• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଟାଟା ଷ୍ଟିଲ

‘ଡେଙ୍ଗୁ’ରୋକିବା ପାଇଁ କଳିଙ୍ଗନଗରରେ ଟାଟା ଷ୍ଟିଲର ଅଭିଯାନ

July 18, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

କଳିଙ୍ଗ ନଗର, ଯାଜପୁର ଜୁଲାଇ ୧୮ (ଓଡିଶା ଡଟ କମ) ନିଜ କର୍ମଚାରୀମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଓ ସୁରକ୍ଷିତ ଏବଂ ସ୍ୱଚ୍ଛ ପରିବେଶ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ଟାଟା ଷ୍ଟିଲ ପକ୍ଷରୁ ଏହାର କଳିଙ୍ଗନଗର ଇସ୍ପାତ ପ୍ରକଳ୍ପରେ ଡେଙ୍ଗୁ ରୋଗର ନିରାକରଣ ପାଇଁ ଏକ ଅଭିଯାନ ଆରମ୍ଭ କରିଛି ।

ଏହି ପରିପ୍ରେକ୍ଷୀରେ ବର୍ଷା ଋତୁ ଆରମ୍ଭରୁ ଡେଙ୍ଗୁ ରୋକିବା ଲାଗି ଗତ କିଛି ମାସ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗର ପ୍ରକଳ୍ପ ବୃତ୍ତିଗତ ସ୍ୱାସ୍ଥ୍ୟସେବା ବିଭାଗ ଓ ଜାମସେଦପୁର ୟୁଟିଲିଟି ସର୍ଭିସେସ୍ କମ୍ପାନୀ (ଜୁସ୍କୋ)ର ଜନ ସ୍ୱାସ୍ଥ୍ୟ ଦଳ ପକ୍ଷରୁ ମଳିତ ଭାବେ ବିଭିନ୍ନ ପଦକ୍ଷେପମାନ ନିଆଯାଇଛି ।

କାରଖାନା ପରିସର ମଧ୍ୟରେ ୩୪ଟି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି । ଏହାବ୍ୟତୀତ କାରଖାନା ପରିସରରେ ସମ୍ଭାବିତ ଡେଙ୍ଗୁ ପ୍ରଜନନ ସ୍ଥଳୀ ଚିହ୍ନଟ କରିବା ପରେ ଲାର୍ଭିସାଇଡାଲ ସ୍ପ୍ରେ ମାଧ୍ୟମରେ ମଶାଙ୍କ ଲାର୍ଭାକୁ ନଷ୍ଟ କରାଯାଉଛି ।

ଚଳିତ ବର୍ଷ ମେ ମାସଠାରୁ କାରଖାନା ଅଞ୍ଚଳ ଓ ଶ୍ରମିକ କଲୋନୀରେ ଡେଙ୍ଗୁ ନାଶକ ଦଳକୁ ଏହି ସ୍ପ୍ରେ କାର୍ଯ୍ୟରେ ନିୟୋଜିତ କରାଯାଇଛି । କମ୍ପାନୀ ପକ୍ଷରୁ କାରଖାନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଲାଇନ୍ ମ୍ୟାନେଜରମାନଙ୍କୁ ମଶା ନିରୋଧକ ମଲମ (ଓଡୋମସ୍) ଯୋଗାଇ ଦିଆଯାଉଛି ।

ସତର୍କତାପୂର୍ବକ କାରଖାନାର ବିଭିନ୍ନ ବିଭାଗରେ ସଚେତନତା ଶିବିରର ମଧ୍ୟ ଆୟୋଜନ କରାଯାଉଛି ।

ଡେଙ୍ଗୁ ରୋଗର ‘ପ୍ରତିଷେଧକ ବ୍ୟବସ୍ଥା’ ବିଷୟରେ ସଚେତନ କରିବା ପାଇଁ କାରଖାନା ଭିତରେ କର୍ମଚାରୀଙ୍କୁ ଓଡ଼ିଆ ଓ ହିନ୍ଦୀରେ ପ୍ରସ୍ତୁତ ପ୍ରଚାରପତ୍ର ବଣ୍ଟାଯିବା ସହିତ କାରଖାନା ପରିସରରେ ଡେଙ୍ଗୁ ସଚେତନତା ବ୍ୟାନର ଲଗାଯାଇଛି ।

ଏହାସହିତ ଡେଙ୍ଗୁ ପ୍ରତିଷେଧକ ବ୍ୟବସ୍ଥାକୁ ନିରୀକ୍ଷଣ କରିବା ପାଇଁ କାରଖାନାର ପ୍ରତ୍ୟେକ ଜୋନ୍ ଓ ସବ୍-ଜୋନ୍ରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।

ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ସ୍ୱାସ୍ଥ୍ୟ Tagged With: କଳିଙ୍ଗନଗର, ଟାଟା ଷ୍ଟିଲ, ଡେଙ୍ଗୁ

ଯୁବ ଜ୍ୟୋତିର୍ବିଜ୍ଞାନୀଙ୍କ ଇସ୍ରୋ ପରିଦର୍ଶନ ଯାତ୍ରା

May 8, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୮(ଓଡିଶା ଡଟ କମ) ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ’ (ୟାଟସ୍) ୨୦୧୪-୧୫ ବର୍ଷର ଶ୍ରେଷ୍ଠ ୨୦ ଜଣ ଯୁବ ବିଜେତାଙ୍କ ୭ ଦିନିଆ ଅହମଦାବାଦ୍ ଇସ୍ରୋ ମହାକାଶ ପ୍ରୟୋଗ ସଂସ୍ଥାନ (ଏସ୍ଏସି) ପରିଦର୍ଶନ ଯାତ୍ରାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ଭୁବନେଶ୍ୱରଠାରେ ଶୁକ୍ରବାର ଶୁଭାରମ୍ଭ କରିଛନ୍ତି ।

????????????????????????????????????

ରାଜ୍ୟ ସଚିବାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପତି ଯୁବ ଛାତ୍ରଛାତ୍ରୀଙ୍କୁ ତାଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଗସ୍ତ ସମୟରେ ମହାକାଶ ବିଜ୍ଞାନ ସମ୍ପର୍କରେ ଅଧିକରୁ ଅଧିକ ଜ୍ଞାନ ଆହରଣ କରିବାକୁ ଆହ୍ୱାନ କରିଛନ୍ତି ।

ଅନ୍ତରୀକ୍ଷ ବିଜ୍ଞାନ ତଥା ଜ୍ୟୋତିର୍ବିଜ୍ଞାନର କିମ୍ବଦନ୍ତୀ ପୁରୁଷ ପଠାଣି ସାମନ୍ତଙ୍କ ଅବଦାନକୁ ଲୋକପ୍ରିୟ କରିବା ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତରୀକ୍ଷ ଓ ଜ୍ୟୋତିର୍ବିଜ୍ଞାନ ସମ୍ପର୍କରେ ଆଗ୍ରହ ସୃଷ୍ଟି କରିବା ତଥା ସେମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ, ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଯୋଗରେ ୨୦୦୭ ମସିହାରୁ ଉକ୍ତ ପ୍ରତିଯୋଗିତାର ଆୟୋଜନ କରିଆସୁଛି ।

ଓଡ଼ିଶାର ଯୁବ ବୈଜ୍ଞାନିକ ପ୍ରତିଭାଙ୍କୁ ଆନ୍ତର୍ଜାତୀୟ ସ୍ତରର ମଂଚ ପ୍ରଦାନ କରିବା ଲକ୍ଷ୍ୟରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଅଷ୍ଟମରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବହୁସ୍ତରୀୟ ପ୍ରତିଯୋଗତା ପରେ ପ୍ରତ୍ୟେକ ବର୍ଷ ୨୦ ଜଣ ବିଜେତାଙ୍କୁ ଚୟନ କରାଯାଇ ଇସ୍ରୋର ବିଭିନ୍ନ କେନ୍ଦ୍ରକୁ ପରିଦର୍ଶନ ଯାତ୍ରା ନିମନ୍ତେ ପ୍ରେରଣ କରାଯାଉଛି ।

ଏହି ଯୁବ ଛାତ୍ରଛାତ୍ରୀମାନଙ୍କୁ ଏଥର ଅହମଦାବାଦ୍ ଗସ୍ତରେ ପ୍ରସିଦ୍ଧ ଇସ୍ରୋ ମହାକାଶ ପ୍ରୟୋଗ ସଂସ୍ଥା (ଏସ୍ଏସି) ବ୍ୟତୀତ ସାଇନ୍ସ ସିଟି ପରିଦର୍ଶନ କରିବା ସହିତ ଉଭୟ ସ୍ଥାନରେ ବରିଷ୍ଠ ବୈଜ୍ଞାନିକଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ ।

ଏହି ଅବସରରେ ରାଜ୍ୟ ଉନ୍ନୟନ କମିଶନର ଓ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ଉପେନ୍ଦ୍ର ନାଥ ବେହେରା, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବ ଶ୍ରୀ ସି.ଜେ ବେଣୁଗୋପାଳ, ପଠାଣି ସାମନ୍ତ ପ୍ଲାନେଟାରିୟମ୍ ନିର୍ଦ୍ଦେଶକ ଶ୍ରୀ ୱିଲିୟମ୍ ବିଲୁଙ୍ଗ୍, ଉପ-ନିର୍ଦ୍ଦେଶକ ଶ୍ରୀ ଶୁଭେନ୍ଦୁ ପଟ୍ଟନାୟକ, ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପର ଭାଇସ ପ୍ରେସିଡେଂଟ ଶ୍ରୀ ଅରୁଣ ମିଶ୍ର ଓ ଭୁବନେଶ୍ୱରର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଶ୍ରୀ ମଣିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଛାତ୍ରଛାତ୍ରୀଙ୍କୁ ତାଙ୍କୁ ଗସ୍ତ ପାଇଁ ଶୁଭେଚ୍ଛା ଜଣାଇବା ସହ ଶ୍ରୀ ମିଶ୍ର ତାଙ୍କୁ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ନିଜ ଓ ଦେଶର ସମ୍ମାନ ବଢାଇବାକୁ ପରାମର୍ଶ ଦେଇଥିଲେ ।

ରାଜ୍ୟର ବିଭିନ୍ନ ସ୍ଥାନ ଯଥା କନ୍ଧମାଳ, ଜୟପୁର, କେନ୍ଦୁଝର ଓ ଝାରସୁଗୁଡ଼ାରୁ ଚୟନ ହୋଇଥିବା ୧୫ ଜଣ ବାଳକ ଓ ୫ଜଣ ବାଳିକାଙ୍କ ସମେତ ତାଙ୍କ ଗାଇଡ୍ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଟାଟା ଷ୍ଟିଲର ଜଣେ ଅଧିକାରୀ ପଠାଣି ସାମନ୍ତ ପ୍ଲାନେଟାୟିମ୍ ଉପ ନିର୍ଦ୍ଦେଶକ ଶ୍ରୀ ଶୁଭେନ୍ଦୁ ପଟ୍ଟନାୟକଙ୍କ ନେତୃତ୍ୱରେ ୯ରୁ ୧୫ ମଇ ମଧ୍ୟରେ ଅହମଦାବାଦ୍ କୁ ସପ୍ତାହେ ପାଇଁ ପରିଦର୍ଶନ ଯାତ୍ରା ନିମନ୍ତେ ଯାଉଛନ୍ତି ।

ଓଡ଼ିଶାର ୮ଟି ଜୋନ୍ ଯଥା ବେଲପାହାଡ, କେନ୍ଦୁଝର, ବାଲେଶ୍ୱର, ଯୋଡ଼ା, ଯାଜପୁର, ଭୁବନେଶ୍ୱର, ବ୍ରହ୍ମପୁର ଓ ଜୟପୁରରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରାୟ ୮୦୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବାବେଳେ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୨୦ଜଣଙ୍କୁ ଚୟନ କରାଯାଇଥିଲା ।

ଦୀର୍ଘ ୬ ମାସ ଧରି ଚାଲୁଥିବା ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ଡିସେମ୍ବର ୧୩ ତାରିଖରେ ପଠାଣି ସାମନ୍ତଙ୍କ ଜନ୍ମଦିନ ଅବସରରେ ସମ୍ମାନିତ କରାଯାଇଥାଏ । ଏ ବର୍ଷ ୨୦ଜଣଙ୍କୁ ‘ମୋ ଦୃଷ୍ଟିରେ ମହାକାଶକୁ ମାନବର ଅଭିଯାନ’ ଉପରେ ତାଙ୍କ ମଡେଲ ପ୍ରଦର୍ଶନ ଅଧାରରେ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଚୟନ କରାଯାଇଥିଲା ।

ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ଜ୍ୟୋତିର୍ବିଜ୍ଞାନୀ, ଟାଟା ଷ୍ଟିଲ, ପଠାଣି ସାମନ୍ତ ପ୍ଲାନେଟାରିୟମ୍

ଟାଟା ସହାୟତାରେ ହେବାକୁଥିବା ଚକ୍ଷୁ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ

April 30, 2015 by News Bureau Leave a Comment

ଓଡିଶା ଡଟକମ ସଂବାଦ ଦାତା

ବ୍ରହ୍ମପୁର, ଅପ୍ରେଲ ୩୦ (ଓଡିଶା ଡଟ କମ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ଗଞ୍ଜାମ ଜିଲ୍ଲାରେ ଟାଟା ଷ୍ଟିଲ ଅନୁଦାନପ୍ରାପ୍ତ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲଟି ଚକ୍ଷୁ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସମରଝୋଳ ଗ୍ରାମରେ ତାମିଲନାଡୁର ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ପରିଚାଳିତ ହେବାକୁଥିବା ଏହି ହାସପାତାଲ ଗଞ୍ଜାମ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାର ଲୋକମାନଙ୍କୁ ଆଧୁନିକ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦେବ ।

????????????????????????????????????

????????????????????????????????????

ବ୍ରହ୍ମପୁର ସହରରୁ ୧୭କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମର ୪.୫ ଏକର ଜମିରେ ପ୍ରସ୍ତାବିତ ୧୦୦ ଶଯ୍ୟା ବିଶିଷ୍ଟ ଏହି ଚକ୍ଷୁ ଚିକିତ୍ସାଳୟ ବିଶ୍ୱସ୍ତରୀୟ ଉପକରଣ ଓ ଉଚ୍ଚକୋଟୀର ସର୍ଜନଙ୍କ ମାଧ୍ୟମରେ ଯେ କୌଣସି କର୍ପୋରେଟ୍ ହାସପାତାଲ ଭଳି ଉନ୍ନତମାନର ସେବା ପ୍ରଦାନ କରିବ ।

ଏହି ଅବସରରେ ଛତ୍ରପୁର ବିଧାୟକ ଡଃ ପ୍ରିୟାଂଶୁ ପ୍ରଧାନ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ, ଟାଟା ଷ୍ଟିଲର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଶ୍ରୀ ମଣିକାନ୍ତ ନାୟକ, ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପ ଓ ଏସ୍ଇଜେଡ୍ ମୁଖ୍ୟ ଶ୍ରୀ ସୁଶାନ୍ତ ମିଶ୍ର ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଟ୍ରଷ୍ଟି ଓ ସଚିବ ଶ୍ରୀ ଏସ୍. ବିଶ୍ୱନାଥନ୍ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଅଧିକାରୀଙ୍କୁ ଏହାର ନିର୍ମାଣ କାର୍ଯ୍ୟ ପାଇଁ ୬.୭ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହାପୂର୍ବରୁ ଜାନୁଆରୀ ମାସରେ ଭୁବନେଶ୍ୱରଠାରେ ଟାଟା ଷ୍ଟିଲ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ମଧ୍ୟରେ ଏକ ଗ୍ରାଣ୍ଟ ଏଗ୍ରିମେଣ୍ଟ ସ୍ୱାକ୍ଷରିତ ହୋଇଥିଲା ।

ଏଗ୍ରିମେଣ୍ଟ ଅନୁସାରେ ଟାଟା ଷ୍ଟିଲ ଏହି ଚିକିତ୍ସାଳୟର ଭିତ୍ତିଭୂମି ଓ ନିର୍ମାଣ କାର୍ଯ୍ୟ ପାଇଁ ୪୨.୩ କୋଟି ଟଙ୍କା ପ୍ରଦାନ କରିବ । ସେହି ସମୟରେ କାର୍ଯ୍ୟ।ରମ୍ଭ ପାଇଁ ଅଗ୍ରୀମ ରାଶି ଭାବେ ଶଙ୍କର ଚିକିତ୍ସାଳୟ ଅଧିକାରୀଙ୍କୁ ୩କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା ।

ଗତ ଦୁଇ ଦଶକ ଧରି ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟରେ ବ୍ୟାପକ ନେତ୍ର ସୁରକ୍ଷା, ତଦନ୍ତ ଏବଂ ବାହ୍ୟ ରୋଗୀଙ୍କ ଉପଚାର, ସ୍ୱଳ୍ପ ଦୃଷ୍ଟି କ୍ଲିନିକ୍, କଣ୍ଟାକ୍ଟ ଲେନ୍ସ କ୍ଲିନିକ୍, ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କ୍ଲିନିକ୍, ଡେ କେୟାର କ୍ଲିନିକ୍, ମାଇକ୍ରୋ ଫେକୋ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଓ ଗ୍ଲୁକୋମା ସେବା ଭଳି ଅନେକ ଅତ୍ୟାଧୁନିକ ସୁବିଧାମାନ ଉପଲବ୍ଧ ହେବ ।

ଏହାବ୍ୟତୀତ କମ୍ପାନୀ ପକ୍ଷରୁ ଗୋପାଳପୁର ଓ କଳିଙ୍ଗନଗରଠାରେ ଯଥାକ୍ରମେ ୫୦୦ ଏବଂ ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେସିଆଲଟି ହସ୍ପିଟାଲ ସ୍ଥାପନ କରାଯାଉଛି । ଯୋଡ଼ା ଓ ସୁକିନ୍ଦାରେ ଅବସ୍ଥିତ ନିଜର ହସ୍ପିଟାଲ, ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଓ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ କମ୍ପାନୀ ପ୍ରତିବର୍ଷ ଓଡ଼ିଶାର ୪ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇପାରୁଛି ।

ଓଡିଶା ଡଟ କମ

Filed Under: ସ୍ୱାସ୍ଥ୍ୟ Tagged With: ଚିକିତ୍ସାଳୟ, ଟାଟା ଷ୍ଟିଲ, ବ୍ରହ୍ମପୁର, ମୁଖ୍ୟମନ୍ତ୍ରୀ

ଧାମରା ବନ୍ଦର କିଣିବ ଆଦାନି ଗ୍ରୁପ

January 17, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୧୭(ଓଡ଼ିଶା ଡ଼ଟ୍ କମ୍)-ଭାରତର ସର୍ବବୃହତ ଘରୋଇ ବନ୍ଦର ‘ମୁନ୍ଦ୍ରା’ର ପରିଚାଳନା କରୁଥିବା ଆଦାନି ଗୋଷ୍ଠୀ ଧାମରା ବନ୍ଦରର ଏକକ ମାଲିକାନା ସହ ପୂର୍ବ ଉପକୂଳରେ ନିଜର ସ୍ଥିତି ଜାହିର କରିବ ।

ଆଦାନି ଗୋଷ୍ଠୀର ଅଧ୍ୟକ୍ଷ ଗୌତମ ଆଦାନି, ଏଲ ଏଣ୍ଡ ଟି ଅଧ୍ୟକ୍ଷ ଏ.ଏମ ନାୟକ ଓ ଟାଟା କମ୍ପାନୀ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି ।

ଖୁବ ଶୀଘ୍ର ଏ ସମ୍ପର୍କରେ ଘୋଷଣାନାମା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଧାମରା ବନ୍ଦ ହେଉଛି ଏଲ ଏନ ଟି ଓ ଟାଟା ଷ୍ଟିଲର ଏକ ମିଳିତ ପ୍ରକଳ୍ପ । ଏଥିରେ ଉଭୟଙ୍କର ସମାନ ଅଂଶଧନ ବିନିଯୋଗ ହୋଇଛି ।

ଓଡ଼ିଶା ସରକାର ଧାମରା ବନ୍ଦର କମ୍ପାନୀ ସହିତ ବନ୍ଦର ନିର୍ମାଣ ଓ ପରିଚାଳନା ପାଇଁ ୩୪ବର୍ଷୀୟା(୪ବର୍ଷର ନିର୍ମାଣ ଅବଧି ସହିତ) ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ଆଦାନି ଗ୍ରୁପ, ଏଲ ଏନ ଟି, ଓଡ଼ିଶା ସରକାର, ଟାଟା ଷ୍ଟିଲ, ଧାମରା ବନ୍ଦର

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା