାର ଶିକ୍ଷାଦେବା, ଲେଖିବାରେ ସେମାନଙ୍କ ଆଗ୍ରହକୁ ବଢାଇବା ଓ ତାଙ୍କର ଅନ୍ତର୍ନିହିତ ଗୁଣକୁ ପ୍ରକାଶ କରିବା ସହ କମ ଖର୍ଚରେ ଖବରଟି କିପରି ପ୍ରତ୍ୟେକ ଲୋକ ପାଖରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଶିଶୁ ମହାସଂଘ ପକ୍ଷରୁ କୁହାଯାଇଛି ।

ବିସ୍ତୃତ
ସଭା ସମିତି

ସନତ ମିଶ୍ର ଟୁରିଷ୍ଟ ଗାଇଡ୍ ଆସୋସିଏସନ୍ ସଭାପତି ନିର୍ବାଚିତ

୨୦୦୭ ମସିହାରେ ଗଠିତ ଏହି ଆସୋସିଏସନ୍ ର କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପର୍ଯ୍ୟଟନ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ବିଶେଶ୍ୱର ଦାସ, ଗୌରୀଶଙ୍କର ସାମନ୍ତରାୟ, ସତ୍ୟସ୍ୱରୂପ ମିଶ୍ର, ବିଜୟ କୁମାର ସାସ୍ମଲ୍, ବିଧାର ଚାନ୍ଦ ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରସନ୍ନ କୁମାର ସାହୁ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।

ବିସ୍ତୃତ
ସଭା ସମିତି

ଯୁବ ଓ ସାଂସ୍କୃତିକ ସଂଘ ବାର୍ଷିକ ଉତ୍ସବରେ ବିଭିନ୍ନ ଲୋକଙ୍କୁ ସମ୍ମାନ

ମହିଳା ସଶକ୍ତିକରଣର ବାର୍ତ୍ତା ସହିତ ସାମିଲ ହୋଇ ସଂଘ ଏହାର ଗୁରୁତ୍ୱ ଉପରେ ଏ ବର୍ଷର ଉତ୍ସବକୁ ସମର୍ପିତ କରିଥିଲା ।ସଂଘର ୨୨ ବର୍ଷର ନିରନ୍ତର ଯାତ୍ରା ମଧ୍ୟରେ ପରଲୋକ ଗମନ କରିଥିବା ମୁଖ୍ୟ ଉପଦେଷ୍ଟା ସ୍ୱର୍ଗତ ପୀତାମ୍ବର ମହାନ୍ତି, ପ୍ରତିଷ୍ଠାତା ସଭ୍ୟ ସତ୍ୟବ୍ରତ ଦାସ ଏବଂ ମନତୋଷ ମହାପାତ୍ରଙ୍କ ନିଃସ୍ୱାର୍ଥପର ଅବଦାନକୁ ମନେରଖିବା ଉଦ୍ଦେଶ୍ୟରେ ଉପରୋକ୍ତ ପୁରସ୍କାରସବୁକୁ ନାମିତ କରାଯାଇଥିଲା ।

ବିସ୍ତୃତ
ସଭା ସମିତି

ମା,ଶିଶୁ ସ୍ୱାସ୍ଥ୍ୟ ବିକାଶରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

କନ୍ଧମାଳ ଜିଲ୍ଲାର ପ୍ରାୟ ୬୦ରୁ ଉଦ୍ଧ୍ୱର୍ ବିଭିନ୍ନ ଖବର କାଗଜ ଓ ବୈଦୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଦୁଇଟି ଗାଁ ଯଥା ବଲସ୍କୁମ୍ପା ଓ ଅଡାବାଡି ରେ ମମତା ଦିବସ ପରିଦର୍ଶନ କରି ଗ୍ରାମ୍ୟ ସ୍ତରର ବିଭିନ୍ନ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡି କର୍ମୀ, ମା’ ଓ ଶିଶୁ ମାନଙ୍କ ସହିତ ସିଧା ସଳଖ ଆଲୋଚନା କରିଥିଲେ ।

ବିସ୍ତୃତ
ସଭା ସମିତି

ବ୍ରହ୍ମପୁରରେ ଚାଲିଛି ସେବିକା ସମିତିର ଶିକ୍ଷା ବର୍ଗ

ଏହି ବର୍ଗରେ ସମୁଦାୟ ୭୭ ଜଣ ଶିକ୍ଷାଥିନୀ ଯୋଗଦେଇଛନ୍ତି । ଏମାନଙ୍କ ମଧ୍ୟରେ ସ୍ନାତକ, ସ୍ନାତକୋତର ଓ ଏମ୍ ବିଏ ଛାତ୍ରୀ,ଗୃହିଣୀ,ଶିକ୍ଷୟତ୍ରୀ ପ୍ରଭୃତି ସମାଜର ପ୍ରତ୍ୟେକ ବର୍ଗର ମହିଳା ନିଜେ ବର୍ଗର ଦେୟ ବହନ କରି ଶିକ୍ଷା ଗ୍ରହଣ କରୁଛନ୍ତି ।

ବିସ୍ତୃତ
1 2 3 5
Page 2 of 5