ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି
କେନ୍ଦ୍ରାପଡ଼ା, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ପୌର ନିର୍ବାଚନ ପାଇଁ ମଙ୍ଗଳବାର ସକାଳୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ।
୨୧ଟି ୱାର୍ଡ଼ରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ୩୧ ହଜାର ୧୫୭ ଜଣ ଭୋଟର୍ ୬୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ନିର୍ବାଚନ ପରିଚାଳନା ପାଇଁ ୧୪୨ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଭୋଟିଙ୍ଗ ମେସିନ ସାହାଯ୍ୟରେ ଭୋଟ୍ ଗ୍ରହଣ ଚାଲିଛି ।
ଏକ ହଜାରରୁ ଉଦ୍ଧ୍ୱର୍ ଭୋଟର୍ ଥିବା ସ୍ଥାନରେ ୫ ଜଣ ଅଧିକାରୀ ଏବଂ ଏକ ହଜାରରୁ କମ୍ ଭୋଟର୍ ଥିବା ସ୍ଥାନରେ ଚାରି ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
୩୨ଟି ବୁଥ୍ ମଧ୍ୟରୁ ୧୯ଟିକୁ ସମ୍ବେନଶୀଳ ଭାବେ ଚିହ୍ନଟ କରାଯାଇଛି । ନିର୍ବାଚନ ପୂର୍ବରୁ ସୋମବାର ସଂଧ୍ୟାରେ ପୋଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଭୋଟ୍ ଗ୍ରହଣ କେନ୍ଦ୍ରରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ୧୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍