ବିଶେଷ ଖବର

Exclusives

ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା

ବୌଦ୍ଧ ସହର ଭିତରେ ଏଥିରୁ ଗୋଟିଏ ବିରାଟ ବୁଦ୍ଧ ମୂର୍ତ୍ତି ରହିଥିବାବେଳେ ଅନ୍ୟ ଦୁଇଟି ଶ୍ୟାମସୁନ୍ଦରପୁର ଓ ପ୍ରଗଲପୁରଠାରେ ରହିଛି।

ରାସ୍ତାକଡ଼ରେ ଗଛ ଲଗାଇ ଉଦାହରଣ ସୃଷ୍ଟି କରିଛନ୍ତି ଅବସରପ୍ରାପ୍ତ ସାମରିକ କର୍ମଚାରୀ

ବ୍ୟସ୍ତବହୁଳ ଜୀବନରୁ ଟିକେ ସମୟ କାଢ଼ି ତାଙ୍କ ଭଳି ଗଛ ଲଗାଇ ନିଜ ପରିବେଶକୁ ରକ୍ଷା କରବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ତ୍ୟାଗ, ସଂଘର୍ଷ ଓ ପ୍ରେମ, କେମିତି ନୂଆ ଜୀବନ ପାଇଲେ ଏସିଡ ପୀଡ଼ିତା

ଇପ୍‌ସୀତା ଦାଶ ପାଖାପାଖି ନଅ ବର୍ଷ ତଳେ ଏସିଡ ମାଡର ଶିକାର ହୋଇଥିବା ଓଡିଶାର ଜଣେ ଯୁବତୀ ପାଇଛନ୍ତି ନୂଆ ଜୀବନ ଓ ତା ପଛରେ ରହିଛି ଏକ ଅଭୂତପୂର୍ବ କାହାଣୀ ତ୍ୟାଗ, ସଂଘର୍ଷ ଓ ପ୍ରେମର । ଦୀର୍ଘ ଦିନର ଚିକିତ୍ସା ପରେ ସୁସ୍ଥ ହେବା, ଘଟଣାର ଆଠ ବର୍ଷ ପରେ ତାଙ୍କ ଉପରେ…

ନନ୍ଦନକାନନ ସମ୍ପର୍କରେ କେତେକ ତଥ୍ୟ ଯାହା ସମସ୍ତେ ଜାଣିବାକୁ ଚାହାନ୍ତି

୨୦୦୯ ମସିହାରେ ନନ୍ଦନକାନନ ଚିଡ଼ିଆଖାନା ବିଶ୍ୱ ଚିଡ଼ିଆଖାନା ସଂଘର World Association of Zoos and Aquariums (WAZA) ସଦସ୍ୟତା ଲାଭ କରିବାରେ ଭାରତର ପ୍ରଥମ ଚିଡ଼ିଆଖାନା ।

କୋଣାର୍କରେ ପ୍ରାଚୀନ ସଭ୍ୟତାର ସୂଚନା!

ଐତିହାସିକ ତଥ୍ୟାନୁଯାୟୀ ପ୍ରାଚୀନ କାଳରେ ଉତ୍କଳର ନୌବାଣିଜ୍ୟ ଦେଶ ବିଦେଶରେ ପ୍ରସିଦ୍ଧ ଲାଭ କରିଥିଲା। ଓଡ଼ିଶାର ବୃହତ୍ତମ ବନ୍ଦରଗୁଡ଼ିକ ମଧ୍ୟରେ କୋଣାର୍କ ଥିଲା ଅନ୍ୟତମ।

ନବକଳେବର ଊପରେ ପ୍ରାମାଣିକ ଚିତ୍ର ‘ଦେବତା ହୋଇଲେ ମରଇ’ (ଭିଡିଓ )

ନୂତନ ପୀଢ଼ିକୁ “ନବକଳେବର” କ’ଣ ପ୍ରଶ୍ନର ଉତ୍ତର ଦେବାପାଇଁ ଆଧ୍ୟାତ୍ମିକ ସୃଜନଶୀଳତାର ପ୍ରୟାସ ସହିତ ପ୍ରସ୍ତୁତ ହୋଇଛି ପ୍ରମାଣିକ ଚିତ୍ର “ଦେବତା ହୋଇଲେ ମରଇ” । ଚଳଚିତ୍ରର ଉପସ୍ଥାପନା ଶୈଳୀ ବିଶ୍ଲେଷଣାତ୍ମକ, ଗବେଷଣାମୂଳକ, ସୃଜନ ଓ ସମ୍ବେଦନଶୀଳ ଉଭୟ ସାଧାରଣ ଦର୍ଶକ ଓ ବୁଦ୍ଧିଜୀବିମାନଙ୍କୁ ଆକୃଷ୍ଟ କରିବ ବୋଲି ପ୍ରଯୋଜନା ସଂସ୍ଥା ଲାଇଟ ହାଉସ୍ ଆଶା…

୨୦୧୨ ଚନ୍ଦନେଶ୍ୱର ଲାଠିମାଡ ତଦନ୍ତ ରିପୋର୍ଟ, କିଏ ଠିକ ?

ଆରଡିସିଙ୍କ ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟରେ ଘଟଣାରେ ପୁଲିସର କେତେକ ତ୍ରୁଟି ଥିବା ସ୍ୱୀକାର କରାଯାଇଥିବା ବେଳେ ତଦନ୍ତକାରୀ ଅଫିସରଙ୍କ ଅନୁସନ୍ଧାନକୁ ଆଧାର କରି ରାଜ୍ୟ ଗୃହ ବିଭାଗ ଦେଇଥିବା ରିପୋର୍ଟରେ ଏହାକୁ ଖଣ୍ଡନ କରାଯାଇଛି । ତାହେଲେ ଆରଡିସିଙ୍କ ରିପୋର୍ଟ ସତ, ନାଁ ପୁଲିସ୍ ମିଛ କହୁଛି ? ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି…

ଡେଲାଙ୍ଗ ଟ୍ରେନ୍ ପୋଡି ପରେ ପୁଲିସ୍ ବାଡି, ଜେଲ୍ ବେଡି

ପୁଲିସ ଡିଏସପି ଦେବେନ୍ଦ୍ର ଦାସ ଓଡିଶା ଡଟ କମକୁ କହିଛନ୍ତି ଘଟଣାରେ ସମୁଦାୟ ୪୮ ଜଣ ଗିରଫ ହୋଇଛନ୍ତି ଓ ଆହୁରି ୩୦-୪୦ ଜଣଙ୍କୁ ଖୋଜା ଚାଲିଛି । ଯେଉଁ ମାନଙ୍କ ବିରୁଦ୍ଧରେ ଆପାତତଃ ପ୍ରମାଣ ଅଛି ସେମାନଙ୍କୁ ହିଁ ଗିରଫ କରାଯାଇଛି । ତେବେ ଗ୍ରାମବାସୀ ପୁଲିସର ଏହି ଦାବୀକୁ ଖଣ୍ଡନ କରିଛନ୍ତି। ଗାଁକୁ…

କୁମ୍ଭୀର ମିଳନ ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ତିନି ମାସ ଭିତରକନିକା ବନ୍ଦ

ପର୍ଯ୍ୟଟକଙ୍କ କାର୍ଯ୍ୟକଳାପ ଯୋଗୁଁ କୁମ୍ଭୀରମାନଙ୍କ ମିଳନ ଏବଂ ଅଣ୍ଡା ଦେବା ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଙ୍କା କରି ଏହି ବାରଣ କରାଯାଇଥିବା ଉଦ୍ୟାନର ଜଣେ ଅଧିକାରୀ କହିଛନ୍ତି । କୁମ୍ଭୀରମାନଙ୍କ ମିଳନ ସମୟରେ ବାଧା ଉପୁଜିଲେ ସେମାନେ ଭୟଙ୍କର ହୋଇ ପଡିବା ସହ ସମୟ ସମୟରେ ପରସ୍ପରକୁ ଆକ୍ରମଣ କରନ୍ତି ବୋଲି ସେ କହିଛନ୍ତି ।

ତଥ୍ୟ ନ ଦେବାରୁ ନାଲକୋକୁ ସୂଚନା କମିଶନଙ୍କ ଭର୍ତ୍ସନା

ମାମଲାର ବିଚାର କରି ସୂଚନା ଅଧିକାର ଆଇନର ଧାରା ୭ (୯) ଏହି କ୍ଷେତ୍ରରେ ଲାଗୁ ହେଉନାହିଁ ଦର୍ଶାଇ କମିଶନ ନାଲକୋର ସମ୍ପୃକ୍ତ କତ୍ତୃପକ୍ଷଙ୍କୁ ଦୁଇ ସପ୍ତାହ ମଧ୍ୟରେ ମଗା ଯାଇଥିବା ତଥ୍ୟ ଶ୍ରୀ ଅଖଣ୍ଡଙ୍କୁ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

This website uses cookies.

Read More