• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଜଗନ୍ନାଥ ମନ୍ଦିର

ଦିଲ୍ଲୀରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ରର ଆୟୋଜନ

May 6, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆ ଦିଲ୍ଲୀ, ମଇ ୬ (ଓଡିଶା ଡଟ କମ ) ନୂଆ ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ପଞ୍ଚ ଦିବସୀୟ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ମଇ ୧୧ ରେ ଆରମ୍ଭ ହେବ ।
କାର୍ଯ୍ୟକ୍ରମର ଆବାହକ ନିର୍ମଳ ଚନ୍ଦ୍ର ଧଳ ଓ ତ୍ୟାଗରାଜ ନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ସାଧାରଣ ସମ୍ପାଦକ କାମଦେବ ବିଶ୍ଵାଳ ଜଣାଇ ଛନ୍ତି ଯେ ମଇ ପନ୍ଦର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କରେ ଆଲୋଚନା କରାଯିବ ।

ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ହେଉଛି ବେଦବ୍ୟାସଙ୍କ କୃତ ଅଷ୍ଟାଦଶ ପୁରାଣ ମଧ୍ୟରେ ଥିବା ସ୍କନ୍ଧ ପୁରାଣ ଅନ୍ତର୍ଗତ ବୈଷ୍ଣବ ଖଣ୍ଡରେ ଥିବା ଉତ୍କଳ ଖଣ୍ଡରେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ।

ଯେଉଁଥିରେ ପାଞ୍ଚଟି ଜ୍ଞାନ ଯଥା ଶ୍ରୀ ଜଗନ୍ନାଥଙ୍କ ସ୍ୱରୂପ ଜ୍ଞାନ, ମହିମା ଜ୍ଞାନ, ରୂପ ଜ୍ଞାନ, କ୍ଷେତ୍ରର ମାହାତ୍ମ୍ୟ ଜ୍ଞାନ ଏବଂ ଲୀଳା ସମ୍ପର୍କରେ ଆଲୋଚନା କରାଯିବ । ଏଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ତୃଷ୍ଟି, ଶ୍ରୀ ଜଗନ୍ନାଥ କ୍ଷେତ୍ରର ବିବରଣ ଏବଂ ଦାରୁ ଶରୀରରେ ମାନବୀୟ ଲୀଳାର ରହସ୍ୟ ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରାଯିବ ।

ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟ ସିଂହ ଦେବ ଙ୍କ ପ୍ରେରଣା ଓ ପରମ ପୂଜ୍ୟ ଶଙ୍କରଚାର୍ଜ୍ୟ ସ୍ଵାମୀ ନିଶ୍ଚିଳାନନ୍ଦ ସରସ୍ଵତୀଙ୍କ ଦିବ୍ୟ ପ୍ରେରଣା ଓ ଶ୍ରୀମନ୍ଦିର ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ଅନୁମୋଦନ କ୍ରମେ ବିଶ୍ୱବ୍ୟାପି ଶ୍ରୀ ଜଗନ୍ନାଥଙ୍କ କଥାମୃତକୁ ପୁରାଣ ଆଧାରରେ ଶାସ୍ତ୍ରୀୟ ଢଙ୍ଗରେ ପ୍ରଚାର ପ୍ରସାର କରିବା ପାଇଁ ଏହା କରା ଯାଉଛି ।

ଉକ୍ତ କାର୍ଯ୍ୟକ୍ରମରେ ସଦ ଗୁରୁ ବାବା ଶ୍ରୀ ଶ୍ରୀ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ପ୍ରିୟା ଶିଷ୍ୟ ବାବା ଶ୍ରୀ ସତ୍ୟନାଣ୍ଡ ଦାସ ମହାରାଜ ପ୍ରବଚନ ପ୍ରଦାନ କରି ପ୍ରତ୍ୟେହ ସକଳ ଓ ସନ୍ଧ୍ୟା ସାତ ଘଟିକା ସମୟରେ ପ୍ରବଚନ ଜ୍ଞାନ ଯଜ୍ଞର କାର୍ଯ୍ୟ କ୍ରମର ନିର୍ଦ୍ଧାରଣ କରାଯାଇଛି । ସମସ୍ତ ଧର୍ମ ପରାୟଣ ବ୍ୟକ୍ତି ମାନଙ୍କୁ ଜ୍ଞାନ ଯଜ୍ଞ ସହିତ ଆରତି, ପୁଷ୍ପାଞ୍ଜଳି ଏବଂ ସେବାରଚନରେ ଯୋଗଦେବା ପାଇଁ ସେମାନେ ନିବେଦନ କରିଛନ୍ତି ।

ନିର୍ମଲ ଚନ୍ଦ୍ର ଧଳ ଓ ଶ୍ରୀ ଜଗନ୍ନାଥ ମନ୍ଦିର ତ୍ୟାଗରାଜ ନଗର ସହ ଯୋଗାଯୋଗ କରିବା ଫୋନ ନମ୍ବର ହେଲା ଯଥାକ୍ରମେ 9818209187 ଓ 011- 24626966

ଓଡିଶା ଡଟ କମ

Filed Under: ଧର୍ମ, ସଭା ସମିତି Tagged With: ଜଗନ୍ନାଥ ମନ୍ଦିର, ତ୍ୟାଗରାଜ ନଗର, ନୂଆ ଦିଲ୍ଲୀ

ପରିବେଶ ସୁରକ୍ଷା ପାଇଁ ପୁରୀରେ ସାଇକେଲ ଚଲା ଅଭିଯାନ

May 5, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୫ (ଓଡିଶା ଡଟ କମ ) ଉତ୍ତମ ସ୍ୱାସ୍ଥ୍ୟ ଓ ପରିବେଶର ସୁରକ୍ଷା ପାଇଁ ସୋମବାର ରାଜ୍ୟର ମୁଖ୍ୟ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳ ପୁରୀରେ ଆରମ୍ଭ ହୋଇଛି ସାଇକେଲ ଚଲା ଅଭିଯାନ ।

‘ସୋମବାର ମୋର ସାଇକିଲ ଦିନ’ ନାମରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏକ ହଜାରରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତା ଓ ସାଧାରଣ ନାଗରିକ ପ୍ଲା କାର୍ଡ ସହ ଭାଗ ନେଇ ସହରରେ ସାଇକେଲ ଚାଳନ କରି ସଚେତନତା ସ୍ତୃଷ୍ଟି କରିଥିଲେ ।

ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସବୁଜ ପତାକା ହଲାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ଵେଚ୍ଛାସେବୀ ସଂଗଠନ ବେଆରଫୁଟ, ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରତି ସୋମବାର ଅନୁଷ୍ଠିତ ହେବ ଓ ସହରକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସାଇକେଲ ଚଳାଇବା ପାଇଁ ପ୍ରୋତ୍ସାହିତ କରାଯିବ ବୋଲି କାର୍ଯ୍ୟକ୍ରମ ର ଆୟୋଜକ ମାନେ କହିଛନ୍ତି ।

ଜଗନ୍ନାଥ ମନ୍ଦିର ଓ ସମୁଦ୍ରର ବେଳାଭୂମି ପାଇଁ ପୁରୀ ସହର ବିଶ୍ଵ ପ୍ରସିଦ୍ଧ । ପୁରୁଷୋତ୍ତମ କ୍ଷେତ୍ର ନାମରେ ଜଣା ଶୁଣା ଭୁବନେଶ୍ଵର ଠାରୁ ୫୬ କିଲୋମିଟର ଦୂରରେ ଥିବା ଏହି ସହରକୁ ନିକଟରେ କେନ୍ଦ୍ର ସରକାର ଐତିହ୍ୟ ସହରର ମାନ୍ୟତା ଦେଇଛନ୍ତି ।

ଓଡିଶା ଡଟ କମ

Filed Under: ପରିବେଶ, ପର୍ଯଟନ Tagged With: ଜଗନ୍ନାଥ ମନ୍ଦିର, ପର୍ଯ୍ୟଟନ, ପୁରୀ, ସାଇକେଲ, ସୁଦର୍ଶନ ପଟ୍ଟନାୟକ

ଜଗନ୍ନାଥ ମନ୍ଦିରକୁ ସମସ୍ତେ ଯାଆନ୍ତୁ(ଖୋଲା ବିଚାର)

October 16, 2011 by ଓଡିଶା ଡଟ କମ Leave a Comment

ମହାମେଘବାହାନ ଐର ଖାରବେଳ ସ୍ୱାଇଁ
ପୂର୍ବତନ ସାଂସଦ , ବାଲେଶ୍ୱର

ନିକଟରେ ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ର ଶ୍ରୀଜଗନ୍ନାଥ ମନ୍ଦିର ମଧ୍ୟକୁ ସବୁ ଧର୍ମର ଲୋକ ମାନଙ୍କୁ ଛଡ଼ାଯାଉ ବୋଲି ମନ୍ତବ୍ୟ ଦେଇ ବଡ଼ ସମାଲୋଚିତ ହୋଇଛନ୍ତି ।

ଅତୀତରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଗଜପତି ିବ୍ୟସିଂହ ବେ ମଧ୍ୟ ବିଶେୀ ଓ ଅଣହିନ୍ଦୁମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାର ଅଧିକାର ଦିଆଗଲେ ଅଧିକ ପର୍ଯ୍ୟଟକମାନେ ଆସିବେ ଓ ରାଜସ୍ୱ ଆଦାୟ ବୃଦ୍ଧି ହେବବୋଲି ତାଙ୍କର ଯୁକ୍ତି ।

ଏହାର ସମାଲୋଚନା କରି କୁହାଯାଇଛି ଯେ ଶ୍ରୀମନ୍ଦିର ଏକ ଶିଳ୍ପ ନୁହେଁ ଯାହା ରାଜ୍ୟ ପାଇଁ ରାଜସ୍ୱ ଆଦାୟ କରିବ । ଆଉ ଜଣେ ବ୍ୟକ୍ତି ମହାପାତ୍ରଙ୍କୁ କଳାପାହାଡ଼ ସାଙ୍ଗରେ ତୁଳନା କରି ତାଙ୍କ ପରି ଏହି ମନ୍ତବ୍ୟ ମନ୍ଦିର ଭଙ୍ଗା କାର୍ଯ୍ୟ ବୋଲି କହିଛନ୍ତି ଓ ତାଙ୍କ ବିରୁଦ୍ଧରେ ସିଂହ୍ୱାର ପୋଲିସ ଥାନାରେ ଧାରା ୨୯୫(କ) ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲା ମଧ୍ୟ ଦିଆଯାଇଛି ।

ଯେଉଁମାନେ ଶ୍ରୀମନ୍ଦିର ମଧ୍ୟରେ ବିଦେଶୀ ଓ ଅଣହିନ୍ଦୁଙ୍କର ପ୍ରବେଶକୁ ପ୍ରବଳ ବିରୋଧ କରୁଛନ୍ତି ଓ ଏହାଦ୍ୱାରାହିନ୍ଦୁ ଧର୍ମର ନାଶ ହେବ ବୋଲି ଚିତ୍କାର କରୁଛନ୍ତି,ସେମାନେ ଜାଣନ୍ତି କି ଯେ ରକ୍ଷଣଶୀଳ ଦାକ୍ଷିଣାତ୍ୟର ସବୁ ପ୍ରସିଦ୍ଧ ମନ୍ଦିର ମାନଙ୍କୁ ଅଣହିନ୍ଦୁ ବା ବିଦେଶୀ ମାନଙ୍କର ପ୍ରବେଶରେ କୌଣସି ବାଧା ନାହିଁ ?

କେବଳ ମନ୍ଦିର ଗର୍ଭଗୃହ ମଧ୍ୟକୁ ସେମାନେ ଯାଇ ପାରନ୍ତି ନାହିଁ । ତା’ ନୋହିଲେ ମନ୍ଦିରର ବେଢାରେ ସେମାନେ ନିର୍ବିରୋଧରେ ବୁଲିଥାଆନ୍ତି । ବିଶିଷ୍ଟ ଚଳଚ୍ଚିତ୍ର ଗାୟକ ଜୟନ୍ତ ଦାସ ଜଣେ ଖ୍ରୀଷ୍ଟିଆନ ହୋଇଥିଲେ ମଧ୍ୟ ଭଗବାନ ଆୟାପ୍ପାଙ୍କର ଜଣେ ବଡ଼ ଭକ୍ତ ଓ କେରଳର ଖର୍ବରି ମହଲ ଠାରେ ଥିବା ଏହି ପାହାଡ଼ ଉପରର ମନ୍ଦିରକୁ ସେ ବାରମ୍ବାର ଚାଲି ଚାଲି ଯାଇଥାନ୍ତି । ସେଥିପାଇଁ ମନ୍ଦିରର ପୂଜକମାନେ ତାଙ୍କୁ ସଦାବେଳେ ପ୍ରସାଦ ଅର୍ପଣ କରିଥାଆନ୍ତି ।

ତିରୁପତିର ବାଲାଜୀ ମନ୍ଦିର , ମୁରାଇର ମିନାକ୍ଷୀ ମନ୍ଦିରମାନେ ବିଶ୍ୱପ୍ରସିଦ୍ଧ ଓ ସେଠାରେ ଅଣହିନ୍ଦୁ ମାନଙ୍କ ପ୍ରବେଶରେ ବାରଣ ନାହିଁ ।

ଅନ୍ୟ ଦୃଷ୍ଟିରେ ଖେିବାକୁ ଗଲେ କଳାପାହାଡ଼କୁ ସୃଷ୍ଟି କଲା କିଏ ? ଭୂଲକ୍ରମେ ମୁସଲମାନ ମହିଳାଙ୍କ ପାଣିଗ୍ରହଣ କରି ପରେ ଅନୁତାପ କରି ପୁନର୍ବାର ହିନ୍ଦୁ ସମାଜକୁ ଫେରିଆସିବା ପାଇଁ ମୁକ୍ତି ମଣ୍ଡପରେ ସେବାୟତମାନଙ୍କର ଗୋଡ଼ହାତ ଧରି କାନ୍ଦି ଗଡ଼ୁଥିବା କାଲାଚାନ୍ଦଙ୍କୁ ନାତ ମାରି ଘୋର ଅପମାନିତ କରି ତଡ଼ି ଦେଇଥିବା ବଡ଼ପଣ୍ଡାମାନେ ସେମାନଙ୍କ ଏହି କର୍ମର ପରିଣତି ପରବର୍ତ୍ତୀ କାଳରେ କ’ଣ ହେଲା ସେ କଥା ଭଲଭାବେ ଜାଣନ୍ତି ନିଶ୍ଚୟ ।

ଜଗନ୍ନାଥଙ୍କୁ ତମ ଉଡ଼ିରେ କେତେଥର ମଧ୍ୟରୁ ଥରେ ଘୋଷରା ଖାଇବାକୁ ପଡ଼ିନଥାନ୍ତା । ବିଷନ ମହାନ୍ତିଙ୍କୁ ଜଗନ୍ନାଥଙ୍କ ଅର୍ଦ୍ଧଗ୍ଧ ମୂର୍ତ୍ତିରୁ ନାଭି ବ୍ରହ୍ମକୁ ମୃଦଙ୍ଗ ମଧ୍ୟରେ ପୂରାଇ ରାଜ୍ୟ ରାଜ୍ୟ ବୁଲିବାକୁ ପଡ଼ିନଥାନ୍ତା ।

କେବଳ ବିଶେୀ ଅବା ଅଣହିନ୍ଦୁ ନୁହନ୍ତି, ହରିଜନ ମାନଙ୍କୁ ମଧ୍ୟ ଏହି ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ମନା । ଏହାଦ୍ୱାରାଗ୍ରାମାଞ୍ଚଳର ଛୋଟ ଛୋଟ ମନ୍ଦିରମାନଙ୍କ ମଧ୍ୟକୁ ହରିଜନ ପ୍ରବେଶ ମନା ହୁଏ ଓ ତାହା ପ୍ରଚଣ୍ଡ ସାମାଜିକ ବି୍େୱଷ ସୃଷ୍ଟି କରିଥାଏ ।

ହିନ୍ଦୁ ସମାଜ ମଧ୍ୟରେ ଥାଇ ଏପରି ଅମର୍ଯ୍ୟଦାର ଶିକାର ହେବା ଦ୍ୱାରାସେମାନଙ୍କ ମଧ୍ୟରୁ ଅନେକ ମୁସଲମାନ ଓ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିନାହାନ୍ତି କି ଓ ବର୍ତ୍ତମାନ ମଧ୍ୟ କରୁନାହାନ୍ତି କି ?

ଏହାଦ୍ୱାରାକେଉଁ ପ୍ରକାର ଭାବରେ ହିନ୍ଦୁ ଧର୍ମ ରକ୍ଷା ହେଉଛି ? ବରଂ ଏହି ଧରଣ ବି୍େୱଷୀ ମନୋଭାବ ପ୍ରଦର୍ଶନ ଦ୍ୱାରାହିନ୍ଦୁ ସମାଜରେ ସଂଖ୍ୟା କ୍ରମଶଃ ସଂକୁଚିତ ହେଉଛି ।

ଯେଉଁ ବିଶେୀମାନେ ସ୍ୱତଃପ୍ରବୃତ୍ତ ଭାବରେ କୃଷ୍ଣାଶ୍ରିତ ହୋଇ ଇସ୍କନ ମାଧ୍ୟମରେ ହିନ୍ଦୁତ୍ୱ ଗ୍ରହଣ କରିଛନ୍ତି, ସେମାନଙ୍କୁ ଜଗନ୍ନାଥ ମନ୍ଦିର ମଧ୍ୟକୁ କାହିଁକି ପ୍ରବେଶ କରାଇ ଦିଆଯାଉ ନାହିଁ ? ଏମାନଙ୍କ ଅପେକ୍ଷା ଭାରତରେ ଜନ୍ମ ହିନ୍ଦୁମାନେ କ’ଣ ଅଧିକ ନୈଷ୍ଟିକ ହିନ୍ଦୁ ପଥ ଗ୍ରହଣ କରିଛନ୍ତି?

ଜଣେ ହିନ୍ଦୁ କେବଳ ଜନ୍ମଜାତ ନୁହେଁ । ସୁପ୍ରିମକୋର୍ଟ ମଧ୍ୟ ରାୟ ଦେଇ କହିଛନ୍ତି ଯେ ବିଶ୍ୱାସରୁ ଜଣେ ହିନ୍ଦୁ ହୋଇଥାଏ; ଜନ୍ମରୁ ନୁହେଁ । ତେଣୁ ଇସ୍କନ ହିନ୍ଦୁମାନେ ବିଶ୍ୱାସରୁ ହିନ୍ଦୁ ହୋଇଥିବାରୁ ସେମାନଙ୍କୁ ଜଗନ୍ନାଥ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଉନାହିଁ କାହିଁକି ? ଏହା କରିବା ଦ୍ୱାରାଶେର ଆଇନକୁ ବରଂ ଭଙ୍ଗ କରାଯାଉଛି ।

ଯି ସେବାୟତ ମାନଙ୍କର ଯୁକ୍ତି ହେତୁ କେବଳ ରଥଯାତ୍ରାରେ ଅଣହିନ୍ଦୁ, ମ୍ଲେଛ, ବିଧର୍ମୀ ତଥା ପାପୀମାନେ ଜଗନ୍ନାଥଙ୍କୁ ଆଲିଙ୍ଗନ କରିପାରିବେ ଓ ତଦ୍ୱାରାଜଗନ୍ନାଥ ଅପବିତ୍ର ହେବେ ନାହିଁ ତେବେ ମନ୍ଦିର ମଧ୍ୟରେ ସେମାନେ ଜଗନ୍ନାଥଙ୍କୁ ଛୁଇଁଲେ ସେ ଅବା ମନ୍ଦିର ଅପବିତ୍ର ହେବେ କାହିଁକି ?

ମନ୍ଦିରକୁ ଅଣହିନ୍ଦୁ ଓ ଅନ୍ୟମାନଙ୍କର ପ୍ରବେଶକୁ ରୋକୁଥିବା ବ୍ୟକ୍ତିମାନେ ଏହି ହିନ୍ଦୁ ବିରୋଧି ମାନସିକତାକୁ ପରିତ୍ୟାଗ କରନ୍ତୁ ।

(ବ୍ରିଦ : ଏହି ସ୍ତମ୍ଭରେ ସ୍ଥାନିତ ବିଚାର ଲେଖକଙ୍କ ନିଜସ୍ୱ ମତ)

Filed Under: ମୁଖ୍ୟ ଖବର Tagged With: ଜଗନ୍ନାଥ ମନ୍ଦିର

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା