• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଅର୍ଥ-ବ୍ୟବସାୟ

ନାଲକୋ କ୍ୱାଲିଟୀ ସର୍କଲରେ ଏନ୍‍ଟିପିସିକୁ ଟ୍ରଫୀ, ସ୍ଵର୍ଣ୍ଣ ପ୍ଲାକ୍‍

April 24, 2015 by News Bureau Leave a Comment

ଭୁବନେଶ୍ୱର, ୨୪ ଏପ୍ରିଲ (ଓଡିଶା ଡଟ କମ) ନାଲକୋ ପକ୍ଷରୁ ଏପ୍ରିଲ୍‍ ୨୨ ଓ ୨୩ ତାରିଖରେ ଭୁବନେଶ୍ୱର ସ୍ଥିତ ନାଲକୋ ନଗର ପରିସରରେ ଅନୁଷ୍ଠିତ ବିଂଶତମ ଅଲ୍‍ ଓଡ଼ିଶା କ୍ୱାଲିଟୀ ସର୍କଲ୍‍ ସମାବେଶ ରେ ଏନ୍‍ଟିପିସି, ଟିଏସ୍‍ଟିପିଏସ୍‍-କଣିହାଁ ର ‘କେମ୍‍ସ୍ପିରିଟ୍‍’ କ୍ୱାଲିଟୀ ସର୍କଲ୍‍କୁ ନାଲକୋ ଟ୍ରଫୀ ଓ ସ୍ଵର୍ଣ୍ଣ ପ୍ଲାକ୍‍ ମିଳିଛି ।

ଓଡ଼ିଶାରେ କ୍ୱାଲିଟୀ ସର୍କଲ୍‍ ଆନ୍ଦୋଳନର ପ୍ରଚାର ଓ ପ୍ରସାର ନିମନ୍ତେ ତଥା ରାଜ୍ୟର ଶ୍ରେଷ୍ଠ କ୍ୱାଲିଟୀ ସର୍କଲ୍‍ ଓ ଟିପିଏମ୍‍ ସର୍କଲ୍‍ଗୁଡିକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ୧୯୯୬ ମସିହା ଠାରୁ ନାଲକୋ ଏହି ସମାବେଶର ଆୟୋଜନ କରିଆସୁଛି । ଉଦ୍‍ଯାପନ ଅବସରରେ, ନାଲକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅଂଶୁମାନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଦଳଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

DSC_0400ନିଜର ଅଭିଭାଷଣରେ ସେ କ୍ୱାଲିଟୀ ସର୍କଲ୍‍ ଆନ୍ଦୋଳନକୁ ରାଜ୍ୟବ୍ୟାପୀ ପ୍ରସାରିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଆଇଆଇଟି, ଭୁବନେଶ୍ୱର ପ୍ରଫେସର୍‍ ଡକ୍ଟର୍‍ ସଦାନନ୍ଦ ସାହୁ ଏହି ଅବସରରେ ଉଦ୍‍ବୋଧନ ଦେଇ କ୍ୱାଲିଟୀ ସର୍କଲ୍‍ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବାରେ ନାଲକୋର ଭୂମିକାକୁ ପ୍ରଶଂସା କରିଥିଲେ ।

ଏହି ସମାବେଶରେ, ନାଲକୋ ଟ୍ରଫୀ ଓ ସ୍ଵର୍ଣ୍ଣ ପ୍ଲାକ୍‍ ଏନ୍‍ଟିପିସି, ଟିଏସ୍‍ଟିପିଏସ୍‍-କଣିହାଁ ର ‘କେମ୍‍ସ୍ପିରିଟ୍‍’ କ୍ୱାଲିଟୀ ସର୍କଲ୍‍କୁ ପ୍ରଦାନ କରାଯାଇଥିବା ବେଳେ ଓସିଏଲ୍‍ ଇଣ୍ଡିଆର ‘ସଙ୍କଳ୍ପ’ କ୍ୱାଲିଟୀ ସର୍କଲ ରନର୍‍ ଅପ୍‍ ପୁରସ୍କାର ଓ ରୌପ୍ୟ ପ୍ଲାକ୍‍ ଲାଭ କରିଥିଲା ।

ଟିପିଏମ୍‍ ସର୍କଲ୍‍ଗୁଡିକ ମଧ୍ୟରେ ଟାଟା ଷ୍ଟିଲ୍‍, ଯୋଡ଼ାର ‘ଏମ୍‍-ଅନ୍‍ବ୍ରାକୋ’ ବିଜେତା ଆଖ୍ୟା ଲାଭ କରିଥିବା ବେଳେ ବାଳଗୋପାଳପୁରସ୍ଥିତ ବାଲେଶ୍ୱର ଆଲଏଜ୍‍ର ‘ୟୁରେକା’ ରନର୍‍ ଅପ୍‍ ହୋଇ ରୌପ୍ୟ ପ୍ଲାକ୍‍ ଲାଭ କରିଥିଲା ।

ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ଟାଟା ସ୍ପଞ୍ଜ ଆଇରନ୍‍ରର ଟିପିଏମ୍‍ ସର୍କଲ୍‍ ‘ସମ୍ଭବ’; ନାଲକୋର କ୍ୱାଲିଟୀ ସର୍କଲ୍‍ ‘ସୀନର୍ଜୀ, ରାଉରକେଲା ଷ୍ଟିଲ୍‍ ପ୍ଳାଣ୍ଟର କ୍ୱାଲିଟୀ ସର୍କଲ୍‍ ‘ସଞ୍ଜୀବନୀ’ ଏବଂ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‍ର କ୍ୱାଲିଟୀ ସର୍କଲ୍‍ ‘କୁ୍ୟସି-୦୧’ କୁ ପୁରସ୍କୃତ କରାଯାଇଥିଲା ।

ଶ୍ରେଷ୍ଠ ବିଶ୍ଲେଷଣ, ଶ୍ରେଷ୍ଠ ପ୍ରକ୍ରିୟା, ଶ୍ରେଷ୍ଠ ପ୍ରଭାବଶୀଳତା ଓ ଫଳାଫଳ, ଶ୍ରେଷ୍ଠ ଶିକ୍ଷଣୀୟ ଅନୁଭୂତି ଏବଂ ଶ୍ରେଷ୍ଠ ଦଳଗତ ଉପସ୍ଥାପନା ନିମନ୍ତେ ଯଥା କ୍ରମେ ତାଳଚେର ସ୍ଥିତ ଏନ୍‍ଟିପିସି-ଟିଟିପିଏସ୍‍ର ‘ପ୍ରୟାସ’, ନାଲକୋ-ସିପିପିର ‘ସାରଥୀ’, ସେସା ଷ୍ଟର୍‍ଲାଇଟ୍‍ର ‘ଆଭେଞ୍ଜର୍ସ’, ଟିଆର୍‍ଏଲ୍‍ କ୍ରୋସାକି ରିଫ୍ରାକ୍ଟରିଜ୍‍ର ‘ଫ୍ଲୋରେନ୍ସ ନାଇଟିଙ୍ଗଲ୍‍’ ଏବଂ କଣିହାଁ ସ୍ଥିତ ଏନ୍‍ଟିପିସି-ଟିଏସ୍‍ଟିପିଏସ୍‍ର ‘ଲକ୍ଷ୍ମୀ’ ପୁରସ୍କାର ହାସଲ କରିଥିଲେ ।

ପୂର୍ବରୁ, ନାଲକୋର ନିର୍ଦେଶକ (ପି ଆଣ୍ଡ ଟି) ଏନ୍‍.ଆର୍‍. ମହାନ୍ତି ଏହି କାର୍ଯ୍ୟକ୍ରମର ଉଦ୍‍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମୂଦାୟ ୧୬ଟି ଅନୁଷ୍ଠାନରୁ ୨୬ଟି କ୍ୱାଲିଟୀ ସର୍କଲ୍‍ ଓ ୫ଟି ଟିଟପଏମ୍‍ ସର୍କଲ୍‍ ଅଂଶଗ୍ରହଣ କରିଥିଲେ ।

ଉଦ୍‍ଘାଟନ ଅବସରରେ, ନିର୍ଦେଶକ (ମାନବସମ୍ବଳ) ଶ୍ରୀ ଏସ୍‍.ସି. ପାଢୀ, ନିର୍ଦେଶକ (ଅର୍ଥ) ଶ୍ରୀ କେ.ସି. ସାମଲ, ନିର୍ଦେଶକ(ବାଣିଜ୍ୟ) ଶ୍ରୀମତୀ ସୋମା ମଣ୍ଡଳ, ନିର୍ଦେଶକ ଭି. ବାଳସୁବ୍ରମଣ୍ୟମ ଏବଂ କାର୍ଯ୍ୟନିର୍ବାହୀ ନିର୍ଦେଶକ (ଉତ୍ପାଦନ) ଏସ୍‍.କେ. ରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।

ଉଦ୍‍ଯାପନ ଅବସରରେ, ନାଲକୋର ନିର୍ଦେଶକ (ମାନବସମ୍ବଳ) ଏସ୍‍.ସି. ପାଢୀ, ନିର୍ଦେଶକ (ବାଣିଜ୍ୟ) ସୋମା ମଣ୍ଡଳ, ନିର୍ଦେଶକ( ଉତ୍ପାଦନ ) ଭି. ବାଳସୁବ୍ରମଣ୍ୟମ ଏବଂ କାର୍ଯ୍ୟନିର୍ବାହୀ ନିର୍ଦେଶକ (ଉତ୍ପାଦନ ) ଏସ୍‍.କେ. ରାୟ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଅନ୍ୟ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ ।

ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ Tagged With: ଆନ୍ଦୋଳନ, ଉଦ୍‍ଯାପନ, ନାଲକୋ

ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ଉଦ୍ୟମକୁ ବିଜେଡ଼ି, କଂଗ୍ରେସର ବିରୋଧ

April 15, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୧୫ (ଓଡିଶା ଡଟ କମ) ନାଲକୋ ସମେତ ତେରଟି ସରକାରୀ ଉଦ୍ୟୋଗରୁ କେନ୍ଦ୍ର ସରକାରୀ ପୁଞ୍ଜି ପ୍ରତ୍ୟାହାର କରୁଥିବା ଉଦ୍ୟମ ଖବର ପ୍ରଚାରିତ ହେବା ପରେ ଓଡିଶାର ଶାସକ ବିଜେଡି ଓ କଂଗ୍ରେସ ଏହାର ତୀବ୍ର ବିରୋଧ କରିଛି ।

nalcoଭୁବନେଶ୍ଵରରେ ମୁଖ୍ୟ କାର୍ଯାଳୟ ଓ ରାଜ୍ୟର ଅନଗୁଳ ଓ କୋରାପୁଟରେ କାରଖାନା ଓ ବକ୍ସାଇଟ ଖଣି ଥିବା ନାଲକୋରେ କେନ୍ଦ୍ର ସରକାରଙ୍କ ୮୭.୧୫ ପ୍ରତିଶତ ଅଂଶଧନ ରହିଛି ।ସରକାରୀ ଅଂଶଧନର ପାଞ୍ଚରୁ ପନ୍ଦର ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜି ପ୍ରତ୍ୟାହାର କରିବାପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଥିବା ସମ୍ପର୍କିତ ଖବର କେତେକ ସଂବାଦପତ୍ର ପ୍ରକାଶ କରିଛନ୍ତି ।

ଏହାକୁ କେନ୍ଦ୍ରକରି ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡ଼ି ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ନାଲକୋ ଏକ ଲାଭଦାଯକ କମ୍ପାନୀ ତେଣୁ ଏହାର ପୁଞ୍ଜି ପ୍ରତ୍ୟାହାର ଠିକ ନୁହେଁ । ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କହିଚନ୍ତି ନାଲକୋ ଲାଭ ଦେଉଥିବାରୁ ସରକାରୀ ପୁଞ୍ଜି ପ୍ରତ୍ୟାହାରର କୌଣସି ଆବଶ୍ୟକତା ନାହିଁ ।

ବିରୋଧୀ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି ତାଙ୍କପାର୍ଟି ଏହି ପୁଞ୍ଜି ପ୍ରତ୍ୟାହାରକୁ ପୂର୍ବରୁ ବିରୋଧ କରି ଆସିଛି ଓ ଏହା ଏବେ ମଧ୍ୟ ଜାରି ରହିବ । ତେବେ ଭାରତୀୟ ଜନତା ପାର୍ଟିର ରାଜ୍ୟ ମୁଖ୍ୟ କେଭି ସିଂହଦେଓ କହିଛନ୍ତି କେନ୍ଦ୍ରସରକାର ଏଭଳି କୌଣସି ନିଷ୍ପତ୍ତି ନେଇନାହାନ୍ତି । ବିଜେଡି ଓ କଂଗ୍ରେସ ନିଜର ରାଜନୈତିକ ଲାଭ ପାଇଁ ଏଭଳି ମିଥ୍ୟା ପ୍ରଚାର ଚଳାଇଛନ୍ତି।

ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ରାଜନୀତି Tagged With: କଂଗ୍ରେସ, ନାଲକୋ, ବିଜେଡ଼ି

ବ୍ୟବସାୟୀ ମହାସଂଘ ଧର୍ମଘଟ ପ୍ରତ୍ୟାହୃତ

April 13, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୧୩ (ଓଡିଶା ଡଟ କମ) ଡାଲି ଓ ଗହମ ଜାତୀୟ ପଦାର୍ଥ ଉପରୁ ଭାଟ୍‍ ପ୍ରତ୍ୟାହାର ଦାବି କରି ଗତ କିଛି ଦିନ ଧରି ଧର୍ମଘଟ ଚଳାଇଥିବା ଓଡିଶା ବ୍ୟବସାୟୀ ମହାସଂଘ ସୋମବାର ଏହାକୁ ପ୍ରତ୍ୟାହାର କରିଛି ।

tradersସଂଘ ଓ ସରକାରଙ୍କ ପ୍ରତିନିଧି ମାନଙ୍କ ମଧ୍ୟରେ ଆଲୋଚନାପରେ ସଂଘ ଏହି ଘୋଷଣା କରିଛି । ଉଭୟ ପକ୍ଷକୁ ନେଇ ଏକ ସାତ ଜଣିଆ କମିଟି ଗଠନ ହେବ ଓ ଏହି କମିଟି ବ୍ୟବସାୟୀ ସଂଘ କରୁଥିବା ଦାବି ଉପରେ ଅନୁଧ୍ୟାନ କରି ସରକାରଙ୍କୁ ଆଗାମୀ ତିନି ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ ।

ଏହି ରିପୋର୍ଟ ଆଧାରରେ ସରକାର ତାଙ୍କ ନିଷ୍ପତ୍ତି ନେବେ । ଉଭୟ ପକ୍ଷ ଏହା ଉପରେ ସମ୍ମତି ଦେବ ପରେ ସଂଘ ତାର ଧର୍ମଘଟ ପ୍ରତ୍ୟାହାର କରିଥିବା ସଂଘ ର ଜଣେ କର୍ମକର୍ତା କହିଛନ୍ତି।

ଦେଶର ୨୪ଟି ରାଜ୍ୟରେ ଡାଲି ଓ ଗହମ ଜାତୀୟ ସାମଗ୍ରୀ ଉପରେ ଭାଟ୍‍(ମୂଲ୍ୟ ଭିତ୍ତିକ ଟିକସ) ବ୍ୟବସ୍ଥା ନ ଥିବାବେଳେ ଓଡିଶାରେ ଏହା ଲାଗୁ କରାଯାଇଥିବାରୁ ବ୍ୟବସାୟୀ ସଂଘ ଏହାର ବିରୋଧ କରିଆସୁଛି ।

ଭାଟ୍‍ ପ୍ରତ୍ୟାହାର କରି ଅତିରିକ୍ତ ପ୍ରବେଶ କର ଲାଗୁ କରାଗଲେ ସରକାର ଅଧିକ ଟିକସ ପାଇପାରିବେ ବୋଲି ମହାସଂଘ ଦର୍ଶାଇଛି ।

ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ Tagged With: ଧର୍ମଘଟ, ସରକାର

ଗ୍ରାମବାସୀଙ୍କ ବିରୋଧ ଯୋଗୁଁ କୋଇଲା ଉତ୍ପାଦନରେ ବାଧା

April 10, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ତାଳଚେର, ଏପ୍ରିଲ ୧୦ (ଓଡିଶା ଡଟ କମ) ଚାକିରି ଓ ସ୍ଥାନୀୟ ସମସ୍ୟାର ସମାଧାନ ଦାବିକରି ଗ୍ରାମବାସୀମାନେ ଚଳାଇଥିବା ଆନ୍ଦୋଳନ ଯୋଗୁଁ ଗତ ବୁଧବାର ଠାରୁ ମହାନଦୀ କୋଲଫିଲଡର ତାଳଚେର କୋଇଲାଖଣି ଅଞ୍ଚଳରେ କୋଇଲା ଉତ୍ପାଦନ ଓ ପରିବହନରେ ବାଧା ସ୍ତୃଷ୍ଟି ହୋଇଛି।

coal-talabiraଖଣି ଦ୍ଵାରା ପ୍ରଭାବିତ ହୋଇଥିବା ଡେରା ଗ୍ରାମର ବାସିନ୍ଦା ରାସ୍ତା ଅବରୋଧ କରିବା ସହ ମହାନଦୀ କୋଲ ଫିଲଡ ର ସ୍ଥାନୀୟ କାର୍ଯ୍ୟ।ଳୟରେ ଭଙ୍ଗାରୁଜା କରିଛନ୍ତି । ଏହା ଫଳରେ ଜଗନ୍ନାଥ, ଭୁବନେଶ୍ଵରୀ ଓ ଅନନ୍ତ ଖଣିରେ ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଛି ।

କମ୍ପାନୀର ସ୍ଥାନୀୟ ଅଧିକାରୀ ଗ୍ରାମବାସୀ ମାନଙ୍କ ସହ ଏହାର ସମାଧାନ ପାଇଁ ଆଲୋଚନା ଜାରି ରଖିଥିବା ବେଳେ, ଯଦି ଆଗାମୀ କିଛିଦିନ ଏହିଭଳି ବିରୋଧ ଅବ୍ୟାହତ ରହେ ତେବେ ରାଜ୍ୟ ତଥା ରାଜ୍ୟ ବାହାରକୁ ବିଜୁଳି ଉତ୍ପାଦନକରୁଥିବା କମ୍ପାନୀ ମାନଙ୍କୁ କୋଇଲା ଯୋଗାଇବାରେ ସମସ୍ୟା ହୋଇପାରେ , ମହାନଦୀ କୋଲଫିଲଡର ର ଜଣେ ଅଧିକାରୀ ଓଡିଶା ଡଟ କମ କୁ କହିଛନ୍ତି ।

ପ୍ରଭାବିତ ହୋଇଥିବା ଏହି ଖଣିଗୁଡ଼ିକ ଗତ ଆର୍ଥିକ ବର୍ଷରେ ମହାନଦୀ କୋଲଫିଲଡ ଉତ୍ପାଦନ କରିଥିବା ସମୁଦାୟ ୧୨୧ ମିଲିୟନ କୋଇଲାର ୩୫ ଭାଗ ଯୋଗାଇ ଦେଇଥିଲା । ଗତ ତିନି ଦିନ ହେଲା ଏହି ଖଣିମାନଙ୍କର ଉତ୍ପାଦନ ଦୈନିକ ପ୍ରାୟ ପଚାଶ ପ୍ରତିଶତ ହ୍ରାସ ପାଇଛି ।

ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ Tagged With: କୋଇଲା, କୋଇଲାଖଣି, କୋଲଫିଲଡ, ଗ୍ରାମବାସୀ, ତାଳଚେର, ମହାନଦୀ

ସୂଚନା, ପ୍ରଯୁକ୍ତି କ୍ଷେତ୍ର ପାଇଁ କେନ୍ଦ୍ରର ଅନୁଦାନ, ଜୁଏଲଙ୍କ ସ୍ଵାଗତ

April 10, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ, ଏପ୍ରିଲ ୧୦ (ଓଡିଶା ଡଟକମ) ଓଡ଼ିଶାକୁ ସୂଚନା ଏବଂ ପ୍ରଯୁକ୍ତି ବିକାଶ କ୍ଷେତ୍ରରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ଏବଂ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଶୁକ୍ରବାର କରିଥିବା ଘୋଷଣାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସ୍ଵାଗତ କରିଛନ୍ତି ।

ଭୁବନେଶ୍ୱର ଠାରେ ଏହି କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପାଇଁ ୩ ହଜାର ୭ଶହ କୋଟି ଟଙ୍କାର ଅନୁଦାନ ତଥା ରାଜ୍ୟର ୧୬ ଟି ଜିଲ୍ଲାକୁ ଇଂଟରନେଟ୍ ବ୍ରଡ଼ବ୍ୟାଣ୍ଡ ଦ୍ୱାରା ସଂଯୋଗ କରିବା ପାଇଁ କେନ୍ଦ୍ର ସରକାର ଆବଶ୍ୟକୀୟ ପଦକ୍ଷେପ ନେଇଥିବା ରବିଶଙ୍କର ପ୍ରସାଦ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଆଲୋଚନା ସମୟରେ କହିଛନ୍ତି।

ଏହା କାର୍ଯ୍ୟକାରୀ ହେଲେ ସଂପୃକ୍ତ ଜିଲ୍ଲାର ପଂଚାୟତ ଗୁଡ଼ିକରେ ମଧ୍ୟ ଇଂଟରନେଟ୍ ବ୍ରଡ଼ବ୍ୟାଣ୍ଡ ଉପଲବ୍ଧ ହେବ । ସେହିପରି ସମ୍ବଲପୁର, ଅନୁଗୁଳ ଏବଂ ଯାଜପୁର ଠାରେ ସଫ୍ଟୱେର ପାର୍କ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ଚଳିତବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଯାତ୍ରା ପାଇଁ ସ୍ୱତନ୍ତ୍ର ୱେବ ସାଇଟ ତିଆରି କରାଯାଇ ଯାତ୍ରାର ସିଧା ପ୍ରସାରଣ ସହ ବିଶ୍ଵବାସୀଙ୍କ ଅବଗତି ନିମନ୍ତେ ସମସ୍ତ ତଥ୍ୟ ଉପଲବ୍ଧ କରାଯିବ ବୋଲି ପ୍ରସାଦ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ଡ଼ିଜିଟାଲ ଇଣ୍ଡିଆକୁ ସାକାର କରିବା ପାଇଁ ଯାହା ଦରକାର ସେସବୁ କେନ୍ଦ୍ର ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ପ୍ରସାଦ ଦୃଢ଼ ପ୍ରତିଶୃତି ଦେଇଛନ୍ତି । ଓଡ଼ିଶାବାସୀଙ୍କ ଜନହିତ କାର୍ଯ୍ୟପାଇଁ କେନ୍ଦ୍ର ସରକାର ଏ ସମସ୍ତ ନିଷ୍ପତି ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ସାଧୁବାଦ ଜଣାଇଛନ୍ତି ।

ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ Tagged With: କେନ୍ଦ୍ର, ଜୁଏଲ ଓରାମ, ପ୍ରଯୁକ୍ତି, ସୂଚନା

ଖାଦ୍ୟଶସ୍ୟ ଆମଦାନୀ ବନ୍ଦ ଯୋଗୁଁ ଦରଦାମ ବୃଦ୍ଧି ଆଶଙ୍କା

April 9, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୯ (ଓଡିଶା ଡଟ କମ) ଡାଲି ଓ ଗହମ ଜାତୀୟ ପଦାର୍ଥ ଉପରୁ ଭାଟ୍‍ ପ୍ରତ୍ୟାହାର ଦାବି କରି ଓଡିଶା ବ୍ୟବସାୟୀ ମହାସଂଘ ଗୁରୁବାର ଠାରୁ ଆମଦାନୀ ବନ୍ଦ ନିଷ୍ପତ୍ତି ନେଇଥିବାରୁ ରାଜ୍ୟରେ ଏହି ସବୁ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଆଶଙ୍କା ସୃଷ୍ଟି ହୋଇଛି ।

wheatପାଞ୍ଚ ପ୍ରତିଶତ ମୂଲ୍ୟଯୁକ୍ତ କର ( ଭାଟ) ଛାଡକରିବା ପାଇଁ ଦାବିକରି ସଂଘ ରାଜ୍ୟ ସରକାରଙ୍କ ସହ ଆଲୋଚନା କରୁଥିଲା । ଭାଟ ଛାଡ଼କରି ଏକ ପ୍ରତିଶତ ପ୍ରବେଶ ଶୁଳ୍କ ଲଗାଇବାକୁ ସଂଘ ପ୍ରତିନିଧି ମାନେ ପ୍ରସ୍ତାବ ଦେଇଥିଲେ ।

ତେବେ ସରକାର ଏହିଦାବି ନ ମାନିବାରୁ ସଂଘ ଅନିର୍ଦିଷ୍ଟ କାଳ ପାଇଁ ଏହି ସାମଗ୍ରୀର ଆମଦାନୀ ବନ୍ଦ ରଖିବାକୁ ନିଷ୍ପତି ନେଇଥିବା ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।

ଏହା ଫଳରେ ବାହାରୁ ଡାଲି, ଗହମ, ଅଟା, ସୁଜି, ମଇଦା ଓ ଚୋକଡ଼ ଆଦି ଗହମଜାତ ଦ୍ରବ୍ୟ ରାଜ୍ୟକୁ ଆସିବା ନାହିଁ ଓ ଖାଉଟିଙ୍କ ଅସୁବିଧା ପାଇଁ ସରକାର ଦାୟୀ ରହିବେ ବୋଲି ସେ କହିଛନ୍ତି ।

ଅଧିକ ଦିନଧରି ଆମଦାନୀ ବନ୍ଦ ରହିଲେ ରାଜ୍ୟରେ ଏହି ଖାଦ୍ୟ ସାମଗ୍ରୀର ସଙ୍କଟ ସୃଷ୍ଟି ହୋଇପାରେ ବୋଲି ଖାଦ୍ୟ ଓ ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଓଡିଶା ଡଟ କମକୁ କହିଛନ୍ତି ।

ରାଜ୍ୟରେ ଆବଶ୍ୟକ ପରିମାଣର ସାମଗ୍ରୀ ଗଚ୍ଛିତ ଥିବାରୁ ଆସନ୍ତା ଦଶ ଦିନ ପର୍ଯ୍ୟନ୍ତ କୌଣସି ସମସ୍ୟା ହେବ ନାହିଁ । ରାଜ୍ୟରେ ଏହିସାମଗ୍ରୀର ଯେଭଳି କୁତ୍ରିମ ଅଭାବ ସୃଷ୍ଟି ନ ହେବ ସେଥିପ୍ରତି ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆ ଯାଇଥିବା ସେ ପ୍ରକାଶ କରିଛନ୍ତି।

ସରକାର ବ୍ୟବସାୟୀ ମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି ଓ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବା ନେଇ ସେ ଆଶାବାଦୀ ଥିବା କହିଛନ୍ତି ।

ବ୍ୟବସାୟୀ ମହାସଂଘ କହିଛି ଦେଶର ୨୪ଟି ରାଜ୍ୟରେ ଏହି ସବୁ ସାମଗ୍ରୀ ଉପରେ ଭାଟ୍‍(ମୂଲ୍ୟ ଭିତ୍ତିକ ଟିକସ) ବ୍ୟବସ୍ଥା ନ ଥିବାବେଳେ ଓଡିଶାରେ ଏହା ଲାଗୁ କରାଯାଇଛି । ଭାଟ୍‍ ପ୍ରତ୍ୟାହାର କରି ଅତିରିକ୍ତ ପ୍ରବେଶ କର ଲାଗୁ କରାଗଲେ ସରକାର ଅଧିକ ଟିକସ ପାଇପାରିବେ ବୋଲି ମହାସଂଘ ଦର୍ଶାଇଛି ।

ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ Tagged With: ଆମଦାନୀ, ଖାଦ୍ୟଶସ୍ୟ, ଦରଦାମ ବୃଦ୍ଧି, ବନ୍ଦ

୧୮ ବନ୍ଦ ଲୁହାପଥର ଖଣି ଚାଲୁ କରିବା ପାଇଁ ସୁପାରିଶ

April 4, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୪ (ଓଡିଶା ଡଟ କମ) ରାଜ୍ୟ ସରକାରଙ୍କ ଏକ ଅଫିସର ସ୍ତରୀୟ କମିଟି ଗତ ବର୍ଷ ଠାରୁ ବନ୍ଦ ରହିଥିବା ୧୮ ଲୁହାପଥର ଖଣିକୁ ଚାଲୁକରିବା ପାଇଁ ଶନିବାର ସୁପାରିଶ କରିଛନ୍ତି।

iron oreଖଣି ଲିଜ ନବୀକରଣ ଓ ଅନ୍ୟ।ନ୍ୟ ଅ।ନୁସଙ୍ଗିକ ସ୍ଵିକୃତି ପାଇନଥିବାରୁ ଗତବର୍ଷ ସୁପ୍ରିମ କୋର୍ଟ ୨୬ ଖଣିକୁ ବନ୍ଦ କରିବାକୁ ଆଦେଶ ଦେଇ ରାଜ୍ୟସରକାରଙ୍କୁ ଏହାଉପରେ ନିଷ୍ପତି ନେବାପାଇଁ ଆଦେଶ ଦେଇଥିଲେ।

ଯଦିଓ ସରକାର ଟାଟା ଷ୍ଟିଲ, ଓଡିଶା ମାଇନିଙ୍ଗ କର୍ପୋରେଶନ ଓ ଅନ୍ୟକେତେକ କମ୍ପାନିର ଆଠୋଟି ଖଣିକୁ ଚାଲୁକରିବା ପାଇଁ ସାମୟିକ ଏକ୍ସପ୍ରେସ ଅର୍ଡର ଜାରିକରିଥିଲେ, ଏହି ୧୮ ଟି ଖଣିଉପରେ କିଛି  ନିଷ୍ପତି ହୋଇନଥିଲା ।

ସରକାରଙ୍କ ଏହି କମିଟି ନିକଟରେ ସଂଶୋଧିତ ହୋଇଥିବା ଏମ ଏମ ଡି ଆର ଆକ୍ଟ ଅନୁସାରେ ଏହି ଖଣିଗୁଡିକ ଚାଲୁ କରିବା ପାଇଁ ସୁପାରିଶ କରିଥିବା ଖଣିବିଭାଗ ନିର୍ଦେଶକ ଦୀପକ ମହାନ୍ତି ଓଡିଶା ଡଟ  କମକୁ କହିଛନ୍ତି ।

ଯଦି ରାଜ୍ୟସରକାର ଏହି ସୁପାରିଶକୁ ଗ୍ରହଣ କରନ୍ତି ଆସନ୍ତା ଦଶ ଦିନ ମଧ୍ୟରେ ଏହିଖଣିଗୁଡିକ ଚାଲିବ। ପ୍ରକ୍ରିୟା ଆରମ୍ଭ ହେବ, ସେ କହିଛନ୍ତି।

ମାର୍ଚ 31 ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଓଡିଶା ପ୍ରାୟ ୫୧ ମିଲିୟନ ଟନ ଲୁହାପଥର ଉତ୍ପାଦନ କରିଥିଲା। ବନ୍ଦଥିବା ୧୮ ଖଣି ଚାଲୁହେଲେ ଚଳିତ ଆର୍ଥିକ ବର୍ଷରେ ଏହାର ପରିମାଣ ୭୦ ମିଲିୟନ ଟନକୁ ବୃଦ୍ଧି ପାଇବା ।

ଏହି କମିଟି ସାମୟିକ ଏକ୍ସପ୍ରେସ ଅର୍ଡରରେ ଚାଲୁଥିବା ଅ।ଠୋଟି ଖଣିର ମଧ୍ୟ ଲିଜ ନବୀକରଣ କରି ତାଙ୍କୁ ଉତ୍ପାଦନ ଚାଲୁରଖିବା ପାଇଁ ଅନୁମତି ଦେବାକୁ ସୁପାରିଶ କରିଛନ୍ତି।
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ Tagged With: ଖଣି, ଲୁହାପଥର

ଖଣି ଅଂଚଳର ବିକାଶ ପାଇଁ ଫାଉଣ୍ଡେସନ ଗଠନ ଯୋଜନା

April 4, 2015 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଏପ୍ରିଲ୪(ଓଡ଼ଶା ଡ଼ଟ୍ କମ୍)ଖଣି ଅଂଚଳର ବିକାଶ ପାଇଁ ରାଜ୍ୟ ସରକାର ଜିଲା ସ୍ତରୀୟ ଡିସଟ୍ରିକ୍ଟ ମିନେରାଲ୍ ଫାଉଣ୍ଡେସନ ସ୍ଥାପନ କରିବ। ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

mining areaଆସନ୍ତା ଦୁଇ ମାସ ମଧ୍ୟରେ ଏହି ଫାଇଣ୍ଡେସନ କାର୍ଯ୍ୟକ୍ଷମ ହେବ ବୋଲି ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସୁଚନା ଦେଇଛନ୍ତି । ଏହି ଫାଉଣ୍ଡେସନ୍ ପାଇଁ ବିଭାଗ ପକ୍ଷରୁ ଚିଠା ପ୍ରସ୍ତୁତ ହୋଇସାରିଥିବା ମନ୍ତ୍ରୀ କହିଛନ୍ତି ।

ଏହି ଫାଉଣ୍ଡେସନ ସ୍ଥାପନ ହେଲେ ସରକାର ପ୍ରାୟ ଦୁଇହଜାର କୋଟି ଟଙ୍କା ରାଜ୍ୟର ଖଣି ଅଂଚଳରେ ବାସ କରୁଥିବା ଗରିବ ଆଦିବାସୀ ମାନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରିବାପାଇଁ ସୁଯୋଗ ପାଇବେ ।

ପାର୍ଲିଆମେଣ୍ଟରେ ଖଣି ଓ ଖଣିଜ ସମ୍ପଦ ବିକାଶ ନିୟନ୍ତ୍ରଣ ସଂଶୋଧନ ଅଧିନିୟମ ସଂକ୍ରାନ୍ତ ବିଲ ଆଗତ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଣି ଅଂଚଳର ଲୋକମାନଙ୍କ ବିକାଶ ପାଇଁ ଅତିରିକ୍ତ ପାଣ୍ଠି ନିମନ୍ତେ ଳଗାତାର ଭାବେ ଦାବି କରିଥିଲେ । ରୟାଲିଟି ସଂପର୍କିତ ଲେଭି ଅର୍ଥରୁ ଖଣି ଅଂଚଳରେ ବାସ କରୁଥିବା ଗରିବ ଆଦିବାସୀ ମାନଙ୍କ କଲ୍ୟାଣ ପାଇଁ ଖର୍ଚ କରିବାକୁ କେନ୍ଦ୍ର ସରକାର ରାଜ୍ୟକୁ ପ୍ରସ୍ତାବ ଦେଇଥିଲେ ।

ଓଡ଼ଶା ଡ଼ଟ୍ କମ୍

Filed Under: ଅର୍ଥ-ବ୍ୟବସାୟ Tagged With: ଖଣି, ଖଣିଜ ସମ୍ପଦ, ପାର୍ଲିଆମେଣ୍ଟ, ସରକାର

ରାଉରକେଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

April 1, 2015 by ନିଉଜ ଡେସ୍କ Leave a Comment

Filed Under: ଅର୍ଥ-ବ୍ୟବସାୟ Tagged With: ପ୍ରଧାନମନ୍ତ୍ରୀ, ରାଉରକେଲା

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ରାଉରକେଲା ଷ୍ଟିଲ ପ୍ଳାଣ୍ଟ ସମ୍ପ୍ରସାରିତ ଇଉନିଟର ଲୋକାର୍ପଣ

April 1, 2015 by ନିଉଜ ଡେସ୍କ Leave a Comment

ରାଉରକେଲା, ଏପ୍ରିଲ ୧ (ଓଡିଶା ଡଟ କମ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୁଧବାର ତାଙ୍କର ଦିନିକିଆ ରାଉରକେଲା ଗସ୍ତ ଆରମ୍ଭକରି ସେଠାରେ ୧୨,୦୦୦ କୋଟି ଟଙ୍କା ବ୍ୟୟରେ ରାଉରକେଲା ଷ୍ଟିଲ ପ୍ଳାଣ୍ଟର ଆଧୁନିକିକରଣ ଓ ବିସ୍ତାର କରାଯାଇଥିବା ଇଉନିଟର ଲୋକାର୍ପଣ କରିଛନ୍ତି ।

RSPଏହା ଦ୍ଵାରା ଷ୍ଟିଲ ପ୍ଳାଣ୍ଟର ବାର୍ଷିକ କ୍ଷମତା ଦୁଇ ମିଲିୟନ ଟନରୁ ୪.୫ ମିଲିୟନ ଟନ କୁ ବୃଦ୍ଧି ପାଇଛି। ମୋଦି ଏଇ ଅବସରରେ ଆୟୋଜିତ ଏକ ଜନ ସଭା କୁ ସମ୍ବୋଧିତ କରିବା ସହ ସ୍ଷ୍ଟିଲ ଅଥରିଟୀ ଅଫ ଇଣ୍ଡିଆ ଭିଜନ- ୨୦୨୫ ମଧ୍ୟ ଉନ୍ମୋଚନ କରିବାର କାର୍ଯକ୍ରମ ରହିଛି ।

ସ୍ଵତନ୍ତ୍ର ଗ୍ରେଡର ଇସ୍ପାତ ନିର୍ମାଣ ତଥା କଠିନ ଗୁଣବତ୍ତା ସୁନିଶ୍ଚିତ କରୁଥିବା ପାଇଁ ରାଉରକେଲାର ଏକ ସ୍ଵତନ୍ତ୍ର ପରିଚୟ ରହିଛି, ଯେଉଁଥିପାଇଁ କାରଖାନା ପ୍ରତିରକ୍ଷା ବିଭାଗ ସମେତ ଅନେକ ପ୍ରତିବଦ୍ଧ ଗ୍ରାହକ ସୃଷ୍ଟି କରିପାରିଛି । ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧପୋତ ବହନକାରୀ ଆଇଏନଏସ ବିକ୍ରାନ୍ତ ଏବଂ ଯୁଦ୍ଧ ଟ୍ୟାଙ୍କ ଅର୍ଜ୍ଜୁନ ଏହାର ଜ୍ଜ୍ଵଳନ୍ତ ପ୍ରତିଫଳନ ମାତ୍ର ।

ଏହି ନୂତନ ପ୍ଳାଣ୍ଟ ଗୁଡିକ କାର୍ଯ୍ୟକ୍ଷମ ହେବା ସହିତ ଆରଏସପି ପରିବର୍ଦ୍ଧିତ ଗ୍ରାହକଙ୍କଠାରୁ ଆପେକ୍ଷିତ ଅଧିକ ସ୍ଵତନ୍ତ୍ର ଓ ନିର୍ଦ୍ଧିଷ୍ଟ ଆବଶ୍ୟକତା ଗୁଡିକ ପୂର୍ଣ୍ଣ କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ।

ଏହି କ୍ରମରେ ସ୍ଥାପିତ ହୋଇଥିବା ଅନ୍ୟ ପ୍ରମୁଖ ୟୁନିଟ ଗୁଡିକ ହେଉଛି, ନୂତନ ର’ମେଟେରିୟାଲ ହ୍ୟାଣ୍ଡଲିଙ୍ଗ ପ୍ଳାଣ୍ଟ, ନୂତନ ସିଣ୍ଟର ପ୍ଳାଣ୍ଟ, ନୂତନ କୋକ ଓଭନ ବ୍ୟାଟେରୀ-୬, ଏକ ନୂତନ ବେସିକ ଅକ୍ସିଜେନ ଫର୍ଣ୍ଣେସ, ଏକ ନୂତନ ସ୍ଲାବ କାଷ୍ଟର ଏବଂ ଏକ ନୂତନ ପ୍ଳେଟ ମିଲ ।

ଉତ୍ପାଦନ ପରିମାଣରେ ବୃଦ୍ଧି ଆଣିବା ସହିତ ଉନ୍ନତ ଗୁଣମାନ, କମ ଉତ୍ପାଦନ ଖର୍ଚ୍ଚ , ପରିବର୍ଦ୍ଧିତ ଗ୍ରାହକ ସୀମା ଏବଂ ଉନ୍ନତତର ପରିବେଶ ପରିଚାଳନା ଇତ୍ୟାଦି ଏହି ଆଧୂନିକୀକରଣ ଏବଂ ସଂପ୍ରସାରଣର ଅନ୍ୟତମ ବୈଶିଷ୍ଟ୍ୟ ଅଟେ ।

ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ Tagged With: ଉତ୍ପାଦନ, ପ୍ରଧାନମନ୍ତ୍ରୀ

  • « Go to Previous Page
  • Go to page 1
  • Interim pages omitted …
  • Go to page 4
  • Go to page 5
  • Go to page 6
  • Go to page 7
  • Go to page 8
  • Interim pages omitted …
  • Go to page 11
  • Go to Next Page »

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା