• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଶିକ୍ଷା

ବିଶ୍ଵ ଶାନ୍ତି ଉପରେ ମାନବ ଶୃଙ୍ଖଳ କରି କିସର ବିଶ୍ଵ ରେକର୍ଡ

December 9, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ଡିସେମ୍ବର ୧୦ ( ଓଡିଶା ଡଟ କମ) ବିଶ୍ଵ ମାନବାଧିକାର ଦିବସ ଉପଲକ୍ଷେ ଭୁବନେଶ୍ଵରରେ ତିରିଶ କିଲୋମିଟର ବ୍ୟାପୀ ଏକ ମାନବ ଶୃଙ୍ଖଳ ତିଆରି କରି କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ) (କିସ) ଛାତ୍ର ଛାତ୍ରୀ ମାନେ ଗୁରୁବାର ପୁଣି ଏକ ବିଶ୍ଵ ରେକର୍ଡ ହାସଲ କରିଛନ୍ତି।kiss-1

ଆତଙ୍କବାଦ ବିରୁଦ୍ଧରେ ହୋଇଥିବା ଏହି ମାନବ ଶୃଙ୍ଖଳକୁ ସମବାୟ ମନ୍ତ୍ରୀ ଦାମୋଦର ରାଉତ, ରାଜ୍ୟ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ, କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କ ସମେତ ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ ରାଜ୍ୟପାଳ ଏସ ସି ଜମିର ।kiss

ପରେ କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ଉଦଯାପନ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ରାଜ୍ୟର ବହୁ ବିଧାୟକ ଓ ସ୍ଥାନୀୟ ଲୋକ ସଭା ସାଂସଦ ପ୍ରସନ୍ନ ପାଟଶାଣି ।kiss4

ସମାନ ଲକ୍ଷ୍ୟ ରଖି ଏହା ପୂର୍ବରୁ ସେମାନେ ବୁଧବାର କିସ ପରିସରରେ ଦୁଇଟି  ମାନବ ଶୃଙ୍ଖଳ କରି ବିଶ୍ଵ ରେକର୍ଡ ହାସଲ କରିଥିଲେ ।

kissଆତଙ୍କବାଦ ବିରୋଧରେ ଏହି ଆବାସିକ ସ୍କୁଲର ୧୫୨୨୫ ଛାତ୍ର ଓ ଛାତ୍ରୀ ଗିନିଜ ବୁକ ଅଫ ରେକର୍ଡ ଅଧିକାରୀଙ୍କ ଫୋର୍ଟୁନା ଲିସା ବୁର୍କାଙ୍କ ଉପସ୍ଥିତିରେ ବିଶ୍ଵ  ମାନବାଧିକାର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏହି ମାନବ ଶୃଙ୍ଖଳ କରିଥିଲେ ।

ଠିକ ସେହି ପରି ଅନୁଷ୍ଠାନର ୨୫୧୫୧ ଛାତ୍ର ଛାତ୍ରୀ  ମାନବ ଶୃଙ୍ଖଳରେ ‘ଉଇ ଅର୍ଗ ଫର ୱାର୍ଲ୍ଡ ପିସ’ ତିଆରି କରି ଆଉ ଏକ ବିଶ୍ଵ ରେକର୍ଡ କରିଥିଲେ ।

DCIM100MEDIADJI_0003.JPG

ଗତ ୨୫ ନଭେମ୍ବରରେ ଦୂବାଇରେ ହୋଇଥିବା ୬୮୫୮ ଲୋକଙ୍କ ଏକ ମାନବ ଶୃଙ୍ଖଳ ପୂର୍ବରୁ ବିଶ୍ଵ  ରେକର୍ଡ ହାସଲ କରିଥିଲା । କିସର ମାନବ ଶୃଙ୍ଖଳ ରେ ଏହାର ଦୁଇଗୁଣରୁ ଊର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଭାଗ ନେଇଥିବାରୁ ଏହା ପୂର୍ବ ରେକର୍ଡ କୁ ଭାଙ୍ଗିଥିବା ଗିନିଜ ବୁକ ଅଫ ରେକର୍ଡ କହିଛି ।

kiss2

 

ଗତ ୨୯ ଅଗଷ୍ଟ ରେ କାନାଡାରେ ୭୨୩୮ ଲୋକ ହାତ ସହ ହାତ ମିଶାଇ ପୂର୍ବରୁ ସର୍ବାଧିକ ଲମ୍ବ ବିଶିଷ୍ଟ ମାନବ ଶୃଙ୍ଖଳର ବିଶ୍ଵ ରେକର୍ଡ କରିଥିଲେ । କିସ ଏହି ରେକର୍ଡ କୁ ମଧ୍ୟ ଭାଙ୍ଗି ଥିବାରୁ ଅନୁଷ୍ଠାନର ପ୍ରତିଷ୍ଠାତା ଡାଃ ଅଚ୍ୟୁତ ସାମନ୍ତ ଛାତ୍ର ଛାତ୍ରୀ ଓ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇ ଛନ୍ତି ।

ଓଡିଶା ଡଟ କମ

Filed Under: ଶିକ୍ଷା Tagged With: କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ, କିସ, ମାନବ ଶୃଙ୍ଖଳ

ଓଡିଶା ବୈଜ୍ଞାନିକଙ୍କୁ ନାସା ଅନ୍ତର୍ଜାତୀୟ ପୁରସ୍କାର

November 7, 2015 by ନିଉଜ ଡେସ୍କ 1 Comment

ଓଡିଶା ଡଟ କମ ସଂବାଦ ଦାତା

ନିଉୟର୍କ ନଭେମ୍ବର ୭ (ଓଡିଶା ଡଟ କମ) ଗାଡି ଦ୍ଵାରା ହେଉଥିବା ପ୍ରଦୂଷଣ କମାଇବା ଓ ଟାୟାର ଆୟୁଷ ବୃଦ୍ଧି ସମ୍ପର୍କିତ ଏକ ନୂଆ ବୈଷୟିକ କୌଶଳ ଉଦ୍ଭାବନ କରି ଓଡିଶାର ଚାରି ଜଣ ବୈଜ୍ଞାନିକ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଦ୍ଵାରା ପୁରସ୍କୃତ ହୋଇଛନ୍ତି।

ନାସା ଦ୍ଵାରା ଆୟୋଜିତ କ୍ରିଏଟ ଦି ଫିଉଚର ଡିଜାଇନ ପ୍ରତିଯୋଗୀତା ୨୦୧୫ ରେ ପୁରସ୍କାର ପାଇଁ ଚୟନ ହୋଇଥିବା ବୀର ସୁରେନ୍ଦ୍ର ସାଏ ଇଉନିଭର୍ସିଟି ଅଫ ଟେକନୋଲଜି , ବୁର୍ଲା ବୈଜ୍ଞାନିକ ସମିର ପଣ୍ଡା ଓ ତାଙ୍କ ସହଯୋଗୀ ଉଦିତ ବୋନ୍ଦିଆ, ଡକ୍ଟର କ୍ଷମାନିଧି ପଣ୍ଡା ଓ ସ୍ମିତିପର୍ଣ୍ଣା ଶତପଥୀଙ୍କ ଏହି ଅଟୋ ମୋବାଇଲ ପ୍ରଡ଼କ୍ଟ ବିକଶିତ କରିଥିବା ‘ଟାଇଚି ଜୁନୋ ବା ଟିଜେ ‘କୁ ଶୁକ୍ରବାର ନିଉୟର୍କ ଠାରେ ନାସାର ଟେକ ବ୍ରିଫ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି ।NASA Tech Brief Awards

ଏହି ପ୍ରତିଯୋଗିତା ରେ ବିଶ୍ୱର ଷାଠିଏ ଟି ଦେଶର ବୈଜ୍ଞାନିକ ମାନେ ଭାଗ ନେଇଥିବାବେଳେ ଆଠୋଟି ବୈଜ୍ଞାନିକଙ୍କ ଟିମ ପୁରସ୍କାର ଜିତିଥିବା ବେଳେ ୩୨ ଟି ଉଦ୍ଭାବନ ଏହି ଅବସରରେ ନାସା ପ୍ରକାଶିତ କରିଥିବା ସ୍ଵତନ୍ତ୍ର ମ୍ୟାଗାଜିନ ରେ ସ୍ଥାନ ପାଇଛି ।

ଓଡିଶା ବୈଜ୍ଞାନିକଙ୍କ ଏହି ପଙ୍କଚର ହେଉନଥିବା ଟାୟାର ପ୍ରକଳ୍ପ ସବୁଠାରୁ ଉଛ ପ୍ରଶଂସିତ ହୋଇଥିବା ବୀର ସୁରେନ୍ଦ୍ର ସାଏ ଇଉନିଭର୍ସିଟି ଅଫ ଟେକନୋଲଜି ରେ ପିଏଚଡି କରୁଥିବା ତଥା ପୁରସ୍କାର ଜିତିଥିବା ଟିମ ସଦସ୍ୟ ସମୀର ପଣ୍ଡା ଓଡିଶା ଡଟ କମକୁ କହିଛନ୍ତି।

ଗାଡି ଚଳାଇବା ସମୟରେ ଟାୟାର ଫାଟିଗଲେ ଡ୍ରାଇଭର ଏହାର ସଙ୍ଗେସଙ୍ଗେ କି ପ୍ରତିକାର କରିବ ତାହା ଭାବି ପାରିନଥାଏ । ଏହା ଦ୍ଵାରା ବେଳେ ବେଳେ ଧନ ଜୀବନ ହାନି ହୋଇଥାଏ।

ଟିଜେ ଦ୍ଵାରା ଉଦ୍ଭାବିତ ବୈଷୟିକ କୌଶଳ ଦ୍ଵାରା ଟାୟାର ଫାଟିବା ଅଥବା ପଙ୍କଚର ହେବା ନା କେବଳ କମାଇ ଦିଆ ଯାଇପାରିବ , ଗାଡି ଚକ ଓ ଅନ୍ୟ ଯନ୍ତ୍ରାଦିର ଆୟୁଷ ମଧ୍ୟ ବଢା ଯାଇପାରିବ । ଏହି ବୈଷୟିକ କୌଶଳର ପ୍ରୟୋଗ ଉଭୟ ଟ୍ୟୁବ ଥିବା ଓ ଟ୍ୟୁବ ନ ଥିବା ଟାୟାରରେ ପ୍ରୟୋଗ କରାଯାଇପାରିବ ।

ଏହି ବୈଷୟିକ ବିଦ୍ୟା ବ୍ୟବହାରରେ ଗାଡି ଦୁର୍ଘଟଣା ରୋକା ଯାଇପାରିବ ବୋଲି ସେ କହିଛନ୍ତି ।  ଏହି ପ୍ରକଳ୍ପ ଓ ପୁରସ୍କାର ସମ୍ପର୍କିତ ତଥ୍ୟ ପାଇଁ କ୍ଲିକ କରନ୍ତୁ 

ଓଡିଶା ଡଟ କମ

Filed Under: ଶିକ୍ଷା, ସୂଚନା ପ୍ରଯୁକ୍ତି Tagged With: ଓଡିଆ, ପୁରସ୍କାର, ବୈଷୟିକ କୌଶଳ, ଯୁକ୍ତରାଷ୍ଟ୍ର ଆମେରିକା

ବେଦାଙ୍ଗ ମହାନ୍ତି ଶାନ୍ତି ସ୍ଵରୁପ ଭଟ୍ଟନାଗର ପୁରସ୍କାର ପାଇଁ ମନୋନୀତ

September 28, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୨୭ (ଓଡିଶା ଡଟ କମ) ଭୌତିକ ବିଜ୍ଞାନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଭୁବନେଶ୍ଵର ନାଇଜର୍‌ ର ସ୍କୁଲ ଅଫ୍‌ ଫିଜିକାଲ୍‌ ସାଇନସ୍‌ ବିଭାଗର ଆସୋସିଏଟ୍‌ ପ୍ରଫେସର ବେଦାଙ୍ଗ ଦାସ ମହାନ୍ତିଙ୍କୁ ଚଳିତ ବର୍ଷର ମର୍ଯ୍ୟଦାଜନକ ଶାନ୍ତି ସ୍ଵରୂପ ଭଟ୍ଟନାଗର ପୁରସ୍କାର ପାଇଁ କେନ୍ଦ୍ର ସରକାର ମନୋନୀତ କରିଛନ୍ତି।

bedangaବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଏହା ହେଉଛି ଦେଶର ସର୍ବୋଚ୍ଚ ସରକାରୀ ପୁରସ୍କାର ।

କେନ୍ଦ୍ର ସରକାରଙ୍କ କାଉନସିଲ ଅଫ ସାଇଣ୍ଟିଫିକ ଏଣ୍ଡ ଇଣ୍ଡସଟ୍ରିଆଲ ରିସର୍ଚ ସଂସ୍ଥାର ପ୍ରତିସ୍ଥାତା ନିର୍ଦ୍ଦେଶକ ଶାନ୍ତି ସ୍ଵରୂପ ଭଟ୍ଟନାଗରଙ୍କ ନାମରେ ନାମିତ ଏହି ପୁରସ୍କାର ୧୯୫୮ ମସିହାରେ ଆରମ୍ଭ ହେବା ପରଠାରୁ ପ୍ରତିବର୍ଷ ବିଜ୍ଞାନ କ୍ଷେତ୍ରରେ ଊଲ୍ଲେଖନୀୟ ଅବଦାନ ପାଇଁ ବୈଜ୍ଞାନିକ ମାନଙ୍କୁ ଚୟନ କରି ସେମାନଙ୍କୁ ପ୍ରଦାନ କରା ଯାଉଛି ।

ଏହି ପୁରସ୍କାର ଚୟନ ହୋଇଥିବା ପ୍ରତ୍ୟେକ ବୈଜ୍ଞାନିକଙ୍କୁ ପାଞ୍ଚଳକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ଓ ଉପଢୌକନ ଦିଆଯାଇଥାଏ ।

ପ୍ରତି ବର୍ଷ ସେପ୍ଟେମ୍ବର ୨୬ ତାରିଖରେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଥାଏ ।

ଡକ୍ଟର  ମହାନ୍ତିଙ୍କ ସମେତ ୧୧ଜଣ ଚଳିତ ବର୍ଷ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି  । ଇନଷ୍ଟିଚ୍ୟୁଟ ଅଫ ଫିଜିକସ ରୁ ୨୦୦୨ ରେ ଡକଟରେଟ କରିଥିବା ମହାନ୍ତିଙ୍କ ବୟସ ହେଉଛି ୪୨ ବର୍ଷ ।

ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ଦେବାଙ୍ଗ ଦାସ ମହାନ୍ତି, ପୁରସ୍କାର, ଶାନ୍ତି ସ୍ବରୁପ ଭଟ୍ଟନାଗର

ଜବାହରଲାଲ୍‌ ନେହେରୁ ବିଶ୍ଵବିଦ୍ୟାଳୟରେ ଓଡ଼ିଆ ଚେୟାର

September 22, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ସେପ୍ଟେମ୍ବର ୨୨ (ଓଡିଶା ଡଟ କମ) ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ପାଠ୍ୟକ୍ରମରେ ଏକ ଚେୟାର ଖୋଲିବା ନେଇ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟର ସେଣ୍ଟର ଫର ଇଣ୍ଡିଆନ୍‌ ଲାଙ୍ଗୁଏଜେସ୍‌ରେ ଏହି ଚେୟାର ପ୍ରତିଷ୍ଠା ହେବ ।

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଏହାର ବିକାଶ ପାଇଁ ବିଭିନ୍ନ ସମୟରେ ସରକାର ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି ଚେୟାର ପ୍ରତିଷ୍ଠା ହେବା ଫଳରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ନେଇ ଉଚ୍ଚତର ଗବେଷଣା ହୋଇପାରିବ । ଛାତ୍ରଛାତ୍ରୀ ଓ ଗବେଷକ ଏହାର ସୁବିଧା ନେଇପାରିବେ ।

ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ଓଡ଼ିଆ ଚେୟାର, ଜବାହରଲାଲ୍‌ ନେହେରୁ ବିଶ୍ଵବିଦ୍ୟାଳୟ

ଶିକ୍ଷକ ପୁରସ୍କାର ମାମଲାରେ ସରକାରଙ୍କୁ ଭର୍ତ୍ସନା

September 22, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୨୨ (ଓଡିଶା ଡଟ କମ) ୧୯୯୮ ମସିହା ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର ମନୋନୟନରେ ହୋଇଥିବା ଅନିୟମିତତା ସମ୍ପର୍କୀୟ ଏକ ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟ ତତ୍‌କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଜୟଦେବ ଜେନାଙ୍କୁ ଭର୍ତ୍ସନା କରିଛନ୍ତି ।

ଏହି ପୁରସ୍କାର ପାଇଁ ଦୁଃଶାସନ ଜେନା ନାମକ ଜଣେ ଶିକ୍ଷକଙ୍କ ନାଁକୁ ଶିକ୍ଷା ବିଭାଗର ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟି ଆଗରେ ରଖି ସୁପାରିସ କରିଥିଲେ । ହେଲେ ତାଙ୍କ ବଦଳରେ ଦ୍ଵିତୀୟ ସ୍ଥାନରେ ଥିବା ଭାଗ୍ୟଧର ସାହୁଙ୍କୁ ପ୍ରଥମ ସ୍ଥାନରେ ରଖିବା ପାଇଁ ତତ୍‌କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁପାରିସ କରିଥିବା ଅଭିଯୋଗ ହୋଇଥିଲା ।

ସେତେବେଳେ ଦୁଃଶାସନ ଏହାକୁ ଚ୍ୟାଲେଞ୍ଜକରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ବିଚାରପତି ଜଷ୍ଟିସ୍‌ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ମାମଲାର ଶୁଣାଣିକରି ତତ୍‌କାଳୀନ ଶିକ୍ଷାମନ୍ତ୍ରୀଙ୍କୁ ଭର୍ତ୍ସନା କରିବା ସହ ଦୁଃଶାସନ ଜେନାଙ୍କୁ ପ୍ରଥମ ପୁରସ୍କାର ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ଶିକ୍ଷକ ପୁରସ୍କାର

ନୂଆ ଉଚ୍ଚଶିକ୍ଷା ନୀତି ପ୍ରଣୟନ ପାଇଁ ବିଚାର ବିମର୍ଶ

September 7, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୭ (ଓଡିଶା ଡଟ କମ) ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ସ୍ତରରେ ଭିତ୍ତିଭୂମିର ବିକାଶ ସହିତ ଶୈକ୍ଷିକ ବାତାବରଣ ସୃଷ୍ଟି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ଏକ ଉଛ ସ୍ତରୀୟ ବୈଠକ ସୋମବର ଏଠାରେ ଅନୁଷ୍ଠିତ ହୋଇଛି ।

ଫକୀର ମୋହନ ବିଶ୍ଵବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ଯୁଗ୍ମ ସଚିବ, ମୁକ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ ସଦସ୍ୟ ପ୍ରମୁଖ ଯୋଗ ଦେଇ ଏହି ନୀତିରେ କଣ ସବୁ ବ୍ୟବସ୍ଥା ରହିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟର ଗାଇଡ୍‌ ଲାଇନ୍‌ ଅନୁସାରେ ଏହି ନୀତି ତିଆରି ହେବ । ଚଳିତ ବର୍ଷ ଜୁନରେ ଏହି ନୀତି ପ୍ରସ୍ତୁତ କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା । ଏହି ନୀତିରେ ୟୁଜିସି ଓ ନାକ୍‌ ଢାଞ୍ଚାରେ ବିଭିନ୍ନ କଲେଜ ଓ ବିଶ୍ଵବିଦ୍ୟାଳୟରେ ରେଟିଂ ବ୍ୟବସ୍ଥା ରଖାଯିବ ।

ଚିଠାନୀତି ପ୍ରସ୍ତୁତିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଭିଭାବକଙ୍କୁ ସାମିଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ଉଚ୍ଚଶିକ୍ଷା ନୀତି

ଓଏଲଆରଡିସି ଫେସବୁକ ପେଜର ଆନୁଷ୍ଠାନିକ ଉଦଘାଟନ

September 3, 2015 by ନିଉଜ ଡେସ୍କ 1 Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୩ (ଓଡିଶା ଡଟ କମ) ଓଡିଶା ଲାଇଭ ଷ୍ଟକ ରିସୋର୍ସେସ ଡେଭଲପପେଣ୍ଟ ସୋସାଇଟି (ଓଏଲଆରଡିସି)ର ସ୍ଵତନ୍ତ୍ର ଫେସବୁକ ପେଜ ବା ପୃଷ୍ଠାକୁ କୃଷି, ମତ୍ସ୍ୟ ଓ ପଶୁପାଳନ ବିକାଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ଆନୁଷ୍ଠାନିକ ଭାବେ ବୁଧବାର ଲୋକାର୍ପିତ କରିଛନ୍ତି ।

olrds-odishaସହିଦ ନଗରରେ ଓମଫେଡ ଦ୍ଵାରା ପ୍ରତିଷ୍ଠା କରାଯାଇଥିବା ଆଇସ କ୍ରିମ ପାର୍ଲରକୁ ଉଦଘାଟନ କରିବା ଅବସରରେ ସେ ଏହି ପୃଷ୍ଠାକୁ ( www.facebook.com/olrds) ବିଭାଗୀୟ ଅଧିକାରୀମାନଙ୍କ ଗହଣରେ ଲୋକାର୍ପିତ କରିଥିଲେ ।

ରାଜ୍ୟରେ ପଶୁ ସଂପଦର ବିକାଶ ଓ ସେ ସମ୍ପର୍କରେ ସଚେତନତା ସୃଷ୍ଟି ଦିଗରେ ଏହି ପୃଷ୍ଠା ସହାୟକ ହେବ ବୋଲି ସେ ଏହି ଅବସରରେ କହିଥିଲେ ।

ଫେସବୁକ ପୃଷ୍ଠା ମାଧ୍ୟମରେ ସୋସାଇଟି ପାରାଭେଟ, ଭେଟିନେରୀ ବିଶେଷଜ୍ଞ, ଏବଂ ପଶୁ ସମ୍ପଦ ବିକାଶ କ୍ଷେତ୍ରରେ କାମ କରୁଥିବା ପ୍ରତିଭାଙ୍କ ସହ ସମ୍ପର୍କ ସ୍ଥାପନ କରିବା ସହ ଏହି  କ୍ଷେତ୍ରରେ ଅଧିକ ସଚେତନତା ସୃଷ୍ଟି କରିପାରିବ ବୋଲି ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ  କହିଥିଲେ ।

ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ତାର ସଫଳତାକୁ ପ୍ରଚାର ପ୍ରସାର କରିବାରେ ଏହି ପୃଷ୍ଠା ସହାୟକ ହେବ ବୋଲି ବିଭାଗର ନିର୍ଦ୍ଦେଶକ ଦେବୀ ପ୍ରସାଦ ପଣ୍ଡା କହିଥିଲେ ।

ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ ସୋସାଇଟିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡାକ୍ତର କେ ଭି କେ ପଟନାୟକ, ଯୁଗ୍ମ ସଚିବ ଉମାଶଙ୍କର ପାତ୍ରଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ଓଏଲଆରଡିସି

ସେପ୍ଟେମ୍ବର ୬ରେ ପୁଣିଥରେ ଓଜେଏସ ପ୍ରିଲିମିନାରୀ ପରୀକ୍ଷା

August 22, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଅଗଷ୍ଟ ୨୨ (ଓଡିଶା ଡଟ କମ) ରାଜ୍ୟରେ ୬୯ ପଦବୀ ପୂରଣପାଇଁ ହୋଇଥିବା ଓଡିଶା ବିଚାର ବିଭାଗୀୟ ସେବା ପ୍ରାରମ୍ଭିକ ( ପ୍ରିଲିମିନାରୀ) ପରୀକ୍ଷାକୁ ହାଇକୋର୍ଟ ବାତିଲ କରିବାପରେ ପୁଣିଥରେ ରାଜ୍ୟ ଲୋକ ସେବା ଆୟୋଗ ସେପ୍ଟେମ୍ବର ଛଅ ତାରିଖ ଦିନ ଏହି ପରୀକ୍ଷା କରିବା ପାଇଁ ଘୋଷଣା କରିଛନ୍ତି ।

ଆୟୋଗ ଦ୍ଵାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସେପ୍ଟେମ୍ବର ଛଅ ତାରିଖ ଦିନ ରାଜ୍ୟର କଟକ , ଭୁବନେଶ୍ଵର, ବ୍ରହ୍ମପୁର, ବାଲେଶ୍ଵର ଓ ସମ୍ବଲପୁରରେ ନିର୍ଧାରିତ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।

ପୂର୍ବରୁ ମଇ ୩୧ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଓ ୨୧୬୬ ଜଣ ଏହି ପରୀକ୍ଷା ଦେଇଥିଲେ । କିନ୍ତୁ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଦର୍ଶାଇ କେତେକ ପରୀକ୍ଷାର୍ଥୀ ଏହାକୁ ବାତିଲ କରିବା ପାଇଁ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ମାମଲାର ବିଚାର କରି ହାଇକୋର୍ଟ ସାନି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ୬୭୦ ପଦବୀ ପୁରଣ ପାଇଁ ହେବାକୁ ଥିବା ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଆବେଦନର ଶେଷ ତାରିଖ ଅଗଷ୍ଟ ୧୭କୁ ଆୟୋଗ ସେପ୍ଟେମ୍ବର ୨୧କୁ ଘୁଞ୍ଚାଇ ଦେଇଛନ୍ତି ।

ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ଓଜେଏସ ପ୍ରିଲିମିନାରୀ, ପରୀକ୍ଷା

ପାରଳା ମହାରାଜ କଲେଜରେ ଅଧ୍ୟାପକ ପଦବୀକୁ ମଞ୍ଜୁରୀ

August 1, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୧ ଅଗଷ୍ଟ (ଓଡିଶା ଡଟ୍ କମ୍): ବ୍ରହ୍ମପୁର ପାରଳା ମହାରାଜ ଇଞ୍ଜିନିୟରିଂ କଲେଜର ୩୪ଟି ଅଧ୍ୟାପକ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଏହି ୩୪ଟି ପଦବୀ ମଧ୍ୟରୁ ଆଠଗୋଟି ଆସୋସିଏଟ ପ୍ରଫେସରର ପଦବୀ ହୋଇଥିବା ବେଳେ ଅନ୍ୟ ୨୬ଟି ହେଉଛି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ।

୨୦୧୪-୧୫ ଓ ୨୦୧୫-୧୬ ଶିକ୍ଷାବର୍ଷ ପାଇଁ ଏହି କଲେଜରେ ନୂତନ ବିଭାଗ ଖୋଲାଯିବା ସହ ସିଟ୍ ର ବୃଦ୍ଧି ପରିପ୍ରେକ୍ଷୀରେ ନୂଆ ଅଧ୍ୟାପକମାନଙ୍କର ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଓଡିଶା ଡଟ୍ କମ୍

Filed Under: ଶିକ୍ଷା Tagged With: ପାରଳା ମହାରାଜ କଲେଜ

ୟୁପିଏସସି ପରୀକ୍ଷାରେ ରାଜ୍ୟ ଛାତ୍ର ଛାତ୍ରୀଙ୍କ ସଫଳତା

July 4, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୪ ଜୁଲାଇ (ଓଡିଶା ଡଟ୍ କମ୍) ୟୁନିଅନ ପବ୍ଲିକ ସର୍ଭିସ କମିଶନ ଦ୍ଵାରା ଭାରତୀୟ ପ୍ରଶାସନିକ ସେବାରେ ନିଯୁକ୍ତି ପାଇଁ ଗତ ବର୍ଷ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ ଏଥର ରାଜ୍ୟରୁ କୋଡିଏ ରୁ ଊର୍ଦ୍ଧ୍ଵ ଛାତ୍ର ଛାତ୍ରୀ ସଫଳତା ହାସଲ କରିଛନ୍ତି ।

ଶନିବାର ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ ରାଜ୍ୟର ଅନନ୍ୟା ଦାସ ୧୬ତମ ସ୍ଥାନ ହାସଲ କରିଥିବା ବେଳେ ମହମ୍ମଦ ଅବଦାଲ ଅଖତାର ୩୫ ତମ ସ୍ଥାନରେ, ଲିଙ୍ଗରାଜ ୩୮ତମ ସ୍ଥାନରେ, କ୍ରାନ୍ତି କୁମାର ପତି ୫୦ ତମ ସ୍ଥାନରେ, ପାମେଲା ଶତପଥି ୫୧ ତମ ସ୍ଥାନରେ ପ୍ରଭାତ ମଲ୍ଲିକ ୬୮ ତମ ସ୍ଥାନରେ ଓ ସ୍ମୃତି ରଂଜନ ମହାନ୍ତି ୮୭ ତମ ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି ।

ସଫଳତା ହାସଲ କରିଥିବା ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରହିଛନ୍ତି ସନ୍ଦୀପ କୁମାର ମଲ୍ଲିକ, ଅରୁଣାଂସୁ ଗିରି, ଶତରୂପା ମିଶ୍ର, ନନ୍ଦ ଦୁଲାଳ ଦାସ, ଅପୂର୍ବ ମିଶ୍ର , ସୁଚରିତା ଦାସ, ଧୀମାନ ବରାଇ,ରାଜକୁମାର ଦାସ, ପରେଶ୍ଵର ଦାଶ, ରାକେଶ ଦାଶ, ସୌମ୍ୟା ମିଶ୍ର, ଆଶିଷ କୁମାର ପଣ୍ଡା ଓ ହୃଦୟ କୁମାର ଦାସ ।

ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ୟୁପିଏସସି

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Interim pages omitted …
  • Go to page 7
  • Go to Next Page »

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା