• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଇଟାଲୀୟ ପର୍ଯ୍ୟଟକ

ସରକାର ପ୍ରତିଶ୍ରୁତି ପାଳନ କରିନାହାନ୍ତି: ସବ୍ୟସାଚୀ

May 20, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୦(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କ ମୁକ୍ତି ସମୟରେ
ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ପାଳନ କରିନାହାନ୍ତି ବୋଲି ମାଓନେତା ସବ୍ୟସାଚୀ ପଣ୍ଡା ଅଭିଯୋଗ କରିଛନ୍ତି ।

ସରକାର ଯଦି ମାଓବାଦୀ ଦମନ ପ୍ରକ୍ରିୟା ବନ୍ଦ ନକରନ୍ତି,ତେବେ ପୁଣି ଚରମପନ୍ଥା ଗ୍ରହଣ କରାଯିବ
ବୋଲି ସେ ରବିବାର ଗଣମାଧ୍ୟମକୁ ପଠାଇଥିବା ଏକ ଅଡ଼ିଓ ଟେପ୍ ରେ କହିଛନ୍ତି ।

ଗୃହ ସଚିବ ନିକଟରେ ଗଣମାଧ୍ୟମକୁ ଯେଉଁ ସୂଚନା ଦେଇଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ ।
ମାଓବାଦୀମାନେ ରାଜିନାମାର ସର୍ତ ମାନୁନାହାନ୍ତି ବୋଲି ଗୃହ ସଚିବ ଯେଉଁ ବକ୍ତବ୍ୟ ଦେଇଛନ୍ତି ତାହା
ମଧ୍ୟ ନିରାଧାର ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଇଟାଲୀୟ ପର୍ଯ୍ୟଟକ, ମାଓବାଦୀ, ସରକାର

ଇଟାଲୀୟ ପର୍ଯ୍ୟଟକଙ୍କୁ ମୁକ୍ତ କଲେ ମାଓବାଦୀ

April 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୨(ଓଡ଼ିଶା ଡ଼ଟ୍ କମ୍) ଅପହରଣର ଦୀର୍ଘ ୨୮ଦିନ ପରେ ଗୁରୁବାର ମାଓବାଦୀମାନେ ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋଙ୍କୁ ମୁକ୍ତ କରିଛନ୍ତି ।

ମାଓବାଦୀମାନେ କନ୍ଧମାଳ ଜିଲ୍ଲା ରାଇକିଆ ନିକଟରେ ମାଓ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ପାଓଲୋଙ୍କୁ ହସ୍ତାନ୍ତର କରିଛନ୍ତି । ମୁକ୍ତ ହେବା ପରେ ପାଓଲୋ ମାଓ ମଧ୍ୟସ୍ଥିଙ୍କ ସହ ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନରେ ପହଞ୍ଚିଛନ୍ତି ।

ଗତ ମାର୍ଚ୍ଚ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷବୟସ୍କ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ତେବେ ମାର୍ଚ୍ଚ ୨୫ରେ କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ କ୍ଲାଉଡ଼ିଓ କୋଲାେଞ୍ଜଲୋଙ୍କୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ ।

ଅପହୃତଙ୍କ ମୁକ୍ତି ପାଇଁ ମାଓବାଦୀମାନେ ଆଦିବାସୀ ଅଂଚଳକୁ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା, ମାଓ ବିରୋଧୀ ଅଭିଯାନ ବନ୍ଦ ତଥା ବିଭିନ୍ନ ଜେଲରେ ଥିବା ବ୍ୟକ୍ତିଙ୍କୁ ଖଲାସ କରିବା ସହ ୧୩ଟି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ ।

ମାଓବାଦୀଙ୍କ ଦାବି ଅନୁଯାୟୀ ଅପହୃତ ପର୍ଯ୍ୟଟକ ଏବଂ ବିଧାୟକଙ୍କ ମୁକ୍ତି ପାଇଁ ସରକାର ମାଓନେତା ସବ୍ୟସାଚୀଙ୍କ ପତ୍ନୀଙ୍କ ସମେତ ୨୭ ଜଣ ବନ୍ଦୀଙ୍କୁ ଜେଲରୁ ଖଲାସ କରିବାକୁ ଘୋଷଣା କରିଥିଲେ ।

ସେହିପରି ଗତ ୨୪ ତାରିଖରେ କୋରାପୁଟ ଜିଲ୍ଲାରୁ ସିପିଆଇ ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଦ୍ୱାରାଅପହୃତ ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କୁ ମାଓବାଦୀମାନେ ବର୍ତମାନ ପର୍ଯ୍ୟନ୍ତ ମୁକ୍ତ କରିନାହାନ୍ତି ।

ତେବେ ସେମାନଙ୍କ ଦାବି ମୁତାବକ ୩୦ ଜଣ ବନ୍ଦୀଙ୍କୁ ସରକାର ମୁକ୍ତ ନକରିବା ପର୍ଯ୍ୟନ୍ତ ବିଧାୟକଙ୍କୁ ଛଡ଼ାଯିବ ନାହିଁ ବୋଲି ଉକ୍ତ ସଂଗଠନର ସଦସ୍ୟ ଜଗବନ୍ଧୁ ବୁଧବାର ଗଣମାଧ୍ୟମକୁ ଏକ ପତ୍ର ଦ୍ୱାରା ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଇଟାଲୀୟ ପର୍ଯ୍ୟଟକ, ମାଓବାଦୀ

ମୁଖ୍ୟମନ୍ତ୍ରୀଙ୍କ ଚେନ୍ନାଇ ଗସ୍ତ ସ୍ଥଗିତ

April 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅପ୍ରେଲ ୪(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ଦ୍ୱାରା ଅପହୃତ ଇଟାଲୀୟ ପର୍ଯ୍ୟଟକ ଏବଂ ବିଧାୟକଙ୍କ ମୁକ୍ତି ନେଇ କୌଣସି ନିଷ୍ପତି ହୋଇପାରିନଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚେନ୍ନାଇ ଗସ୍ତକୁ ବର୍ତମାନ ପାଇଁ ସ୍ଥଗିତ ରଖାଯାଇଛି ।

ଗୁରୁବାର ଓ ଶୁକ୍ରବାର ସେ ଦୁଇଦିନିଆ ଚେନ୍ନାଇ ଗସ୍ତରେ ଯାଇ ୬ରେ ଭୁବନେଶ୍ୱର ଫେରିଆସିବାର କାର୍ଯ୍ୟକ୍ରମ ରହିଥିଲା । ଗସ୍ତ ଅବସରରେ ସେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଉପସ୍ଥିତିରେ ଓଡ଼ିଶା ଭବନର ଭୂମି ପୂଜା କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା ।

ଏହାବ୍ୟତୀତ ବିଶିଷ୍ଟ କୃଷି ବିଜ୍ଞାନି ତଥା ଏମ୍ଏସ୍ ଫାଉଣ୍ଡେସନ ଅଧ୍ୟକ୍ଷ ଏମ୍ଏସ୍ ସ୍ୱାମୀନାଥନଙ୍କ ସହ ସାକ୍ଷାତ କରି ରାଜ୍ୟରେ କୃଷିର ବିକାଶ ଦିଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଇଟାଲୀୟ ପର୍ଯ୍ୟଟକ, ଚେନ୍ନାଇ, ବିଧାୟକ, ମୁଖ୍ୟମନ୍ତ୍ରୀ

ପର୍ଯ୍ୟଟକ ଅପହରଣ: ମାଓବାଦୀଙ୍କ ଧମକପୂର୍ଣ୍ଣ ଅଡ଼ିଓ ଟେପ୍

April 2, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୩(ଓଡ଼ିଶା ଡ଼ଟ୍ କମ୍) ଇଟାଲୀୟ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ସରକାର ରାଜନୈତିକ ବନ୍ଦୀଙ୍କୁ ଖଲାସ କରିବା ସମ୍ପର୍କରେ ଘୋଷଣା ନକରି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଉଲ୍ଲେଖ କରି ମାଓବାଦୀଙ୍କ ପକ୍ଷରୁ ଏକ ଧମକପୂର୍ଣ୍ଣ ଟେପ୍ ଜାରି କରାଯାଇଛି ।

ସିପିଆଇ ମାଓବାଦୀ ସଂଗଠନର ସମ୍ପାଦକ ସୁନୀଲ ଓରଫ ସବ୍ୟସାଚୀ ପଣ୍ଡା ଏନେଇ କଠୋର ପଦକ୍ଷେପ ନେବା ପାଇଁ ଏଥିରେ ଧମକ ଦେଇଛନ୍ତି ।

ସରକାରଙ୍କ ପକ୍ଷରୁ ଲିଖିତ ବୁଝାମଣାପତ୍ର ପ୍ରଦାନ କରାନଯିବା ପର୍ଯ୍ୟନ୍ତ ପାଓଲୋଙ୍କୁ ମୁକ୍ତ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କୁହାଯାଇଛି ।

ମାଓବାଦୀଙ୍କ ବିରୋଧରେ ସରକାର ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ ପାଇଁ ଯୋଜନା କରୁଛନ୍ତି । ତେବେ ଏହାର ପରିଣାମ ଭୟଙ୍କର ହେବ ଓ ଏଥିପାଇଁ ସରକାର ଦ।ୟୀ ରହିବେ ବୋଲି ପଣ୍ଡା କହିଛନ୍ତି |

ଗଣନାଥ ପାତ୍ର ଓ ତାଙ୍କ ପତ୍ନୀ ଶୁଭଶ୍ରୀ ଓରଫ ମିଲି ପଣ୍ଡାଙ୍କ ସମେତ କେତେକ ରାଜନୈତିକ ବନ୍ଦୀଙ୍କୁ ମୁକ୍ତି, ଅଦାଲତରୁ ଜାମିନ ମିଳିବା ନେତାଙ୍କୁ ଅଟକ ରଖି ପୁଣି ମିଥ୍ୟା ମାମଲାରେ ସେମାନଙ୍କୁ ସଂପୃକ୍ତ ନକରି ସରକାର ଖଲାସ କରିବା ଆବଶ୍ୟକ ବୋଲି ସେ ପୁଣି କହିଛନ୍ତି ।

ତେବେ ମାଓବାଦୀଙ୍କ ଦ୍ୱାରାନିଯୁକ୍ତ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତିଙ୍କ ସହ ସରକାର ସୋମବାର ରାତିରେ ପୁଣି ଆଲୋଚନା ଆରମ୍ଭ କରିଛନ୍ତି ।

ଗତ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ତେବେ ଅପହରଣ ଦୀର୍ଘ ୧୧ଦିନ ପରେ ଗତ ୨୫ ତାରିଖରେ କନ୍ଧମାଳ ଜିଲ୍ଲାର ଏକ ସ୍ଥାନରେ ମାଓବାଦୀମାନେ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଇଟାଲୀୟ ପର୍ଯ୍ୟଟକ, ମାଓବାଦୀ

ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ୩ଦାବି ପୂରଣ କର: ମଧ୍ୟସ୍ଥି

March 29, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୯(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ତିନୋଟି ଦାବି ପୂରଣ ହେଲେ ସେମାନେ ଅପହୃତ ଇଟାଲୀୟ ପର୍ଯ୍ୟଟକଙ୍କୁ ମୁକ୍ତ କରିବେ ବୋଲି ଗୁରୁବାର ଦୁଇ ମାଓ ମଧ୍ୟସ୍ଥି ଗଣମାଧ୍ୟମକୁ କହିଛନ୍ତି ।

ଉପସ୍ଥାପିତ ୧୩ଟି ଦାବି ମଧ୍ୟରୁ ତିନୋଟି ପୂରଣ କରାଗଲେ ମାଓବାଦୀମାନେ ପର୍ଯ୍ୟଟକ ପାଓଲୋଙ୍କକୁ ଛାଡ଼ିଦେବେ ବୋଲି ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି ଓ ବି.ଡ଼ି.ଶର୍ମା କହିଛନ୍ତି ।

ମିଥ୍ୟା ଏନ୍କାଉନ୍ଟର ଏବଂ ହାଜତ ନିର୍ଯାତନା ଜନିତ ହତ୍ୟାରେ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,ବିଭିନ୍ନ ମାମଲାରେ ଗିରଫ ହୋଇ କୋର୍ଟ ଦ୍ୱାରା ଜାମିନ ପାଇବା ପରେ ପୁଣି ଗିରଫ କରାଯାଇଥିବା ଲୋକଙ୍କୁ ମୁକ୍ତ କରାଯିବା ।

ମାଓବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଅଭିଯୋଗରେ ଗିରଫ ନିରୀହ ଲୋକଙ୍କୁ ମୁକ୍ତ କରିବା, ରାୟଗଡ଼ା, ଗଜପତି, କନ୍ଧମାଳ, ଗଂଜାମ, ନୟାଗଡ଼, ସମ୍ବଲପୁର, ମୟୁରଭଂଜ ଓ କେନ୍ଦୁଝର ଜିଲ୍ଲାରେ ବନ୍ଦୀ ନିରିହ ଲୋକଙ୍କୁ ଖଲାସ କରିବା ଆଦି ତିନୋଟି ଦାବି ସେମାନେ ରଖିଛନ୍ତି ।

ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଏହି ତିନୋଟି ଦାବି ସଂପର୍କରେ ଗୃହ ସଚିବ ଉପେନ୍ଦ୍ରନାଥ ବେହେରାଙ୍କୁ ଅବଗତ କରାଯାଇଛି ବୋଲି ମହାନ୍ତି କହିଛନ୍ତି । ସରକାର ଶୁକ୍ରବାର ସଂଧ୍ୟା ସୁଦ୍ଧା ଏହି ଦାବି ସଂପର୍କରେ ବିଚାର ନକଲେ ଆମେ ଆଲୋଚନାରୁ ଓହରିବୁ, ସେ କହିଛନ୍ତି ।

ଅପହୃତ ପର୍ଯ୍ୟଟକ ପାଓଲୋ ବାସୁସ୍କୋଙ୍କ ମୁକ୍ତି ସଂପର୍କରେ ମଧ୍ୟସ୍ଥିମାନେ କିଛି ନୂଆ ଦାବି ଦେଇଛନ୍ତି ଏବଂ ଏହା ଉପରେ ଅନୁସଂଧାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ବୁଧବାର ବିଧାନସଭାରେ କହିବା ପରେ ଦୁଇ ମଧ୍ୟସ୍ଥି ଆଲୋଚନା ସ୍ଥଗିତ ରଖିଛନ୍ତି ।

ଗତ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋ ଓ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ତେବେ ଦୀର୍ଘ ୧୧ଦିନ ପରେ ଗତ ରବିବାର କନ୍ଧମାଳ ଜିଲ୍ଲାର ଏକ ସ୍ଥାନରେ ମାଓବାଦୀମାନେ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଇଟାଲୀୟ ପର୍ଯ୍ୟଟକ, ମାଓବାଦୀ

ମାଓବାଦୀଙ୍କ ଦାବି ସଂପର୍କରେ ତର୍ଜମା ଚାଲିଛି: ନବୀନ

March 27, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୭(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଧାୟକଙ୍କ ମୁକ୍ତି ପାଇଁ ମାଓବାଦୀମାନେ କରିଥିବା ଦାବି ସଂପର୍କରେ ସରକାର ତର୍ଜମା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବିଧାନସଭାରେ କହିଛନ୍ତି ।

ମାଓବାଦୀମାନେ ଦେଇଥିବା ସାତ ଦଫା ଦାବି ସମ୍ବଳିତ ପତ୍ର ଏବଂ ବିଧାୟକଙ୍କ ପତ୍ର ସରକାରଙ୍କ ହସ୍ତଗତ ହୋଇଛି । ବିଧାୟକ ହିକକାଙ୍କ ମୁକ୍ତି ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି, ସେ କହିଛନ୍ତି ।

ସରକାରଙ୍କ ସହ ଆଲୋଚନା ପାଇଁ ମାଓବାଦୀମାନେ କୌଣସି ମଧ୍ୟସ୍ଥି ଦେବାକୁ ମନା କରିେଇଥିବା ବେଳେ ଦାବି ପୂରଣ ନେଇ ଗଣମାଧ୍ୟମ ଜରିଆରେ ଜଣାଇବାକୁ କହିଛନ୍ତି, ସେ କହିଛନ୍ତି ।

କୁମ୍ବିଂ ଅପରେଶନ ବନ୍ଦ କରିବା, ମାଲକାନଗିରି ଜିଲ୍ଲାପାଳ ମୁକ୍ତି ସମୟରେ ହୋଇଥିବା ଚୁକ୍ତି ପାଳନ କରିବା, ବିଧାୟକଙ୍କ ମୁକ୍ତି ପାଇଁ ହେଉଥିବା ର୍ୟାଲି ଓ ଶୋଭାଯାତ୍ରା ବନ୍ଦ କରିବା, କୋରାପୁଟ ଏବଂ ମାଲକାନଗିରି ଜେଲରେ ଥିବା ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରିବାକୁ ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି, ସେ କହିଛନ୍ତି ।

ହିକକା ଜଣେ ଆଦିବାସୀ ନେତା ଭାବରେ ଗରିବ ଆଦିବାସୀଙ୍କ ପାଇଁ କାମ କରୁଥିବା ଦର୍ଶାଇ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ପୁଣି ନିବେନଦ କରିଛନ୍ତି ।

ଅପହୃତ ଅନ୍ୟ ଜଣେ ଇଟାଲୀୟ ପର୍ଯ୍ୟଟକ ଏବଂ ବିଧାୟକଙ୍କ ମୁକ୍ତି ନେଇ ସେ ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତି ।

ବିଧାୟକଙ୍କ ଅପହରଣ ସଂପର୍କରେ ସିପିଆଇ ମାଓବାଦୀ ସଂଗଠନର କୋରାପୁଟ-ସିକାକୁଲମ ଡ଼ିଭିଜନ ପକ୍ଷରୁ ଗତକାଲି ଚିଠି ମାଧ୍ୟମରେ ଦାବି ଉପସ୍ଥାପନ କରାଯିବା ପରେ ଏହି ବୈଠକ କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଗତ ଶନିବାର ମଧ୍ୟରାତ୍ରରେ ବିଧାୟକ ନିଜ ଗାଡ଼ିରେ ଡ଼୍ରାଇଭର ଏବଂ ସୁରକ୍ଷା କର୍ମୀଙ୍କ ସହ ସେମିଳିଗୁଡ଼ାରୁ ଘରକୁ ଫେରୁଥିବା ବେଳେ ତୟାପୁଟ ଠାରେ ମାଓବାଦୀମାନେ ତାଙ୍କୁ ଅଟକାଇଥିଲେ ।

ପରେ ସେମାନେ ଡ଼୍ରାଇଭର ଏବଂ ସୁରକ୍ଷାକର୍ମୀଙ୍କୁ ଛାଡ଼ି ଦେଇଥିବା ବେଳେ ବିଧାୟକଙ୍କୁ ଅପହରଣ କରି ନେଇଯାଇଥିଲେ ।

ତେବେ ଅପହୃତ ଅନ୍ୟ ଜଣେ ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋଙ୍କ ମୁକ୍ତି ପାଇଁ ସରକାର ଓ ମାଓ ମଧ୍ୟସ୍ଥିଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଇଟାଲୀୟ ପର୍ଯ୍ୟଟକ, ବିଧାୟକ, ମାଓବାଦୀ

ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଛାତ୍ରଛାତ୍ରୀଙ୍କ ନିବେଦନ

March 20, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୦(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଦୁଇ ଜଣ ଇଟାଲୀୟ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଭୁବନେଶ୍ୱର ସ୍ଥିତ କିସ୍ ସ୍କୁଲର ୧୫ହଜାର ଆଦିବାସୀ ଛାତ୍ରଛାତ୍ରୀ ମାଓବାଦୀ ସଂଗଠନ ନିକଟରେ ମଙ୍ଗଳବାର ନିବେଦନ ଜଣାଇଛନ୍ତି ।

କିସ୍ ପରିସରରେ ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ହାତରେ ବିଭିନ୍ନ ପ୍ଲାକାର୍ଡ଼ ଧରି ସେମାନଙ୍କ ମୁକ୍ତି ପାଇଁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି ।

ଏହି ଦୁଇ ବି ନାଗରିକ ଆମ ରାଜ୍ୟକୁ ଆସିଥିବାରୁ ସେମାନେ ଆମର ଅତିଥି ବୋଲି
ଛାତ୍ରଛାତ୍ରୀମାନେ କହିଛନ୍ତି । ଏହାକୁ ଆଦିବାସୀ ସମାଜ, ରାଜ୍ୟ ତଥା ଜାତୀୟ ସମ୍ମାନ ଭାବି ସେମାନଙ୍କୁ ମୁକ୍ତ କଲେ ବିଦେଶ ରେ ଆମ ସମ୍ମାନ ବଜାୟ ରହିବ, ସେମାନେ କହିଛନ୍ତି ।

ନିକଟରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାରୁ ଦ।ରିଙ୍ଗିବାଡ଼ି ପରିଦର୍ଶନରେ ଯାଇଥିବା ଦୁଇ ଇଟାଲୀୟ ନାଗରିକ ଦେବା ସୁକୋ ପାଲାଓ ଓ କ୍ଲାଉଡିଓ କୋଲେଞ୍ଜେଲୋଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଆଦିବାସୀ ଛାତ୍ରଛାତ୍ରୀ, ଇଟାଲୀୟ ପର୍ଯ୍ୟଟକ

ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କୁ ଅପହରଣ

March 17, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୮(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ଦୁଇ ଜଣ ଇଟାଲୀୟ ପର୍ଯ୍ୟଟକଙ୍କୁ ଅପହରଣ କରିନେଇଥିବା ଜଣାପଡ଼ିଛି ।

ଶନିବାର ବିଳମ୍ବିତ ରାତ୍ରିରେ ଏମାନଙ୍କୁ ଅପହରଣ କରାଯାଇଥିବା ବେଳେ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ ।

ସଂପୃକ୍ତ ଦୁଇ ପର୍ଯ୍ୟଟକ ଏକ ଗାଡ଼ିରେ ଡ଼୍ରାଇଭର ଏବଂ ଟୁରିଷ୍ଟ ଗାଇଡ଼ଙ୍କୁ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲୁଥିଲେ । ରାତିରେ ସେମାନେ ଫେରୁଥିବା ବେଳେ ମାଓବାଦୀ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ ଏବଂ ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ ।

ଗାଡ଼ି ଡ଼୍ରାଇଭର ଏବଂ ଟୁରିଷ୍ଟ ଗାଇଡ଼ଙ୍କୁ ଛାଡ଼ିଦେଇଥିବା ବେଳେ ଦୁଇ ପର୍ଯ୍ୟଟକଙ୍କୁ ଅପହରଣ କରିନେଇଥିବା ଜଣାପଡ଼ିଛି ।

ଅପହୃତ ପର୍ଯ୍ୟଟକଙ୍କୁ ମୁକ୍ତ କରିବା ପାଇଁ ମାଓବାଦୀମାନେ ୧୩ଟି ଦାବି ଉପସ୍ଥାପନ କରିଛନ୍ତି । ପୂର୍ବରୁ ମାଲକାନଗିରି ଜିଲ୍ଲାପାଳଙ୍କ ଅପହରଣ ସମୟରେ ମଧ୍ୟ ସେମାନେ ଏହି ଦାବି ଉପସ୍ଥାପନ କରିଥିଲେ ।

ରାଜ୍ୟରେ ପ୍ରଥମ ଥର ପାଇଁ ମାଓବାଦୀମାନେ ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଇଟାଲୀୟ ପର୍ଯ୍ୟଟକ, କନ୍ଧମାଳ, ମାଓବାଦୀ

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା