• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଶିକ୍ଷା

ଇସ୍ରୋ ପରିଦର୍ଶନ କରି ଫେରିଲେ ଓଡ଼ିଶାର ୨୦ ଛାତ୍ରଛାତ୍ରୀ

May 17, 2015 by News Bureau Leave a Comment

ଓଡିଶା ଡଟକମ ସଂବାଦ ଦାତା

ଭୁବନେଶ୍ୱର, ମଇ ୧୭ (ଓଡିଶା ଡଟ କମ) ଓଡ଼ିଶାର ୨୦ଜଣ ବିଦ୍ୟାଳୟ ଛାତ୍ରଛାତ୍ରୀ ସପ୍ତାହକ ପାଇଁ ଗୁଜରାଟର ଅହମଦାବାଦ ସ୍ଥିତ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ମହାକାଶ ପ୍ରୟୋଗ ସଂସ୍ଥାନ ଓ ଗୁଜରାଟର ସାଇନସ ସିଟି ପରିଦର୍ଶନ କରିବା ପରେ ରବିବାର ଭୁବନେଶ୍ୱର ଫେରିଛନ୍ତି ।

ଟାଟା ଷ୍ଟିଲ ପକ୍ଷରୁ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଯୋଗରେ ଆୟୋଜିତ ହେଉଥିବା ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ (ୟାଟସ୍) କାର୍ଯ୍ୟକ୍ରମ ଜରିଆରେ ଚୟନ ହୋଇଥିବା ଏହି ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ପ୍ରତିଭାର ବିକାଶ ଲକ୍ଷ୍ୟରେ ଏହି ଯାତ୍ରାର ଆୟୋଜନ କରାଯାଇଥିଲା ।

students୧୫ଜଣ ବାଳକ ଓ ୫ଜଣ ବାଳିକା ଏବଂ ସେମାନଙ୍କ ଗାଇଡ ଶିକ୍ଷକଙ୍କୁ ମିଶାଇ ମୋଟ ୪୦ଜଣଙ୍କ ଇସ୍ରୋ ମହାକାଶ ପ୍ରୟୋଗ ସଂସ୍ଥାନ (ଏସ୍ଏସି) କୁ ପରିଦର୍ଶନ ସେମାନଙ୍କୁ ଇସ୍ରୋର ବିଭିନ୍ନ ପରିଚାଳନାଗତ ଦିଗ ବିଷୟରେ ଜାଣିବାର ଅନନ୍ୟ ସୁଯୋଗ ପ୍ରଦାନ କରିଥିଲା ।

ଏହି ସଂସ୍ଥାନରେ ଡେଭଲପମେଂଟ, ରିଏଲାଇଜେସନ୍ ଓ କ୍ୱାଲିଫିକେସନ୍ ଅଫ୍ କମୁ୍ୟନିକେସନ୍, ନେଭିଗେସନ୍, ପୃଥିବୀ ନିରୀକ୍ଷଣ ଓ ଗ୍ରହଙ୍କ ପେଲୋଡ୍ସ ଓ ସମ୍ପର୍କୀୟ ଡାଟା ପ୍ରୋସେସିଂ, ଯୋଗାଯୋଗ ବିଭାଗର ଗ୍ରାଉଣ୍ଡ ସିଷ୍ଟମ୍, ପ୍ରସାରଣ, ରିମୋଟ୍ ସେନ୍ସିଂ ଓ ବିପର୍ଯ୍ୟୟ ନିରୀକ୍ଷଣ ଭଳି କାର୍ଯ୍ୟ ସମ୍ପାଦନ ହୋଇଥାଏ ।

ଇସ୍ରୋ ମହାକାଶ ପ୍ରୟୋଗ ସଂସ୍ଥାନର ନିର୍ଦ୍ଦେଶକ ତଥା ପ୍ରତିଷ୍ଠିତ ମହକାଶବିଜ୍ଞାନୀ ଶ୍ରୀ ତପନ ମିଶ୍ର ଟାଟା ଷ୍ଟିଲ ଓ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ସହ ନିଜର ଅଭିଜ୍ଞତା ବାଂଟିଥିଲେ ।

ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରୟୋଗଶାଳା ଓ ବିଭାଗ ଯଥା ଭାଇବ୍ରେଟର ଚାମ୍ବର, ଥର୍ମୋ ଡାଇନାମିକ୍ ଚାମ୍ବର ଭଳି ଏକାଧିକ ବିଭାଗ ତଥା ଭବିଷ୍ୟତରେ ମହାକାଶରେ ସ୍ଥାନିତ ହେବାକୁଥିବା ନିର୍ମାଣଧିନ ଉପଗ୍ରହ ଦେଖିବାର ସୁଯୋଗ ପାଇଥିଲେ । ଏହିସବୁ ପ୍ରୟୋଗାଶାଳାର ବୈଜ୍ଞାନିକମାନେ ସେମାନଙ୍କ ଅନୁସନ୍ଧାନ କାର୍ଯ୍ୟ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସହିତ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ ।

ରାଜ୍ୟ ସଚିବାଳୟରେ ଚଳିତ ମାସ ୮ ତାରିଖ ଦିନ ମୁଖ୍ୟ ସଚିବଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ଗସ୍ତରେ ଛାତ୍ରଛାତ୍ରୀଙ୍କୁ ଅହମଦାବାଦରେ ଥିବା ଗୁଜରାଟର ସାଇନସ ସିଟି ମଧ୍ୟ ଦେଖିବାର ସୁଯୋଗ ମିଳିଥିଲା । ଏଠାରେ ସେମାନଙ୍କୁ ବିଜ୍ଞାନ, ପୃଥିବୀ ଓ ବିଭିନ୍ନ ପ୍ରକାର କୌତୁହଳପୂର୍ଣ୍ଣ ପ୍ରଦର୍ଶନୀ ଦେଖିବାକୁ ମିଳିଥିଲା ।

ପଠାଣି ସାମନ୍ତ ପ୍ଲାନେଟାରିୟମ୍ ର ଉପ ନିର୍ଦ୍ଦେଶକ ଡଃ ଶୁଭେନ୍ଦୁ ପଟ୍ଟନାୟକ ଓ ଟାଟା ଷ୍ଟିଲର ଜଣେ ଅଧିକାରୀଙ୍କ ତତ୍ୱାବଧନାରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଗାଇଡ୍ ଶିକ୍ଷକ ଏହି ଗସ୍ତରେ ଯାଇଥିଲେ ।

ଟାଟା ଷ୍ଟିଲ ପକ୍ଷରୁ, ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଯୋଗରେ ରାଜ୍ୟର ୮ଟି ଜୋନ୍ ଯଥା ଯାଜପୁର, ବେଲପାହାଡ, କେନ୍ଦୁଝର, ବାଲେଶ୍ୱର, ଯୋଡ଼ା, ଭୁବନେଶ୍ୱର, ବ୍ରହ୍ମପୁର ଓ ଜୟପୁରରେ ୮ମ ରୁ ୧୦ମ ଶ୍ରେଣୀର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ହୋଇଥିବା ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାରେ ୮୦୦ ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ୨୦ଜଣଙ୍କୁ ଚୟନ କରାଯାଇଥିଲା ।

ଅନ୍ତରୀକ୍ଷ ବିଜ୍ଞାନ ତଥା ଜ୍ୟୋତିର୍ବିଜ୍ଞାନର କିମ୍ବଦନ୍ତୀ ପୁରୁଷ ପଠାଣି ସାମନ୍ତଙ୍କ ଅବଦାନକୁ ଲୋକପ୍ରିୟ କରିବା ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତରୀକ୍ଷ ଓ ଜ୍ୟୋତିର୍ବିଜ୍ଞାନ ସମ୍ପର୍କରେ ଆଗ୍ରହ ସୃଷ୍ଟି କରିବା ତଥା ସେମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ, ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଯୋଗରେ ୨୦୦୭ ମସିହାରୁ ଉକ୍ତ ପ୍ରତିଯୋଗିତାର ଆୟୋଜନ କରିଆସୁଛି ।

ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ଇସ୍ରୋ, ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ, ଟାଟା

ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ଦେଲେ ୪୪୫00 ଛାତ୍ର ଛାତ୍ରୀ

May 10, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୦ (ଓଡିଶା ଡଟ କମ) ରାଜ୍ୟର ବିଭିନ୍ନ କଲେଜରେ ଥିବା ଆୟୁର୍ବେଦିକ, ହୋମିଓପାଥିକ, ବୈଷୟିକ ବିଦ୍ୟା, ମ୍ୟାନେଜମେଣ୍ଟ ଆଦି ସିଟରେ ନାମ ଲେଖାଇବା ପାଇଁ ୪୪୫00 ଛାତ୍ର ଛାତ୍ରୀ ରବିବାର ଅନୁଷ୍ଠିତ ହୋଇଥିବା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ରେ ଭାଗ ନେଇଛନ୍ତି ।

ରାଜ୍ୟର ୧୯ ଟି ସହରରେ ୭୮ ପରୀକ୍ଷା କେନ୍ଦ୍ର ରେ ହୋଇଥିବା ଏହି ପରୀକ୍ଷା ସୂଚାରୁ ରୂପେ ସମ୍ପନ୍ନ ହୋଇଛି । ପରୀକ୍ଷା ସକାଳ ନଅଟା ରୁ ଅପରାହ୍ନ ଚାରିଟା ତିରିଶ ପର୍ଯ୍ୟନ୍ତ ତିନୋଟି ସିଟିଙ୍ଗରେ ଅନୁଷ୍ଠିତ ହୋଇଥିଲା।

ପରୀକ୍ଷାଫଳ ଆସନ୍ତା ମାସ ପ୍ରଥମ ସପ୍ତାହ ସୁଦ୍ଧା ପ୍ରକାଶ ପାଇବାର ସମ୍ଭାବନା ରହିଥିବା ବେଳେ କାଉନସେଲିଂ ପ୍ରକ୍ରିୟା ଜୁଲାଇ ଶେଷ ସୁଦ୍ଧା ସମାପ୍ତ ହେବ ବୋଲି କତ୍ତୃପକ୍ଷ କହିଛନ୍ତି ।

ବୈଷୟିକ କଲେଜରେ ଯେଉଁ ଅନ୍ୟ ସିଟ ପାଇଁ ଏହି ପ୍ରବେଶିକ ପରୀକ୍ଷା ହୋଇଥିଲା ସେ ଗୁଡିକ ହେଲା ଲ୍ୟାଟେରାଲ ଏଣ୍ଟ୍ରି ବିଟେକ, ଏମ ବିଏ, ଏମସିଏ, ଏମସିଏ ଲ୍ୟାଟେରାଲ ଏଣ୍ଟ୍ରି, ଏମ.ପ୍ଲାନ, ଏମ ଆର୍କ, ଓ ଏମଟେକ ।

ଓଡିଶା ଡଟ କମ

 

Filed Under: ଶିକ୍ଷା Tagged With: ୨୦୧୫, ଯୁଗ୍ମ ପ୍ରବେଶିକା ପରୀକ୍ଷା, ଶିକ୍ଷା

ଶିବାନନ୍ଦ ଶତବାର୍ଷିକ ଉଚ୍ଚ ବିଦ୍ୟାଳୟର ଅଦ୍ଭୁତପୂର୍ବ ସଫଳତା

May 9, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୯ (ଓଡିଶା ଡଟ କମ) ଚଳିତବର୍ଷ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଦେଇଥିବା ଭୁବନେଶ୍ଵର ଖଣ୍ଡଗିରିସ୍ଥିତ ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ବିଦ୍ୟାଳୟର ସମସ୍ତ ୭୯ଜଣ ଛାତ୍ର କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଥିବାରୁ ସ୍କୁଲ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ।

9ସ୍କୁଲଛାତ୍ରମାନେ ସର୍ବନିମ୍ନ ୬୨.୫୫ ପ୍ରତିଶତରୁ ସର୍ବୋଚ୍ଚ ୯୨.୫ପ୍ରତିଶତ ନମ୍ବର ରଖିଛନ୍ତି । ବିଦ୍ୟାଳୟ ପ୍ରାରମ୍ଭରୁ ଶତ ପ୍ରତିଶତ ଛାତ୍ର ଉତ୍ତୀର୍ଣ୍ଣ ହୋଇ ଆସୁଥିବା ବେଳେ ଚଳିତବର୍ଷ ୭୯ଜଣ ଛାତ୍ରଙ୍କ ମଧ୍ୟରୁ ଏ୧-ଗ୍ରେଡ଼ (୯୦ ପ୍ରତିଶତରୁ ଅଧିକ ନମ୍ବର)ରେ ୪ଜଣ, ଏ୨-(୮୦ ପ୍ରତିଶତରୁ ୯୦ ପ୍ରତିଶତ) ୩୯ଜଣ, ବି୧-(୭୦ ପ୍ରତିଶତରୁ ଅଧିକ) ରେ ୩୩ଜଣ ଏବଂ ବି୨-(୬୦ପ୍ରତିଶତରୁ ଅଧିକ) ରେ ୩ଜଣ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ସଂସ୍କୃତରେ ୨୫ଜଣ ଛାତ୍ର , ଗଣିତ ରେ ୬ ଜଣ ୧୦୦ ରୁ ୧୦୦ନମ୍ବର ରଖି ସଫଳତା ହାସଲ କରିଛନ୍ତି ।

ବର୍ତମାନର ଶିକ୍ଷା ବ୍ୟବସ୍ଥା ସମାଜକୁ ଅବକ୍ଷୟମୁଖ୍ୟ କରାଇବା ସହିତ ଅସ୍ଥିରତା ଓ ବିଶଙ୍ଖୃଳାର ବାତାବରଣ ସୃଷ୍ଟି କରୁଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ଆଧ୍ୟାତ୍ମିକ ଶକ୍ତି ପୃଷ୍ଠଭୂମି ଆଧାରିତ ମୂଲ୍ୟବୋଧ ଭିତ୍ତି ତଥା ପରୀକ୍ଷାମୂଳକ ଶିକ୍ଷାବ୍ୟବସ୍ଥା ଏକାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି ।

ମହାପୁରୁଷ ସ୍ୱାମୀ ଶିବାନନ୍ଦଙ୍କ ମହତ୍ ବାଣୀ, ଆଦର୍ଶ ଚିନ୍ତନ ଆଭିମୁଖ୍ୟ ହିଁ ସମାଜକୁ ଶଙ୍ଖୃ ଳିତ ଏବଂ ଠିକଣା ମାର୍ଗଦର୍ଶନ ଦେଇପାରିବ ବୋଲି ବିଦ୍ୟାଳୟର ସମ୍ପାଦକ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ, ଯୁଗ୍ମ ସମ୍ପାଦକ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ ଏବଂ ବିଦ୍ୟାଳୟ ପରି·ଳନା କମିଟିର ସଦସ୍ୟ ତଥା ବରିଷ୍ଠ ପ୍ରଶାସକ ସତ୍ୟେନ୍ଦ୍ର ନାରାୟଣ ତିୱାରୀ ଏ ଅବସରରେ ପ୍ରକାଶ କରିଛନ୍ତି ।

ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଏବଂ ନିଷ୍କାମ ସେବା ଜରିଆରେ ନୂତନ ଚରିତ୍ର ଗଠନକୁ ସର୍ବଦା ପ୍ରାଥମିକତା ଦେବା ଏବଂ ଏଥିପାଇଁ ଅଭିଯାନ ବଜାୟ ରଖିବାର ସମୟ ଆସିଛି ଏହି ନୀତିଶିକ୍ଷାକୁ ଅକ୍ଷରେ ଅକ୍ଷରେ ପାଳନ କରି ବିଦ୍ୟାଳୟ ସଫଳତା ହାସଲ କରି ପାରିଛି ବୋଲି ସେମାନେ ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଚଳିତବର୍ଷ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାରେ ବିଦ୍ୟାଳୟ ର ଅଦ୍ଭୁତପୂର୍ବ ସଫଳତା ସମ୍ପର୍କରେ ଉଲ୍ଲେଖ କରି ସେମାନେ ଦର୍ଶାଇଥିଲେ ଯେ ଶିକ୍ଷା ଅଧିକାର ଆଇନ୍ ଅନୁସାରେ ବିନା ପ୍ରବେଶିକା ପରୀକ୍ଷାରେ ପ୍ରଥମେ ଆସୁଥିବା ଛାତ୍ରମାନଙ୍କୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ସ୍କୁଲରେ ନାମ ଲେଖାଇବାକୁ ସୁଯୋଗ ଦିଆଯାଇଥାଏ ।

ଯାହାଫଳରେ ଅଧିକ ସଂଖ୍ୟାରେ ଛାତ୍ର ଏଠାରେ ନାମ ଲେଖାଇଥାନ୍ତି । ନାମ ଲେଖା ପରେ ଇଂରାଜୀ, ଗଣିତ ଓ ଓଡ଼ିଆରେ ସେମାନଙ୍କ ମଧ୍ୟରେ ଏକ ଲିଖିତ ପରୀକ୍ଷା କରାଯାଇ ସେମାନଙ୍କ ଦକ୍ଷତା ମପାଯାଇ ଦୁର୍ବଳ ଛାତ୍ରମାନଙ୍କୁ ସ୍କୁଲ୍ ଛୁଟି ପରେ ସମ୍ପୃକ୍ତ ବିଷୟ ଗୁଡ଼ିକରେ ବ୍ୟକ୍ତିଗତ କୋଚିଂ ଦିଆଯାଇ ସେମାନଙ୍କ ମାନ ଉନ୍ନତ କରାଯାଏ ।

ପ୍ରତ୍ୟେକ ଛାତ୍ରଙ୍କର ବ୍ୟକ୍ତିଗତ ଯତ୍ନ ନିଆଯାଉଛି । ଭଲ ମଣିଷ ହେବାକୁ ମୂଳଦୁଆ ଗଢିବା ଆଭିମୁଖ୍ୟ ନେଇ ଏହି ବିଦ୍ୟାଳୟରେ ଛାତ୍ରମାନଙ୍କୁ ଶିକ୍ଷା ପ୍ରଦାନରେ ନିୟୋଜିତ ଶିକ୍ଷକମାନଙ୍କ ନିଷ୍ଠା ଏବଂ ଉତ୍ସର୍ଗୀକୃତ ସେବା ବଜାୟ ରିହଛି । ଗରିବ ଛାତ୍ରମାନଙ୍କୁ ପାଠ ପଢା ପାଇଁ ସୁଯୋଗ ଦେବାଲାଗି ପ୍ରୋତ୍ସାହନମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

୧୯୮୪ ମସିହାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ବିଦ୍ୟାଳୟ ପାଇଁ ସରକାର ୧୦ଏକର ଜମି ଯୋଗାଇ ଦେଇଥିଲେ । ତାହା ପରଠାରୁ ବିଦ୍ୟାଳୟ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ନିଆଯାଇ ନାହିଁ ।

ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ ସହାୟତାରେ ବିଦ୍ୟାଳୟ ଚାଲିଛି ଏବଂ ଏହାର ପରିସରକୁ ଏକ ଉଚ୍ଚ ଆଦର୍ଶ ସ୍ଥାନୀୟ ଏବଂ ସୁନ୍ଦର ସବୁଜ ବଳୟ ପରିବେଷ୍ଟନୀ ମଧ୍ୟରେ ବାନ୍ଧି ରଖିଛି ବୋଲି ସେମାନେ
କହିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟିର ଅନ୍ୟତମ ସଦସ୍ୟ ପୂର୍ବତନ ପ୍ରଶାସକ ଦୁର୍ଗାମାଧବ ଦାସ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ

Filed Under: ଶିକ୍ଷା, ସଭା ସମିତି Tagged With: ଜଗନ୍ନାଥାନନ୍ଦ, ବିଦ୍ୟାଳୟ, ଶିବାନନ୍ଦ, ସାର୍ଟିଫିକେଟ୍

ଯୁବ ଜ୍ୟୋତିର୍ବିଜ୍ଞାନୀଙ୍କ ଇସ୍ରୋ ପରିଦର୍ଶନ ଯାତ୍ରା

May 8, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୮(ଓଡିଶା ଡଟ କମ) ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ’ (ୟାଟସ୍) ୨୦୧୪-୧୫ ବର୍ଷର ଶ୍ରେଷ୍ଠ ୨୦ ଜଣ ଯୁବ ବିଜେତାଙ୍କ ୭ ଦିନିଆ ଅହମଦାବାଦ୍ ଇସ୍ରୋ ମହାକାଶ ପ୍ରୟୋଗ ସଂସ୍ଥାନ (ଏସ୍ଏସି) ପରିଦର୍ଶନ ଯାତ୍ରାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ଭୁବନେଶ୍ୱରଠାରେ ଶୁକ୍ରବାର ଶୁଭାରମ୍ଭ କରିଛନ୍ତି ।

????????????????????????????????????

ରାଜ୍ୟ ସଚିବାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପତି ଯୁବ ଛାତ୍ରଛାତ୍ରୀଙ୍କୁ ତାଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଗସ୍ତ ସମୟରେ ମହାକାଶ ବିଜ୍ଞାନ ସମ୍ପର୍କରେ ଅଧିକରୁ ଅଧିକ ଜ୍ଞାନ ଆହରଣ କରିବାକୁ ଆହ୍ୱାନ କରିଛନ୍ତି ।

ଅନ୍ତରୀକ୍ଷ ବିଜ୍ଞାନ ତଥା ଜ୍ୟୋତିର୍ବିଜ୍ଞାନର କିମ୍ବଦନ୍ତୀ ପୁରୁଷ ପଠାଣି ସାମନ୍ତଙ୍କ ଅବଦାନକୁ ଲୋକପ୍ରିୟ କରିବା ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତରୀକ୍ଷ ଓ ଜ୍ୟୋତିର୍ବିଜ୍ଞାନ ସମ୍ପର୍କରେ ଆଗ୍ରହ ସୃଷ୍ଟି କରିବା ତଥା ସେମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ, ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଯୋଗରେ ୨୦୦୭ ମସିହାରୁ ଉକ୍ତ ପ୍ରତିଯୋଗିତାର ଆୟୋଜନ କରିଆସୁଛି ।

ଓଡ଼ିଶାର ଯୁବ ବୈଜ୍ଞାନିକ ପ୍ରତିଭାଙ୍କୁ ଆନ୍ତର୍ଜାତୀୟ ସ୍ତରର ମଂଚ ପ୍ରଦାନ କରିବା ଲକ୍ଷ୍ୟରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଅଷ୍ଟମରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବହୁସ୍ତରୀୟ ପ୍ରତିଯୋଗତା ପରେ ପ୍ରତ୍ୟେକ ବର୍ଷ ୨୦ ଜଣ ବିଜେତାଙ୍କୁ ଚୟନ କରାଯାଇ ଇସ୍ରୋର ବିଭିନ୍ନ କେନ୍ଦ୍ରକୁ ପରିଦର୍ଶନ ଯାତ୍ରା ନିମନ୍ତେ ପ୍ରେରଣ କରାଯାଉଛି ।

ଏହି ଯୁବ ଛାତ୍ରଛାତ୍ରୀମାନଙ୍କୁ ଏଥର ଅହମଦାବାଦ୍ ଗସ୍ତରେ ପ୍ରସିଦ୍ଧ ଇସ୍ରୋ ମହାକାଶ ପ୍ରୟୋଗ ସଂସ୍ଥା (ଏସ୍ଏସି) ବ୍ୟତୀତ ସାଇନ୍ସ ସିଟି ପରିଦର୍ଶନ କରିବା ସହିତ ଉଭୟ ସ୍ଥାନରେ ବରିଷ୍ଠ ବୈଜ୍ଞାନିକଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ ।

ଏହି ଅବସରରେ ରାଜ୍ୟ ଉନ୍ନୟନ କମିଶନର ଓ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ଉପେନ୍ଦ୍ର ନାଥ ବେହେରା, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବ ଶ୍ରୀ ସି.ଜେ ବେଣୁଗୋପାଳ, ପଠାଣି ସାମନ୍ତ ପ୍ଲାନେଟାରିୟମ୍ ନିର୍ଦ୍ଦେଶକ ଶ୍ରୀ ୱିଲିୟମ୍ ବିଲୁଙ୍ଗ୍, ଉପ-ନିର୍ଦ୍ଦେଶକ ଶ୍ରୀ ଶୁଭେନ୍ଦୁ ପଟ୍ଟନାୟକ, ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପର ଭାଇସ ପ୍ରେସିଡେଂଟ ଶ୍ରୀ ଅରୁଣ ମିଶ୍ର ଓ ଭୁବନେଶ୍ୱରର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଶ୍ରୀ ମଣିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଛାତ୍ରଛାତ୍ରୀଙ୍କୁ ତାଙ୍କୁ ଗସ୍ତ ପାଇଁ ଶୁଭେଚ୍ଛା ଜଣାଇବା ସହ ଶ୍ରୀ ମିଶ୍ର ତାଙ୍କୁ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ନିଜ ଓ ଦେଶର ସମ୍ମାନ ବଢାଇବାକୁ ପରାମର୍ଶ ଦେଇଥିଲେ ।

ରାଜ୍ୟର ବିଭିନ୍ନ ସ୍ଥାନ ଯଥା କନ୍ଧମାଳ, ଜୟପୁର, କେନ୍ଦୁଝର ଓ ଝାରସୁଗୁଡ଼ାରୁ ଚୟନ ହୋଇଥିବା ୧୫ ଜଣ ବାଳକ ଓ ୫ଜଣ ବାଳିକାଙ୍କ ସମେତ ତାଙ୍କ ଗାଇଡ୍ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଟାଟା ଷ୍ଟିଲର ଜଣେ ଅଧିକାରୀ ପଠାଣି ସାମନ୍ତ ପ୍ଲାନେଟାୟିମ୍ ଉପ ନିର୍ଦ୍ଦେଶକ ଶ୍ରୀ ଶୁଭେନ୍ଦୁ ପଟ୍ଟନାୟକଙ୍କ ନେତୃତ୍ୱରେ ୯ରୁ ୧୫ ମଇ ମଧ୍ୟରେ ଅହମଦାବାଦ୍ କୁ ସପ୍ତାହେ ପାଇଁ ପରିଦର୍ଶନ ଯାତ୍ରା ନିମନ୍ତେ ଯାଉଛନ୍ତି ।

ଓଡ଼ିଶାର ୮ଟି ଜୋନ୍ ଯଥା ବେଲପାହାଡ, କେନ୍ଦୁଝର, ବାଲେଶ୍ୱର, ଯୋଡ଼ା, ଯାଜପୁର, ଭୁବନେଶ୍ୱର, ବ୍ରହ୍ମପୁର ଓ ଜୟପୁରରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରାୟ ୮୦୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବାବେଳେ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୨୦ଜଣଙ୍କୁ ଚୟନ କରାଯାଇଥିଲା ।

ଦୀର୍ଘ ୬ ମାସ ଧରି ଚାଲୁଥିବା ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ଡିସେମ୍ବର ୧୩ ତାରିଖରେ ପଠାଣି ସାମନ୍ତଙ୍କ ଜନ୍ମଦିନ ଅବସରରେ ସମ୍ମାନିତ କରାଯାଇଥାଏ । ଏ ବର୍ଷ ୨୦ଜଣଙ୍କୁ ‘ମୋ ଦୃଷ୍ଟିରେ ମହାକାଶକୁ ମାନବର ଅଭିଯାନ’ ଉପରେ ତାଙ୍କ ମଡେଲ ପ୍ରଦର୍ଶନ ଅଧାରରେ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଚୟନ କରାଯାଇଥିଲା ।

ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ଜ୍ୟୋତିର୍ବିଜ୍ଞାନୀ, ଟାଟା ଷ୍ଟିଲ, ପଠାଣି ସାମନ୍ତ ପ୍ଲାନେଟାରିୟମ୍

ସୃଷ୍ଟି ସାହୁ ସିବିଏସ୍ଇ ଉଡାଣରେ ଦେଶରେ ପ୍ରଥମ

May 8, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୮ (ଓଡିଶା ଡଟ କମ ) ଭୁବନେଶ୍ଵରର ଚନ୍ଦ୍ରଶେଖରପୁରରେ ଥିବା ଡିଏଭି ପବ୍ଲିକ ସ୍କୁଲର ଦ୍ଵାଦଶ ଶ୍ରେଣୀ ଛାତ୍ରୀ ସୃଷ୍ଟି ସାହୁ ସଦ୍ୟ ଘୋଷିତ ଜେଇଇ (ମେନ୍ସ ) ପରୀକ୍ଷାରେ ସିବିଏସ୍ଇ ଉଡାଣ ତରଫରୁ ପରୀକ୍ଷା ଦେଇଥିବା ଛାତ୍ରୀଙ୍କ ମଧ୍ୟରେ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଦଖଲ କରିଛନ୍ତି ।

ପ୍ରତିଭାବାନ ମେଧାବୀ ଛାତ୍ରୀଙ୍କୁ ସ୍ଵତନ୍ତ୍ର ପଦ୍ଧତିରେ ଚୟନ କରି ସେମାନଙ୍କୁ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ଗତ ବର୍ଷ ଠାରୁ ସିବିଏସ୍ଇ ଏହି ଅଭିନବ ଉଡାଣ କାର୍ଯ୍ୟକ୍ରମ ଆରମ୍ଭ କରିଛି ।

SRUSTY SAHOOସମଗ୍ର ଦେଶରେ ଉଭୟ ଏକାଦଶ ଓ ଦ୍ଵାଦଶ ଶ୍ରେଣୀରୁ ପ୍ରାୟ ଏକ ହଜାର ଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମ ରେ ବୈଷୟିକ ସହାୟତା ସହ ପାଠ୍ୟସାମଗ୍ରୀ ଓ ସମସ୍ତ ଆନୁଷଙ୍ଗିକ ସହାୟତା ଯୋଗାଇ ଦିଆଯାଇଥିଲା ।

ନଭେମ୍ବର ୨୦୧୪ରୁ ଏହି କାର୍ଯ୍ୟକ୍ରମ ସମଗ୍ର ଦେଶରେ ଆରମ୍ଭ ହୋଇ ମାର୍ଚ ୨୦୧୫ ରେ ସରିଥିଲା । ତନ୍ମଧ୍ୟରୁ ଦ୍ଵାଦଶ ଶ୍ରେଣୀର ୩୫୯ ଜଣ ଜେଇଇ ମେନ ପଋକ୍ଷ ଦେଇଥିଲେ ଓ ୧୧୪ ଜଣ କୃତିତ୍ଵର ସହ ଉତୀର୍ଣ୍ଣ ହୋଇଛନ୍ତି ।

ଓଡିଶା ପାଇଁ ଡିଏଭି ଚନ୍ଦ୍ରଶେଖରପୁର ଷ୍ଟଡି ସେନ୍ଟର ତଥା ନୋଡାଲ କେନ୍ଦ୍ର ଭାବେ ମନୋନୀତ ହୋଇଥିବା ବେଳେ ଏଠାରୁ ପରୀକ୍ଷା ଦେଇଥିବା ଛଅ ଜଣ ଛାତ୍ରୀ ସଫଳତା ହାସଲ କରିଥିବା ସ୍କୁଲ କତ୍ତୃପକ୍ଷ ଓଡିଶା ଡଟ୍ କମ୍ କୁ ସୂଚନା ଦେଇଛନ୍ତି ।

ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ଉଡାଣ, ଚନ୍ଦ୍ରଶେଖରପୁର, ଡିଏଭି ପବ୍ଲିକ ସ୍କୁଲ, ସିବିଏସ୍ଇ

ମାଟ୍ରିକ ପରୀକ୍ଷା ଫଳ, ପାସ ହାର ୮୨.୫୬ ପ୍ରତିଶତ

May 6, 2015 by News Bureau Leave a Comment

ଓଡିଶା ଡଟକମ ସଂବାଦ ଦାତା

କଟକ , ମଇ ୬ (ଓଡିଶା ଡଟ କମ) ବୁଧବାର ରାଜ୍ୟ ମାଧ୍ୟମିକ ଶିକ୍ଷାପରିଷଦ ମେଟ୍ରିକ ବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ଘୋଷଣା କରିଥିବା ବେଳେ ଚଳିତ ବର୍ଷ ପାସ ହାର ୮୨.୫୬ ପ୍ରତିଶତ ରହିଥିବା ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କାହିଛନ୍ତି ।

ଫେବ୍ରୁୟାରୀ ତେଇଶ ରୁ ମାର୍ଚ ନଅ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ପ୍ରାୟ ୫୯୨୦୦୦ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ସେମାଙ୍କ ମଧ୍ୟରୁ ୪,୯୧,୯୫୯ ଜଣ ପାସ ହୋଇଥିବା ସେ କାହିଛନ୍ତି ।ତେବେ ୨୦୧୪ ରେ ୭୮.୯୫ ପ୍ରତିଶତ ପାସହାର ଥିବାବେଳେ ୨୦୧୫ ରେ ପାସହାର ବୃଦ୍ଧି ପାଇ ୮୨.୫୬ ପ୍ରତିଶତ ହୋଇଛି ।

୧୪୭୩ ଛାତ୍ର ଛାତ୍ରୀ ଏ-ଗ୍ରେଡ ରଖିଥିବା ବେଳେ ୧୬୦୨୧ଜଣ ଏ ଟୁ -ଗ୍ରେଡରେ , ୪୬୬୮୮ଜଣ ବି ୱାନ -ଗ୍ରେଡରେ , ୪୩୧୯୪ଜଣ ବି ଟୁ -ଗ୍ରେଡରେ , ୧,୧୦,୩୩୭ଜଣ ସି-ଗ୍ରେଡରେ , ୧,୨୧,୨୯୨ଜଣ ଡି-ଗ୍ରେଡରେ ଓ ୭୨,୯୫୪ଜଣ ଇ-ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ପୂର୍ବ ବର୍ଷ ୨୫ ଟି ସ୍କୁଲରେ କେହି ପାସ କରିନଥିବା ବେଳେ ଚଳିତ ବର୍ଷ ୧୪ଟି ସ୍କୁଲରେ କେହି ପାସ କରିନାହାନ୍ତି । ବରଗଡ ଜିଲ୍ଲାରେ ପାସ ପ୍ରତିଶତ ହାର ସବୁଠାରୁ କମ ଥିବା ବେଳେ ୯୧.୫୮ ପ୍ରତିଶତ ପାସ ହାର ରାଖି ବାଲେଶ୍ଵର ଜିଲ୍ଲା ସବୁ ଠାରୁ ଶୀର୍ଷରେ ରହିଛି ।

ଓଡିଶା ଡଟକମ

Filed Under: ଶିକ୍ଷା Tagged With: ୨୦୧୫, ଦଶମ ଶ୍ରେଣୀ, ପରୀକ୍ଷା ଫଳ, ମେଟ୍ରିକ

ଏସ ଏମ ଏସ, ଇମେଲରେ ମାଟ୍ରିକ ବୋର୍ଡ ପରୀକ୍ଷା ଫଳ

May 5, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୫ (ଓଡିଶା ଡଟ କମ) ବୁଧବାର ସକାଳ ଦଶଟା ତିରିଶରେ ପ୍ରକାଶ ପାଇବାକୁ ଯାଉଥିବା  ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଫଳ ଛାତ୍ର ଛାତ୍ରୀମାନେ ୱେବସାଇଟ,  ଏସ ଏମ ଏସ ଓ ଇମେଲ ରେ ଦିନ ଦୁଇଟା ପରେ ପାଇ ପାରିବେ ।

ଦିନ ଦୁଇଟାରେ ପରୀକ୍ଷା ଫଳ www.bseodisha.nic.in , http://orissaresults.nic.in , www.prestigeresults.in , www.knowyourresult.in , www.exametc.in , www.indiaresults.com, www.bharatstudent.com, www.jagranjosh.com,   www.examresults.net , www.orissaeducation.net ଓ  http://results.orissaeducation.net ରେ ଉପଲବ୍ଧ ହେବ । ଏସ ଏମ ଏସ ଓ ଇମେଲ ଜରିଆରେ ମଧ୍ୟ ଛାତ୍ର ଛାତ୍ରୀ ମାନେ ତାଙ୍କ ପରୀକ୍ଷା ଫଳ ଜାଣି ପାରିବେ ।

ଏସ ଏମ ଏସ ରେ ପରୀକ୍ଷା ଫଳ ପାଇବା ପାଇଁ  ଛାତ୍ର ଓ ଛାତ୍ରୀ ମାନଙ୍କୁ  RESULT<space>OR10<space>ROLL NUMBER ଲେଖି 56263 କୁ ପଠାଇବାକୁ ପଡିବ  । ସେମାନେ ORI 10 space roll number ଲେଖି 58888 କୁ ପଠାଇ ପରୀକ୍ଷା ଫଳ ଯାନୀ ପାରିବେ ।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦୁଇଟି ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କର ଯାଇଛି ସେ ଗୁଡିକ ହେଲା  0671- 2412059 , ଓ 0671-2412060 ।

ସେହି ପରି ଛାତ୍ର ଛାତ୍ରୀ  www.examresults.net ୱେବସାଇଟ କୁ ଯାଇ ନିଜକୁ ପଞ୍ଜୀକୃତ କରି ପରୀକ୍ଷା ଫଳ ଇମେଲରେ ପାଇ ପାରିବେ ।

ଏହା ବ୍ୟତୀତ ମାଧ୍ୟମିକ ଶିକ୍ଷା ପରିଷଦସହଭାଗିତାରେ ନିଜ ୱେବସାଇଟରେ ଫଳ ପ୍ରକାଶ କରୁଥିବା ପୁନେର ଇଣ୍ଡିଆ ଏଜୁକେଶନ ଡଟ ନେଟ ପ୍ରକାଶ କରିଛି ଯେ   www.ExamResults.net ୱେବସାଇଟ ଏହି ପରୀକ୍ଷା ଫଳ ସମ୍ପର୍କିତ ଏକ ମୋବାଇଲ ଆପ୍ଲିକେଶନ www.odishaonline.in ୱେବସାଇଟ ସହଯୋଗରେ ତିଆରି କରିଛି ।

ଛାତ୍ର ଛାତ୍ରୀ ନିଜ ସ୍ମାର୍ଟ ଫୋନ ରେ ଏହି ଆପ୍ଲିକେଶନ ଗୁଗୁଲ ପ୍ଲେ ଷ୍ଟୋର  ରୁ  କରି କିମ୍ବା   www.odishaonline.in ୱେବସାଇଟରୁ ଡାଉନଲୋଡ କରି ନିଜ ପରୀକ୍ଷା ଫଳ ଜାଣି ପାରିବେ ।

ଓଡିଶା ଡଟ କମ

 

Filed Under: ଶିକ୍ଷା Tagged With: ଓଡିଶା, ଦଶମ ଶ୍ରେଣୀ, ପରୀକ୍ଷା ଫଳ, ମାଟ୍ରିକ

ଅପ୍ରାକୃତିକ ଯୌନ କ୍ରିୟା: ଓୟୁଏଟି ପ୍ରଫେସରଙ୍କ ବିରୁଦ୍ଧରେ ଚାରୋଟି ମାମଲା

May 4, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୪ (ଓଡିଶା ଡଟ କମ) କେତେକ ଛାତ୍ରଙ୍କ ସହ ବଳପୂର୍ବକ ଅପ୍ରାକୃତିକ ଯୌନକ୍ରିୟା କରିଥିବା ଅଭିଯୋଗ ପରେ ଭୁବନେଶ୍ୱର ସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟର (ଓୟୁଏଟି) ଜଣେ ସହ ପ୍ରାଧ୍ୟାପକଙ୍କ ବିରୁଦ୍ଧରେ ଚାରୋଟି ମାମଲା ରୁଜୁ କରିଥିବା ପୁଲିସ ସୋମବାର କହିଛି ।

ସେଠାରେ ପଢୁଥିବା ସାତ ଜଣ ଛାତ୍ର ତାଙ୍କ ଉପରେ ଯୌନ ଉତ୍ପୀଡନ ହୋଇଥିବା ଗତ ମାସ ଆଠ ତାରିଖରେ ଅଭିଯୋଗ କଲା ପରେ ବିଶ୍ୱବିଦ୍ୟାଳୟ ଏହାର ତଦନ୍ତ ପାଇଁ ଏକ କମିଟି ନିଯୁକ୍ତି କରିଥିଲା । କମିଟିର ରିପୋର୍ଟ ଆଧାରରେ ରସାୟନ ବିଦ୍ୟା ବିଭାଗର ସହ ପ୍ରାଧ୍ୟାପକ ପ୍ରଦୀପ ଜେନାଙ୍କୁ ନିଲମ୍ବିତ କରା ଯାଇଥିଲା ।

ଯଦିଓ ସହ ପ୍ରାଧ୍ୟାପକଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ଦେବା ନେଇ କୌଣସି ପ୍ରମାଣ ମିଳି ନ ଥିଲା, ତେବେ ସେ ପରୀକ୍ଷା ସମୟରେ କପି କରିବାକୁ ସୁଯୋଗ ଦେବା ଓ କିଛି ଛାତ୍ରଙ୍କୁ ବାଡେଇବା ସପକ୍ଷରେ ଆପାତତଃ ପ୍ରମାଣ ମିଳିବାରୁ ତାଙ୍କୁ ଶୁକ୍ରବାର ନିଲମ୍ବିତ କରାଯାଇଥିଲା ।

ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ସ୍ଥାନୀୟ ଖଣ୍ଡଗିରି ଥାନାକୁ ଘଟଣାର ତଦନ୍ତ ପାଇଁ ଅନୁରୋଧ କଳା ପରେ ପୁଲିସ ଜେନାଙ୍କ ବିରୁଦ୍ଧରେ ଚାରୋଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଓଡିଶା ଡଟ କମ

Filed Under: ଅପରାଧ, ଶିକ୍ଷା Tagged With: ଓୟୁଏଟି, ଛାତ୍ର, ଯୌନ ଉତ୍ପୀଡନ, ସହ ପ୍ରାଧ୍ୟାପକ

କେନ୍ଦ୍ରୀୟ ବିଦ୍ୟାଳୟରେ ପିଛିଲା ବର୍ଦ୍ଧିତ ସ୍କୁଲ ଫି ଆଦାୟକୁ ବିରୋଧ

May 3, 2015 by News Bureau Leave a Comment

ଓଡିଶା ଡଟକମ ସଂବାଦ ଦାତା

ଭୁବନେଶ୍ୱର,ମଇ ୩ (ଓଡିଶା ଡଟ କମ), ୨୦୧୦ରେ ହୋଇଥିବା ସ୍କୁଲ ଫି ବୃଦ୍ଧିକୁ ନିକଟରେ ହାଇକୋର୍ଟ ଯଥାର୍ଥ ଦର୍ଶାଇବା ପରେ କେନ୍ଦ୍ରୀୟ ବିଦ୍ୟାଳୟ କତ୍ତୃପକ୍ଷ ପିଛିଲା ତାରିଖରୁ ଛାତ୍ର ଛାତ୍ରୀଙ୍କୁ ତାହା ଏକ କାଳୀନ ପଇଠ କରିବା ଓ ବର୍ଦ୍ଧିତ ସ୍କୁଲ ଫି ନିୟମିତ ଦାଖଲ ପାଇଁ ଦେଇଥିବା ନିର୍ଦ୍ଦେଶକୁ ଅଭିଭାବକ ମାନେ ବିରୋଧ କରିଛନ୍ତି ।

ପୂର୍ବରୁ ପ୍ରଥମରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ଜଣ ପିଛା ମାସିକ ୧୬୦ ଟଙ୍କା ଦେଉଥିବା ବେଳେ ଚତୁର୍ଥ ଶ୍ରେଣୀର ଛାତ୍ରଛାତ୍ରୀ ମାସିକ ୧୮୦ ଟଙ୍କା ଦେଉଥିଲେ । ଏବେ ସେମାନଙ୍କୁ ଏହାର ଦୁଇ ରୁ ତିନି ଗୁଣ ପର୍ଯ୍ୟନ୍ତ ପଇଠ କରିବାକୁ ପଡିବ ।

ଠିକ ସେହିପରି ସବୁ ଛାତ୍ର ଛାତ୍ରୀଙ୍କୁ ପିଛିଲା ତାରିଖରୁ ବର୍ଦ୍ଧିତ ଫି ଦେବାକୁ କୁହାଯାଇଥିବାରୁ ଜଣେ ଜଣେ ଦଶ ହଜାରରୁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ବାଧ୍ୟ ହେବେ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।ଏହାର ବିରୋଧ କରି ସେମାନେ ରାମ ମନ୍ଦିର ନିକଟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ମଞ୍ଚେଶ୍ୱରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଶତାଧିକ ଅଭିଭାବକ ପ୍ରାୟ ୮ଘଣ୍ଟା ଧରି ଶନିବାର ଦିନ ଧାରଣାରେ ବସି ରହିଥିଲେ ।

ପରେ ପୋଲିସ ସହାୟତାରେ ଡେପୁଟି କମିଶନର ଅଭିଭାବକ ସଂଘକୁ ଆଲୋଚନା ପାଇଁ ଡକାଇ କେନ୍ଦ୍ରୀୟ ବିଦ୍ୟାଳୟ ୧ ର ଅଭିଭାବକ ସଂଘର ଉପାଧ୍ୟକ୍ଷ ସାମ୍ବାଦିକ ଗିରିଜା ଶଙ୍କର ଦାଶ, ଦାମୋଦର ମଲ୍ଲିକ, ଆଡଭୋକେଟ ଅଶ୍ୱିନୀ ପ୍ରଧାନ, ବ୍ରଜକିଶୋର ପାତ୍ର, ଦୀପକ ମିଶ୍ର, ପ୍ରଭାତି ଦାଶ, ପ୍ରଶାନ୍ତ ସ୍ୱାଇଁଙ୍କ ସମେତ ୯ଜଣଙ୍କ ସହ ଆଲୋଚନା କରିଥିଲେ ।

ଅଭିଭାବକ ସଂଘ ଅଦାଲତରେ ରାୟର ପୁନର୍ବିଚାର ପାଇଁ ଏକ ରିଭ୍ୟୁ ପିଟିସନ ଦାଖଲ କରିବେ ବୋଲି କହିଛନ୍ତି ।

ଓଡିଶା ଡଟ କମ

Filed Under: ଶିକ୍ଷା Tagged With: କେନ୍ଦ୍ରୀୟ ବିଦ୍ୟାଳୟ, ଛାତ୍ରଛାତ୍ରୀ, ବିରୋଧ

ଛାତ୍ରଙ୍କୁ ଯୌନ ଉତ୍ପୀଡନ ଦେବା ଅଭିଯୋଗରେ ଓୟୁଏଟି ପ୍ରଫେସର ନିଲମ୍ବିତ

May 1, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧ (ଓଡିଶା ଡଟ କମ) କେତେକ ଛାତ୍ରଙ୍କୁ ଯୌନ ଉତ୍ପୀଡନ ଦେଇଥିବା ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟର (ଓୟୁଏଟି) ଜଣେ ସହ ପ୍ରାଧ୍ୟାପକଙ୍କୁ କତ୍ତୃପକ୍ଷ ଶୁକ୍ରବାର ନିଲମ୍ବିତ କରିଛନ୍ତି।

ସେଠାରେ ପଢୁଥିବା ସାତ ଜଣ ଛାତ୍ର ତାଙ୍କ ଉପରେ ଯୌନ ଉତ୍ପୀଡନ ହୋଇଥିବା ଗତ ମାସ ଆଠ ତାରିଖରେ ଅଭିଯୋଗ କଲା ପରେ ବିଶ୍ୱବିଦ୍ୟାଳୟ ଏହାର ତଦନ୍ତ ପାଇଁ ଏକ କମିଟି ନିଯୁକ୍ତି କରିଥିଲା । କମିଟିର ରିପୋର୍ଟ ଆଧାରରେ ରସାୟନ ବିଦ୍ୟା ବିଭାଗର ସହ ପ୍ରାଧ୍ୟାପକ ପ୍ରଦୀପ ଜେନାଙ୍କୁ ନିଲମ୍ବିତ କରା ଯାଇଥିବା, ବିଶ୍ଵବିଦ୍ୟାଳୟର ଜଣେ ମୁଖପାତ୍ର କହିଛନ୍ତି ।

ଯଦିଓ ସହ ପ୍ରାଧ୍ୟାପକଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ଦେବା ନେଇ କୌଣସି ପ୍ରମାଣ ମିଳିନାହିଁ, ତେବେ ସେ ପରୀକ୍ଷା ସମୟରେ କପି କରିବାକୁ ସୁଯୋଗ ଦେବା ଓ କିଛି ଛାତ୍ରଙ୍କୁ ବାଡେଇବା ସପକ୍ଷରେ ଆପାତତଃ ପ୍ରମାଣ ମିଳିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଯୌନ ଉତ୍ପୀଡନର ତଦନ୍ତ ପାଇଁ ପୁଲିସକୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି ।

ଓଡିଶା ଡଟ କମ

Filed Under: ଅପରାଧ, ଶିକ୍ଷା Tagged With: ଓୟୁଏଟି, ଛାତ୍ର, ପ୍ରଫେସର, ଯୌନ ଉତ୍ପୀଡନ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Go to page 6
  • Go to page 7
  • Go to Next Page »

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)
  • ଆଶା କରୁଛି ଭବିଷ୍ୟତରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠତାର ଶୀର୍ଷରେ ପହଞ୍ଚିବ: ରାଷ୍ଟ୍ରପତି
  • ରଥଯାତ୍ରା ସମ୍ପର୍କରେ କେତୋଟି ଅନାଲୋଚିତ ତଥ୍ୟ
  • ରାସ୍ତାକଡ଼ରେ ଗଛ ଲଗାଇ ଉଦାହରଣ ସୃଷ୍ଟି କରିଛନ୍ତି ଅବସରପ୍ରାପ୍ତ ସାମରିକ କର୍ମଚାରୀ

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା