• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଅପରାଧ

ଫେସବୁକରେ ନିଜର ଅଶ୍ଲୀଳ ଫଟୋ ଯୋଗୁଁ ନାବାଳିକାର ଆତ୍ମହତ୍ୟା

April 17, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

କଟକ ଏପ୍ରିଲ ୧୭ (ଓଡିଶା ଡଟ କମ) ଫେସବୁକରେ ନିଜର ଅଶ୍ଳୀଳ ଚିତ୍ର ପ୍ରକାଶ ପାଇବାପରେ କଟକ ଜିଲ୍ଲାରେ ଜଣେ ଦଶମ ଶ୍ରେଣୀର ଜଣେ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବା ପୁଲିସ ଶୁକ୍ରବାର କହିଛି ।

suicideନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ଏକ ଗ୍ରାମରେ ବୁଧବାର ହୋଇଥିବା ଏହି ଘଟଣାରେ ପୁଲିସ ସେହିଗ୍ରାମର ଜଣେ ବ୍ୟକ୍ତି ବିରୁଦ୍ଧରେ ଏକ ମାମଲା ଋଜୁକରି ତାକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଛାତ୍ରୀ ଜଣକ ଗାଧେ।ଇବା ସ୍ଦମୟରେ ସେହି ଗ୍ରାମ କମଳାକାନ୍ତ ମଲ୍ଲ ଲୁକ୍କାୟିତ ଭାବେ ତାଙ୍କ ଫଟୋ ଉଠାଇଥିଲା ଓ ପରେ ଏହାକୁ ସେ ଇଣ୍ଟରନେଟ ରେ ଛାଡି ଥିଲା, ପୁଲିସ କହିଛି । ଏହି ଖବର ପ୍ରଚାର ହେବ ପରେ ମାନସିକ ଭାରସାମ୍ୟ ହରାଇ ଛାତ୍ରୀ ଜଣକ ବିଷ ପିଇଦେଇଥିଲେ ।

ପରିବାର ଲୋକେ ତାଙ୍କୁ  ସ୍ଥାନୀୟ ହାସପାତାଳରେ ଗୁରୁତର ଅବସ୍ଥାରେ ଭର୍ତି କରିଥିଲେ ଓ ସେଠାରେ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ନ।ବାଳିକାଙ୍କ ମୃତ୍ୟୁ ପରେ ଅଭିଯୁକ୍ତଙ୍କ ପରିବାରର ଲୋକେ ଫେରାର ହୋଇଯାଇଛନ୍ତି । ତେବେ ପୁଲିସ ତିନୋଟି ଟିମ ଗଠନ କରି ଫେରାର ଅଭିଯୁକ୍ତକୁ ଧରିବା ଉଦ୍ୟମ ଜାରି ରଖିଛି ।

ଓଡିଶା ଡଟ କମ

Filed Under: ଅପରାଧ Tagged With: ଅଶ୍ଲୀଳ ଫଟୋ, ଆତ୍ମହତ୍ୟା, ନାବାଳିକା, ଫେସବୁକ

ମାଓବାଦୀଙ୍କ ସହ ଯାଇଥିବା ଗ୍ରାମବାସୀଙ୍କ ପ୍ରତ୍ୟାବର୍ତ୍ତନ

April 16, 2015 by ନିଉଜ ଡେସ୍କ Leave a Comment

ମାଲକାନଗିରି, ଏପ୍ରିଲ ୧୬ (ଓଡିଶା ଡଟ କମ) ମାଲକାନଗିରି ଜିଲ୍ଲାର କେତେକ ଗ୍ରାମରୁ କିଛିଦିନ ତଳେ ମାଓବାଦୀ ନେଇଯାଇଥିବା ସମସ୍ତ ଏଗାର ଜଣ ବ୍ୟକ୍ତି  ପ୍ରତ୍ୟାବର୍ତ୍ତନ କରିଥିବା ପୁଲିସ ଗୁରୁବାର କହିଛି ।

maoistsପ୍ରଥମେ ସେମାନେ ଅପହରଣ ହୋଇଥିବା ସନ୍ଦେହ ପ୍ରକାଶ କରାଯାଇଥିବା ବେଳେ, ସେମାନେ ନିଜ ଇଚ୍ଛାରେ ମାଓବାଦୀଙ୍କ ସହ ଯାଇଥିବା ପୁଲିସ ସନ୍ଦେହ କହିଛି ।

ସେମାନଙ୍କୁ ମାଓ ସମର୍ଥକ ଆଖ୍ୟା ଦେଇ ପୁଲିସ କହିଛି ଯେ ଦୁଇ ଜଣ ବୁଧବାର ରାତିରେ ଘରକୁ ଫେରିଥିବା ବେଳେ, ଅନ୍ୟ ନଅ ଜଣ ଗୁରୁବାର ନିଜ ଘରକୁ ଫେରିଛନ୍ତି ।

ଘରକୁ ଫେରିଥିବା ଗ୍ରାମବାସୀଙ୍କୁ ପଚରା ଉଚୁରା କରି ସେମାନଙ୍କର ମାଓବାଦୀ ସହ କି ସଂପର୍କ ରହିଛି ତାହା ମଧ୍ୟ ପୁଲିସ ଅନୁଧ୍ୟାନ କରୁଛି ।

ଓଡିଶା ଡଟ କମ

Filed Under: ଅପରାଧ Tagged With: ଗ୍ରାମବାସୀ, ମାଓବାଦୀ

ତନ୍ତ୍ର ସିଦ୍ଧି ପାଇଁ ନାବାଳକକୁ ବଳି, ଦୁଇ ଗିରଫ

April 16, 2015 by ନିଉଜ ଡେସ୍କ Leave a Comment

କେନ୍ଦ୍ରାପଡା, ଏପ୍ରିଲ ୧୬ (ଓଡିଶା ଡଟ କମ) ତନ୍ତ୍ର ସିଦ୍ଧି ହାସଲ ପାଇଁ ଜଣେ ନାବାଳକକୁ ଦେବୀଙ୍କ ନିକଟରେ ବଳି ଦେଇ ହତ୍ୟାକରିଥିବା ଅଭିଯୋଗରେ ପୁଲିସ କେନ୍ଦ୍ରାପଡା ଜିଲ୍ଲାର ଦୁଇଜଣ ବ୍ୟକ୍ତିଙ୍କୁ ଗୁରୁବାର ଗିରଫ କରିଛି ।

ଗୋଖାପଡା ଗ୍ରାମର ଏହି ଆଠବର୍ଷର ବାଳକ ସୋମବାର ଠାରୁ ନିଖୋଜ ଥିଲା । ପାଖ ଆଖରେ ଖୋଜିବା ପରେ ପୁଅକୁ ନପାଇ ପ୍ରଦୀପ ନାୟକ ପରଦିନ ପୋଲିସକୁ ସୂଚନା ଦେଇଥିଲେ ।

ଗ୍ରାମର କିଛି ଲୋକ ବାଳକର ମୃତଦେହ ନିକଟସ୍ଥ ଲୁଣା ନଦୀ ପଠାରେ ଠାବ କରି ପୁଲିସକୁ ଖବର ଦେଇଥିଲେ । ବେକରେ କ୍ଷତ ଥିବାରୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ବାଳକର ବେକକୁ କଟାଯାଇ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରି ତଦନ୍ତ ବ୍ୟାପକ କରିଥିଲା ।

ଏହି ମାମଲାରେ ପୁଲିସ ଚୌଧୁରୀ ଅବିନାଶ ଦାସ ଓରଫ ମୁନ୍ନା ଓ ବୈକୁଣ୍ଠ ଦାସ ନାମକ ଦୁଇଜଣ ବ୍ୟକ୍ତିକୁ ଗିରଫ କରିଛି। ଦୁହେଁ ତନ୍ତ୍ରସାଧନ ପାଇଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ଵୀକାର କରିଛନ୍ତି ।

ଚୌଧୁରୀ ଅବିନାଶ ଦାସ ଲୁଣା ନଦୀ ନିକଟରେ ଏକ ଆଶ୍ରମ ସ୍ଥାପନ କରି ଗତ ଦଶ ବର୍ଷ ଧରି ତନ୍ତ୍ର ସାଧନ କରୁଥିଲା । ବୈକୁଣ୍ଠ ଏହି ତନ୍ତ୍ର ସାଧନାରେ ତାକୁ ସାହାଯ୍ୟ କରୁଥିଲା ।

ଓଡିଶା ଡଟ କମ

Filed Under: ଅପରାଧ Tagged With: କେନ୍ଦ୍ରାପଡ଼ା, ନାବାଳକ, ବଳି

ଗିରଫଦାରୀ ବିରୋଧରେ ସମ୍ବଲପୁର ବନ୍ଦ, ଜନ ଜୀବନ ଅସ୍ତବ୍ୟସ୍ତ

April 16, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ସମ୍ବଲପୁର, ଏପ୍ରିଲ ୧୬ (ଓଡିଶା ଡଟ କମ) ପୂର୍ବତନ ମନ୍ତ୍ରୀ ଜୟ ନାରାୟଣଙ୍କ ଗିରଫଦାରି ପ୍ରତିବାଦରେ ବିଜେପି ତରଫରୁ ଦିଆଯାଇଥିବା ବନ୍ଦ ଡାକରା ଯୋଗୁଁ ଗୁରୁବାର ସମ୍ବଲପୁର ସହରରେ ଜନଜୀବନ ଅସ୍ତ୍ୟବ୍ୟସ୍ତ ହୋଇପଡିଛି ।

jayanarayanପ୍ରଶାସନର କଟକଣା ସତ୍ୱେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଖଣ୍ଡା ବୁଲାଇବା ଅଭିଯୋଗରେ ପୁଲିସ ବୁଧବାର ମିଶ୍ରଙ୍କୁ ଗିରଫ କରିଥିଲା । ଅଦାଲତ ଜାମିନ ନାମଞ୍ଜୁର କରିବାରୁ ସେ ବର୍ତ୍ତମାନ ଜେଲ ହାଜତରେ ରହିଛନ୍ତି।

ବନ୍ଦ ଡାକରା ଯୋଗୁଁ ସହରରେ ଗାଡି ମଟର ଚଳାଚଳ ବ୍ୟାହତ ହୋଇଛି । ସ୍କୁଲ, କଲେଜ, ଦୋକାନ ଓ ବ୍ୟବସାୟୀକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି । ବିରୋଧକାରୀ ମାନେ ରେଳ ଲାଇନ ଉପରେ ବସି ରହିବାରୁ ରେଳ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଥିବା କୁହା ଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଧାର୍ମିକ କାର୍ଯ୍ୟକ୍ରମ ମାନଙ୍କରେ ଶାନ୍ତି ଭଙ୍ଗ ଆଶଙ୍କା କରି ଭାରତୀୟ ପିଙ୍ଗଳକୋଡ ଧାରା ୧୪୪-ଏ ଅନୁସାରେ ପ୍ରଶାସନ ସହରରେ କଟକଣା ଜାରି କରିଛି । ଏହି କଟକଣା ଅନୁସାରେ କୌଣସି ଶୋଭାଯାତ୍ରାରେ କେହି ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରି ପାରିବେ ନାହିଁ ।

ତେବେ ଏହି କଟକଣକୁ ଉଲ୍ଲଂଘନ କରି ମିଶ୍ର ମଙ୍ଗଳବାର ଅନୁଷ୍ଠିତ ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରେ ଖଣ୍ଡା ପ୍ରଦର୍ଶନ କରି ଥିବା କୁହା ଯାଉଛି ।

ତେବେ ଗିରଫହେବା ପରେ ଜୟନାରାୟଣ କହିଛନ୍ତି ହନୁମାନ ଜୟନ୍ତୀରେ ଅସ୍ତ୍ରଶସ୍ତ୍ରର ପୂଜା ଓ ପ୍ରଦର୍ଶନ ହିନ୍ଦୁ ଧର୍ମର ଏକ ପରମ୍ପରା ଓ ତାକୁ କେହି ବାରଣ କରିପାରିବେ ନାହିଁ ।

ଓଡିଶା ଡଟ କମ

Filed Under: ଅପରାଧ, ରାଜନୀତି Tagged With: ଜୟ ନାରାୟଣ, ବିଜେପି, ସମ୍ବଲପୁର

ଖଣ୍ଡା ବୁଲାଇ ଜୟ ନାରାୟଣ ଗିରଫ, ଜେଲ ହାଜତ ଗଲେ

April 15, 2015 by ନିଉଜ ଡେସ୍କ 1 Comment

ଓଡିଶା ଡଟ କମ ସଂବାଦ ଦାତା

ସମ୍ବଲପୁର, ଏପ୍ରିଲ ୧୫ (ଓଡିଶା ଡଟ କମ) ପ୍ରଶାସନର କଟକଣା ସତ୍ୱେ ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଥିବା ଅଭିଯୋଗରେ ପୁଲିସ ପୂର୍ବତନ ମନ୍ତ୍ରୀ ଜୟ ନାରାୟଣଙ୍କୁ ବୁଧବାର ଗିରଫ କରିଛି ।

jayanarayanଏ ସଂକ୍ରାନ୍ତରେ ମିଶ୍ରଙ୍କ ବିରୁଦ୍ଧରେ ଟାଉନ ଥାନା ଓ ଧନୁପାଲି ଥାନାରେ ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଥିଲା । ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜିଲ୍ଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ଓଡିଶା ଡଟ କମ କୁ କହିଛନ୍ତି । ଅଦାଲତ ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଧାର୍ମିକ କାର୍ଯ୍ୟକ୍ରମ ମାନଙ୍କରେ ଶାନ୍ତି ଭଙ୍ଗ ଆଶଙ୍କା କରି ଭାରତୀୟ ପିଙ୍ଗଳକୋଡ ଧାରା ୧୪୪-ଏ ଅନୁସାରେ ପ୍ରଶାସନ ସହରରେ କଟକଣା ଜାରି କରିଛି । ଏହି କଟକଣା ଅନୁସାରେ କୌଣସି ଶୋଭାଯାତ୍ରାରେ କେହି ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରି ପାରିବେ ନାହିଁ।

ତେବେ ଏହି କଟକଣକୁ ଉଲ୍ଲଂଘନ କରି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ମଙ୍ଗଳବାର ଅନୁଷ୍ଠିତ ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରେ ଖଣ୍ଡା ପ୍ରଦର୍ଶନ କରି ଥିବା କୁହା ଯାଉଛି ।

ଶୋଭାଯାତ୍ରାରେ କେତେକ ସ୍ଥାନରେ ପ୍ରଦର୍ଶନକାରୀ ମାନେ ପ୍ରଶାସନ କୁ ବିରୋଧକରି ଟିଉବ ଲାଇଟ ଭାଙ୍ଗିଛନ୍ତି । କେତେକ ସ୍ଥାନରେ ଅନ୍ୟ କେତେକ ଶୋଭାଯାତ୍ରାକାରୀ ମଧ୍ୟ ଖଣ୍ଡା ପ୍ରଦର୍ଶନ କରିଛନ୍ତି ।

ପୁଲିସ କେତେକ ଖଣ୍ଡାକୁ ଜବତ କରିଛି । ହନୁମାନ ଜୟନ୍ତୀ ଅବସରରେ ସହରର ମନ୍ଦିର ମାନଙ୍କରେ ବିଶେଷ ପୂଜା ଅର୍ଚନା କର ଯାଇଥିଲା ।

ଶୋଭାଯାତ୍ରା ସମୟରେ ବୃକସ ହିଲର ହନୁମାନ ମନ୍ଦିରରୁ ଚାରୋଟି ଖଣ୍ଡା ବାହାର କରି ପୂଜା ଅର୍ଚନା କର ଯାଇଥିଲା । ଶୋଭାଯାତ୍ରାରେ ଶହ ଶହ ହନୁମାନ ଭକ୍ତ ଅଂଶ ଗ୍ରହଣ କରିଥିଲେ ।

ଏହି କଟକଣା ତିନିମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ଓ ପରେ ଏହାର ଅବଧିକୁ ବଢାଯିବ ବୋଲି ଜିଲ୍ଲା ପୁଲିସ ମୁଖ୍ୟ ଅଖିଳେଶ୍ଵର ସିଂହ କହିଥିଲେ ।

ସମ୍ବଲପୁର ସହରରେ ଅତୀତରେ ଧାର୍ମିକ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ଧାରଣକୁ କେନ୍ଦ୍ର କରି ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଥିବାରୁ ଏହି କଟକଣା ଜାରି କରାଯାଇଛି ।

ପୁଲିସ ଶୋଭାଯାତ୍ରାର ଭିଡିଓ ରେକର୍ଡିଂ କରିଛି ଓ ରେକର୍ଡ କରାଯାଇଥିବା ଫୁଟେଜ ଯାଞ୍ଚ କରୁଥିବା କୁହା ଯାଇଛି । ତେବେ ଗିରଫହେବା ପରେ ଜୟନାରାୟଣ କହିଛନ୍ତି ହନୁମାନ ଜୟନ୍ତୀରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ହିନ୍ଦୁ ଧର୍ମର ଏକ ପରମ୍ପରା ଓ ତାକୁ କେହି ବାରଣ କରିପାରିବେ ନାହିଁ ।

ଓଡିଶା ଡଟ କମ

Filed Under: ଅପରାଧ, ରାଜନୀତି Tagged With: ଖଣ୍ଡା, ଜୟ ନାରାୟଣ, ଜେଲ

ଚାରିଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ହତ୍ୟା, ୭୦ ଅଟକ

April 9, 2015 by ନିଉଜ ଡେସ୍କ Leave a Comment

କୋରାପୁଟ, ଏପ୍ରିଲ ୯ (ଓଡିଶା ଡଟ କମ) କୋରାପୁଟ ଜିଲାରେ ଗୁରୁବାର ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ଉପରେ ଆକ୍ରମଣ କରି ଚାରିଜଣଙ୍କୁ ଗ୍ରାମବାସୀ ହତ୍ୟା କରିଥିବା ଏବଂ ପରେ ସେମାନଙ୍କ ଗାଡିରେ ନିଆଁ ଲଗାଇ ଦେଇଥିବା ପୁଲିସ କହିଛି ।

ମଧ୍ୟରାତ୍ରି ପରେ ଜୟପୁର ସଦର ଥାନା ଅଞ୍ଚଳର ବାଲିଆ ଗ୍ରାମ ନିକଟରେ ହୋଇଥିବା ଏହି ନୃଶଂସ ମାମଲାରେ ପୋଲିସ ପ୍ରାୟ ୭୦ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଥିବା ଆଇଜି ଯଶୱନ୍ତ ଜେଠ୍ୱା ଓଡିଶା ଡଟ କମକୁ କହିଛନ୍ତି ।

ତାଙ୍କ କହିବା ଅନୁସାରେ ଶତାଧିକ ଗ୍ରାମବାସୀ କେତେକ ଗାଡିରେ ଗଞ୍ଜେଇ ନେଇ ଯାଉଥିବା ଛତିଶଗଡର ଦଶଜଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରୁ ଚାରିଜଣଙ୍କୁ ସେମାନେ ପିଟି ପିଟି ହତ୍ୟା କରିଥିବା ବେଳେ ଅନ୍ୟମାନେ ସୌଭାଗ୍ୟକ୍ରମେ ବଞ୍ଚି ଯାଇଥିଲେ ।

ପୋଲିସ ବର୍ତି ଯାଇଥିବା ଚୋରାବେପାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ପ୍ରାୟ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ରାସ୍ତାରେ ପଡିଥିବା ଚାରି ଗଞ୍ଜେଇ ଚୋରା ଚାଲାଣ କାରୀଙ୍କ ମୃତଦେହକୁ ଉଦ୍ଧାର କରିବା ସହ ଏହି ମାମଲାରେ ପ୍ରାୟ ୭୦ ଜଣ ସ୍ଥାନୀୟ ଲୋକଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଥିବା ସେ କହିଛନ୍ତି ।

ଓଡିଶା ଡଟ କମ

Filed Under: ଅପରାଧ Tagged With: କୋରାପୁଟ, ଗଞ୍ଜେଇ, ଗ୍ରାମବାସୀ, ଚୋରା ଚାଲାଣକାରୀ, ହତ୍ୟା

ବନ୍ଧୁଙ୍କୁ ନିଆଁରେ ଜାଳି ହତ୍ୟା କରିବାପରେ ବ୍ୟକ୍ତିର ଆତ୍ମ ସମର୍ପଣ

April 2, 2015 by ନିଉଜ ଡେସ୍କ Leave a Comment

ନବରଙ୍ଗପୁର, ଏପ୍ରିଲ ୨ (ଓଡିଶା ଡଟ କମ) ଓଡିଶାର ନବରଂଗପୁର ଜିଲାର ଏକ ଗ୍ରାମରେ ବୁଧବାର ନିଜ ବନ୍ଧୁଙ୍କୁ ନିଆଁରେ ପୋଡି ହତ୍ୟା କରିବା ପରେ ଜଣେ ବ୍ୟକ୍ତି ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି।

ଘଟଣ। ଘଟିଛି ଜିଲାର ଛତାବେଡା ଗ୍ରାମ ନିକଟରେ । ପାରା ଶିକ୍ଷକ ଭାବେ ନିକଟସ୍ଥ ଗ୍ରାମରେ କାମକରୁଥିବା ବିଶ୍ଵଜିତ ମିସ୍ତ୍ରୀ ସ୍କୁଲରୁ ଘରକୁ ଏକ ବାଇକରେ ଫେରୁଥିବାବେଳେ ବାଲ୍ୟବନ୍ଧୁ ପ୍ରଶାନ୍ତ ପଣ୍ଡା ଏକ ବାଡିରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ସେ ତଳେ ପଡିଯିବାପରେ ତାଙ୍କ ଉପରେ କିରାସିନି ଢାଳି ପଣ୍ଡା ନିଆଁ ଲଗାଇଦେଇଥିଲେ ।

ଡାକ୍ଟର ମିସ୍ତ୍ରୀଙ୍କୁ ପରେ ମୃତ ଘୋଷଣା କରିଥିଲେ । ଘଟଣାର କିଛି ସମୟ ପରେ ପଣ୍ଡା ପୁଲିସ ପାଖରେ ଆତ୍ମସମର୍ପଣ କରିଥିଲା ଏବଂ ନିଜର ଅପରାଧକୁ ସ୍ଵୀକାର କରିଥିବା ସ୍ଥାନୀୟ ପୁଲିସ କହିଛି । କୌଣସି କାରଣରୁ ପଣ୍ଡା ମିସ୍ତ୍ରୀକୁ ବିଭିନ୍ନ ସମୟରେ ଧମକଚମକ ଦେଇ ଆସୁଥିଲା ।

ଓଡିଶା ଡଟ କମ)

Filed Under: ଅପରାଧ Tagged With: ଆତ୍ମ ସମର୍ପଣ, ନବରଂଗପୁର, ନିଆଁରେ ପୋଡି ହତ୍ୟା

ଘରମାଲିକଙ୍କୁ ଦେବାକୁ ପଡିବ ଭଡ଼ାଟିଆଙ୍କ ତଥ୍ୟ

April 1, 2015 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଏପ୍ରିଲ୧(ଓଡ଼ିଶା ଡ଼ଟ୍ କମ୍) କଟକ ଓ ଭୁବନେଶ୍ୱରରେ ଘର ଭଡା ଦେଇଥିବା ଘର ମାଲିକଙ୍କୁ ଭଡାଟିଆଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପୁଲିସ ପାଖରେ ଏକ ନିର୍ଦିଷ୍ଟ ଫର୍ମ ରେ ଦଶଦିନ ମଧ୍ୟରେ ଦାଖଲ କରିବାକୁ ପଡିବ।

ଦ୍ଵେତ ସହରକୁ ଅପରାଧମୁକ୍ତ କରିବା ପାଇଁ ପୁଲିସ ଏହି ବ୍ୟବସ୍ଥାର ପ୍ରଚଳନ କରିଛନ୍ତି । ଘର ମାଲିକ ଏହି ଫର୍ମ କମିଶନରେଟ ପୁଲିସ ର ୱେବସାଇଟ ରୁ ଡାଉନଲୋଡ କରିପାରିବେ ଓ ଆବଶ୍ୟକୀୟ ତଥ୍ୟ ନିକଟସ୍ଥ ଥାନା ରେ ଦାଖଲ କରିବାକୁ କୁହା ଯାଇଛି ।

ନିୟମ ଉଲଂଘନ କଲେ ଘର ମାଲିକ ମାନେ ଆଇନ ଅନୁସାରେ ଛଅ ମାସ ଜେଲ ଏବଂ ଏକ ହଜାର ଟଙ୍କା ଜରିମାନ। ଦାଖଲ କରିବାର ବ୍ୟବସ୍ଥା ରହିଛି ବୋଲି ପୁଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି । ଘର ମାଲିକ ମାନଙ୍କୁ ଏପ୍ରିଲ ଆଠ ତାରିଖରୁ ଜୁନ ଛଅ ମଧ୍ୟରେ ଏହି ତଥ୍ୟ ଦାଖଲ କରିବାକୁ କୁହାଯାଇଛି ।
ଓଡ଼ିଶା ଡ଼ଟ୍ କମ୍

Filed Under: ଅପରାଧ Tagged With: ଅପରାଧମୁକ୍ତ, ଘରମାଲିକ, ଭଡ଼ାଟିଆ

ଧର୍ଷଣ ଭିଡିଓ ମାମଲାରେ ସିବିଆଇ ଦ୍ଵାରା ଆଉ ଜଣେ ଗିରଫ

March 31, 2015 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର ୩୧ (ଓଡିଶା ଡଟ କମ) ବହୁଚର୍ଚିତ ଧର୍ଷଣ ଭିଡିଓ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ମଙ୍ଗଳବାର ଓଡିଶାରୁ ଆଉ ଜଣକୁ ଗିରଫ କରିଛି ।

ଗିରଫ ହୋଇଥିବା ବ୍ୟକ୍ତି ର ନାମ ହେଲା ଦେବାଶିଷ ଦେବ, ବୟସ ୩୦। ସେ ଭୁବନେଶ୍ୱରର ବିଲଡର ତଥା ପ୍ରପର୍ଟି ଡିଲର ସୁବ୍ରତ ସାହୁ ଜଣେ ମହିଳାଙ୍କୁ ଧର୍ଷଣ କରୁଥିବା ସମୟର ଭିଡିଓ ଉତ୍ତୋଳନ କରିଥିବା ସିବିଆଇ ଜାଣିବାକୁ ପାଇଛି।

ସାହୁ ୨୪ ବର୍ଷର ଏହି ମହିଳାଙ୍କୁ ପାଞ୍ଚବର୍ଷ ତଳେ ଧର୍ଷଣ କରିଥିବା ଏବଂ ଧର୍ଷଣ ସମୟର ଭିଡିଓ ଉତ୍ତୋଳନ କରି ଥିବା କୁହ। ଯାଉଛି । ଏହି ଭିଡିଓ ପରେ ଇଣ୍ଟରନେଟରେ ଓ ମୋବାଇଲ ରେ ପ୍ରସାରିତ ହୋଇଥିଲା। ସୁପ୍ରୀମ କୋର୍ଟଙ୍କ ନିର୍ଦେଷ କ୍ରମେ ସିବିଆଇ ଏହି ମାମଲାର ଯାଞ୍ଚ କରି ସାହୁକୁ ଗିରଫ କରିଥିଲା।

ସାହୁ ବହୁ ମହିଳା ଏବଂ ଝିଅଙ୍କୁ ନିଜ ଜ।ଲରେ ଫସାଇ ତାଙ୍କୁ ବ୍ଲାକମେଲ କରିଥିବା ସିବିଆଇ ଯାଞ୍ଚ ସମୟରେ ଜାଣିବାକୁ ପାଇଛି । ଏହି ମାମଲାରେ କେତେକ ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତିକୁ ମଧ୍ୟ ସିବିଆଇ ଅନୁସନ୍ଧାନ ର ପରିସରକୁ ନେଇଛି ।

ଓଡିଶା ଡଟ କମ

Filed Under: ଅପରାଧ Tagged With: ଇଣ୍ଟରନେଟ, ଧର୍ଷଣ, ସିବିଆଇ

  • « Go to Previous Page
  • Go to page 1
  • Interim pages omitted …
  • Go to page 4
  • Go to page 5
  • Go to page 6

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା