• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଆଦିବାସୀ

ଯାଜପୁର: ଦୁଇ ଲକ୍ଷ ଆଦିବାସୀଙ୍କ ଭୋଟ୍ ବର୍ଜନ ନିଷ୍ପତି

January 30, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

ଯାଜପୁର, ଜାନୁୟାରୀ ୩୧(ଓଡ଼ିଶା ଡ଼ଟ୍ କମ୍) ଜଙ୍ଗଲ ଆଇନ-୨୦୦୬ର ଉଲଂଘନ ତଥା ସେମାନଙ୍କୁ ଶବର ସମ୍ପ୍ରଦାୟରେ ସାମିଲ କରାଯାଉନଥିବାରୁ ଯାଜପୁର ତଥା ଏହାର ଆଖପାଖ ଅଂଚଳର ପ୍ରାୟ ଦୁଇ ଲକ୍ଷରୁ ଉଦ୍ଧ୍ୱର୍ ଆଦିବାସୀ ଆସନ୍ତା ପଂଚାୟତ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି ।

ବିଭାଗୀୟ କର୍ତୃପକ୍ଷ ଜାଣିଶୁଣି ଜମି ରେକର୍ଡ଼ ତଥା ଅନ୍ୟାନ୍ୟ କାଗଜପତ୍ରରେ “ଶର’ ସଂପ୍ରାୟ ଭାବରେ ର୍ଶାଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ବହୁଦିନରୁ ଜମିରେ ଚାଷ କରିଆସୁଥିଲେ ମଧ୍ୟ ପ୍ରଶାସନ ଜଙ୍ଗଲ ଜମି ଅଧିକାର ଆଇନରେ ସେମାନଙ୍କ
ନାମ ଏହି ସଂପ୍ରାୟରେ ସାମିଲ କରୁନଥିବାରୁ ନୀଳମାଧବ ଅିବାସୀ ସଂଘ ପକ୍ଷରୁ ଆଦିବାସୀମାନେ ଏକତ୍ରିତ ହୋଇ ପ୍ରଶାସନର ନିଷ୍ପତି ବିରୁଦ୍ଧରେ ଲଢେଇ କରିଆସୁଛନ୍ତି ।

“ପ୍ରଶାସନ ତଥା ବିଭିନ୍ନ ରାଜନୈତିକ ଦଳ ଆମର ଏକତାକୁ ଭାଙ୍ଗିବାକୁ ପ୍ରୟାସ କରୁଛନ୍ତି କିନ୍ତୁ ଆମେ ଭୋଟ୍ ଦେବୁ ନାହିଁ ବୋଲି ଦୃଢ ଭାବେ ନିଷ୍ପତି ନେଇଛୁ” ଆଦିବାସୀ ନେତା କୁଶ ନାୟକ କହିଛନ୍ତି ।

ବିଭିନ୍ନ ଦଳରେ ଯୋଗ ଦେଇଥିବା କେତେକ ଆଦିବାସୀ ନେତା ମଧ୍ୟ ଦଳ ଛାଡ଼ି ଆମସହ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ନ୍ୟାୟ ପାଇଁ ଲଢେଇ କରୁଥିବା ଆସିବାସୀଙ୍କୁ ସମର୍ଥନ ପାଇଁ କୌଣସି ରାଜନୈତିକ ଦଳ ଆଗେଇ ଆସିନାହାନ୍ତି, ସେ କହିଛନ୍ତି ।

“ଭାରତର ସମ୍ବିଧାନ ଅନୁସାରେ ଆମେ “ଶବର” ସଂପ୍ରଦାୟର, କିନ୍ତୁ ଆମ ଜମି ବେଆଇନ ଭାବେ ହାତେଇବା ପାଇଁ କେତେକ ଅଫିସର ତଥା ରାଜନୈତିକ ବ୍ୟକ୍ତି ଜମି କାଗଜପତ୍ରରେ “ଶବର” ବୋଲି ଉଲ୍ଲେଖ କରିଛନ୍ତି” ଆଦିବାସୀ ନେତା କୈଳାଶ ଦେଉରୀ କହିଛନ୍ତି ।

ଆଇନ ଅନୁଯାୟୀ ଜଣେ ଅଣ ଆଦିବାସୀ ବ୍ୟକ୍ତି କର୍ତୃପକ୍ଷଙ୍କ ବିନା ଅନୁମତିରେ ଆଦିବାସୀଙ୍କ ଜମି କିଣି ପାରିବ ନାହିଁ, ତେଣୁ ଆମକୁ “ଶବର” ଦର୍ଶାଇ ଜମି ହାତେଇବାରେ ସେମାନେ ସଫଳ ହେଉଛନ୍ତି, ସେ କହିଛନ୍ତି ।

ଆମକୁ “ଶବର” ସଂପ୍ରଦାୟରେ ସାମିଲ କରିବା ପାଇଁ ବହୁବାର ସରକାରଙ୍କ ନିକଟରେ ଦାବି କରିଆସିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ସେ କହିଛନ୍ତି ।

କେତେକ ଲୋକ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ୍ ନବୋକୁ ନିଷ୍ପତି ନେଇଥିବା ଜଣାପଡ଼ିଛି, ତେବେ ଭୋଟ୍ ଦେବା ପାଇଁ ସେମାନଙ୍କୁ କୁହାଯିବ ବୋଲି ଜିଲ୍ଲାପାଳ ଅନୀଲ ସାମଲ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଆଦିବାସୀ, ନିର୍ବାଚନ

ଶୁଳିଆ ଯାତ୍ରା ପାଇଁ ତିନି ଖଳାରେ ୧୪୪ ଜାରି

December 26, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର,ଡ଼ିସେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁଡ଼ାରେ ହେବାକୁ ଥିବା ଶୁଳିଆ ଯାତ୍ରା ପାଇଁ ବଡ଼ଖଳା, ସାନଖଳା ଓ ନୂଆଖଳାରେ ୧୪୪ ଧାରା ଲାଗୁ କରାଯାଇଛି ।

ମଙ୍ଗଳବାର ହେଉଥିବା ଆଦିବାସୀଙ୍କ ଏହି ଯାତ୍ରା ପୀଠରେ ପଶୁବଳିକୁ ବନ୍ଦ କରିବା ପାଇଁ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଶୁଲିଆ ପୀଠରେ ପୂଜା କାର୍ଯ୍ୟ କରୁଥିବା ୨୨ ଜଣ ପୂଜକ ଓ ଦେହୁରୀ ମାନଙ୍କ ନାଁରେ ୧୦୭ ଧାରା ଲାଗୁ କରାଯାଇଛି ।

ଉକ୍ତ ସ୍ଥାନ ଗୁଡ଼ିକରେ ସୋମବାର ଠାରୁ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ୩ ଜଣ ଡିଏସ୍ପି, ୪ଜଣ ଇନ୍ସପେକ୍ଟର, ୮ଜଣ ଏସ୍ଆଇ,୧୭ଜଣ ଏଏସ୍ଆଇ, ୫ପ୍ଲାଟୁନ ପୋଲିସ ଫୋର୍ସ ଓ ୧୨୦ ଜଣ ହୋମଗାର୍ଡ଼ଙ୍କୁ ମୁତୟନ କରାଯାଇଛି ।

ଏହି ଯାତ୍ରାରେ ପଶୁବଳି ସଂପୂର୍ଣ୍ଣ ବନ୍ଦ କରିବାକୁ ହାଇକୋର୍ଟ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଆଦିବାସୀ, ଶୁଳିଆ ଯାତ୍ରା

ପ୍ରୋତ୍ସାହନ ଅନୁଦାନ ପାଇବାକୁ ଓଡ଼ିଶା ଯୋଗ୍ୟ ବିବେଚିତ

November 29, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ଆଦିବାସୀ ଉପ-ଯୋଜନା ଅଂଚଳରେ ବିଭିନ୍ନ ଜୀବିକା ପ୍ରକଳ୍ପର କାର୍ଯ୍ୟକାରିତା କରାଯାଉଥିବାରୁ ଓଡ଼ିଶା ପ୍ରୋତ୍ସାହନ ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି ।

ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଠାରୁ ଏବାବରେ ୨୨ କୋଟି ଟଙ୍କା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଜାତି କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ କୁହାଯାଇଛି ।

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରାଆଦିବାସୀ ମାନଙ୍କର ରୋଜଗାର ବଢାଇବା ପାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଂଚଳ ମାନଙ୍କରେ ଅନେକ ଜୀବିକା ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ।

ପିନପରିବା ଚାଷ ଓ ଉପଯୁକ୍ତ ସଂରକ୍ଷଣ ଓ ବଜାର ବ୍ୟବସ୍ଥା ଦ୍ୱାରାଚାଷୀର ରୋଜଗାର ବଢାଇବା ପାଇଁ ଆଇଟିଡ଼ିଏ ଅଂଚଳରେ ୨୭ଟି ସ୍ଥାନରେ ସୁବିଧାସୁଯୋଗର ବିକାଶ ନିମନ୍ତେ ପକ୍ଷେପ ନିଆଯାଇଥିବା ବୈଠକରେ କୁହାଯାଇଛି ।

ସେହିପରି ରାଜ୍ୟର ୭ଟି ଜନଜାତି ବହୁଳ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ଜନଜାତି ସଶକ୍ତିକରଣ ଓ ଜୀବିକା ପ୍ରକଳ୍ପ ଅଂଚଳର ୧୦୪୨ଟି ଗାଁରେ ୫୪୦ ଜଣ କମ୍ୟୁନିଟି ରିସୋର୍ସ ପର୍ସନଙ୍କୁ ନିଯୁକ୍ତି ଦିଆଯାଇଛି ।

ସେହିପରି ଘରବାଡ଼ିରେ କୃଷି, ଉ୍ୟାନ କୃଷି ଏବଂ ଜଙ୍ଗଲ ଜାତ ସାମଗ୍ରୀର ମିଶ୍ରିତ ଚାଷ ପାଇଁ ଆଦିବାସୀ ଅଂଚଳରେ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ।

୬୫୦୦ ଏକର ଜମିରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତମାନ ସୁଦ୍ଧା ୧୬୦୦ ଏକର ଜମିରେ ଏହି ମିଶ୍ରିତ ଚାଷ ଆରମ୍ଭ କରାଯାଇଥିବା ସୂଚନା ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଆଦିବାସୀ

୨୦ ନଭେମ୍ବର ରବିବାର ୨୦୧୧ ଫୁଲବାଣୀରେ ଆୟୋଜିତ ଆଦିବାସୀ ସମାବେଶରେ ଯୋଗ ଦେଇଥିବା ମହିଳାମାନେ ।

November 20, 2011 by ଓଡିଶା ଡଟ କମ

୨୦ ନଭେମ୍ବର ରବିବାର ୨୦୧୧ ଫୁଲବାଣୀରେ ଆୟୋଜିତ ଆଦିବାସୀ ସମାବେଶରେ ଯୋଗ ଦେଇଥିବା ମହିଳାମାନେ ।

Filed Under: ମୁଖ୍ୟ ଖବର Tagged With: ଆଦିବାସୀ, ଫୁଲବାଣୀ

କଦୁଇ ସମାଜ ପକ୍ଷରୁ ଆଦିବାସୀ ସମାବେଶ

November 20, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) କଦୁଇ ସମାଜ ସମନ୍ୱୟ ସମିତିର ପ୍ରତିଷ୍ଠା ଦିବସ ଅବସରରେ ରବିବାର ଫୁଲବାଣୀରେ ଏକ ବିରାଟ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଛି ।

ଏହି ସମାବେଶରେ ପ୍ରାୟ ଆଠରୁ ଶ ହଜାର ଆଦିବାସୀ ପୁରୁଷ ଓ ମହିଳା ବିରାଟ ପଟୁଆରରେ
ପାରଂପରିକ ଅସ୍ତ୍ରଶସ୍ତ୍ର ଧରି ସହର ପରିକ୍ରମା କରିବା ସହ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ ।

ସମନ୍ୱୟ ସମିତିର ୧୩ ବର୍ଷ ପୂର୍ତି ଅବସରରେ ଜିଲ୍ଲାର ତିନୋଟି କଦୁଇ ସମାଜ ସମେତ ଗଂଜାମ, ବୌଦ୍ଧ ଏବଂ ନୟାଗଡ଼ ଜିଲ୍ଲାର ଆଦିବାସୀ ପ୍ରତିନିଧିମାନେ ଏହି ସଭାରେ ଯୋଗେଇ ଆଦିବାସୀଙ୍କ ପ୍ରତି ସରକାରୀ ଅବହେଳା ଉପରେ ଆଲୋକପାତ କରିଥିଲେ ।

ଆଦିବାସୀଙ୍କ ସମସ୍ୟା ନେଇ ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି
ପଦକ୍ଷେପ ଗ୍ରହଣ କରିନଥିବାରୁ ଆଗାମୀଦିନରେ ଜିଲ୍ଲା ବନ୍ଦ ଆନ୍ଦୋଳନ କରିବା ସହ ପ୍ରଶାସନକୁ ଅଚଳ କରି ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ନକଲି ସାର୍ଟିଫିକେଟ ଦ୍ୱାରାବିଭିନ୍ନ ପଦବୀରେ ଥିବା ବ୍ୟକ୍ତି ମାନଙ୍କୁ ୧୦/୧୫ଦିନ ମଧ୍ୟରେ ବହିଷ୍କାର କରିବେ ବୋଲି ଜିଲ୍ଲାପାଳ କହିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟକ୍ଷତା ଉପରେ ସେମାନେ ପ୍ରଶ୍ନ ଉଠାଇଛନ୍ତି ।

ଆସନ୍ତା ୧୫ ତାରିଖ ମଧ୍ୟରେ ଆଦିବାସୀ ମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇ ଯଥାଶୀଘ୍ର ଦାବି ପୂରଣ
ନକଲେ ବଡ଼ଦିନ ପୂର୍ବରୁ ଚାରିଦିନ ପାଇଁ ଜିଲ୍ଲାରେ ବନ୍ଦ ପାଳନ କରିବାକୁ ସେମାନେ ଧମକ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଆଦିବାସୀ, କଦୁଇ ସମାଜ

ନକଲି ଆଦିବାସୀ ଚିହ୍ନଟ ଦାବିରେ ଆଦିବାସୀଙ୍କ ମହାମେଳି

November 11, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ନଭେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍) ମିଥ୍ୟା ଜାତି ପ୍ରମାଣପତ୍ର ଦେଇ ନିଜକୁ ଆଦିବାସୀ କହୁଥିବା ତଥା ଆଦିବାସୀଙ୍କ ସୁବିଧା ସୁଯୋଗ ପାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ।ଦାବିରେ ଶୁକ୍ରବାର ବଲାଙ୍ଗୀରରେ ଏକ ବିଶାଳ ଆଦିବାସୀ ମହାମେଳି ଅନୁଷ୍ଠିତ ହୋଇଛି ।

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆୟୋଜିତ ସମାବେଶରେ ପଶ୍ଚିମ ଓଡ଼ିଶାର ପ୍ରାୟ ଆଠଟି ଜିଲ୍ଲାର ହଜାର ହଜାର ଆଦିବାସୀ ଏଥିରେ ଯୋଗ ଦେଇଛନ୍ତି ।

ସ୍ଥାନୀୟ କୋଶଳ କଳାମଣ୍ଡପ ପଡ଼ିଆରେ ଆଦିବାସୀ ମହିଳା ଓ ପୁରୁଷମାନେ ଏକତିତ୍ର ହୋଇ
ଶୋଭାଯାତ୍ରାରେ ଯାଇଥିଲେ । ପରେ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ପ୍ରଶାସନ ସହ ଏସଂପର୍କରେ ବହୁବାର ଆଲୋଚନା କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଏହି ମହାମେଳିର ଆୟୋଜନ କରାଯାଇଛି ବୋଲି ଜଣେ ଆଦିବାସୀ ନେତା କହିଛନ୍ତି ।

ଜିଲ୍ଲାରେ ଥିବା ୩୫୬ ଜଣ ନକଲି ଆଦିବାସୀଙ୍କ ତାଲିକା ପ୍ରଶାସନକୁ ଦିଆଯାଇଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମାତ୍ର ୩୧ ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି ସେ କହିଛନ୍ତି । ଅଣଆଦିବାସୀଙ୍କୁ ଚିହ୍ନଟ ଏବଂ ଜଙ୍ଗଲ ଜମି ଅଧିକାର ପାଇଁ ୨୦୦୮ରୁ ଆଦିବାସୀମାନେ ଆନ୍ଦୋଳନ କରିଆସୁଛନ୍ତି ।

ଏହି ମହାମେଳିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଆଦିବାସୀ, ଜାତି

ଚାଷୀମୂଲିଆ ଆଦିବାସୀ ସଂଘ ନେତା ଗିରଫ, ବନ୍ଧୁକ ଜବତ

October 30, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନାରାୟଣପାଟଣା,ଅକ୍ଟୋବର ୩୦(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲାର ଏକ ସ୍ଥାନରେ ଚଢାଉ କରି ପୋଲିସ ଚାଷୀମୂଲିଆ ଆଦିବାସୀ ସଂଘର ନେତା କୁଷାଣା କେଣ୍ଡ୍ରୋକାଙ୍କୁ ଗିରଫ କରିଥିବା ଜଣେ ଅଧିକାରୀ ରବିବାର କହିଛନ୍ତି ।

ଏସ୍ଓଜି, ବିଏସ୍ଏଫ ଏବଂ ପୋଲିସ ମିଳିତ ଭାବେ ଶନିବାର ରାତିରେ ତାଙ୍କଘର ଉପରେ ଚଢ଼ଉ ସମୟରେ ଦୁଇଟି ଦେଶୀ ବନ୍ଧୁକ, ଦୁଇ କିଟ୍ ବ୍ୟାଗ ଓ କିଛି ମାଓବାଦୀ କାଗଜପତ୍ର ଜବତ କରିଥିବା ସେ କହିଛନ୍ତି ।

କେଣ୍ଡ୍ରୋକାଙ୍କ ନାଁରେ ୯ଟି ୱାରେଣ୍ଟ ଓ ଦୁଇଟି ହତ୍ୟା ମାମଲା ଥିବାବେଳେ ନାରାୟଣପାଟଣା ଥାନାଆକ୍ରମଣରେ ସେ ସଂପୃକ୍ତ ଥିବା ପୋଲିସ କହିଛି । ଏହି ମାମଲାରେ ସଂପୃକ୍ତ ଥିବାରୁ ପୋଲିସର ମୋଷ୍ଟ ୱାଣ୍ଟେଡ଼ ତାଲିକାରେ ତାଙ୍କୁ ରଖାଯାଇଥିଲା ।

ତାଙ୍କୁ ଲକ୍ଷ୍ମୀପୁର ଜେଏମ୍ଏଫ୍ସିଙ୍କ କୋର୍ଟରେ ହାଜର କରାଯିବା ପରେ କୋରାପୁଟ ଜେଲକୁ ପଠାଇ
ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

 

Filed Under: ମୁଖ୍ୟ ଖବର Tagged With: ଆଦିବାସୀ, କୋରାପୁଟ, ଚାଷୀମୂଲିଆ

ଗୁଣିଆ ସନ୍ଦେହରେ ଆଦିବାସୀ ମହିଳାଙ୍କୁ ହତ୍ୟା

January 15, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ବାରିପଦା, ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ମୟୁରଭଞ୍ଜ ଜିଲ୍ଲାରେ ଗୁଣିଆ ସନ୍ଦେହରେ ଜଣେ ଆଦିବାସୀ ମହିଳାଙ୍କୁ ଶୁକ୍ରବାର ତାଙ୍କର ପୁତୁରା ହତ୍ୟା କରିଥିବା ପୋଲିସ କହିଛି ।

ଝାରପୋଖରିଆ ଥାନା ଅନ୍ତର୍ଗତ ବଜାରଗୁଡ଼ା ଗ୍ରାମର ଚନ୍ଦୁ ହାଁସା ଫୁଲମଣି ହାଁସା ନାମକ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣେ ଅଧିକାରୀ କହିଛନ୍ତି ।

ସଂପୃକ୍ତ ମହିଳା ଗୁଣିଗାରେଡ଼ି କରିଥିବାରୁ ନିକଟରେ ଚନ୍ଦୁର ପୁଅର ମୃତ୍ୟୁ ଓ ଅନ୍ୟ ଏକ ଶିଶୁର ଦେହ ଖରାପ ହୋଇଥିବା ସନ୍ଦେହ କରି ସେ ମହିଳାଙ୍କୁ ହତ୍ୟା କରିଥିବା ପୋଲିସ କହିଛି ।

ଓଡିଶା ଡଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଆଦିବାସୀ, ଗୁଣିଗାରେଡି, ମୁଖ୍ୟ ଖବର

କଳିଙ୍ଗନଗରରେ ଆଦିବାସୀଙ୍କ ସମାବେଶ

January 3, 2011 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ : ଅମୂଲ୍ୟ ପତି

ଯାଜପୁର, ଜାନୁୟାରୀ ୨ (ଓଡିଶା ଡଟ୍ କମ୍) ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଘଟିଥିବା ଗୁଳିକାଣ୍ଡର ପାଞ୍ଚ ବର୍ଷ ପୂର୍ତ୍ତୀ ଉପଲକ୍ଷେ ରବିବାର ସେଠାରେ ଆଦିବାସୀଙ୍କ ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏଥିରେ ମହିଳା ଓ ଶିଶୁ ମାନେ ସେମାନଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର, ବ୍ୟାନର ପୋଷ୍ଟର ଧରି ଗୁଳିକାଣ୍ଡ ସ୍ଥଳ ଆମ୍ବଗାଡ଼ିଆର ବୀରଭୂମି ଠାରୁ ସାତ କିମି ବ୍ୟାପୀ ର୍ୟାଲିରେ ବାହାରି ସହୀ ସ୍ମୃତି ସ୍ତମ୍ଭ ନିକଟରେ ପହଂଚିଥିଲେ ।

ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଲୋକମାନେ ସରକାର, ଜିଲ୍ଲା ପ୍ରଶାସନ, ପୋଲିସ ଓ ଟାଟା ବିରୋଧରେ ସ୍ଲୋଗାନ ବୋ ସହ ଜମି ଅଧିଗ୍ରହଣକୁ ନିନ୍ଦା କରିଥିଲେ । ଆୟୋଜିତ ର୍ୟାଲିରେ ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଶେ ଓ ମଧ୍ୟପ୍ରଶେର ବହୁ ଆଦିବାସୀ ଯୋଗ ଦେଇଥିଲେ ।

ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା ।

“”ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ୧୪ ଜଣ ବ୍ୟକ୍ତି ଜୀବନ ହରାଇଛନ୍ତି । ଏଥିପାଇଁ ଆମେ ମଧ୍ୟ ଜୀବନ ଦେବାକୁ ପ୍ରସ୍ତୁତ ଅଛୁ କିନ୍ତୁ କଳିଙ୍ଗନଗରରେ ଟାଟା ପ୍ରକଳ୍ପକୁ ବିରୋଧ ଜାରି ରଖିବୁ” ବିସ୍ଥାପନ ବିରୋଧି ଜନମଞ୍ଚ ସଂପାଦକ ରବୀନ୍ଦ୍ର ଜାରିକା କହିଛନ୍ତି । ଆଦିବାସୀ ଓ ସେମାନଙ୍କ ଜୀବନ ଜୀବୀକା ସହ ସାଲିସ କରି କୌଣସି ଶିଳ୍ପାନୁଷ୍ଠା ହେବା ଉଚିତ୍ ନୁହେଁ, ସେ କହିଛନ୍ତି ।

ଆଦିବାସୀ ନେତା ଶୁକ୍ରୁ ମୁଣ୍ଡା, ପ୍ରଫୁଲ୍ଲ ସାମନ୍ତରା, ମହେନ୍ଦ୍ର ପରିଡ଼ା, ନଟବର ଷଡ଼ଙ୍ଗୀ ଓ ଅନ୍ୟମାନେ ଆୟୋଜିତ ସଭାରେ ଉଦ୍ଧବୋଧନ ଦେଇଥିଲେ ।

ସେହିପରି ଉକ୍ତ ପ୍ରକଳ୍ପର ସପକ୍ଷବଦୀମାନେ ମଧ୍ୟ ଶିଳ୍ପାଞ୍ଚଳର ତ୍ରିଜଙ୍ଗା କଲୋନୀରେ ଏକ ସଭାର ଆୟୋଜନ କରିଥିଲେ । ଏଥିରେ ଶତାଧିକ ଟାଟା ସପକ୍ଷବାଦୀ ଯୋଗ ଦେଇଥିବା ବେଳେ ଆଦିବାସୀ ନେତ୍ରୀ ପ୍ମଶ୍ରୀ ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ସମୟରେ କୌଣସି ଅପ୍ରୀତିକର ଘଟଣାକୁ ଦୃଷ୍ଟିରେ ରଖି ଛଅ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।

ଟାଟା ପ୍ରକଳ୍ପକୁ ବିରୋଧ କରି ଆଦିବାସୀମାନେ ୨୦୦୬ ମସିହା ଜାନୁୟାରୀ ୨ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୋଲିସ୍ ସହିତ ସେମାନଙ୍କର ସଂଘର୍ଷ ହୋଇଥିଲା । ପୋଲିସ୍ ଗୁଳିରେ ୧୪ ଜଣ ଆଦିବାସୀ ମୃତ୍ୟୁବରଣ କରିଥିଲେ ।

ଓଡିଶା ଡଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଆଦିବାସୀ, କଳିଙ୍ଗନଗର, ମୁଖ୍ୟ ଖବର, ଯାଜପୁର

ଆଇନ ପରିସ୍ଥିତି ନେଇ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି

November 30, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ମଙ୍ଗଳବାର ବିଧାନସଭାରେ ବିରୋଧୀ ବିଧାୟକମାନେ ଉ୍ବେଗ ପ୍ରକାଶ କରିବା ସହ ଏନେଇ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ଦାବି କରିଛନ୍ତି ।

ଏବେ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବେଳେ ଆଦିବାସୀ ମାନଙ୍କୁ ଶୋଷଣ କରାଯାଉଛି ଓ ଦୁର୍ବୃତ୍ତଙ୍କ ଆକ୍ରମଣରେ ବହୁ ନିରିହ ଲୋକ ମୃତାହତ ହେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଏହାସତ୍ତ୍ୱେ ସରକାର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରହିଛି ବୋଲି କହୁଛନ୍ତି । ଯଦି ଏହା ସତ ତେବେ ଏ ସଂପର୍କରେ ତୁରନ୍ତ ଶ୍ୱେତପତ୍ର ଉପସ୍ଥାପନ କରନ୍ତୁ, ସେମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଆଦିବାସୀ, ବିଧାନସଭା, ଭୁବନେଶ୍ୱର, ମାଓବାଦୀ, ମୁଖ୍ୟ ଖବର

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to Next Page »

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା