କେନ୍ଦ୍ରୀୟ ବିଦ୍ୟାଳୟରେ ପିଛିଲା ବର୍ଦ୍ଧିତ ସ୍କୁଲ ଫି ଆଦାୟକୁ ବିରୋଧ
ସବୁ ଛାତ୍ର ଛାତ୍ରୀଙ୍କୁ ପିଛିଲା ତାରିଖରୁ ବର୍ଦ୍ଧିତ ଫି ଦେବାକୁ କୁହାଯାଇଥିବାରୁ ଜଣେ ଜଣେ ଦଶ ହଜାରରୁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ବାଧ୍ୟ ହେବେ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।ଏହାର ବିରୋଧ କରି ସେମାନେ ରାମ ମନ୍ଦିର ନିକଟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।