• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

କୁଜଙ୍ଗ

ଦେଢବର୍ଷପରେ ପୋସ୍କୋ ପାଇଁ ପୁଣି ଜମି ଅଧିଗ୍ରହଣ ଆରମ୍ଭ

February 4, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍: ଅମରନାଥ ପରିଡା

ଜଗତସିଂପୁର,ଫେବୃଆରି ୩ (ଓଡିଶା ଡଟ୍ କମ୍)- ଦେଢବର୍ଷପରେ ପୁଣି ପୋସ୍କୋ ପାଇଁ ଜମି ଅଧିଗ୍ରହଣ ଆରମ୍ଭ । ବିରୋଧୀଙ୍କ ଗଡ ଗୋବିନ୍ଦପୁରୁରେ ପାନବରଜ ଭାଙ୍ଗି ପ୍ରାପ୍ୟ ଦେଇଛନ୍ତି ପ୍ରଶାସନ । ଏ ଘଟଣା ନେଇ ବିରୋଧୀ ଓ ପୋଲିସ ମୁହାଁମୁହିଁ ହେବା ଯୋଗୁଁ ଉତେଜନା ସୃଷ୍ଟି ହୋଇଥିଲା ।

ରବିବାର ଦିନ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ଓ ପୋଲିସ ପୁରା ପ୍ରସ୍ତୁତ ହୋଇ ଆସିଥିଲେ । ଦୀର୍ଘ ଦୁଇ ସପ୍ତାହର ପ୍ରସ୍ତୁତିପରେ ଜଗତସିଂପୁର ଜିଲ୍ଲାପାଳ,ଏସ୍ପି,ଇଡ୍କୋର ଅଧିକାରୀ ୧୨ ପ୍ଲାଟୁନ ପୋଲିସ ଫୋର୍ସ ଧରି ପ୍ରସ୍ତାବିତ ପୋସ୍କୋ ଅଞ୍ଚଳ ଢିଙ୍କିଆ ପଞ୍ଚାୟତର ଗୋବିନ୍ଦପୁର ମୌଜା ଭିତରେ ପୋଲିସ ପ୍ରବେଶ କରିଛି । କେବଳ ପ୍ରବେଶ କରିନାହାଁନ୍ତି ପାନବରଜ ଭଙ୍ଗାକାର୍ଯ୍ୟ ମଧ୍ୟ ଆରମ୍ଭ କରି ଦେଇଛନ୍ତି ।

ରବିବାର ପ୍ରଥମ ଦିନରେ ବଡପଡା, ବାଲିଟିକିରି ଓ ଗୋବିନ୍ଦପୁର ସୀମାରେ ପାନ ବରଜ ଭଙ୍ଗାଯାଇଛି । ଜଗତସିଂପୁର ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ କହିଛନ୍ତି ଯେଉଁ ଲୋକମାନେ ପାନ ବରଜ ଭାଙ୍ଗି ପ୍ରାପ୍ୟ ନେବାକୁ ସମ୍ମତି ଦେଇଥିଲେ ସେମାନଙ୍କର ବରଜ ଭଙ୍ଗାଯାଇ ଜମି ଅଧିଗ୍ରହଣ ହୋଇଛି ।

ଏହାକୁ ବିରୋଧ କରିଛନ୍ତି ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି । ଫଳରେ ବିରୋଧୀ ଓ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୧୨ଜଣ ଆହତ ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି ।

ପୋସ୍କୋ ବିରିଧୀମାନେ ଗୋବିନ୍ଦପୁର ସୀମାରେ ଧାରଣାରେ ବସିରହିଛନ୍ତି । ଏମାନଙ୍କ ସହିତ ସାମିଲ ହୋଇଛନ୍ତି ଜଗତସିଂପୁର ସାଂସଦ ମଧ୍ୟ ସାମିଲ ହୋଇଛନ୍ତି । କଂଗ୍ରେସର ଏକ ପ୍ରତିନିଧି ଦଳ ପୋସ୍କୋ ପ୍ରକଳ୍ପ ଅଞ୍ଚଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛି ।

ପୂର୍ବରୁ ଇଡକୋ ପୋସ୍କୋ ପାଇଁ ଗଡ କୁଜଙ୍ଗ ଓ ନୂଆଗାଁ ଗ୍ରାମ ପଞ୍ଚାୟତରୁ ପାନବରଜ ଭାଙ୍ଗି ଓ ଜଙ୍ଗଲ କାଟି ୨ ହଜାର ଏକର ପରିମିତ ଜମି ହାତକୁ ନେବାପରେ କାର୍ଯ୍ୟାରମ୍ଭ ପାଇଁ ଆଉ ୭ଶହ ଏକର ଜମି ଆବଶ୍ୟକ ଅନୁଭବ କରିଥିଲେ ।

ଯାହା ଢିଙ୍କିଆ ପଞ୍ଚାୟତରେ ହିଁ ଉପଲବ୍ଧ ଥିଲା । ମାତ୍ର ପ୍ରତିରୋଧ ଓ ପ୍ରସ୍ତୁତି ଉଦ୍ୟମରେ ବିଳମ୍ବ ଯୋଗୁ ତାହା ବର୍ଷକ ମଧ୍ୟରେ ସମ୍ଭବ ହୋଇପାରି ନଥିଲା ।

ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପକୁ ନେଇ ପ୍ରଶାସନ ଓ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଚାଲି ରହିଥବା ବେଳେ ବିରୋଧୀଙ୍କ ଧାରଣା ୧୫ଦିନରେ ପହଞ୍ଚିଛି ।

ଶନିବାର ବଡ଼ି ସକାଳୁ ଶତାଧିକ ବିରୋଧୀ ଗୋବିନ୍ଦପୁର ସୀମା ବାଲି ଟିକିରରେ ଏକାଠି ହୋଇଥିବା ବେଳେ କୃଷକ ନେତା ପିତାମ୍ବର ଦାସ, ଶ୍ରମିକ ନେତା କମ୍ରେଡ୍ ବାବୁରାମ ଚୌଧୁରୀ, ବିଷ୍ଣୁ ମୁଦୁଲି ପ୍ରମୁଖ ଆନ୍ଦୋଳନକୁ ଆହୁରି ଆଗେଇ ନେବାକୁ ପରାମର୍ଶ ଦେଇଥିଲେ ।

୬୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ମଧ୍ୟ ଆଜିର ଧାରଣାରେ ସାମିଲ ହୋଇଥିଲେ । ଛୋଟ ଛୋଟ ପିଲାଙ୍କୁ ନେଇ ବିରୋଧୀଙ୍କ ପକ୍ଷରୁ ବାଜି ରାଉତ ବାଳୁତ ସେନା ଗଠନ କରାଯାଇଥିବା ବେଳେ ଅପରପକ୍ଷେରେ ପ୍ରଶାସନ ଆଜି ଜଣକୁ ଅତି ଗୋପନୀୟ ଭାବରେ ଚେକ୍ ପ୍ରଦାନ କରିଛି ।

କିଛିଦିନ ତଳେ ପୋସ୍କୋ ସପକ୍ଷବାଦୀ କୁହାଯାଉଥିବା ମିଳିତ କ୍ରିୟାନୁଷ୍ଠାନର ସଭ୍ୟ ଦଳିତ ନେତା ବାବୁଲି ରାଉତଙ୍କ ଭାଇ ବିରୋଧୀଙ୍କ ସହ ସାମିଲ ହୋଇଥିଲେ । ହେଲେ ତାଙ୍କୁ ୨ଲକ୍ଷ ୩୦ ହଜାର ଟଙ୍କାର କ୍ଷତିପୂରଣ ଚେକ୍ ପ୍ରଦାନ କରାଯାଇଛି ।

ଅତି ଗୋପନରେ ଚେକ୍ ନେଇଥିବା ଦୁର୍ଲ୍ଲଭ ରାଉତ କିଛି ଦିନ ତଳେ ପୋସ୍କୋ ବିରୋଧିଙ୍କ ସହିତ ସାମିଲ ହୋଇ ପ୍ରଶାସନଠାରୁ ଚେକ୍ ନେବେନି ବୋଲି ଧାରଣା ସ୍ଥଳରେ ଘୋଷଣା କରିଥିଲେ ।

ପ୍ରଶାସନ ତାଙ୍କୁ ମନେଇବାରେ ସଫଳ ହୋଇଥିବା ବେଳେ ଆଗାମୀ ଦିନରେ ବାକିଥିବା ସମସ୍ତ ୧୮ ଜଣଙ୍କୁ ଚେକ୍ ପ୍ରଦାନ କରି ଅଞ୍ଚଳକୁ ଶୀଘ୍ର ପଶିବା ପାଇଁ ଯୋଜନା କରିଛି ।

ଅପରପକ୍ଷରେ ବିରୋଧୀମାନେ ଛୋଟ ଶିଶୁଙ୍କୁ ମୁଖାକରି ପୁଲିସ ଓ ପ୍ରଶାସନକୁ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଦୁଇଦିନତଳେ ପାରାଦ୍ୱୀପରେ ପୁଲିସ ବାହିନୀର ଏକ ଗୁପ୍ତ ବୈଠକ ବସିିଥିଲା ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: କୁଜଙ୍ଗ, ଜମି ଅଧିଗ୍ରହଣ, ପାନବରଜ, ପାରାଦ୍ୱୀପ, ପୋସ୍କୋ

ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ

July 30, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜୁଲାଇ ୩୦(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପହଣା ଗ୍ରାମରେ ସୋମବାର ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ସଂପୃକ୍ତ ପରିବାରର ଧୁମତ ପଟ୍ଟନାୟକ ପ୍ରଥମେ ଏକ ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚିତ୍କାର କରିବା ପରେ ତାଙ୍କ ବାପା ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ସେ ମଧ୍ୟ ବିଦ୍ୟୁତ ତାରରେ ଲାଗିଯାଇଥିଲେ ।

ପରେ ଉକ୍ତ ପରିବାରର ଦୁଇ ମହିଳା କୋଇଲି ଓ ସରସ୍ୱତୀ ସେମାନଙ୍କୁ ଉଦ୍ଧାର କରିବାକୁ ଆସି ବିଦ୍ୟୁତ ତାରରେ ଲାଗିଯାଇଥିଲେ । ଗ୍ରାମବାସୀମାନେ ବିଦ୍ୟୁତ ପ୍ରବାହ ଛିନ୍ନ କରି ସଂପୃକ୍ତ ଚାରି ଜଣଙ୍କୁ ଡ଼ାକ୍ତରଖାନାକୁ ଆଣିଥିବାବେଳେ ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କୁଜଙ୍ଗ, ଗ୍ରାମବାସୀ, ଜଗତସିଂହପୁର

ନିରାପଦ ହୋଲି ପାଳନ ପାଇଁ ଛାତ୍ରଛାତ୍ରୀଙ୍କ ସଚେତନତା

March 7, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୭(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ନିରାପଦ ଭାବରେ ହୋଲି ପର୍ବ ପାଳନ ପାଇଁ ଛାତ୍ରଛାତ୍ରୀମାନେ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି ।

ବିଭିନ୍ନ ପର୍ବପର୍ବାଣୀ ଭଳି ହୋଲି ମଧ୍ୟ ଏକ ମୁଖ୍ୟ ପର୍ବ ହୋଇଥିବାରୁ ସମସ୍ତେ ଆନନ୍ଦରେ ଏହା ପାଳନ କରିଥାନ୍ତି । ପର୍ବପର୍ବାଣୀ ଶାନ୍ତିର ପ୍ରତୀକ ହୋଇଥିବା ବେଳେ ବର୍ତମାନ ଏହା ପରିବର୍ତନ ହୋଇ ହିଂସାର ରୂପ ଧାରଣ କରିବା ସହ ପରିବେଶ ପ୍ରଦୂଷଣ କରୁଛି ।

ତେଣୁ ଶାନ୍ତି ଶୃଙ୍ଖଳାର ସହ ହୋଲି ପର୍ବ ପାଳନ ପାଇଁ କୁଜଙ୍ଗ ନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀମାନେ ଏହି ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ସେମାନେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ, ର୍ୟାଲି, ଗାଁରେ ସଭା ଏବଂ ହୋଲି ସମୟରେ କେମିକାଲ ସାମଗ୍ରୀ ବ୍ୟବହାର ନକରିବା ପାଇଁ ଲିଫ୍ଲେଟ୍ ବାଣ୍ଟିଛନ୍ତି ।

ପର୍ବ ପାଳନ ସମୟରେ ଲୋକମାନେ କୌଣସି ମାଦକ ଦ୍ରବ୍ୟ ସେବନ ନକରିବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି । ଦୋକାନରେ କେମିକାଲ ମିଶ୍ରଣ ରଙ୍ଗ ତଥା ଅନ୍ୟାନ୍ୟ ସାମଗ୍ରୀ ବିକ୍ରୀ ନକରିବାକୁ କହିଛନ୍ତି ।

ପ୍ରଦୂଷଣ ଯୋଗୁଁ ପାରାଦ୍ଵୀପ ଏବଂ କୁଜଙ୍ଗ ଅଞ୍ଚଳର ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି, ତେଣୁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ନେଇଛୁ” ସପ୍ତମ ଶ୍ରେଣୀ ଛାତ୍ରୀ ଆର୍ଯ୍ୟକୁମାରୀ ଶୈଳେନ୍ଦ୍ରଜା କହିଛନ୍ତି ।

ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରାୟ ତିନି ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ସଚେତନତା ଦ୍ୱାରାସମସ୍ତ କାର୍ଯ୍ୟ ସମ୍ଭବ ହୋଇପାରିବ, ତେଣୁ ଛାତ୍ରଛାତ୍ରୀମାନେ ସାମାଜିକ ପରିବର୍ତନ ପାଇଁ ଏହି କାର୍ଯ୍ୟ କରିଛନ୍ତି ବୋଲି ସ୍କୁଲ ଅଧ୍ୟକ୍ଷ ପ୍ରମିଳା ନନ୍ଦ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କୁଜଙ୍ଗ, ଜଗତସିଂହପୁର, ପଥପ୍ରାନ୍ତ ନାଟକ, ମାଦକ ଦ୍ରବ୍ୟ, ହୋଲି ପର୍ବ

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା