• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଗ୍ରେଟ୍ ଇଣ୍ଡିଆନ୍

ବିଶାଳ ମହିଳା ମରଭୂମି ସଫାରୀରେ କଳିଙ୍ଗନଗର ବାଳିକାଙ୍କ ଯୋଗଦାନ

March 25, 2015 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୨୪ (ଓଡିଶା ଡଟ କମ) ଟାଟା ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେସନ୍ ଓ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ପକ୍ଷରୁ ଚୟନ ହୋଇଥିବା ୨୭ ଜଣିଆ ମହିଳା ଟିମ୍ ସମସ୍ତ ପ୍ରତିବନ୍ଧକର ମୁକାବିଲା କରି ‘ବିଶାଳ ମହିଳା ମରଭୂମି ସଫାରୀ ୨୦୧୫’ ଯାତ୍ରା ସଫଳତାର ସହ ସମାପ୍ତ କରିଛନ୍ତି ।

DSC_9654ସୀମା ସୁରକ୍ଷା ବାହିନୀ ପକ୍ଷରୁ ୧୩ଜଣ ଓ ଟାଟା ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେସନ୍ ପକ୍ଷରୁ ଚୟନ ହୋଇଥିବା ୧୪ ଜଣଙ୍କ ମଧ୍ୟରେ ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର ରାମଠେଙ୍ଗା ଗ୍ରାମର ରାଣୀ ଜାମୁଡା ଓ ତ୍ରୀଜଙ୍ଗା ଗ୍ରାମର ସୁମିତ୍ରା କେରାଇ ସାମିଲ ଥିଲେ ।

ଏହି ଦଳ ଗୁଜରାଟ ଭୁଜରୁ ରାଜସ୍ଥାନ ଦେଇ ପଞ୍ଜାବର ୱାଘା ସୀମା ପର୍ଯ୍ୟନ୍ତ ୨୩୦୦ କିଲୋମିଟର ଯାତ୍ରା କରିଛନ୍ତି । ମହିଳା ସଶକ୍ତିକରଣ, ଶିକ୍ଷାର ଗୁରୁତ୍ୱ, ସଫେଇ କାର୍ଯ୍ୟକ୍ରମ ବିଷୟରେ ଲୋକମାନଙ୍କୁ ସଚେତନ କରିବା ସହିତ ସୀମାରେ ଥିବା ସୈନ୍ୟମାନଙ୍କ ଉତ୍ସାହ ବଢାଇବା ଏହି ଟିମ୍ ର ମୁଖ୍ୟ ଲକ୍ଷ୍ୟ ଥିଲା ।

ଏହି ଦଳ ଫେବୃଆରୀ ୨୫ତାରିଖରେ ଗୁଜରାଟର ଭୁଜରୁ ଯାତ୍ରା ଆରମ୍ଭ କରିବା ସହିତ ମରଭୂମିରେ ନିଜ ଯାତ୍ରା ସମୟରେ ଗ୍ରାମବାସୀଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହି ମହିଳା ଦଳ ଶିକ୍ଷାର ଗୁରୁତ୍ୱ ଓ ନୂତନ ପ୍ରଯୁକ୍ତିର ପ୍ରୟୋଗ ତାଙ୍କ ଜୀବନଧାରଣମାନରେ କିପରି ପରିବର୍ତ୍ତନ ଆଣିପାରିବ ସେ ସମ୍ପର୍କରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ।

୨୩୦୦ କିଲୋମିଟର ଯାତ୍ରା ସମୟରେ ଏହି ମହିଳା ଦଳ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହିତ ସୀମାରେ ନିୟୋଜିତ ସୌନିକମାନଙ୍କ ଉତ୍ସାହ ବଢାଇଥିଲେ । ବିଏସ୍ଏଫ୍ର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଏହି ଯାତ୍ରାର ଆୟୋଜନ କରାଯାଇଥିଲା । ଉଭୟ ରାଣୀ ଓ ସୁମିତ୍ରା ଏହି ସଫାରୀରେ ଯୋଗ ଦେବାର ସୁଯୋଗ ପାଇଥିବାରୁ ଟାଟା ଷ୍ଟିଲକୁ ଧନ୍ୟବାଦ ଅର୍ପଣ କରିବା ସହ ଏହି ଯାତ୍ରା ପୂର୍ଣ୍ଣମାତ୍ରାରେ ଉପଭୋଗ କରିଥିବା କହିଛନ୍ତି ।

ଏହି ଯାତ୍ରାର ସଫଳ ସମାପନ ପରେ ଟାଟା ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେସନ୍ର ମୁଖ୍ୟ ବଚ୍ଛେନ୍ଦ୍ରୀ ପାଲ କହିଥିଲେ ଯେ, ଗ୍ରେଟ୍ ଇଣ୍ଡିଆନ୍ ଡେଜର୍ଟ ସଫାରୀ ଅନ୍ତର୍ଗତ ଓଟ ଉପରେ ୨୩୦୦ କିଲୋମିଟର ଯାତ୍ରା କରିବା ଅମା ପାଇଁ ଏକ ବଡ଼ ସଫଳତା । ଏହାସହିତ ଏହି ଯାତ୍ରା ସମୟରେ ଦଳକୁ ଅନେକ କଠିନ୍ ପରିସ୍ଥତିର ସମ୍ମୁଖୀନ ହେବାକୁ ପଡିଥିଲା ବୋଲି ସେ ସୂଚନା ଦେଇଥିଲେ ।

ଏହି ଯାତ୍ରା ପାଇଁ ଆବଶ୍ୟକ ପ୍ରଶିକ୍ଷଣ ଓ ସୁବିଧା ସୁଯୋଗ ଯୋଗାଇ ଦେଇଥିବାରୁ ସେ ବିଏସ୍ଏଫ୍କୁ ବିଶେଷ ଭାବେ ଧନ୍ୟବାଦ ଜଣାଇଥିଲେ । ମାର୍ଚ୍ଚ ୨୨ରେ ସମାପ୍ତ ଏହି ଯାତ୍ରା ୫୦ ବର୍ଷ ଧରି ଦୃଢତାର ସହ କାର୍ଯ୍ୟ କରୁଥିବା ବିଏସ୍ଏଫ୍ ପାଇଁ ଉପଯୁକ୍ତ ଉପହାର ।

ପାଲଙ୍କ ବ୍ୟତୀତ ଏହି ଯାତ୍ରା ପାଇଁ ଟାଟା ଷ୍ଟିଲ ପକ୍ଷରୁ ଝାଡ଼ଖଣ୍ଡ ଜାମସେଦପୁରର ପ୍ରେମଲତା ଅଗ୍ରୱାଲ, ଖରସୁଅାଁର ଦିପ୍ତିରାଣୀ ସରଦାର, ତୁମୁଙ୍ଗର ସୁଖମତି ମହାତୋ, କାନ୍ଦ୍ରାର ସୁଶୀଲା କୁମାରୀ, ଜାମସେଦପୁରର ରାଜଶ୍ରୀ ସିଂହଲ, ଜାମସେଦପୁର ଟାଟା ଷ୍ଟିଲ କର୍ମଚାରୀ ସତିଲ ଏକା, ଶୋଭାରାଣୀ ହାନ୍ସଦା, ଗୁଜରାଟ ଭଦୋଦ୍ରାରୁ କ୍ରୀଷ୍ଣା ରାଣା, ଉତ୍ତରାଖଣ୍ଡର ଡେରାଡୁନ୍ରୁ ଆମ୍ଲା ରାୱତ୍, ସନ୍ଧ୍ୟା ଭଦ୍ରି, ଓ ଝାଡଖଣ୍ଡର ହଜାରିବାଗ୍ରୁ ନଭିତା ରାଣାଙ୍କୁ ଚୟନ କରାଯାଇଥିଲା ।

ବାର୍ଷିକ ୨୬.୫ ନିୟୁତ୍ ଟନ୍ ଇସ୍ପାତ ଉପôାଦନ କ୍ଷମତା ରଖିଥିବା ତଥା ୧୯୦୭ରେ ଏସିଆର ପ୍ରଥମ ସମନ୍ୱିତ ଇସ୍ପାତ ପ୍ରକଳ୍ପ, ରୂପେ ସ୍ଥାପିତ ଟାଟା ଷ୍ଟିଲ ଗ୍ରୁପ୍ ଆଜି ବିଶ୍ୱର ଅଗ୍ରଣୀ ଇସ୍ପାତ ନିର୍ମାତା ରୂପେ ଖ୍ୟାତି ଅର୍ଜନ କରିଛି । ୨୬ଟି ଦେଶରେ କାର୍ଯ୍ୟକ୍ଷେତ୍ର ତଥା ୫୦ ରୁ ଊଦ୍ଧ୍ୱର୍ ଦେଶର ବ୍ୟବସାୟିକ ଉପସ୍ଥିତି ସହ ଟାଟା ଷ୍ଟିଲ୍ ଭୌଗୋଳିକ ବ୍ୟାପ୍ତି ଦୃଷ୍ଟିରୁ ବିଶ୍ୱର ୨ୟ ବୃହତ୍ତମ ଇସ୍ପାତ ଉପôାଦକ ରୂପେ ପରିଗଣିତ ।

୨୦୧୨ ଆର୍ଥିକ ବର୍ଷରେ ୨୬.୧୩ ବିଲିୟନ୍ ଆମେରିକୀୟ ଡଲାର ପରିମାଣ ଉପôାଦ, ୫ଟି ମହାଦେଶରେ କାର୍ଯ୍ୟରତ ୮୦,୦୦୦ରୁ ଊଦ୍ଧ୍ୱର୍ କର୍ମଚାରୀଙ୍କ ସହ ଟାଟା ଷ୍ଟିଲ୍ ଫରଚୁ୍ୟନ୍ ୫୦୦ କମ୍ପାନୀର ମାନ୍ୟତାପ୍ରାପ୍ତ ।

ଅନନ୍ୟ ମୂଲ୍ୟବୋଧ ଓ କର୍ପୋରେଟ୍ ଦାୟିତ୍ୱବୋଧ ଦ୍ୱାରା ବିଶ୍ୱ ଇସ୍ପାତ ଶିଳ୍ପରେ ଅଗ୍ରଣୀ ନେତୃତ୍ୱ ନେବା କମ୍ପାନୀର ଆଭିମୁଖ୍ୟ ଯାହା ଏହାର କର୍ମଚାରୀଙ୍କ ଉକôର୍ଷ, ଅଭିନବ ଭାବଧାରା ଓ ସାମଗ୍ରିକ ଅଗ୍ରଗତି ଦ୍ୱାରା ହାସଲ କରିବା ଏହାର ଲକ୍ଷ୍ୟଭୁକ୍ତ । ସାମଗ୍ରିକ ଗୁଣାତ୍ମକତା ପରିଚାଳନରେ ଉଲ୍ଲେଖନୀୟ ସଫଳତା ପାଇଁ ଟାଟା ଷ୍ଟିଲ୍ ୨୦୧୨ରେ ମର୍ଯ୍ୟାଦାଜନକ ଡେମିଂ ଉପଯୋଗ ଉକôର୍ଷ ପୁରସ୍କାର ଲାଭ କରିଛି ।

ଜାପାନୀ ବୈଜ୍ଞାନିକ ତଥା ଯନ୍ତ୍ରୀ ମହାସଂଘ ଦ୍ୱାରା ସଂସ୍ଥାପିତ ଡେମିଂ ଗ୍ରାଣ୍ଡ ପୁରସ୍କାର ମଧ୍ୟ ୨୦୧୨ରେ ଟାଟା ଷ୍ଟିଲ ବିଶ୍ୱର ପ୍ରଥମ ସମନ୍ୱିତ ଇସ୍ପାତ କାରଖାନା ରୂପେ ଗ୍ରହଣ କରିଛି ।

ଓଡିଶା ଡଟ କମ

Filed Under: ଖେଳ, ମୁଖ୍ୟ ଖବର Tagged With: କଳିଙ୍ଗନଗର, ଗ୍ରେଟ୍ ଇଣ୍ଡିଆନ୍, ଟାଟାଷ୍ଟିଲ

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା