• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଇଚ୍ଛାଧିନ

କେବଳ ନେତା ନୁହନ୍ତି ଅଫିସର ବି ନେଇଛନ୍ତି ଘର: ରିପୋର୍ଟ

November 13, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍)ଇଚ୍ଛାଧିନ କୋଟାରେ ବିଭିନ୍ନ ରାଜନୈତିକ ବ୍ୟକ୍ତି ଘର ଓ ଜମି ନେଇଥିବା ନେଇ ବିବାଦ ଦେଖାଦଇଥିବା ବେଳେ ରାଜ୍ୟର ବରିଷ୍ଠ ଅଫିସର ମାନେ ମଧ୍ୟ ଏଥିରେ ହିତାଧିକାରୀ ଥିବା ଏକ ପ୍ରମୁଖ ସମ୍ବାଦପତ୍ରରେ ରିପୋର୍ଟ ପ୍ରକାଶିତ ହୋଇଛି ।

ଦୈନିକ ସମ୍ବାଦପତ୍ର ଧରିତ୍ରୀ ସୋମବାର ତାର ପ୍ରଥମ ପୃଷ୍ଠାରେ ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡ଼ିଏ), କଟକ ଉନ୍ନୟନ କର୍ତୃପକ୍ଷ (ସିଡ଼ିଏ) ଏବଂ ହାଉସିଂବୋର୍ଡ଼ରୁ ଘର ଓ ଜମି ନେଇଥିବା ପ୍ରକାଶ କରିଛି ।

ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ପୈତୃକ ସଂପତି ଭୁବନେଶ୍ୱରରେ ଥାଇ ମଧ୍ୟ ସେ
ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗରୁ ଜମି ନେଇଥିବା ବେଳେ ଧର୍ମବିହାର ଘର ବିକ୍ରି କରିଥିବା ସେ ସଂପତି ତାଲିକାରେ ଉଲ୍ଲେଖ କରିଥିବା ଉକ୍ତ ସମ୍ବାଦପତ୍ର ଦର୍ଶାଇଛି ।

ତେବେ ସଂପୃକ୍ତ ଅଂଚଳରେ କେଉଁ ସୂତ୍ରରୁ ଘର ପାଇଥିଲେ ତାହା ସେ ସ୍ପଷ୍ଟ କରିନାହାନ୍ତି ଓ ସରକାରୀ
ସଂପତି ବିକ୍ରି ମଧ୍ୟ ଆଇନସିଦ୍ଧ ନୁହେଁ ବୋଲି ରିପୋର୍ଟ ପ୍ରକାଶ କରିଛି ।

ସେହିପରି ଗ୍ରାମ୍ୟ ଉନ୍ନୟନ ସଚିବ ଏସ୍.ଏନ୍.ତ୍ରିପାଠୀ ତାଙ୍କ ନାମରେ ଓ ପତ୍ନୀଙ୍କ ନାମରେ ପ୍ଲଟ ନେଇଥିବା ବେଳେ ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ ସିଡ଼ିଏରେ ଘର ନେଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ଠିକ୍ ସେହିପରି ପୋଲିସ କମିଶନର ବିଜୟ କୁମାର ଶର୍ମା ସାଧାରଣ ପ୍ରଶାସନ ବିଭାଗରୁ ୧୯୯୨ରେ
ଘାଟିକିଆ ଠାରେ ବାସୋପଯୋଗୀ ଜମି, ୨୦୦୯ରେ ବିଡ଼ିଏରୁ ପୋଖରୀପୁଟ ଠାରେ ଘର ଏବଂ ୨୦୦୭ରେ ସିଡ଼ିଏରୁ ମଧ୍ୟ ଜମି ନେଇଥିବା ସମ୍ବାଦପତ୍ର ପ୍ରକାଶ କରିଛି ।

ତେବେ ଏ ସଂପର୍କରେ ସଂପୃକ୍ତ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଇଚ୍ଛାଧିନ, ଘର

୨୬ ବର୍ଷରେ ଇଚ୍ଛାଧିନ କୋଟାରେ ୮୩୨ ଘର: ରିପୋର୍ଟ

November 12, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍) ଗତ ୧୯୮୫ରୁ ୨୦୧୧ ମଧ୍ୟରେ ରାଜ୍ୟରେ ବିଭିନ୍ନ
ସରକାର ସମୟରେ ଇଚ୍ଛାଧିନ କୋଟାରେ ୮୩୨ଟି ଗୃହଜମି ଆବଂଟନ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି ।

ଏମାନଙ୍କ ମଧ୍ୟରେ ବର୍ତମାନ ମନ୍ତ୍ରୀ ଥିବା ବିକ୍ରମ ଆରୁଖ, ସୂର୍ଯ୍ୟନାରାୟଣ ପାତ୍ର, ମହେଶ୍ୱର ମହାନ୍ତି, ପ୍ରସନ୍ନ ଆଚାର୍ଯ୍ୟ ଏବଂ ପ୍ରଦୀପ ମହାରଥି ଓ କଂଗ୍ରେସ, ଜନତା ଦଳ ତଥା ବିଜେଡ଼ି-ବିଜେପି ସରକାରରେ ଜମି ପାଇଥିବା ବ୍ୟକ୍ତିଙ୍କ ବିଷୟରେ ସମ୍ବାଦପତ୍ର ଧରିତ୍ରୀ ରବିବାର ପ୍ରଥମ ପୃଷ୍ଠାରେ ପ୍ରକାଶ କରିଛି ।

ରିପୋର୍ଟ ଅନୁଯାୟୀ ୧୯୯୭ରୁ ୧୯୯୯ ମଧ୍ୟରେ ବର୍ତମାନର ବିରେଧି ଳ ନେତା ଭୂପିନ୍ଦର ସିଂହ ନଗର
ଉନ୍ନୟନ ମନ୍ତ୍ରୀ ଥିବାବେଳେ ଛତିଶଗଡ଼ ରାଜ୍ୟର ଜଣେ ସାଂସଙ୍କୁ ବରମୁଣ୍ଡା ଅଂଚଳରେ ଏକ ଘର ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି ।

ଜନତା ଦଳ ସରକାରରେ ୧୯୯୨ରୁ ୯୩ ମଧ୍ୟରେ ନଳିନୀକାନ୍ତ ମହାନ୍ତି ନଗର ଉନ୍ନୟନ ମନ୍ତ୍ରୀ ଥିବା ବେଳେ
ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କୁ ଧର୍ମବିହାର ହାଉସିଂ ବୋର୍ଡ଼ରେ ଏକ ଘର ଦେଇଥିବା ଏହି ସମ୍ବାଦ ପତ୍ର ପ୍ରକାଶ କରିଛି ।

ସେହିପରି ୨୦୦୦ରୁ ୦୪ ମଧ୍ୟରେ ବିଜେଡ଼ି-ବିଜେପି ସରକାର ସମୟରେ ନଗର ଉନ୍ନୟନ ମନ୍ତ୍ରୀ ଥିବା
ସମୀର ଦେ ବିଜେପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ପ୍ରାଚୀବିହାର ଏନ୍କ୍ଲେଭରେ ଏକ ଘର ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ଠିକ୍ ସେହିପରି ଦେ କଟକ ସିଡ଼ିଏରେ ଜଣେ ମହିଳାଙ୍କୁ ଘର, ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁରଙ୍କୁ ଏକ ଘର, ମନମୋହନ ସାମଲଙ୍କୁ ବରମୁଣ୍ଡା ହାଉସିଂ କଲୋନୀରେ ଘର ଏବଂ ଏବିଭିପିର ସଂପାକଙ୍କୁ ହାଉସିଂ କଲୋନୀରେ ଏକ ଘର ପ୍ରଦାନ କରିଥିବା ରିପୋର୍ଟରେ କୁହାଯାଇଛି ।

୨୦୦୪ରୁ ୦୯ରେ ମେଂଟ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଥିବା କନକ ବର୍ଦ୍ଧନ ସିଂଦେଓ ଖଣି ମାଲିକ
କୁଶ ଆପଟଙ୍କୁ ସିଡ଼ିଏରେ ଜମି ଏବଂ ଆପଟଙ୍କ ଦୁଇ ଭାଇ ଭୀମସେନ ଆପଟ ଓ ନବ ଅପଟଙ୍କୁ ସିଡ଼ିଏରେ ଘର ଦେଇଥିବା ବେଳେ କଟକ ପୂର୍ବତନ ମେୟର ନିବେଦିତା ପ୍ରଧାନଙ୍କୁ ମଧ୍ୟ ସିଡ଼ିଏରେ ଏକ ଘର ଦେଇଥିବା ସମ୍ବାଦପତ୍ର ପ୍ରକାଶ କରିଛି ।

୧୯୮୫ରୁ ୯୦ କଂଗ୍ରେସ ସମୟରେ ୧୦ଟି, ୧୯୯୦-୯୫ ଜନତା ଦଳ ସମୟରେ ୯୫ଟି, ୧୯୯୫ରୁ
୨୦୦୦ କଂଗ୍ରେସ ସମୟରେ ୫୦୦ଟି , ୨୦୦୦ରୁ ୨୦୦୪ରେ ବିଜେପି ମନ୍ତ୍ରୀ ସମୟରେ ୧୦୭ ଏବଂ
୨୦୦୪ରୁ ୨୦୦୯ ମଧ୍ୟରେ ୧୧୭ ଟି ଘର ଆବଂଟନ କରାଯାଇଥିବା ବେଳେ ୨୦୦୯ରୁ ୨୦୧୧ ମଧ୍ୟରେ
ବିଜେଡ଼ି ସମୟରେ ୩ଟି ଘର ଆବଂଟନ କରାଯାଇଥିବା ଉକ୍ତ ସମ୍ବାଦପତ୍ରରେ ପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଇଚ୍ଛାଧିନ, ଗୃହଜମି, ରାଜନୀତି

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା